Indus Valley Times

ବୌଦ୍ଧ : ଦୁଇ ଶିଶୁ ଶ୍ରମିକକୁ ଉଦ୍ଧାର କଲା ଶ୍ରମ ବିଭାଗ

 Breaking News

ବୌଦ୍ଧ : ଦୁଇ ଶିଶୁ ଶ୍ରମିକକୁ ଉଦ୍ଧାର କଲା ଶ୍ରମ ବିଭାଗ

ବୌଦ୍ଧ : ଦୁଇ ଶିଶୁ ଶ୍ରମିକକୁ ଉଦ୍ଧାର କଲା ଶ୍ରମ ବିଭାଗ
June 29
09:51 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୯/୬: ବୌଦ୍ଧଜିଲ୍ଲାରେ ଶିଶୁ ଶ୍ରମିକ ନିରାକରଣ ସଚତନତା ରଥର ଶୂୁଭାରମ୍ଭ ହୋଇଥିବା ବେଳେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ହରଭଙ୍ଗା ବ୍ଳକର ପୁରୁଣାକଟକ ବଜାରରେ ଚଢଉ କରି ଦୁଇ ଶିଶୁ ଶ୍ରମିକକୁ ଉଦ୍ଧାର କରିଥିବା ଜଣାପଡିଛି ।
ମିଳିଥିବା ସୁଚନା ମୁତାବକ ପୁରୁଣାକଟକ ଠାରେ ଥିବା ଏକ ମୋଟର ଗ୍ୟାରେଜ ଓ ହୋଟେଲ ଉପରେ ଶିଶୁ ଶ୍ରମିକ କାର୍ଯ୍ୟ କରୁଥିବା ନେଇ ଶ୍ରମ ବିଭାଗ ପକ୍ଷରୁ ଚଢଉ କରାଯାଇ ଦୁଇ ଜଣ ଶିଶୁ ଶ୍ରମିକକୁ ଉଦ୍ଧାର କରିଥିଲେ । ଚଢଉରେ ଶ୍ରମ ବିଭାଗ ଅଧିକାରୀ ଓ ପୁଲିସ କର୍ମଚାରୀ ସାମିଲ ଥିଲେ ।
ବୌଦ୍ଧ : ଝୁଲନ୍ତା ଅବସ୍ଥାରେ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର
ବୌଦ୍ଧ,୨୯/୬: ବୌଦ୍ଧ ଥାନା ଅର୍ନ୍ତଗତ ଅର୍ନ୍ତଗତ ମର୍ଯ୍ୟାକୁଦ ଦୀପାଂଚଳରୁ ଝୁଲନ୍ତା ଅବସ୍ଥାରେ ଏକ ମୃତ ଦେହକୁ ବୌଦ୍ଧ ପୁଲିସ ଶୁକ୍ରବାର ଦିନ ଉଦ୍ଧାର କରିଛି । ମିଳିଥିବା ସୁଚନା ମୁତାବକ ମର୍ଯ୍ୟାକୁଦ ତୁଳସୀ କୋଣ ଠାରେ ଝୁଲନ୍ତା ଅବସ୍ଥାରେ ଏକ ଯୁବକର ମୃତ ଦେହ ଗ୍ରାମବାସୀ ଦେଖିବାକୁ ପାଇଥିଲୋ । ଏନେଇ ବୌଦ୍ଧ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରୁ ଶବକୁ ଉଦ୍ଧାର କରି ଜବତ କରି ସଂରକ୍ଷିତ ରଖିଛି । ଶବଟିର ପରିଚାୟ ମିଳି ପାରିନଥିବାରୁ ପୁଲିସ ସଂରକ୍ଷିତ ରଖିଛି ଓ ଏହା ୫ ଦିନ ହେବ ମରିଥିବା ପୁଲିସ ସନ୍ଦେହ କରୁଛି । ଘଟଣା ସଂପର୍କରେ ପୋଲିସ ତଦନ୍ତ ଚାଲୁ ରହିଛି ।
ବୌଦ୍ଧ : ଧଳପୁର ଓ ଆମ୍ବଗାଁ ହାଇସ୍କୁଲକୁ ମିଳିଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମାନ୍ୟତା
ବୌଦ୍ଧ,୨୯/୬: ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ବୌଦ୍ଧ ଜିଲ୍ଲାର ଦୁଇଗୋଟି ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମାନ୍ୟତା ଦିଆଯାଇଛି । ସେହି ଉଚ୍ଚ ବିଦ୍ୟାଳୟ ଗୁଡିକ ହେଲା ହରଭଙ୍ଗା ବ୍ଳକର ରାଜେନ୍ଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟ ଧଳପୁର ଓ କଂଟାମାଳ ବ୍ଳକର ଜନତା ଉଚ୍ଚ ବିଦ୍ୟାଳୟ ଆମ୍ବଗାଁ ।
ଏହି ଦୁଇ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମାନ୍ୟତା ହେବା ପରେ ଏହି ଅ÷ଞ୍ଚଳରେ ଶିକ୍ଷାର ବିକାଶ ହେବା ସହ ଗରୀବ ଛାତ୍ର ଛାତ୍ରୀ ଉଚ୍ଚ ଶିକ୍ଷା ପାଇପାରିବେ । ଉକ୍ତ ବିଦ୍ୟାଳୟ ଗୁଡିରେ ଚଳିତ ବର୍ଷରୁ ଯୁକ୍ତ ଦୁଇ କଳା ଶିକ୍ଷାଦାନ ହେବ ।
ବିଦ୍ୟାଳୟ ଗୁଡିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମାନ୍ୟତା ହେବା ପରେ ଅଞ୍ଚଳରେ ଅଭିଭାବକ ଓ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଖୁସି ଖେଳିଯାଇଛି । ପ୍ରକାଶ ଥାଉକି ପୁର୍ବରୁ ମଧ୍ୟ ଜିଲ୍ଲାର ହରଭଙ୍ଗା ବ୍ଳକର ବୀରନରସିଂହପୁର ସାଧୁଚରଣ ଉଚ୍ଚ ବିଦ୍ୟାଳୟ ଓ ବୌଦ୍ଧ ବ୍ଳକର ବ୍ରାହ୍ମଣପାଲି ଉଚ୍ଚ ବିଦ୍ୟାଳୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମାନ୍ୟତା ପାଇ ସାରିବା ସହ ଛାତ୍ର ଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି ।
ବୌଦ୍ଧ ଜିଲ୍ଲାରେ ବଢୁଛି ବେଆଇନ ମଦ କାରବାର
ବୌଦ୍ଧ,୨୯/୫: ବୈାଦ୍ଧଜିଲ୍ଲାରେ ବେଆଇନ ଭାବରେ ମଦ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାରେ ଚାଲିଥିବା ବେଆଇନ ମଦ କାରବାରକୁ ରୋକିବାରେ ଜିଲ୍ଲା ଅବକାରୀ ବିଭାଗର ଅନ୍ତରିକତାର ଅଭାବ ଦେଖିବାକୁ ମିଳୁଛି ।
ବିଭିନ୍ନ ସମୟରେ କେବଳ ଧର୍ମକୁ ଆଖିଠାର ସଦୃଶ୍ୟ ଚଢାଉ କରାଯାଉ ଥିବାର ଅଭିଯୋଗ ହେଉଛି । ଜନଗହଳି ସ୍ଥାନ ଓ ନିଶେଧାଂଚଳ ନିକଟରେ ମଧ୍ୟ ଖୁଲମ ଖୁଲା ମଦ ବିକ୍ରି ହେଉଛି । ବୌଦ୍ଧଜିଲ୍ଲାର ୩ଟି ବ୍ଲକ ସମେତ ଗୋଟିଏ ସଦର ମହକୁମାରେ ୧୪ ଗୋଟି ବିଦେଶୀ ମଦ ଦୋକାନ ରହିଥିବା ବେଳେ ୨୯ ଗୋଟି ଦେଶୀମଦ ଭାଟି ରହିଛି । ଜିଲ୍ଲାର ଅଂଚଳ ଅନୁପାତରେ ଅଧିକ ମାତ୍ରାରେ ମଦ ଦୋକାନ ଖୋଲାଯାଇଥିବା ଅଭିଯୋଗ ହେଉଛି ।
ଏତେ ସଂଖ୍ୟାରେ ମଦ ଦୋକାନ ଥିବା ସ୍ୱତ୍ତେ ଜିଲ୍ଲାରେ ବ୍ୟାପକ ଭାବେ ବେଆଇନ ଭାବେ ମଦ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ବେଆଇନ ମଦ କାରବାରକୁ ଅବକାରୀ ବିଭାଗ କିମ୍ବା ପୁଲିସ ରୋକିବାରେ ଏକ ପ୍ରକାର ବିଫଳ ହୋଇଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାର କଣ୍ଟାମାଳ ବ୍ଲକରେ ୧୪ ଦେଶୀ ଭାଟି ରହିଥିବା ବେଳେ ୪ ଗୋଟି ବିଦେଶୀ ମଦ ଦୋକାନ ରହିଛି । ସେହିପରି ବୌଦ୍ଧ ବ୍ଲକରେ ୭ଟି ଦେଶୀ ଭାଟି ଓ ୨ଟି ବିଦେଶୀ ମଦ ଦୋକାନ ରହିଛି ।
ହରଭଙ୍ଗା ବ୍ଲକରେ ୮ଟି ଦେଶୀ ଭାଟିରୁ ରୁ ଗୋଟେ ବନ୍ଦ ରହିଛି ଓ ୪ଟି ବିଦେଶୀ ମଦ ଦୋକାନ ରହିଛି । ସେହିପରି ବୌଦ୍ଧ ସହରରେ ଗୋଟିଏ ଦେଶୀ ଭାଟି ରହିଥିବା ବେଳେ ୩ଟି ବିଦେଶୀ ମଦ ଦୋକାନ ଓ ଗୋଟିଏ ଅଫ ସପ ରହିଛି । ଜିଲ୍ଲାରେ ବେଆଇନ ଭାବରେ ଶତାଧିକ କୁଚିଆ ମଦ ଦୋକାନ ଖୋଲାଯାଇ ବିଭିନ୍ନ ପାନ ଦୋକାନ, ରାଜରାସ୍ତା କଡରେ ଥିବା ଢାବା, ଫାଷ୍ଟଫୁଡ ଦୋକାନ ଆଦି ଗୁଡିକରେ ବ୍ୟାପକ ଭାବେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି ।
ଦେଶି ମଦ ପ୍ରସ୍ତୁତ ପାଇଁ ଯେଉଁ ଭାଗମାପ ରହିଛି ଏହାକୁ ଭାଟି ଗୁଡିକ ପାଳନ ନକରି କେମିକାଲ ଦ୍ୱାରା ପ୍ରସ୍ତୁତ କରୁଥିବାରୁ ଏହାକୁ ବ୍ୟବହାର କରି ଅନେକ ଲୋକଙ୍କ ଅକାଳେ ମୃତ୍ୟୁ ହେଉଥିବାର ଅଭିଯୋଗକୁ ନେଇ ମଦ ବିକ୍ରି ବନ୍ଦ ନେଇ ବହୁ ସମୟରେ ମହିଳାମାନେ ରାଜରାସ୍ତା ଅବରୋଧ ସହିତ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯାଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଲାଭଖୋର ମନବୃତ୍ତି ଓ ରାଜସ୍ୱ ବୃଦ୍ଧି ଆଳରେ ମାଫିଆମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରୁ ନାହିଁ କି ବେଆଇନ ମଦବିକ୍ରି ବନ୍ଦ ହେଉନାହିଁ । ମଦକୁ ନେଇ ଜିଲ୍ଲାର ପ୍ରତିଦିନ ପାରିବାରିକ କଳହ, ସଡକ ର୍ଦୁଘଟଣା ସହିତ ବଡ ବଡ ହିଂସା ମାନ ଘଟୁଥିବା ଦେଖିବାକୁ ମିଳଛି ।
ପ୍ରଶାସନ ଗୋଟିଏ ପାଖରେ ମଦ୍ୟପାନ କରି ଗାଡିମଟର ନ ଚଳାଇବା ପାଇଁ ସଚେତନତା କରାଉଥିବା ବେଳେ ଅନ୍ୟ ପାଖରେ ଜିଲ୍ଲାରେ ବେଆଇନ ଭାବରେ ଶତାଧିକ ମଦ ଦୋକାନ ଖୋଲିଛି ଏହା ଉପରେ କୌଣସି ପ୍ରକାର ରୋକ ନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି ।
ବେଆଇନ ମଦ ବିକ୍ରି ଉପରେ ପ୍ରଶାସନ ଯଦି ଅଙ୍କୁଶ ନ ଲଗାଯାଏ ତାହାହେଳେ ଆଗାମୀ ଦିନରେ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ବୁଦ୍ଧିଜୀବୀରେ ମତ ପ୍ରକାଶ ପାଉଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031