Indus Valley Times

ବୌଦ୍ଧ : ଦ୍ୱିତୀୟ ଗନ୍ଧରକ୍ଷଢ଼ି ଲୋକକଳା ମହୋତ୍ସବ ତୃତୀୟ ସନ୍ଧ୍ୟା

 Breaking News

ବୌଦ୍ଧ : ଦ୍ୱିତୀୟ ଗନ୍ଧରକ୍ଷଢ଼ି ଲୋକକଳା ମହୋତ୍ସବ ତୃତୀୟ ସନ୍ଧ୍ୟା

February 25
20:02 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୫/୨ : ଦ୍ୱିତୀୟ ଗନ୍ଧରକ୍ଷଢ଼ି ଲୋକକଳା ମହୋତ୍ସବ ତୃତୀୟ ସନ୍ଧ୍ୟା , ଗନ୍ଧରାଢ଼ୀ ହେଉଛି ମର୍ତ୍ୟର ବୈକୁଣ୍ଠ ଅଟେ: ଅତିଥିଙ୍କ ବକ୍ତବ୍ୟ ବୌଦ୍ଧ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଂଚାୟତ ଜଗତି ହାଇସ୍କୁଲ ପଡିଆ ମହୋତ୍ସବ ମଣ୍ଡରେ ଗୁରୁବାର ଦିନ ଗନ୍ଧରକ୍ଷଢ଼ୀ ଲୋକକଳା ମହୋତ୍ସବ ତୃତୀୟ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ତୃତୀୟ ଦିବସରେ ମହୋତ୍ସବ କମିଟିର ସଭାପତି ଅଶୋକ କୁମାର ସାହୁଙ୍କ ଅଧ୍ୟକ୍ଷତକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଯୋଗ ଦେଇ ହର ଓ ହରିଙ୍କ ଠାରେ ପୂଜାର୍ଚନା ପୂର୍ବକ ସଂକୃତିକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନ୍ୟତମ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ , ଉଠାଜଳ ସେଚନ ବିଭାଗ, ଅଧ୍ୟକ୍ଷ ଅମରେଶ ପତ୍ରୀ , ହରଭଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ, ବୌଦ୍ଧ ଜିଲ୍ଲାପରିଷଦ, ଉପସଭାପତି ଶଙ୍କର୍ଷଣ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଓଡ଼ିଆ ବିଭାଗ ପ୍ରାନ୍ତନ ପ୍ରଧ୍ୟାପକ ବାସୁଦେବ ପାତ୍ର ଯୋଗଦେଇ “ଗନ୍ଧରାଢ଼ୀ ହେଉଛି ମର୍ତ୍ୟର ବୈକୁଣ୍ଠ ” ବୋଲି ଉପସ୍ଥାପନା କରିଥିଲେ ।
ଗନ୍ଧରାଢ଼ୀ ମହାବିଦ୍ୟାଳୟ ଛାତ୍ରୀ ମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ସମ୍ପାଦକ ଶମ୍ଭୁ ଗିରି ତୃତୀୟ ଦିବସର ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ ଶବର ସେଠି ଅତିଥି ପରିଚୟ ପ୍ରଦାନ କରିଥିଲେ ।
ଶିକ୍ଷକ ବସନ୍ତ ସାହୁ ସଭା ପରିଚାଳନା କରିଥିବା ବେଳେ ଗନ୍ଧରାଢୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାତ କୁମାର ଶତପଥି ଧନ୍ୟବାଦ ଅର୍ପଣ କରାଯାଇଥିଲା ।
ଏହାପରେ ବଲାଙ୍ଗୀରର ସୁର ସଙ୍ଗମ ଆଦିବାସୀ ନୃତ୍ୟଓ ସମ୍ବଲପୁରୀ ନୃତ୍ୟ, ବୌଦ୍ଧର ଗେଲ୍ଲକ୍ଷ ମା କଳା ନିକେତନର ଓଡିଶୀ ନୃତ୍ୟ ଓ ସମ୍ବଲପୁରୀ ନୃତ୍ୟ, ଗନ୍ଧରାଢ଼ୀ କଳାପରିଷଦ ଦଣ୍ଡ ଓ ସମ୍ବଲପୁରୀ ନୃତ୍ୟ, ସମ୍ବଲପୁର ପଦ୍ମିନୀ ଦୋରାଙ୍କ ଲୋକ ଗୀତ ଓ ନୃତ୍ୟ, ବାଉଁଶୁଣିର ଘୁଙ୍ଗୁର କଳାପରିଷଦ ଲୋକ ନୃତ୍ୟ, ତେଲିବନ୍ଧ ହାଇସ୍କୁଲ, କମିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ସରସ୍ବତୀ ଶିଶୁମନ୍ଦିର ସଂକୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
ଗନ୍ଧରାଢୀ ଲୋକ କଳା ମହୋତ୍ସବ ସମସ୍ତ କର୍ମକର୍ତ୍ତା ଏବଂ ଅଞ୍ଚଳବାସୀ ସହଯୋଗ କରିଥିଲେ। ଦର୍ଶକ ମିନାବଜାର ଓ ବିଭିନ୍ନ ଖାଦ୍ୟରଭରପୁର ଖାଦ୍ୟ ଷ୍ଟଲର ଖାଦ୍ୟ ଖାଇ ମଜା ନେଉଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031