Indus Valley Times

ବୌଦ୍ଧ ଧନୁଯାତ୍ରା:ରାଇ ମାନ ଭଂଜନ ନାଟକ ମଂଚସ୍ଥ

 Breaking News

ବୌଦ୍ଧ ଧନୁଯାତ୍ରା:ରାଇ ମାନ ଭଂଜନ ନାଟକ ମଂଚସ୍ଥ

December 17
11:27 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୭/୧୨: ବୌଦ୍ଧ ମଦନମୋହନ ନାଟ୍ୟ କଳାପରିଷଦ ପକ୍ଷରୁ ଭୈରବୀ ପଡିଆ ଠାରେ ଚାଲିଥିବା ଧନୁଯାତ୍ରାର ଆଜି ଷଷ୍ଠ ସନ୍ଧ୍ୟା । ଷଷ୍ଠ ସନ୍ଧ୍ୟାରେ ନାଟକ ରାଇ ମାନଭଂଜନ ମଂଚସ୍ଥ ହୋଇଥିଲା । ଆଜିର ନାଟକର ପ୍ରାରମ୍ଭରେ ନିର୍ବାକ ନୃତ୍ୟ ନାଟିକା ସତୀ ଆତ୍ମହତୀ ନାଟକ ମଂଚସ୍ଥ ହୋଇଥିଲା ।
ପରେ ନାଟକ ଆରମ୍ଭ ହୋଇଥିଲା । ନାଟକରେ କୃଷ୍ଣଙ୍କ ସହିତ ରାଧାଙ୍କ ମନମାଳିନ ହେବାରୁ କୃଷ୍ଣ ବର୍ଣ୍ଣର ସମସ୍ତ ବସ୍ତୁ ପରିତ୍ୟାଗ କରିବା ସହ ନୀଳଶାଢି,ନୀଳଚୁଡି,କଜଳ, ଏମିତିକି ଶୁଆଶାରୀକୁ ମଧ୍ୟ ପରିତ୍ୟାଗ କରି ମାନ କରିବସିଲେ । ରାଧାଙ୍କର ମାନ ଭଂଜନ କରିବା ପାଇଁ କୃଷ୍ଣ କାଚରାଣୀ ବେଶ ମାଳିଆଣି ବେଶ, ନାପିତୁଳୀ ବେଶ ଓ ବହୁ ପ୍ରକାର ବେଶ ହୋଇ ରାଧାଙ୍କର ମାନ ଭଂଜନ କରିବା ପାଇଁ କୃଷ୍ଣ ଚେଷ୍ଟା କରି ବିଫଳ ହୁଅନ୍ତି ।
ଶେଷରେ ଯୋଗୀ ବେଶ ହୋଇ ରାଧାଙ୍କର ମାନ ଭିକ୍ଷାରେ ମାଗି ନିଅନ୍ତି ଓ ରାଧାଙ୍କର ମାନଭଂଜନ ହୁଏ । କଂସ ଅକୃରଙ୍କୁ ପ୍ରେରଣ କରନ୍ତି କୃଷ୍ଣ ବଳରାମଙ୍କୁ ମଥୁରା ଆଣିବା ପାଇଁ ଧନୁଯାତ୍ରା ଦେଖିବାକୁ । ଅକୃର ଗୋପ ଯାଇ କୃଷ୍ଣ ବଳରାମଙ୍କୁ ରଥରେ ବସାଇ ମଥୁରା ଆଣିବା ପାଇଁ । ବାଟରେ ଯମୁନା ନଦୀରେ ଗାଧେଇବା ବେଳେ ଅକୃରଙ୍କ ଭକ୍ତି ଭାବ ଜାଗ୍ରତ ହୁଏ ।
ଅକୃର ଜଳ ଭିତରେ ସ୍ଥଳ ଉପରେ ଏବଂ ଶୂନ୍ୟରେ ମଧ୍ୟ କୃଷ୍ଣଙ୍କୁ ଦର୍ଶନ କରନ୍ତି । ମଥୁରା ଆଣି କଂସର ମଧୁ ବନରେ ଆଶ୍ରୟ ଦିଅନ୍ତି ନାଟକ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ଛୋଟବଡ କଳାକାରମାନେ ନିଖୁଣ ଅଭିନୟ ଦର୍ଶକଙ୍କୁ ଦୀର୍ଘ ସମୟ ଧରି ଯାତ୍ରା ପଡିଆରେ ବାନ୍ଧି ରଖିଥିଲା ।
ଗଡଜାତ ଲୋକ ମହୋତ୍ସବ ଉଦଘାଟିତ
ବୌଦ୍ଧ,୧୭/୧୨: କଳା ଓ ସଂସ୍କୃତିର ମହାମିଳନ ଗଡଜାତ ଲୋକ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଗୁରୁବାର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବିରନରସିଂହପୁର ସ୍ଥିତ ସାଧୁଚରଣ ହାଇସ୍କୁଲ ପଡିଆ ଠାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଉଦ୍‌ଘାଟିତ ହୋଇଯାଇଛି ।
ଏହି ଅବସରରେ ବିରନରସିଂହପୁର ସୁବର୍ଣ୍ଣେଶ୍ୱର ଶିବ ମନ୍ଦିର ଓ ଜଗନ୍ନାଥ ମନ୍ଦିର ଠାରୁ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରିବା ସହ ମହୋତ୍ସବ ପଡିଆରେ ପଂହଚିଥିଲା । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶ୍ରମମନ୍ତ୍ରୀ ସୁକାନ୍ତ ସାହୁ ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ଜିଲ୍ଲା ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶ୍ୱିନୀ ମେହେର, ପୂର୍ବତନ ଜିଲ୍ଲାପାରିଷଦର ଅଧ୍ୟକ୍ଷ ସୁରଜ ପ୍ରଧାନଯୋଗଦେଇଥିବା ବେଳେ ଗଡଜାତ ଲୋକ ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ୭ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ବିଶ୍ୱଜିତ ମିଶ୍ର ଅଧ୍ୟକ୍ଷତା କରିଥିଲେ । ସାମ୍ବାଦିକ ବାଲାଜୀ ବିଭୂ ରଂଜନ ତରସିଆ ମଂଚ ପରିଚାଳନା କରିଥିଲେ । ସମ୍ବଲପୁରର ସମ୍ବଲପୁରୀ,ଦଣ୍ଡ ନୃତ୍ୟ, ଓ ସ୍ଥାନୀୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପଲ୍ଲିଶ୍ରୀ ମେଳାରେ ୭୦ ଷ୍ଟଲ ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ବ୍ୟବସାୟୀମାନେ ଆସି ସେମାନଙ୍କ ପସରା ଖୋଲିଥିବା ବେଳେ ସ୍ୱଂୟ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ସେମାନଙ୍କର ତିଆରି ଜିନିଷ ସବୁ ବିକ୍ରି କରୁଛନ୍ତି ।
ବେଆଇନ ଗଂଜେଇ ଚାଷ ଏବଂ ଚୋରା ଚାଲାଣ ରୋକିବା ସଂପର୍କ
ବୌଦ୍ଧ,୧୭ା୧୨: ବୌଦ୍ଧଜିଲ୍ଲାରେ ବେଆଇନ ଗଂଜେଇ ଚାଷ ବ୍ୟାପକ ଭାବରେ ହେଉଥିବା ନେଇ ଅଭିଯୋଗ ହୋଇଆସୁଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ରୋକିବା ଦିଗରେ ପ୍ରୟାସ ଜାରି ରହିଛି । ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ବେଆଇନ ଗଂଜେଇ ଚାଷ ଓ ଚୋରାଚାଲାଣ ସଂପର୍କରେ ଜନସଚେତନତା ଉଦ୍ଦେଶ୍ୟରେ ଏକ ରଥ ଜିଲ୍ଲା ପରିକ୍ରମା କରିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ବାହାରିଥିବା ଏହି ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।
ଏହି ସଚେତନତା ରଥ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ରହୁଥିବା ପଞ୍ଚାୟତ ବ୍ରାହ୍ମଣିପାଲି, ଆମ୍ବଝରୀ, ବଘିଆପଡା,ଟିକରପଡା, ଶଗଡା, ଗୁନ୍ଦୁଳିଆ ଆଦି ଅଞ୍ଚଳ ଓ କଣ୍ଟାମାଳ ବ୍ଳକର ବିଭିନ୍ନ ଅଞ୍ଚଳ ପରିକ୍ରମା ସହିତ ଜନସାଧାରଣଙ୍କୁ ଅବକାରୀ ଆଇନ ସଂପର୍କରେ ସଚେତନ କରିବା ସହିତ ବେଆଇନ ଗଂଜେଇ ଓ ମଦ କାରବାରରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ରହିଥିବା ଦଣ୍ଡବିଧାନ ସଂପର୍କରେ ସଚେତନ କରାଇଛି । ଗଂଜେଇ ଚାଷ ଓ ବ୍ୟାପକ ମଦ କାରବାର ହେଉଥିବା ଗ୍ରାମ ଗୁଡିକର ଜନପ୍ରତିନିଧି ଓ ସଚେତନ ନାଗରିକମାନେ ଏ ସଂପର୍କରେ ସୂଚନା ପାଇଲେ ତୁରନ୍ତ ପ୍ରଶାସନକୁ ଜଣାଇବାକୁ ନିବେଦନ କରାଯାଇଛି । ଏଥିସହିତ ପାଲା ମାଧ୍ୟମରେ ମଧ୍ୟ ଲୋକଙ୍କୁ ବେଆଇନ ଗଂଜେଇ ଚାଷ ନକରିବାକୁ ସଚେତନ କରାଯାଇଛି । ଜିଲ୍ଲାରେ ଗଂଜେଇ ଚାଷ ଏକ ସାମାଜିକ ବ୍ୟାଧି ହୋଇସାରିଥିବାବେଳେ ଗରିବ ଚାଷୀ ଓ ବେକାର ଯୁବକମାନେ ଅର୍ଥ ଲୋଭରେ ପଡି ନିଜକୁ ଏହି ବେଆଇନ ଚାଷରେ ନିେୟୋଜିତ କରି ଧରାପଡିଲେ ଜୀବନ ସାରା ଜେଲ କୋଠରୀ ମଧ୍ୟରେ କାଳାତିପାତ କରୁଛନ୍ତି । ମିଳିଥିବା ସୂଚନା ମୁତାବକ ଏହି ଅପରାଧରେ ସଂପୃକ୍ତ ବ୍ୟକ୍ତିବିଶେଷ ଚାଷୀଋଣ ବାହାନାରେ ବିଭିନ୍ନ ସଂସ୍ଥାରୁ ଋଣ ଆଣି ଗଂଜେଇ ଚାଷରେ ଲଗାଇଥିବା ଜଣାପଡିଛି । ତେଣୁ ପ୍ରଶାସନ ପକ୍ଷରୁ ଏହି ବେଆଇନ ଚାଷରୁ ନିବୃତ ରହିବାକୁ ସଚତେନତା ରଥ ମାଧ୍ୟମରେ ନିବେଦନ କରାଯାଇଛି । ଏହି ସଚେତନତା ରଥର ଉଦଘାଟନ ଅବସରରେ ଜିଲ୍ଲା ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାୟକ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ,ଅବକାରୀ ଇନିସପେକ୍ଟର ସାଗରୀକା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031