Indus Valley Times

ବୌଦ୍ଧ : ତୀରନ୍ଦାଜ କ୍ଷେତ୍ରରେ ବୌଦ୍ଧ ଖେଳାଳୀଙ୍କ କୃତୀତ୍ୱ

 Breaking News

ବୌଦ୍ଧ : ତୀରନ୍ଦାଜ କ୍ଷେତ୍ରରେ ବୌଦ୍ଧ ଖେଳାଳୀଙ୍କ କୃତୀତ୍ୱ

November 07
10:24 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୭/୧୧ : କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଦ୍ୱାରା ହାଇଦ୍ରାବାଦରେ ଆୟୋଜିତ ୫୨ତମ ଜାତୀୟ ଓ ଆଞ୍ଚଳିକ ଖେଳ ପ୍ରତିଯୋଗିତା ୨୦୨୩-୨୪ ରେ ତୀରନ୍ଦାଜ ଖେଳରେ(ବାଳକ ବିଭାଗ) ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ର ସୁରଜ କୁମାର ମେହେର ୪୦ ମିଟରରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ହାସଲ କରିଥିବାବେଳେ ପୁନେଠାରେ ଆୟୋଜିତ ତୀରନ୍ଦାଜ ବାଳିକା ବିଭାଗ ଖେଳରେ ବୌଦ୍ଧ କେନ୍ଦ୍ରୀ ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ରୀ ସୁଶ୍ରୀ କ୍ରିଷ୍ଣାମୟୀ ମହାକୁଡ ୩୦ ମିଟରରେ ସ୍ୱର୍ଣ୍ଣ ଓ ୫୦ ମିଟରରେ ରୌପ୍ୟ ପଦକ ହାସଲ କରିଛନ୍ତି ।
ସୁରଜ ବୌଦ୍ଧ ବୁଟୁପାଲିର ସରିତା ମେହେର ଓ ନିରଂଜନ ମେହେରଙ୍କ ପୁତ୍ର ହୋଇଥିବାବେଳେ କ୍ରିଷ୍ଣାମୟୀ ବୌଦ୍ଧ ରେଭେନ୍ୟୁ କଲୋନୀର କଳ୍ପନା ମହାକୁଡ ଓ ବୌଦ୍ଧ ସୂଚନା ଏବଂ ଲୋକସଂପର୍କ ବିଭାଗର ଲାଇବ୍ରେରିଆନ ଅକ୍ଷୟ କୁମାର ମହାକୁଡଙ୍କ କନ୍ୟା ଅଟନ୍ତି । ଉଭୟ ଖେଳାଳୀ ପ୍ରଶିକ୍ଷକ ସୁଧନ୍ୟ ପ୍ରଧାନଙ୍କ ଅଧିନରେ ତୀରନ୍ଦାଜ ପ୍ରଶିକ୍ଷଣ ଜାରି ରଖିଥିଲେ ।
ଉଭୟ ଛାତ୍ରଛାତ୍ରୀଙ୍କ ଏହି କୃତୀତ୍ୱରେ ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଂଘ,ବୁଟୁପାଲି ଗଙ୍ଗାଧର ସ୍ୱେଛାସେବା ସମିତି, ଜିଲ୍ଲା କ୍ରିଡା ସଂଘ ସମେତ ବିଭିନ୍ନ କ୍ରିଡା ପ୍ରେମୀ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।
ବୌଦ୍ଧ : ଚୋରି କରୁଥିବା ବେଳେ ଧରାପଡିଲେ ନାବାଳକ
ବୌଦ୍ଧ,୭/୧୧: ବୌଦ୍ଧ ଜିଲ୍ଲା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଖୁଣ୍ଟିଆପଡ଼ା ଗ୍ରାମରେ ଗତ କାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଚାରି ଜଣ ଚୋର ଚୋରି କରୁଥିବା ବେଳେ ଧରାପଡିଲା ଜଣେ ନାବାଳକ ଚୋର । ଚୋରକୁ ଗାଁ ଦାଣ୍ଡ ମଝିରେ ଏକ ଇଲେକ୍ଟ୍ରି ପୋଲ୍ରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ ଗ୍ରାମବାସୀ । ମାଡ ମାରିବା ପରେ ପୁଲିସର ଜିମା ଦେଲେ ଗାଁ ଲୋକେ ।
ଘଟଣାସ୍ଥଳରୁ ଅନ୍ୟ ତିନି ଜଣ ଚୋର ଫେରାର ମାରିଥିବା ସୂଚନା ମିଳିଛି । ସୂଚନା ମତେ,ରବିବାର ମଧ୍ୟରାତ୍ରିରେ ଖୁଣ୍ଟିଆପଡ଼ା ଗାଁକୁ ଚୋରି ରୋକିବା ପାଇଁ ଚାରି ଜଣ ଚୋର ଆସି ଗାଁ ମୁଣ୍ଡରେ ଥିବା ଏକ ଘରୁ ଚୋରି ରୋକିବା ପାଇଁ ଘର କବାଟ ଭାଙ୍ଗି ଘର ଭିତରକୁ ପଶି ଚୋରି କରୁଥିବା ବେଳେ କିଛି ଶବ୍ଦ ଶୁଣି ଘର ମାଲିକ ଭିତରକୁ ଯାଇ ଦେଖିଲା ବେଳକୁ ଘର ମାଲିକଙ୍କୁ ଦେଖି ଦୌଡ଼ି ପଳାଇବାକୁ ଲାଗିଲେ ଚୋର ।
ଘର ମାଲିକ ପାଟିକରି ଚୋର ଡାକିବାରୁ ତିନି ଜଣ ଚୋର ଘଟଣାସ୍ଥଳରୁ ଫେରାର ମାରିଥିବା ବେଳେ ଜଣେ ଚୋରକୁ କାବୁ କରିଥିଲା ଗାଁ ଲୋକେ ଗାଁ ଦାଣ୍ଡ ମଝିରେ ଥିବା ଏକ ଇଲେକ୍ଟ୍ରି ପୋଲରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ ଗ୍ରାମବାସୀ ।
ମାଡ ମାରିବା ପରେ ପୁଲିସର ଜିମାଦେଲେ ଗାଁ ଲୋକେ । ସେପଟେ ବୌଦ୍ଧ ପୁଲିସ ଘଟଣାସ୍ଥଳରୁ ପିଲାଟିକୁ ଉଦ୍ଧାର କରି ଅଧିକ ତଦନ୍ତ ଜାରି ରଖିଛି । ଏମାନେ ସମସ୍ତେ ବାହାର ଜିଲ୍ଲାର ହୋଇଥିବା ବେଳେ ଜିଲ୍ଲାରେ ମହୁ ଓ ଅନ୍ୟାନ୍ୟ ଜିନିଷ ବିକ୍ରି କରୁଥିବା ପୁଲିସ ପ୍ରାଥମିକ ତଦନ୍ତ ରୁ ଜାଣି ପାରିଛି ।
ବୌଦ୍ଧ : ବୁଦ୍ଧଦେବ ପ୍ରଭାତ ବୌଦ୍ଧ ଶାଖା ଧୂଜପ୍ରାପ୍ତି ସମାରୋହ ଅନୁଷ୍ଠିତ
ବୌଦ୍ଧ,୭/୧୧: ବୁଦ୍ଧ ଦେବ ପ୍ରଭାତ ବୌଦ୍ଧ ଶାଖାର ଧ୍ୱଜପ୍ରାପ୍ତି ଉତ୍ସବ ପାଳନ କରାଯାଇ ଥିଲା । ଉକ୍ତ ଉତ୍ସବରେ ଜିଲ୍ଲା ସଂଘ ଚାଳକ ସୂର୍ଯ୍ୟକାନ୍ତ ଦଳବେହେରା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ସଂଘ ଶାଖା ର ସ୍ୱୟଂସେବକ ମାନଙ୍କ ଦାୟିତ୍ୱ ଏବଂ କର୍ତ୍ତବ୍ୟ ବିଷୟରେ ମାର୍ଗଦର୍ଶନ କରିଥିଲେ ।
ବରିଷ୍ଠ କାର୍ଯ୍ୟକର୍ତ୍ତା ଦେବବ୍ରତ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଉତ୍ତମ ଶାଖା ର ସ୍ୱରୂପ ବିଷୟରେ ସମ୍ୟକ ଧାରଣା ଦେବା ସହିତ ଶାଖା ଚତୁର୍ପାଶ୍ୱ ରେ ତାର କିପରି ପ୍ରଭାବ ରହିବ ତାହା ମାର୍ଗ ଦର୍ଶନ କରିଥିଲେ ।
ନିରଞ୍ଜନ ଦାନୀ ମୂଖ୍ୟ ଶିକ୍ଷକ, ରଘୁନାଥ ଷଡ଼ଙ୍ଗୀ ପ୍ରାର୍ଥନା ପ୍ରମୁଖ ଶମ୍ଭୁ ମିଶ୍ର ଶାଖା କାର୍ଯ୍ୟବାହ କାର‌୍ୟ୍ୟତୁଲାଇଥିଲେ କ୍ଷ ସମ୍ବିତ ପଟନାୟକ, ବ୍ରଜେଶ ସାହୁ କାର୍ଯ୍ୟକ୍ରମ ରେ ପୂର୍ଣ୍ଣ ସହଯୋଗ କରିଥିଲେ । ମୂଖ୍ୟ ଶିକ୍ଷକ ସଂଘ ଚାଳକଙ୍କ ଠାରୁ ଧ୍ୱଜ ଗ୍ରହଣ କରିଥିଲେ ।
ଅଟୋ ଓ ବାଇକ ହେଲା ମୁହାଁ ମୁହିଁ ଧକା, ୯ଯାତ୍ରୀ ଗୁରୁତର
ବୌଦ୍ଧ, ୭/୧୧: ଅଧାରେ ରହିଲା ମନ୍ଦିର ଦର୍ଶନ । ଅଧା ବାଟରେ ଘଟିଲା ଅଘଟଣ ।ଅଟୋ ଓ ବାଇକ ହେଲା ମୁହାଁ ମୁହିଁ ଧକ୍କା। ୯ଯାତ୍ରୀ ଗୁରୁତର । ବୌଦ୍ଧ ଥାନା ଅନ୍ତର୍ଗତ ବଘିଆପଡା-ଜହ୍ନାପଙ୍କ ରୋଡ଼ ତାଳଗରି ଗ୍ରାମ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ।
ସମସ୍ତ ଆହତ ଙ୍କୁ ବୌଦ୍ଧ ମୁଖ୍ୟଚିକିତ୍ସାଳୟ ରେ ଭର୍ତ୍ତି । ସୂଚନାମୁତାବକ ଆଜି ବଘିଆପଡା ଫାଣ୍ଡି ଅନ୍ତର୍ଗତ ସାଲେଇସିଂଙ୍ଗ ଗ୍ରାମର ଗୋଟିଏ ପରିବାର ୮ଜଣ ସଦସ୍ୟ ଅଟୋ ଯୋଗେ ଜହ୍ନାପଙ୍କ ଶିବ ମନ୍ଦିର ଦର୍ଶନ ପାଇଁ ବାହାରିଥିଲେ ।
ହେଲେ ଦଇବର ବିଧାନ କିଛି ଅଲଗା ଥିଲା । ଦର୍ଶନ ପାଇଁ ବଘିଆପଡା-ଜହ୍ନାପଙ୍କ ରାସ୍ତାରେ ଯାଉଥିବା ବେଳେ ଆଧା ବାଟ ରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ତାଳଗରି ଗ୍ରାମ ନିକଟରେ ଅଟୋ କୁ ଧକ୍କା ଦେଇଥିଲା । ଫଳରେ ଅଟୋ ରେ ବସିଥିଲା ୮ଜଣ ଯାତ୍ରୀ ଓ ବାଇକ ଅରୋହି ଦୁର୍ଘଟଣା ରେ ଗୁରୁତର ଆହତ ହୋଇଛନ୍ତି ।
ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ୯ଜଣ ଯାତ୍ରୀ ଙ୍କୁ ବୌଦ୍ଧ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ୯ଜଣ ଗୁରୁତର ଯାତ୍ରୀଙ୍କ ମଧ୍ୟରେ ଦୁଇଜଣ ମହିଳା ଓ ବାଇକ ଅରୋହି ଙ୍କ ଅବସ୍ଥା ସଂଙ୍କଟାପୂର୍ଣ ରହିଛି । ଅନ୍ୟପଟେ ବାଇକ ଚାଲକ ଜଣକ ହେଲେ ଟିକରପଡା ପଞ୍ଚାୟତ ବୁରଗରା ଗ୍ରାମର ବବୁଲ ଖଟୁଆ । ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031