Indus Valley Times

ବୌଦ୍ଧ ଥାନାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ରତ୍ନ ଭଣ୍ଡାରରୁ ୩ ଗୋଟି ଅଳଙ୍କାର ଚୋରି ମାମଲାରେ ଏଫଆଇଆର ଦାଖଲ

 Breaking News

ବୌଦ୍ଧ ଥାନାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ରତ୍ନ ଭଣ୍ଡାରରୁ ୩ ଗୋଟି ଅଳଙ୍କାର ଚୋରି ମାମଲାରେ ଏଫଆଇଆର ଦାଖଲ

ବୌଦ୍ଧ ଥାନାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ରତ୍ନ ଭଣ୍ଡାରରୁ ୩ ଗୋଟି ଅଳଙ୍କାର ଚୋରି ମାମଲାରେ ଏଫଆଇଆର ଦାଖଲ
April 25
22:24 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୫/୪ : ଶନିବାର ଦିନ ୧୧ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପୁରୀ ଜଗନ୍ନାଥଙ୍କ ରତ୍ନ ଭଣ୍ଡାରରୁ ୩ ଗୋଟି ଅଳଙ୍କାର ଚୋରିକୁ ନେଇ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।
ଅଭିଯୋଗ ଅନୁଯାୟୀ ପୁରୀ ଜଗନ୍ନାଥଙ୍କ ମନ୍ଦିରର ରତ୍ନ ଭଣ୍ଡାର ଗଣତି ମଣତି ଚାଲିଥିବା ବେଳେ ତିନୋଟି ରତ୍ନ ଅଳଙ୍କାର ନିଖୋଜ ବା ଚୋରୀ ହୋଇଥିବା ନେଇ ନ୍ୟାୟ ମୁର୍ତ୍ତି ବିଶ୍ବନାଥ ରଥ ବିଭିନ୍ନ ଗଣ ମାଧ୍ୟମରେ ବିବୃତି ଦେବାପରେ କୋଟି କୋଟି ଓଡ଼ିଆ ଓ ଜଗନ୍ନାଥ ପ୍ରେମୀଙ୍କ ଧାର୍ମିକ ଭାବନାରେ ଆଘାତ ପହଞ୍ଚିଛି ।
ଏ ସମ୍ପର୍କରେ ଶ୍ରୀ ମନ୍ଦିର ପ୍ରଶାସନ ଦୋସୀକୁ ଘଣ୍ଟ ଘୋଡ଼ାଇବାକୁ ଯାଇ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ରତ୍ନ ଭଣ୍ଡାର ସୁରକ୍ଷିତ ଅଛି ବୋଲି ମିଥ୍ୟା ସତ୍ୟପାଠ ଦାଖଲ୍ କରିଥିବା କଂଗ୍ରେସ ଅଭିଯୋଗ କରିଛି ।
ଦୋସୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଏଫଆଇଆର ରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅବଦୁଲ କଲିମ୍ ଖାଁ ଅନୁରୋଧ କରିଛନ୍ତି ।
ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା କଂଗ୍ରେସ ସଭାପତି ଅବଦୁଲ କଲିମ୍ ଖାଁଙ୍କ ସମେତ ସାଧାରଣ ସମ୍ପାଦକ ଦେବରାଜ ପଟ୍ଟନାୟକ, ନଗର ସଭାପତି ତପନ କୁମାର ରାଉତ ରାୟ, ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ସନ୍ଧ୍ୟାରାଣୀ ସିଂ, ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ କୁମାର ମହାନନ୍ଦ, ମହେଶ୍ୱର ପ୍ରଧାନ, ପ୍ରିୟ ଦତ୍ତ ଦେହୁରୀ, ପ୍ରତ୍ୟୁଷ ମହାନନ୍ଦ, ଜେନି ମହାପାତ୍ର, ପ୍ରଭାତୀ ବେହେରା ଓ ଅନ୍ୟ ମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930