Indus Valley Times

ବୌଦ୍ଧ: ତୃତୀୟ ରାଜ୍ୟ ସ୍ତରୀୟ ମା ଭୈରବୀ ମହୋତ୍ସବ ଓ ପଲିଶ୍ରୀ ମେଳାର ଚତୁର୍ଥ ସନ୍ଧ୍ୟା

 Breaking News

ବୌଦ୍ଧ: ତୃତୀୟ ରାଜ୍ୟ ସ୍ତରୀୟ ମା ଭୈରବୀ ମହୋତ୍ସବ ଓ ପଲିଶ୍ରୀ ମେଳାର ଚତୁର୍ଥ ସନ୍ଧ୍ୟା

November 19
20:05 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୯/୧୧ : ବୌଦ୍ଧ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ନାମରେ ଆୟୋଜିତ ତୃତୀୟ ମା ଭୈରବୀ ମହୋତ୍ସବ ଚତୁର୍ଥ ସଂଧ୍ୟା ରବିବାର ଦିନ ଅନୁଷ୍ଠିତ ହୋଇଯାଇଅଛି।
ଚତୁର୍ଥ ସଂଧ୍ୟା ରେ ଆଞ୍ଚଳିକ କଳାକାର ଙ୍କ ଦ୍ବାରା ବିଭିନ୍ନ ନୃତ୍ୟ କଳା ପରିବେଷଣ କରାଯାଇ ଥିଲା ଓ ମାଙ୍କ ଠାରେ ସଂଧ୍ୟା ଆଳତୀ ଅର୍ପଣ କରାଯାଇଥିଲା। ପରେ ମଞ୍ଚ କୁ ନିମନ୍ତ୍ରିତ ଅତିଥି ଙ୍କୁ ଆମନ୍ତ୍ରିତ କରାଯାଇ ପରିଚୟ ପ୍ରଦାନ କରାଯାଇଥିଲା।
ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ସମ୍ମାନିତ ଅତିଥି ହରଭଙ୍ଗା ବ୍ଳକ ଉପାଧ୍ୟକ୍ଷ ସରୋଜ ପ୍ରଧାନ, ୭ନମ୍ବର ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର, ପୁରୁଣା କଟକ ସରପଞ୍ଚ ତଥା ସମ୍ପାଦକ ଅଶୋକ ସେଠି,ମହୋତ୍ସବ କମିଟି ସଭାପତି ଅଶୋକ ଅଗ୍ରୱାଲ,ପ୍ରମୁଖ ମଞ୍ଚାସିନ ରହିଥିଲେ ଉକ୍ତ ମଞ୍ଚ ପରିଚାଳନା କାର୍ଯ୍ୟକ୍ରମ ଅଧ୍ୟାପକ ରମେଶ ଚନ୍ଦ୍ର ତାରିଣୀଆ ଓ ମନୋଜ କୁମାର ପାଠି, ତୁଲାଇ ଥିବା ବେଳେ ଅଧ୍ୟାପକ ପ୍ରଶାନ୍ତ କୁମାର ସେଠୀ ସାଂସ୍କୃତିକ କାର୍ଯ୍ୟକ୍ରମ ର ମଞ୍ଚ ପରିଚାଳନା କରିଥିଲେ।
ସଂଧ୍ୟା ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ରେ ଭଜନ ହିନ୍ଦୀ, ସମ୍ବଲପୁରୀ, ମାଁ ସାରଳା ଘଣ୍ଟ ନୃତ୍ୟ ଓ କଳିକା ତାଣ୍ଡବ ଜଗତସିଂହପୁର, କଳାଯିବି ଅନୁଷ୍ଠାନ ବରଗଡ଼,ଫୁଲବାଣୀ କ୍ଳବ ର କଳାକାର ଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦର୍ଶକ ଙ୍କୁ ମୁଗ୍ଧ କରିଥିଲା।
ଉକ୍ତ କାର୍ଯ୍ୟକ୍ରମ ରେ ଉପସଭାପତି ସରୋଜ କୁମାର ପ୍ରଧାନ, ଆବାହକ ବିଭୂଦତ ବୋଷ, ସଂପାଦକ ଅଶୋକ ସେଠି,ସହସଂପଦକ ସୁବାଷ ପ୍ରଧାନ, ସାଂଗଠନିକ ସଂପାଦକ ପ୍ରାଣବନ୍ଧୁ ପ୍ରଧାନ, ଶୁଭ୍ରଜିତ୍ ପ୍ରଧାନ, ସଦସ୍ୟ ସତୀଶ ବେହେରା, ମନୋଜ ସାହୁ ପୁର୍ଣ ଚନ୍ଦ୍ର ଭୋଇ, ଅଜିତ ଦେହୁରୀ,ବିଜୟ କହଁର, ସୁକାନ୍ତ ପଟ୍ଟନାୟକ, କୈଳାଶ ଅଗ୍ରୱାଲ, ମନୋଜ ପାଢ଼ୀ,ବୀରେନ୍ଦ୍ର ଦେହୁରୀ, ଏବଂ ଭୈରବୀ ମହୋତ୍ସବ କମିଟି ଓ କ୍ଳବର ପ୍ରମୁଖ ସମସ୍ତ ସଦସ୍ୟ ଙ୍କ ସମ୍ପୂର୍ଣ ସହଯୋଗ ରହିଥିଲା। ଏହା ସହ ମହୋତ୍ସବ ପଡିଆ ରେ ଦିନକୁ ଦିନ ମିନାବଜାର ଠୁ ଆରମ୍ଭ କରି ବିଭିନ୍ନ ସୁସ୍ୱାଦ ଷ୍ଟଲ, ସରକାରୀ ଷ୍ଟଲ ପଲ୍ଲୀଶ୍ରୀ ମେଳା ରେ ଗହଳି ପରିଲକ୍ଷିତ ହେଉଥିବବେଳେ ପୋଲିସ ବାହିନୀ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡୀ ଥିବା ଜଣାପଡିଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031