Indus Valley Times

ବୌଦ୍ଧ ଜେଲରେ ସଜାକାଟୁଥିବା ଜଣେ କଏଦୀର ମୃତ୍ୟୁ

 Breaking News

ବୌଦ୍ଧ ଜେଲରେ ସଜାକାଟୁଥିବା ଜଣେ କଏଦୀର ମୃତ୍ୟୁ

December 30
23:12 2020

କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ
ବୌଦ୍ଧ,୩୦/୧୨: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ଲାଣ୍ଡବନ୍ଧ ନିକଟରେ ଥିବା ଜେଲରେ ଜଣେ ସଜାକାଟୁ ଥିବା କଏଦୀର ମୃତ୍ୟୁ ଘଟିଥିବା ଜଣାପଡିଛି । ଜେଲ ସୂତ୍ରରୁ ପ୍ରକାଶ ,ମନମୁଣ୍ଡା ଥାନା ଅନ୍ତର୍ଗତ ଚମରା ବାହାଲ ଗ୍ରାମର ସନ୍ତୋଷ ବାରିକ ୨୦୧୭ ମସିହାରେ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଭାବରେ ଥିବା ବେଳେ ୨୦୧୯ ମସିହାରେ କୋର୍ଟ ତାକୁ ଆଜୀବନ ସଜା ଶୁଣାଇଥିଲେ । ସେହିଦିନ ଠାରୁ ସେ ବୌଦ୍ଧଜେଲରେ ସଜା କାଟୁଥିବା ବେଳେ ମଙ୍ଗଳବାର ଦିନ ଖାଇ ସାରିବା ପରେ ହଠାତ ସେ ଅସୁସ୍ଥ ହୋଇପଡିଥିଲେ । ଫଳରେ ତାଙ୍କୁ ୧୦୮ ଆମ୍ବୁଲେନନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।ବୌଦ୍ଧ ପୋଲିସ ଘଟଣା ସ୍ଥଳରେ ପହଂଚି ଏକ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି । ବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିôଲେ ମଧ୍ୟ ସାମ।।ଜିକ ବାସନ୍ଦ ଭୟରେ ପରିବାର ଲୋକ ଶବ ନେବାକୁ ରାଜି ନ ହେବାରୁ ପରିବାର ଲୋକଙ୍କ ଉପସ୍ଥିତିରେ ପୋଲିସ,ଜେଲ କତ୍ତୃପକ୍ଷଙ୍କ ସହଯୋଗରେ ବୌଦ୍ଧ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ଶବ ସତ୍କାର କରାଯାଇଥିଲା । ମୃତକଙ୍କ ନାବାଳକ ପୁଅ ମୁଖାଗ୍ନି ଦେଇଥିଲେ । ସତ୍ୟସାଇ ସେବା ସଂଗଠନ ପକ୍ଷରୁ ଡା, ପ୍ରିୟବ୍ରତ ବେହେରା, ଅଂଜନ ମହାରଣା, ମନୋରଂଜନ ମହାକୁଡ,କେଶବ ବେହେରା, କୃଷ୍ଣ ଗୋବିନ୍ଦ ମହାପାତ୍ର, ଆକାଶ ମେହେର, ରିତେଶ ମହାପାତ୍ର ପ୍ରମୁଖ ରାଜଘାଟ ଠାରେ ଶବସତ୍କାର କରିଥିଲେ ।
ଏସପିଙ୍କ ଠାରେ ଫେରାଦ ହେଲେ ମହିଳା ସ୍ୱୟଂ ସହାୟୀକା ଗୋଷ୍ଠୀ
କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ
ବୌଦ୍ଧ,୩୦/୧୨: ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଛତ୍ରଙ୍ଗ ପଂଚାୟତର ବଡ ଗୁଣ୍ଡୁୁରୀସାହିର ମା ଭୈରବୀ ସ୍ୱଂୟ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ହରଭଙ୍ଗା ଥାନା ଅଧିକାରୀଙ୍କ ବିରୁଦ୍ଧରେ ବୁଧବାର ଦିନ ଏସପିଙ୍କ ଠାରେ ଫେରାଦ ହୋଇଛନ୍ତି ।
ଅଭିଯୋଗରୁ ଜଣାଯାଏ ଯେ, ବଡ ଗୁଣ୍ଡୁରୀସାହିର ମା ଭୈରବୀ ସ୍ୱୟଂ ସହାୟୀକା ଗୋଷ୍ଠୀର ସଦସ୍ୟାମାନେ ଗତ ୨୮ ତାରିଖ ଦିନ ପ୍ରାୟ ଏକ ଘଣ୍ଟା ସମୟରେ ଋଣ ଆଦାନ ପ୍ରଦାନ ପାଇଁ ହରଭଙ୍ଗା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାକୁ ଆସିଥିଲେ । ସେଠାରେ ଶାଖା ପରିଚାଳକଙ୍କ ସହିତ ସାକ୍ଷାତ କରିବାରୁ ଶାଖା ପରିଚାଳକ ବିଶିଙ୍କ ସହିତ କଥା ହେବା ପାଇଁ କହି ଖାଇବାକୁ ଚାଲିଗଲେ । ବିଶି ଏବଂ ଶିବାନୀ ଋଣ ସୁଝିବା ପାଇଁ ବାଧ୍ୟକରି ଶେଷରେ ସେମାନଙ୍କୁ ଅସଭ୍ୟ ଭାଷାରେ ଗାଳିକରି ସେମାନଙ୍କୁ ବାହାର କରିଦେଲେ । ମହିଳାମାନେ ସଙ୍ଗେସଙ୍ଗେ ହରଭଙ୍ଗା ଥାନାରେ ଏନେଇ ଅଭିଯୋଗ କରିଥିଲେ । ହରଭଙ୍ଗା ଥାନା ଅଧିକାରୀ ସେମାନଙ୍କୁ ଡକାଇ କଥାବାର୍ତ୍ତା ହୋଇ ଛାଡିଦେଲେ । ମହିଳାମାନଙ୍କୁ ଦୁଇଦିନ ସକାଳୁ ସନ୍ଧ୍ୟା ୮ ଘଣ୍ଟା ପଯ୍ୟନ୍ତ ଅଟକାଇ ରଖିଲେ । ସେମାନେ ଏଫଆଇଆର କପି ମାଗିବାରୁ ମଧ୍ୟ ଦେଲେ ନାହିଁ ବୋଲି ଚାନ୍ଦ ବେହେରା, ସତ୍ୟଭାମା ବେହେର।।, ପ୍ରମିଳା ବେହେରା, ଶାନ୍ତିଲତା ବେହେରା, ତିଳତମା ବେହେରା, କୁନି ପ୍ରଧାନ, କମଳା ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି ।
ଦୁର୍ଘଟଣାରେ ୪ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲ ଆଣିଲେ ସାମ୍ବାଦିକ
କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ
ବୌଦ୍ଧ,୩୦/୧୨: ବୁଧବାର ସକାଳେ ଚାରିଛକ ଥାନା ଅନ୍ତର୍ଗତ ବଦଲା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ତିନି ଜଣ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ମିଳିଥିବା ସୁଚନା ପ୍ରକାରେ ଫୁଲବାଣୀର ରଜତ କୁମାର ଭଂଜ(୪୨) ତାଙ୍କ ସ୍ତ୍ରୀ ଶୁଭଶ୍ରୀ ଭଂଜ ଓ ୫ ବର୍ଷର ପୁଅ ସୋନାଦିତ୍ୟକୁ ନେଇ ତାଙ୍କ ଶ୍ୱଶୁର ଘରୁ ଫୁଲବାଣି ଆଡକୁ ଏକ ବାଇକରେ ଆସୁଥିଲେ । ସକାଲ ପ୍ରାୟ ୮ଟା ସମୟରେ ଅପର ଦିଗରୁ ଆସୁଥିବା ଏକ କାର ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା । ଫଳରେ ତିନିଜଣ ବାଇକରୁ ଫୋପାଡି ହୋଇଯାଇ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ଘଟାଇଥିବା କାରଟି ସେଠାରୁ ଚାଲିଯାଇଥିଲା । ଆହତ ମାନେ ରାସ୍ତାରେ ପଡି ଛଟପଟ ହେଉଥିବା ସମୟରେ ଭୂବନେଶ୍ୱରରୁ ଫେରୁଥିବା ବାଲିଗୁଡାର ସାମ୍ବାଦିକ ଫିଲିପ୍‌ସ ଦିଗାଲ ଓ ସୁଧାଂଶୁ ଶେଖର ମଲିକ ସେମାନଙ୍କୁ ଦେଖି ଅଟକିଥିଲେ । ସେଠାରୁ ପୁଲିସ ଏବଂ ମେଡିକାଲକୁ ୍େ‌ଯାଗାଯୋଗ କରିବା ପାଇଁ ସେମାନେ ଚେଷ୍ଟା କରିଥିଲେ ବି ଏହା ସମ୍ଭବ ହୋଇ ନ ଥିଲା । ଫଳରେ ସେମାନେ ତାଙ୍କୁ ନିଜ ସାଙ୍ଗରେ ଆଣି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଆହତମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇ ଦିଆଯାଇଥିବା ଡାକ୍ତରଖାନା ସୂୂତ୍ରରୁ ପ୍ରକାଶ । ଦୁର୍ଘଟଣା ସ୍ଥଳରେ ଏକ ଗାଡିର ନମ୍ବର ପ୍ଲେଟ ପଡି ରହିଥିବା ଦେଖାଯ୍‌ାଇଛି । ଏଥିରେ ଓଆର ୦୧ ଟି ୭୯୧୫ ଲେଖା ରହିଛି । ଖବର ନେବାରେ ଏହା ଏକ ଇଣ୍ଡିଗୋ କାର ଏବଂ ବାଲେଶ୍ୱର ମୋତିଗଞ୍ଜ ଅଂଚଳର ମହେଶ ଚନ୍ଦ୍ର ନାୟକଙ୍କ ନାମରେ ଥିବା ଜଣାଯାଇଛି । ଏ ନେଇ ଚାରିଛକ ଥାନା ଆଡେଣିଗଡ ଫାଣ୍ଡିରେ ରିପୋର୍ଟ ହୋଇଛି । ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ କୋଣସି ମାମଲା ଦାଏର ହୋଇ ନ ଥିବା ଜଣାପଡିଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031