Indus Valley Times

ବୌଦ୍ଧ ତାଏକୋଣ୍ଡୁ ଏସୋସିଏସନର ସଫଳତା, ବିଭିନ୍ନ ବିଭାଗରେ ୩୮ ପଦକ ହାସଲ

 Breaking News

ବୌଦ୍ଧ ତାଏକୋଣ୍ଡୁ ଏସୋସିଏସନର ସଫଳତା, ବିଭିନ୍ନ ବିଭାଗରେ ୩୮ ପଦକ ହାସଲ

January 05
11:40 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୫/୧: ଓଡ଼ିଶା ତାଏକୁଣ୍ଡୁ ଏସୋସିଏସନ ପୁରୀ ଏବଂ ଭାରତ ଓ ଥାଇଲାଣ୍ଡସ୍ଥିତ ହିରୋଜ ତାଏକୁଣ୍ଡୁ ସଂଘର ମିଳିତ ସହଯୋଗରେ ପ୍ରଥମ ବିଶ୍ୱସ୍ତରୀୟ ଆଭାସି ଆର୍ନ୍ତଜାତିକ ତାଏକୁଣ୍ଡୁ ପ୍ରତିଯୋଗିତା ଡିସେମ୍ବର ୨୨ ରୁ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୌଦ୍ଧ ତାଏକୁଣ୍ଡୁ ଏସୋସିଏସନର ୨୪ଜଣ ପ୍ରଶିକ୍ଷାର୍ଥୀ ଉଭୟ ବାଳକ ଓ ବାଳିକା ପ୍ରତିଯୋଗିତାର ବିଭିନ୍ନ ବିଭାଗରେ ଭାଗ ନେଇ ୯ ଜଣ ସ୍ୱର୍ଣ୍ଣ,୨୪ଜଣ ରୌପ୍ୟ ଓ ୫ ଜଣ କାଂସ୍ୟ ପଦକ ହାସଲ କରିଛନ୍ତି ।
ଏହି ପ୍ରତିଯୋଗିତାରେ ୧୫ ଟି ଦେଶର ୯୯୬ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ଓ ୯ ଟି ଦେଶର ରେଫରୀ ଖେଳ ପରିଚାଳନା କରିଥିଲେ । ବୌଦ୍ଧ ତାଏକୋଣ୍ଡୁ ଏସୋସିଏସନର ସଭାପତି ଯଜେ୍ଞଶ୍ୱର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସ୍ୱାଗତ ବୈଠକରେ କରୋନା ସଙ୍କଟ ସମୟରେ ଏହିଭଳି ପ୍ରତିଯୋଗିତା ଖେଳାଳୀମାନଙ୍କୁ ଉତ୍ସାହିତ କରିବ ବୋଲି ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ସମ୍ପାଦକ ତଥା ପ୍ରଶିକ୍ଷକ ଅଞ୍ଜିତ କୁମାର ସାହୁ ବୈଠକରେ ବିବରଣୀ ପାଠ କରିବା ସହିତ ସମସ୍ତ ପଦକ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ଅଭିଭାବକ ବିଜୟ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିବାବେଳେ ଅରୁଣ କୁମାର ମେଣ୍ଡିଲି,ବିଶ୍ୱରଞ୍ଜନ ସାହୁ,ଶଙ୍କର ମେହେର,ରାଜଲକ୍ଷ୍ମୀ ପ୍ରଧାନ,କଲ୍ୟାଣୀ ପ୍ରଧାନ,ସହଦେବ ଦିକ୍ଷୀତ,ସୁବ୍ର୍ରତ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଖେଳାଳୀମାନେ ଜିଲ୍ଲାପାଇଁ ଏହିଭଳି ସଫଳତା ଆଣିଥିବାରୁ ଅଭିଭାବକ ତଥା ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ସେମାନଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।
ବୌଦ୍ଧରେ ବଢିଲା ଓମିକ୍ରନ ସଂକ୍ରମଣ ଭୟ, ସତର୍କତା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ
ବୌଦ୍ଧ,୫/୧: ବୌଦ୍ଧରେ ଜଣେ ବିଦେଶ ଫେରନ୍ତା ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କର ଜଣେ ବନ୍ଧୁ ଙ୍କ ଓମିକ୍ରନ ପେଜଟିଭ ରିପୋର୍ଟ ଆସିବାପରେ ବୌଦ୍ଧଜିଲ୍ଲାରେ ଓମିକ୍ରନ ସଂକ୍ରମଣ ନେଇ ଭୟର ବାତବାରଣ ଲାଗିରହିଛି । ସଂକ୍ରମିତ ବ୍ୟକ୍ତିଙ୍କ ସହ ମିଳାମିଶା କରିଥିବା ୪୦ ଜଣଙ୍କ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ଆଉଜଣେ ପଜେଟିଭ ଚିହ୍ନଟ ହେବାପରେ ତାଙ୍କର ନମୁନା ଭୁବନେଶ୍ୱର ପଠାଯାଇଥିବା ଜଣାଯାଇଛି । ତେବେ ଓମିକ୍ରନ ଭୁତାଣୁ ଖୁବଶୀଘ୍ର ସଂକ୍ରମିତ ହେଉଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ କରାଯାଇଥିବାବେଳେ ଏନେଇ କୋଭିଡ ନିୟମ ପାଳନ ନକଲେ ଆଗକୁ ପରିସ୍ଥିତି ଅଣାୟତ ହେବାର ମଧ୍ୟ ଆଶଙ୍କା ଦେଖାଦେଇଛି ।
ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଆଭାସି ଜରିଆରେ ସମସ୍ତ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ ଜିଲ୍ଲାପାଳମାନଙ୍କ ସହିିତ କୋଭିଡ ପ୍ରସ୍ତୁତି ନେଇ ସମୀକ୍ଷା କରିଥିବା ଜଣାଯାଇଛି । ଖୁବଶୀଘ୍ର ଜିଲ୍ଲାରେ କୋଭିଡ କେୟାର ଓ ଆଇସୋଲେସନ ସେଣ୍ଟର ଗୁଡିକୁ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଜାରିକରାଯାଇଥିବା ଜଣାଯାଇଛି । ବୌଦ୍ଧରେ କୋଭିଡ ନିମୟ କୌଣସି ସ୍ଥାନରେ ପାଳନ କରାଯାଉନଥିବାବେଳେ ସାଧାରଣଲୋକଙ୍କ ମଧ୍ୟରେ ସଚେତନତା ପାଇଁ ପଦକ୍ଷେପ ନେବାକୁ ନିଷ୍ପତି ହୋଇଥିବା ଜଣାଯାଇଛି । ଚିକିତ୍ସାଳୟଗୁଡିକରେ ବିନା ମାସ୍କରେ କୌଣସି ବ୍ୟକ୍ତିବିଶେଷଙ୍କୁ ଭିତରକୁ ନଛାଡିବାକୁ ଏବଂ ସାମାଜିକ ଦୂରତା ନିୟମ ପାଳନ କରାଯିବ ବୋଲି ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ ସୂଚନା ଦେଇଛନ୍ତି ।
ଡା.ଦାଶ ଜିଲ୍ଲାରେ କୋଭିଡ ନିୟମ କଡାକଡି ଭାବରେ ପାଳନ କରାଯିବାକୁ ପରାମର୍ଶ ଦେବାସହିତ ଅବହେଳା କଲେ ଆଗକୁ ପରିସ୍ଥିତ ଜଟିଳ ହୋଇପାରେ ବୋଲି ସତର୍କ କରାଇଛନ୍ତି । ଗୋଟିଏପଟେ ଛାତ୍ରଛାତ୍ରୀଙ୍କ ହେବାକୁ ଥିବା ପରୀକ୍ଷା ଅନଲାଇନ ମାଧ୍ୟମରେ କରାଯିବାକୁ ନିର୍ଦ୍ଦେଶ ଜାରି କରାଯାଇଥିବାବେଳେ ଆଗକୁ ବିଦ୍ୟାଳୟ ଖୋଲିବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି । ଅନ୍ୟପଟେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୫ ରୁ ୧୮ ବର୍ଷ ପର୍ଯ୍ୟନ୍ତ ଟୀକାକରଣକୁ ତ୍ୱରାନ୍ୱିତ କରାଯାଇଛି । ଦୁଇଦିନ ମଧ୍ୟରେ କେବଳ ବୌଦ୍ଧ ଟାଉନହଲଠାରେ ଚାଲିଥିବା ଟୀକାକରଣ କେନ୍ଦ୍ରରେ ୩୬୦ ଜଣଙ୍କୁ ଟୀକାକରଣ କରାଯାଇଥିବା ଜଣାଯାଇଛି । ୫ ତାରିଖଠାରୁ ବ୍ଳକସ୍ତରରେ ମଧ୍ୟ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଏଡିଏମଓ(ଜନସ୍ୱାସ୍ଥ୍ୟ) ବିକେଆରସି ହେମ୍ବ୍ରମ ସୂଚନା ଦେଇଛନ୍ତି ।
୭୦ କିଲୋ ଗଂଜେଇ ସହ କାର ଜବତ, ୧ ଗିରଫ
ବୌଦ୍ଧ,୫/୧: ବୌଦ୍ଧଥାନା ଅନ୍ତର୍ଗତ ବଘିଆପଡା ଫାଣ୍ଡି ଅନ୍ତର୍ଗତ ବାରକୁଡାଛକ ନିକଟରୁ ୭୦ କିଲୋ ଗଞ୍ଜେଇ ସହ ଗୋଟିଏ କାରକୁ ପୁଲିସ ଜବତ କରିବା ସହିତ ଜଣକୁ ଗିରଫ କରିଥିବା ଜଣାଯାଇଛି । ମିଳିଥିବା ସୂଚନା ମୁତାବକ ବ୍ରାହ୍ମଣିପାଲି ପଞ୍ଚାୟତ ବାରକୁଡା ଛକଦେଇ ଗଞ୍ଜେଇ ଚାଲାଣ ହେଉଥିବା ସଂପର୍କରେ ଆଗୁଆ ସୂଚନା ପାଇ ପୁଲିସ ପକ୍ଷରୁ ଏକ ଟିମ ସେଠାରେ ପେଟ୍ରୋଲିଂ କରୁଥିଲେ ।
ସେହି ରାସ୍ତା ଦେଇ ଏକ କାର ( ଓଆର ୧୪ ଏଚ ୮୨୭୮) ସେହିରାସ୍ତା ଦେଇ ଆସୁଥିବାବେଳେ ସନ୍ଦେହରେ ପୁଲିସ ଉକ୍ତ ଗାଡିକୁ ଅଟକାଇ ଯାଞ୍ଚ କରିଥିଲା । ସେଥିରୁ ପୁଲିସ ତିନୋଟି ଜରି ବସ୍ତାରେ ଥିବା ୭୦ କିଲୋ ଗଞ୍ଜେଇ ଜବତ କରିବା ସହିତ ଅଭିଯୁକ୍ତ ଟିକିରାପଡା ପଞ୍ଚାୟତର ବଡଗୋଛାପଡା ଗ୍ରାମର ରବି ମଲ୍ଲିକକୁ ଗିରଫ କରିଥିଲା ।
ଗାଡି ସହିତ ଜବତ ଗଂଞ୍ଜେଇକୁ ଥାନାକୁ ଅଣାଯାଇ ଏକଜୁକୁଟିଭ ମାଜିଷ୍ଟ୍ରେଟ୍ ସତ୍ୟଜିତ ମହାପାତ୍ରଙ୍କ ଉପସ୍ଥିତିରେ ତାହାକୁ ଓଜନ କରାଯାଇଥିଲା । ଅଭିଯୁକ୍ତକୁ ମଙ୍ଗଳବାର କୋର୍ଟ ଚଲାଣ କରିଥିବା ଜଣାଯାଇଛି । ମାମଲାରେ ଆହୁରି ଅଧିକ ଲୋକ ସଂପୃକ୍ତି ଥିବାବେଳେ ପୁଲିସ ଥାନା କେସ ନମ୍ବର ୪/୨୦୨୨ ରେ ଏକ ମୋକଦ୍ଦମା ରୁଜୁ କରି ଏ ସଂପର୍କରେ ତଦନ୍ତ ଜାରି ରଖିଥିବା ଜଣାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031