Indus Valley Times

ବୌଦ୍ଧ ନ୍ୟୁଜ୍‌

 Breaking News

ବୌଦ୍ଧ ନ୍ୟୁଜ୍‌

November 07
10:41 2020

BY Kambhudhar Kheti

ସନ୍ତୋଷିନୀ ହତ୍ୟାକାଣ୍ଡର ପର୍ଦ୍ଦାଫାଶ
ଚୋରା ପ୍ରିତିର ବିଶମ ପରିଣତି, ଅଭିଯୁକ୍ତ ପ୍ରେମିକ ଗିରଫ

ବୌଦ୍ଧ,୭/୧୧- ବୌଦ୍ଧଥାନା ଅନ୍ତର୍ଗତ ବୀରନରସିଂହପୁର ଗ୍ରାମ ପଂଚାୟତର ବୀରରାମଚନ୍ଦ୍ରପୁର୍ ଗ୍ରାମରେ ଚଳିତ ମାସ ୧ତାରିଖ ଦିନ ସେହି ଗ୍ରାମର ସନ୍ତୋଷିନୀ ନାମକ ଜଣେ ମହିଳା ନିକଟସ୍ଥ ନାଳକୁ ଶୌଚ ହେବାପାଇଁ ଯାଇଥିବାବେଳେ ତାଙ୍କୁ କେହି ଦୁର୍ବୁତ ହତ୍ୟା କରିଥିବା ୫ଦିନ ପରେ ଆଜି ବୌଦ୍ଧ ପୋଲିସ ଘଟଣାର ପର୍ଦ୍ଦାଫାସ କରିଛି ।

ଆଜି ବୌଦ୍ଧ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଏସସଡିପିଓ ସାଲେଷ୍ଟିନ୍ ଟିଗା । ପୋଲିସ ସୁତ୍ରରୁ ପ୍ରକାଶ ଯେ ମୃତ ସନ୍ତୋଷିନୀ ସହ ସେହି ଗ୍ରାମର ଅଭିଯୁକ୍ତ ଯୋଗେଶ୍ୱର ବେହେରା (୨୮ ) ଚୋରା ପ୍ରିତି ଦିର୍ଘ ୭ବର୍ଷ ଧରି ରହି ଆସିଥିଲା । ସନ୍ତୋଷିନୀଙ୍କ ସ୍ୱାମୀ ବାହାରେ କାମ କରୁଥିବାରୁ ଏହାର ସୁଯୋଗ ଉଭୟେ ନେଉଥିଲେ । ଏହା ପୂର୍ବରୁ ସନ୍ତୋଷିନୀର ଦୁଇଥର ଗର୍ଭପାତ ମଧ୍ୟ ଅଭିଯୁକ୍ତ ଯୋଗେଶ୍ୱର କରାଇଥିଲା । ଇତି ମଧ୍ୟରେ ସନ୍ତୋଷିନୀ ଦୁଇ ମାସର ଅନ୍ତଃସତ୍ୱା ହୋଇଥିଲେ । ସେ ତିନି ସନ୍ତାନର ଜନନୀ ହୋଇଥିବାରୁ ଗର୍ଭପାତ ପାଇଁଁ ବାରମ୍ବାର ସନ୍ତୋଷିନୀ ଅଭିଯୁକ୍ତ ଯୋଗେଶ୍ୱର କୁ କହୁଥିଲେ ମଧ୍ୟ ସେ ବିଭିନ୍ନ ଆଳ ଦେଖାଇ ସମୟ ଗଡେଇ ଚାଲିଥାଏ । ଅଭିଯୁକ୍ତ ଯୋଗେଶ୍ୱର ଗତ ଦୁଇମାସ ତଳେ ବିବାହ କରିଥିବାରୁ ପ୍ରେମିକାର ଏହି ଗର୍ଭଧାରଣକୁ ସ୍ୱୀକାର କରୁନଥିଲା । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ଥର ପାଟିତୁଣ୍ଡ ମଧ୍ୟ ହୋଇଥିଲା । ଏମିତିକି ସନ୍ତୋଷିନୀ ଅଭିଯୁକ୍ତଙ୍କ ଘରେ ରହିବେ ବୋଲି ମଧ୍ୟ ଜିଦ୍ କରୁଥିଲେ । ତେବେ ସନ୍ତୋଷୀନୀକୁ ରାସ୍ତାରୁ ନହଟାଇଲେ ତାର ଚୋରା ପ୍ରିତି ପଦାରେ ପଡିଯିବ ବୋଲି ମନରେ ବିଚାର କରି ଅଭିଯୁକ୍ତ ସୁଯୋଗ ଅପେକ୍ଷାରେ ଥିଲା । ଘଟଣା ପୁର୍ବଦିନ ଦିନ ରାତିରେ ଗ୍ରାମରେ ଲକ୍ଷ୍ମୀ ପୂଜା ହେଉଥିଲା । ସାଙ୍ଗ ମେଳରେ ଅଭିଯୁକ୍ତ ଯୋଗେଶ୍ୱର ତାସ ଖେଳି ବିଳମ୍ବିତ ରାତିରେ ଘରକୁ ଫେରି ଶୋଇ ପଡିଥିଲା । ସକାଳୁ ଉଠି ମୋବାଇଲ ଦେଖିବାରେ ରାତିରେ ସନ୍ତୋଷିନୀର ମିସକଲ ଅଛି । ସଙ୍ଗେ ସଙ୍ଗେ ସନ୍ତୋଷିନୀକୁ ଫୋନ୍ କରିଥିଲେ ମଧ୍ୟ ସନ୍ତୋଷିନୀ ଉଠାଇ ନଥିଲେ । ଫୋନଟି ତାଙ୍କ ଯା ଉଠାଇବାରୁ ଯୋଗେଶ୍ୱର ସନ୍ତୋଷିନୀ କୁଆଡେ ଯାଇଛନ୍ତି ବୋଲି ପଚାରିବାରୁ ଶୌଚପାଇଁ କେନାଲଆଡେ ଯାଇଥିବା କହିଥିଲେ । ଏହାପରେ ଯୋଗେଶ୍ୱର ଶୌଚପାଇଁ ଯାଇଥିବା ସନ୍ତୋଷିନୀଙ୍କ ପିଛାକରି କେନାଲ ଆଡେ ଯାଇଥିଲା । ଘରଠାରୁ ପ୍ରାୟ ୩୦୦ ମିଟର ଦୂରରେ ଉଭୟ ଭେଟ ହୋଇ ଗର୍ଭପାତ କରାଇବାକୁ ନେଇ ଯୁକ୍ତିତର୍କ ହୋଇଥିଲେ । ଯୋଗେଶ୍ୱର ସେଠାରେ ସନ୍ତୋଷିନୀକୁ ଠେଲି ଦେବାରୁ କେନାଲର କଂକ୍ରିଟ ଗାର୍ଡ ୱାଲରେ ମୁଣ୍ଡବାଜି ତଳେ ପଡି ଯାଇଥିଲେ । ତାପରେ ତାଙ୍କର ମୁଣ୍ଡକୁ ୩/୪ ଥର ସେହି ୱାଲରେ ଛେଚିବା ପରେ ପିନ୍ଧା ଲୁଗା ସାହାଯ୍ୟରେ ତଣ୍ଟି ଚିପିି ମାରି ଦେଇଥିଲା । ସନ୍ତୋଷିନୀର ମୃତ୍ୟୁକୁ ନେଇ ତାଙ୍କ ଦାଦା ପୁଅ ପ୍ରଦିପ ସ୍ୱାଇଁ ସେହିଦିନ ବୌଦ୍ଧ ଥାନାରେ ତାଙ୍କ ଭଉଣୀକୁ ହତ୍ୟା କରାଯାଇଥିବାର ଅଭିଯୋଗ ପ୍ରକାରେ ବୌଦ୍ଧ ଆଦର୍ଶ ଥାନା ପୋଲିସ୍ ଘଟଣାର ତଦନ୍ତ କରି ଗ୍ରାମର ଅନେକ ଯୁବକଙ୍କୁ ପଚରା ଉଚରା କରୁଥିଲା । ଯୋଗେଶ୍ୱରର ଫୋନ କଲକୁ ଭିତିକରି ତାକୁ ପଚରା ଉଚରା କରିବାରେ ସେ ସବୁ ସତକଥା କହିବାସହ ତାକୁ ମାରି ଦେଇଥିବା ସ୍ୱୀକାର କରିଥିଲା । ଗତକାଲି ଅଭିଯୁକ୍ତ ଯୋଗେଶ୍ୱରକୁ ଗିରଫ କରି ଆଜି ପୋଲିସ୍ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏହି ସମ୍ମିଳନୀରେ ସବ୍ ଇନିସ୍ପେକ୍ଟର ପୁରୋସ୍ତମ ସ୍ୱାଇଁ, ମମତା ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ଥିଲେ ।


ବାଉଁଶୁଣି ଛକ ଶ୍ରୀ ଜଗନ୍ନାଥଙ୍କ ଦାନବାକ୍ସରୁ ଚୋରୀ

ବୌଦ୍ଧ,୭/୧୧: ବୌଦ୍ଧସହର ମାଳିସାହି ଦୁର୍ଗାମଣ୍ଡପର ଦାନ ବାକ୍ସ ଭାଙ୍ଗି କେହି ଦୁର୍ବୃତ୍ତ ଦାନ ଟଙ୍କା ଗତକାଲି ଲୁଟି ନେଇଥିବାବେଳେ ଆଜି ସକାଳୁ ବାଉଁଶୁଣି ଛକରେ ସମାନ ଘଟଣା ଦେଖିବାକୁ ମିଳିଛି । ଗତ ରାତିରେ ବୌଦ୍ଧବ୍ଲକ ବାଉଁଶୁଣି ଛକ ନିକଟରେ ଥିବା ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଦାନ ବାକ୍ସ ଭାଙ୍ଗି କେହି ଦୁର୍ବୃତ୍ତ ଦାନ ଟଙ୍କା ଚୋରିକରି ନେଇଥିବା ଆଜି ସକାଳେ କମିଟିର କର୍ମକର୍ତ୍ତାମାନେ ଦେଖିବାକୁ ପାଇଥିଲେ ।

ମନ୍ଦିର ମଧ୍ୟରେ ପ୍ରବେଶକରି ପଡିଥିବା ତାଲାକୁ ନଭାଙ୍ଗି ଦାନବାକ୍ସର ଉପର ଲୁହାପ୍ଲେଟକୁ ତାଡି ଦେଇ ବାକ୍ସରେ ଥିବା ସମସ୍ତ ଦାନ ଟଙ୍କା ଲୁଟି ନିଆଯାଇଛି । ରଥଯାତ୍ରା ସମୟରୁ ଦାନବାକ୍ସ ଖୋଲାଯାଇନଥିବା କମିଟିର କର୍ମକର୍ତ୍ତା କହୁଥିବାବେଳେ ବାକ୍ସରେ କେତେ ଟଙ୍କା ଥିଲା ଆନୁମାନିକ କୁହାଯାଇପାରୁନାହିଁ । ଏ ସଂପର୍କରେ କମିଟି ତରଫରୁ ବାଉଁଶୁଣି ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ବାଉଁଶୁଣି ପୋଲିସ ଛକରେ ରାତ୍ରୀ ପେଟ୍ରୋଲିଂ ନିୟମିତ କରୁଥିବା କୁହାଯାଉଥିବା ବେଳେ ବାରମ୍ବାର ଛକ ଓ ବଜାର ଅଂଚଳରେ ଚୋରୀ ହେଉଥିବାରୁ ସ୍ଥାନୀୟ ଜନସାଧାରଣ ଓ ବ୍ୟବସାୟୀ ଆତଙ୍କିତ ହୋଇ ପଡିଛନ୍ତି । ପୋଲିସ ପେଟ୍ରୋଲିଂ ବ୍ୟବସ୍ଥାକୁ ଆହୁରି କଡାକଡି କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।


ସଂରକ୍ଷିତ ଜଙ୍ଗଲ ଭିତରେ ୯୨ ଏକର ଗଞ୍ଜେଇ ଗଛ ନଷ୍ଟ କଲା ବୌଦ୍ଧ ପୋଲିସ
ବୌଦ୍ଧ,୭/୧୧: ବୌଦ୍ଧ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓ ସାଲେଷ୍ଟିନ ଟୀଗାଙ୍କ ନେତୃତ୍ୱରେ କଂଟାମାଳ ବ୍ଲକ ପେନାଯୋର ସଂରକ୍ଷିତ ଜଙ୍ଗଲ ଭିତରୁ ପ୍ରାୟ ୯୨ ଏକର ଜଙ୍ଗଲ ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ କାଟି ପୋଡି ନଷ୍ଟ କରି ଦିଆଯାଇଛି । ବିଶ୍ୱସ୍ଥ ସୁତ୍ରରୁ ଖବରପାଇ ପୋଲିସ ଏହି ସ୍ଥାନରେ ଚଢାଉ କରିଥିଲା । ପୋଲିସ ଆସିବା ଜାଣିପାରି ଏହି ଗଞ୍ଜେଇ ଚାଷ ଜମିରେ କାର୍ଯ୍ୟ କରୁଥିବା କେତେକ ଲୋକ ଖସି ପଳାଇଥିଲେ । ତେବେ ଏହି ସମୁଦାୟ ଜମିରୁ ୧୯,୪୦୦ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ଶ୍ରୀ ଟିଗା ପ୍ରକାଶ କରିଥିଲେ । ଜବତ ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ହେବ । ଆଗାମୀ ଦିନରେ ଏହି ଗଞ୍ଜେଇ ଗଛ କଟା ଅପରେସନକୁ ଯୋରଦାର କରାଯିବ ବୋଲି ସେ ପ୍ରକାଶ କରିଥିଲେ । ଏହି ଚଢାଉରେ କଂଟାମାଳ ଥାନାର କର୍ମଚାରୀ, ଜଙ୍ଗଲ ବିଭାଗ ଓ ରାଜସ୍ୱ ବିଭାଗର କର୍ମଚାରୀ ମାନେ ସାମିଲ ଥିଲେ ।


ବୌଦ୍ଧଜିଲ୍ଲାରୁ ଆଜି ୧୬ କରୋନା ପଜିଟିବ ଚିହ୍ନଟ
ବୌଦ୍ଧ,୭/୧୧ -ବୌଦ୍ଧ ଜିଲ୍ଲାରୁ ଆଜି ୧୬ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ୨୬୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧ ସହରାରୁ ୪ ଜଣ, ବୌଦ୍ଧ ବ୍ଲକ୍ ଟୁନିଖମାର୍ ଗ୍ରାମରୁ ୧ ଜଣ, ନାରାୟଣ ନଗର ଗ୍ରାମରୁ ୧ ଜଣ, ଗମ୍ଭାରୀ ପଦରରୁ ୧ ଜଣ, ଝାରମୁଣ୍ଡା ଗ୍ରାମରୁ ୧ ଜଣ, କଣ୍ଟାମାଳ ବ୍ଲକ୍ ଭୁର୍କୀପଡା ଗ୍ରାମରୁ ୧ ଜଣ, ଗରିଆପାଲି ଗ୍ରାମରୁ ୧ ଜଣ, ଶୁଣ୍ଢିପଦର ଗ୍ରାମରୁ ୧ ଜଣ, ଘୋରଡା ମୁଣ୍ଡା ଗ୍ରାମରୁ ୨ ଜଣ ଓ ହରଭଙ୍ଗା ବ୍ଲକ୍ କୃଷ୍ଣପାଲି ଗ୍ରାମରୁ ୩ ଜଣ ରହିଛନ୍ତି । ଆଜିସୁଦ୍ଧା ଜିଲ୍ଲାରେ ୨୪୯୮ ଜଣ କରୋନା ପଜିଟିଭ ସୁସ୍ଥ ହୋଇ ସାରିଥିବା ବେଳେ ୧୨୩ ଜଣ ଚିକିତ୍ସାଧୀନ ଅଛନ୍ତି ଓ ବୌଦ୍ଧଜିଲ୍ଲାରେ ୧୫ଜଣ ପ୍ଲାଜମା ଦାନ କରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁୁ ସୂଚନା ଦିଆଯାଇଛି ।


ବୈାଦ୍ଧ ଏନଏସି ପକ୍ଷରୁ ସ୍ୱଚ୍ଛସର୍ବେକ୍ଷଣ ସଚେତନତା ସଭା
ବୌଦ୍ଧ,୭/୧୧-ବୈାଦ୍ଧଗଡ ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ସ୍ୱଚ୍ଛସର୍ବେକ୍ଷଣ -୨୦୨୧ କାର୍ଯ୍ୟକ୍ରମର ସଫଳ ରୂପ ଅନୁଷ୍ଠିତ ହୋଇଯାଇଛି । ପରିଷଦର ନିର୍ବାହୀ ଅଧିକାରୀ ଇଂ ମନୋରଂଜନ ପଣ୍ଡାଙ୍କ ନେତୃତ୍ୱରେ ବୈାଦ୍ଧଗଡ ବିଜ୍ଞାପିତ ଅଂଚଳ ପରିଷଦ କର୍ମଚାରୀ ସହରବାସୀଙ୍କୁ ସଚେତନତା କରାଇଥିଲେ । ସହରରେ ଲୋକଙ୍କୁ ଘର ଅଳିଆ ଆଣିବା ପାଇଁ ପ୍ରତ୍ୟକ ୱାର୍ଡରେ ଅଳିଆ ଗାଡି ବୁଲୁଛି । ଓଦା ଓ ଶୁଖିଲା ଅଳିଆ ପୃଥକ କରି ଅଳିଆ ଗାଡିରେ ପକାଇବାକୁ ସଚେତନତା କରାଯାଇାଥିଲା । ସେହିପରି ସହରରେ ଦୋକାନୀମାନଙ୍କ ଆବର୍ଜନା ସଂଗ୍ରହ ପାଇଁ ଉଭୟ ସକାଳେ ଓ ସନ୍ଧ୍ୟାରେ ପରିଷଦ ଗାଡି ବୁଲୁଛି । ତେଣୁ ଅଳିଆକୁ ବାହାରେ ନ ପକାଇ ଅଳିଆ ଗାଡିରେ ଦେବା ପାଇଁ ଅନୁରୋଧ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୁପର୍ଣ୍ଣା ମହାନ୍ତି, ସୁନିଲ ପ୍ରଧାନ, ଅରବିନ୍ଦ ବିଶ୍ୱାଳ, ସୁମନ୍ତ ପ୍ରଧାନଙ୍କ ସମେତ ଜମାଦାର ଓ ସମସ୍ତ ସ୍ୱଚ୍ଛସାଥୀ ଉପସ୍ଥିତଥିଲେ ।


ନିଳମ୍ବିତ ସେବା ସମବାୟ ସମିତି ସଂପାଦକଙ୍କୁ ପୁନଃ ନିଯୁକ୍ତି କରାଗଲେ ବୈାଦ୍ଧଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ବିରୋଧ କରାଯିବ
ବୌଦ୍ଧ,୭/୧୧-ବୈାଦ୍ଧଜିଲ୍ଲାରେ ସାର ବଣ୍ଟନରେ ଅନିମିୟତା ଦର୍ଶାଇ ନିଳମ୍ବିତ କରାଯାଇଥିବା ସେବା ସମବାୟ ସମିତି ସଂପାଦକଙ୍କୁ ପୁନଃ ନିଯୁକ୍ତି କରାଗଲେ ବୈାଦ୍ଧଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ବିରୋଧ କରାଯିବ ବୋଲି ଆଜି ଦଳ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଥିଲେ ।

ଦାବିପତ୍ରରେ ଜିଲ୍ଲାର ଚାଷୀମାନଙ୍କୁ ସାର ମିଳୁନଥିବା ବେଳେ ସେମାନେ ଗୋଟିଏ ଦାୟୀତ୍ୱ ସଂପର୍ଣ୍ଣ ସେବା ସମବାୟ ସମିତିର ସଂପାଦକ ହୋଇଥିଲେ ମଧ୍ୟ ଚାଷୀଙ୍କୁ ସାର ଦେବା ବଦଳରେ କିଛି ଅସାଧୁ ବ୍ୟକ୍ତିଙ୍କୁ ଅସାଧୁ ଉପାୟରେ ଅତ୍ୟଧିôକ ସାର ଦେବା ଯୋଗୁଁ ନିଳମ୍ବିତ କରାଯାଇଥିଲା । କିନ୍ତୁ ଶୁଣିବାକୁ ମିଳୁଛି ଏହି ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ପୁନଃ ନିଯୁକ୍ତି ଦେବାକୁ ଚକ୍ରାନ୍ତ ଚାଲିଛି । ଲୋକଙ୍କ ହିତଦୃଷ୍ଟିରୁ ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଭିଜଲାନ୍ସ ତଦନ୍ତ କରାଯାଉ । ଯଦି ଏମାନଙ୍କୁ ପୁନଃ ନିଯୁକ୍ତି ଦିଆଯାଏ ତାହାହେଲେ ଆଗାମୀ ଦିନରେ ଏମାନେ ପୁଣି ସେବା ସମବାୟକୁ ଆସୁଥିବା ସାର ଓ ମଣ୍ଡିରେ ଚାଷୀଙ୍କ ଧାନ ବିକ୍ରି ସମୟରେ ଅନେକ ଗୁଡିଏ ପ୍ରିୟାପ୍ରୀତି ସହିତ ଦୁର୍ନିତି ହେବାର ସମ୍ଭାବନା ରହିଛି । ତେଣୁ ଏମାନଙ୍କୁ ପୁନଃ ନିଯୁକ୍ତି କରାନଯାଉ । ଯଦି ପୁନଃ ନିଯୁକ୍ତିରେ ଅଧିକାରୀମାନେ ସଂପୃକ୍ତ ରହି ନିଯୁକ୍ତି କରନ୍ତି ତାହେଲେ ବାଧ୍ୟ ହୋଇ ବୈାଦ୍ଧଜିଲ୍ଲା ବିଜେପି ପକ୍ଷରୁ ତାଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହିତ ଆନ୍ଦୋଳନ କରାଯିବ । ଯଦି କୈାଣସି ଅପ୍ରୀତିକର ପରିସ୍ଥିତି ଉପୁଜେ ସେଥିପାଇଁ ସଂପୃକ୍ତ ଅଧିକାରୀ ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି । ଏହି ପ୍ରତିନିଧି ଦଳରେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସୁଶାନ୍ତ ବାଘ, ପୂୂର୍ବତନ ଜିଲ୍ଲା ସଭାପତି ମନୋରଂଜନ ଦାସ, ଜିଲ୍ଲା ସଭାନେତ୍ରୀ ନମିତାରାଣୀ ଦାସ,ମାଗୁଣୀ ଗାଇଗୈାରିଆ,ଅଟଳ ପ୍ରଧାନ, ସତ୍ୟାନନ୍ଦ ପାଣ୍ଡେ ପ୍ରମୁଖ ଉପସ୍ଥିତଥିଲେ ।


ଜିଲ୍ଲାସ୍ତରୀୟ ଧାନ କ୍ରୟକମିଟିି ବୈଠକ
ଜିଲ୍ଲାରେ ଚଳିତ ମାସ ୨୫ ତାରିଖରୁ ଧାନ କ୍ରୟ ଆରମ୍ଭ

ବୌଦ୍ଧ,୭/୧୧- ବୈାଦ୍ଧଜିିଲ୍ଲାରେ ଚଳିତ ଖରିଫ ୨୦୨୦-୨୧ବର୍ଷର ଖରିଫ ଧାନ ସଂଗହ ନିମନ୍ତେ ଜିଲ୍ଲାସ୍ତରୀୟ ଧାନକ୍ରୟକମିଟିର ପ୍ରଥମ ବୈଠକ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ବେସାମରିକ ଯୋଗାଣ ଅଧିକାରୀ ସୂଚନା ଦେଇଥିଲେ ଯେ ଗତ ଖରିଫ ଋତୁରେ ମୋଟ ୨୬୯୧୫ ଚାଷୀଙ୍କୁ ଧାନ ବିକ୍ରୟ ନିମନ୍ତେ ଟୋକନ ପ୍ରଦାନ କରାଯାଇଥିଲା ।

ସେଥିମଧ୍ୟରୁ ତା୩୧.୦୩.୨୦ରିଖ ସୁଦ୍ଧା ୨୪୨୯୧ ଚାଷୀଙ୍କଠାରୁ ୧୫୪୧୯୦୪.୮୯ କ୍ୱିଂଟାଲ ଧାନ କ୍ରୟକରାଯାଇ ସେମାନଙ୍କ ଧାନର ମୂଲ୍ୟ ୩ ରୁ ୪ ଦିନ ମଧ୍ୟରେ ବ୍ୟାଙ୍କଖାତାକୁ ପଠାଯାଇଥିଲା । ଚଳିତ ଖରିଫ ଋତୁ ପାଇଁ ମୋଟ ୩୪୩୫୦ ଚାଷୀ ପଂଜିକୃତ ହୋଇଛନ୍ତି । ଚାଷୀଙ୍କ ବ୍ୟାଙ୍କ ଆକାଉଂଟ ନମ୍ବର, ଜଳସେଚନର ଉତ୍ସ ଓ ଆପତି ପତ୍ରର ଯାଂଚମୋଟାମୋଟି ଶେଷହେବା ପ୍ରକାଶ କରିଥିଲେ । ଜିଲ୍ଲାରେ୧୦ ଏକରରୁ ଅଧିକ ଚାଷଜମି ପଂଜିକରଣ କରିଥିବା ୧୧୭୨ଜଣ ଚାଷୀଙ୍କ କ୍ଷେତ୍ର ଯାଂଚକାର୍ଯ୍ୟ ରାଜସ୍ୱ ନିରୀକ୍ଷକ, ସମବାୟ ସମିତି ସଂପାଦକ ଓ କୃଷି ବିଭାଗର କର୍ମଚାରୀଙ୍କ ଦ୍ୱାରା ଚାଲୁରହିଛି । ଉକ୍ତ ତଦନ୍ତ ରିପୋଟ ର୍ତୁରନ୍ତ ସରକାରଙ୍କୁ ପ୍ରଦାନ କଲେ ସେମାନଙ୍କ ଟୋକନ ଦିଆଯିବ ବୋଲି ପ୍ରକାଶ କରିଥିଲେ । ଧାନ କ୍ରୟରେ ସଂଶ୍ଲିଷ୍ଟ ବିଭିନ୍ନ ବିଭାଗର ପ୍ରସ୍ତୁତି ଉପରେବିଶଦ ଆଲୋଚନା କରାଯାଇ ଥିଲା ଏବେଂ ଯଉଁମଣ୍ଡିରେ ଧାନ କ୍ରୟ ପାଇଁ ଯାତାୟରେ ଅସୁବିଧା ହେଉଛି କିମ୍ବା ଧାନ ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଯାଗା ନାହିଁ ସେହିମଣ୍ଡିଗୁଡ଼ିକୁ ନିକଟସ୍ଥ ନିୟନ୍ତ୍ରିତବଜାର କମିଟି ପ୍ରାଙ୍ଗଣରେ କ୍ରୟକରିବା ପାଇଁ ନିଷ୍ପତି ନିଆଗଲା । ମଣ୍ଡିରେ ହେଉଥିବା କଟ୍‌ନିଛଟନି ଯୋଗୁଚାଷୀ ଅସନ୍ତୋଷ ପ୍ରକାଶ କରିଥିବା ବିଧାୟକ ଓ ଚାଷୀ ପ୍ରତିନିଧି ଅଧ୍ୟକ୍ଷଙ୍କ ଦୃଷ୍ଟିଆକର୍ଷଣ କରିଥିଲେ । ସେଥିପାଇଁ ଚଳିତ ଖରିଫ ବର୍ଷରେ ଯେପରି ସମସ୍ତ ଚାଷୀ ଏଫ.ଏ.କ୍ୟୁମାନର ଧାନ ମଣ୍ଡିକୁ ଆଣିବେ ସେଥିପାଇଁ ନିୟନ୍ତ୍ରିତ ବଜାରକମିଟି ଦ୍ୱାରା ବହୁଳ ପ୍ରଚାର ପ୍ରସାର କରିବା ସହ ବିଭିନ୍ନ ପଂଚାୟତସ୍ତରରେ ଚାଷୀଙ୍କୁତାଲିମ ଦେବାପାଇଁ ନିଷ୍ପତି ନିଆଗଲା । ଚଳିତଖରିଫ ଋତୁରେ ଜିଲ୍ଲାରେ ମୋଟ୪୨ଗୋଟି ସମବାୟ ସମିତି ମାଧ୍ୟମରେ ୫୯ଗୋଟି ଧାନ କ୍ରୟକେନ୍ଦ୍ର ଖୋଲାଯାଇ ପଂଜିକୃତ ଚାଷୀଙ୍କଠାରୁ ଧାନ ସଂଗ୍ରହ ପାଇଁ ନିଷ୍ପତି ନିଆଗଲା । ସୂଚନାରୁଜଣାଯାଇଛିଯେ ଚାଷୀମାନଙ୍କୁ ଧାର୍ଯ୍ୟବିକ୍ରୟ ଦିନର ୭ ଦିନ ଆଗରୁ ଟୋକନ ପ୍ରଦାନ କରାଯାଇ ଏସ୍‌.ଏମ୍‌.ଏସ୍ ଦ୍ୱାରାଜଣାଇ ଦିଆଯିବା ଜଣେ ଚାଷୀ ଦିନକୁ ୭୦ କୁଇଂଟାଲ ଧାନ ବିକ୍ରିକରିବା ପାଇଁ ଧାର୍ଯ୍ୟ କରାଗଲା । ଚଳିତ ଖରିଫ ବର୍ଷରେ ଜଳସେଚତିଜମି ପ୍ରତି ୧୯ କୁଇଂଟାଲ ଏବଂ ଅଣଜଳସେଚିତଜମି ପ୍ରତି ୧୨ କୁଇଂଟାଲ ହିସାବରେ ବଳକା ଧାନ ସାଧାରଣ କିସମ ଏଫ.ଏ.କ୍ୟୁ ଧାନ କୁଇଂଟାଲ ପ୍ରତି ଟ.୧୮୬୮/- ଦରରେ କ୍ରୟ କରାଯିବ । ଜିଲ୍ଲାକୃଷି ଅଧିକାରୀଙ୍କ ଚଳିତ ଖରିଫ ଋତୁରେ ଜିଲ୍ଲାରେ ମୋଟ ୧୮ ଲକ୍ଷ ୫୯ ହଜାର କୁଇଂଟାଲ ବଳକା ବିକ୍ରିଯୋଗ୍ୟ ଧାନ ଆକଳନ କରିଛନ୍ତି । ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ୧୦ ଲକ୍ଷ ୮୦ ହଜାର କୁଇଂଟାଲ ଧାନ କ୍ରୟ ପାଇଁଲକ୍ଷ୍ୟ ଧାର୍ଯ୍ୟକରିଥିବା ଜିଲ୍ଲାଯୋଗାଣ ଅଧିକାରୀସୂଚନା ଦେଇଥିଲେ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ସମସ୍ତ ଧାନ କ୍ରୟକେନ୍ଦ୍ରରେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ନିୟମାବଳୀକୁ ପାଳନ କରି ଧାନ କ୍ରୟ କରାଯିବ ଏବଂ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ବିଷୟରେ ଆଲୋଚନା ପରେ ଜିଲ୍ଲାରେ ଚଳିତ ମାସ ୨୫ ତାରିଖରୁ ଧାନ କ୍ରୟ କରାଯିବାପାଇଁ ନିଷ୍ପତି ନିଆଗଲା । ତାହା ପୂର୍ବରୁ ଧାନ କ୍ରୟକେନ୍ଦ୍ରରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ସାଂସଦ ପ୍ରତିନିଧି ଶାନ୍ତନୁ କୁମାର ମିଶ୍ର, ବୈାଦ୍ଧ ବିଧାୟକଙ୍କ ପ୍ରତିନିଧି ସୀତାଂଶୁ ମହାକୁଡ,କଂଟାମାଳ ବିଧାୟକଙ୍କ ପ୍ରତିନିଧି ପ୍ରେମରାଜରଣା, ପ୍ରକଳ୍ପ ନିର୍ଦ୍ଦେଶକ ଶଶାଙ୍କ ଶେଖର ଦାସ, ଡିଏସପି ଧିରେନ୍ଦ୍ର କୁମାର ସ୍ୱାଇଁ, ଉପଜିଲ୍ଲାପାଳ ତଥା ଅଧ୍ୟକ୍ଷ ନିୟନ୍ତ୍ରିତ ବଜାର କମିଟି ଅଶ୍ୱିନୀ ମେହେର, ବେସାମରିକ ଯୋଗାଣ ଅଧିକାରୀ ବିଭୂପ୍ରସନ୍ନ ଆଚାର୍ଯ୍ୟ, ଜିଲ୍ଳାକୃଷି ଅଧିକାରୀ ନାରାୟଣ ମହାନନ୍ଦ , ସହକାରୀ ନିବନ୍ଧକ ସମବାୟ ସମିତି ସମୂହ ଭୀମସେନ ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିନୋଦ ଚନ୍ଦ୍ର ନାୟକ, ନିୟନ୍ତ୍ରିତ ବଜାର କମିଟି ସଂପାଦକ ସଂଜୟ ପଟ୍ଟନାୟକ , ଚାଷୀ ଏବଂ ମିଲରଙ୍କ ପ୍ରତିନିଧି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣକରିଥିଲେ । କାର୍ଯ୍ୟକ୍ରମକୁ ଅତିରିକ୍ତ ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ପ୍ରଧାନ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


ରେଳ ବିଭାଗ କାର୍ଯ୍ୟାଳୟ ଖୋଲିବାକୁ ଦାବୀ
ବୌଦ୍ଧ,୭/୧୧- ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ବୌଦ୍ଧଜିଲ୍ଲାରେ ସର୍ବାଧିକ ୧୧୦ କିଲୋମିଟର ଦୈର୍ଘ୍ୟ ରେଳପଥ ରହିଛି । ଖୋର୍ଦ୍ଧା, ପୁରୀ, ନୟାଗଡ ଓ ବଲାଙ୍ଗିର ଜିଲ୍ଲାରେ ରେଳପଥ ବିଛାଯାଇ ରେଳ ଚଳାଚଳ କରିସାରିଥିବା ବେଳେ ନୟାଗଡ ଜିଲ୍ଲା ଅନ୍ତର୍ଗତ ଦଶପଲ୍ଲା ଓ ସୁବର୍ଣ୍ଣପୁର ଜିଲ୍ଲାରେ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ସଂପୁର୍ଣ୍ଣ ହୋଇସାରିଛି । ମନ୍ଥର ଗତିରେ ଚାଲିଥିବା ବୈାଦ୍ଧଜିଲ୍ଲାରେ ରେଳ ବିଭାଗ ପକ୍ଷରୁ କାର୍ଯ୍ୟାଳୟ ଖୋଲିବା ପାଇଁ ବୌଦ୍ଧଜିଲ୍ଲା ରେଳ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ରେଳ ବିଭାଗକୁ ପତ୍ରମାଧ୍ୟମରେ ଦାବୀ କରାଯାଇଛି । ବୌଦ୍ଧଜିଲ୍ଲାରେ ୧୦୫ଗୋଟି ଗ୍ରାମ କଂଟାମାଳର ୯ଗୋଟି ଗ୍ରାମ, ବୌଦ୍ଧ ତହସିଲର ୩୩ଗୋଟି ଗ୍ରାମ, ହରଭଙ୍ଗା ତହସିଲର ୫୬ ଗୋଟି ଗ୍ରାମ ଓ ୭ଗୋଟି ଗ୍ରାମ୍ୟ ଜଙ୍ଗଲ ଜମିଦେଇ ରେଳପଥ ଚଳାଚଳ କରିବା ଜଣାପଡିଛି । ହରଭଙ୍ଗା ବ୍ଲକର ୩ଗୋଟି ଗ୍ରାମ ଗୁଣ୍‌ୃୁରିବେଡା, ସିଂହାଣିବେଡା ଓ ଭଉଁରୀପଥର ଗ୍ରାମରେ ମିଳିତ ସର୍ଭେକାର୍ଯ୍ୟ ଚାଲୁରହିଛି । ବର୍ତମାନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତିନିଗୋଟି ତହସିଲର ର ତହସିଲଦାର ଓ ରେଳ ବିଭାଗ ଭୂ ଅର୍ଜନ ଅଧିକାରୀ ମିଳିତଭାବେ କାର୍ଯ୍ୟ ଆରମ୍ଭ କରିବା ପରେ ୯୮ ଗୋଟି ଗ୍ରାମ ମଧ୍ୟରୁ କଂଟାମାଳ, ବୌଦ୍ଧ ତହସିଲ ଅଧିନରେ ଥିବା ସମସ୍ତ ଘରୋଇ ଜମି ଏବଂ ହରଭଙ୍ଗା ତହସିଲର ଗୁଡପଡା ଗ୍ରାମ ପର୍ଯ୍ୟନ୍ତ ରହିଥିବା ଜମିକୁ ରେଳବିଭାଗକୁ ନଭେମ୍ବର ମାସ ଶେଷ ସୁଦ୍ଧା ହସ୍ତାନ୍ତର କରାଯିବ ଏବଂ ଡିସେମ୍ବର ମାସରେ ସବୁଠାରୁ ଅଧିକ ହିତାଧିକାରୀ ରହିଥିବା ସରସରା ଗ୍ରାମ ଯାହା ମୁଖ୍ୟ ରେଲୱେ ଷ୍ଟେସନର ଜମିମଧ୍ୟ ହସ୍ତାନ୍ତ କରାଯିବ । ଆସନ୍ତା ମାର୍ଚ୍ଚମାସ ପୁର୍ବରୁ ସମସ୍ତ ଘରୋଇ ଜମି ଅଧିଗ୍ରହଣ କାର୍ଯ୍ୟ ସଂପୁର୍ଣ୍ଣ କରାଯାଇ ରେଳବିଭାଗକୁ ଦିଆଯିବ ବୋଲି ଭୂ ଅର୍ଜନ ଅଧିକାରୀ ଅମୁଲ୍ୟ କୁମାର ସାହୁ ପ୍ରକାଶ କରିଛନ୍ତି । ଜିଲ୍ଲାରେ ସରକାରୀ ଜମି ୧୦୮ଗୋଟି ଗ୍ରାମରେ ୭୭୨.୭୬୦ ହେକ୍ଟର ରେଳବିଭାଗକୁ ପୁର୍ବରୁ ଆଡଭାନ୍ସ ପୋଜିସନ ଦିଆଯାଇଥିବା ବେଳେ ଉକ୍ତ ବିଭାଗ ଜିଲ୍ଲାପାଳଙ୍କ ଅଧିନରେ ରହିଥିବାରୁ ଏହା ମଧ୍ୟ ତୁରନ୍ତ କାର୍ଯ୍ୟ ସମାପ୍ତ କରି ହସ୍ତାନ୍ତର କରାଯିବ ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି । ଜଙ୍ଗଲ ବିଭାଗ ଅଧିନରେ ରହିଥିବା ଜମିକୁ ସରକାରୀ ନିୟମ ଅନୁଯାୟୀ ରେଳବିଭାଗକୁ ଦେବା ପୁର୍ବରୁ ସମାନ ପରିମାଣର ଦ୍ୱିଗୁଣୀତ ଜମି ଏବଂ ବୃକ୍ଷରୋପଣ ପାଇଁ ଅର୍ଥବ୍ୟବସ୍ଥା କରାଯିବା ପାଇଁ କେନ୍ଦ୍ରର ନିୟମ ରହିଛି । ଜିଲ୍ଲା ଜଙ୍ଗଲ ବିଭାଗ ତରଫରୁ ସମସ୍ତ ତଥ୍ୟ ପୁରଣ କରି କେନ୍ଦ୍ରକୁ ପଠାଇଥିବା ବେଳେ ପୁନର୍ବାର ସେଠାରୁ ପୁନଃ ଯାଂଚ ଓ ସୁଧାର କରି ପଠାଇବାକୁ ନିର୍ଦ୍ଦେଶପତ୍ର ଆସିଥିବା ଜଣାପଡିଛି । ଆସନ୍ତା ମାର୍ଚ୍ଚମାସ ପୁର୍ବରୁ ଜମି ରେଳବିଭାଗକୁ ହସ୍ତାନ୍ତର ହୋଇଯିବ ବୋଲି ଡି.ଏଫ୍‌.ଓ. ପ୍ରକାଶ କରିଛନ୍ତି । ପୁର୍ବତଟ ରେଳପଥ, ଭୂବନେଶ୍ୱର ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ମୁତାବକ ତେଲନଦୀ ଉପରେ ଟେଣ୍ଡର ପ୍ରକ୍ରୀୟା ସରି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଅନ୍ୟସେତୁପାଇଁ ଟେଣ୍ଡର ପ୍ରକ୍ରିୟା ଚାଲୁରହିଛି । ଆସନ୍ତା ଆର୍ଥିକ ବର୍ଷରେ ଜମି ହସ୍ତାନ୍ତର ପ୍ରକ୍ରୀୟା ସରିଲେ ସୁବର୍ଣ୍ଣପୁର ଠାରୁ ବୌଦ୍ଧ ମୁଖ୍ୟ ରେଳଷ୍ଟେସନ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି । ଖୋର୍ଦ୍ଧା ବଲାଙ୍ଗିର ରେଳପଥ ପ୍ରକଳ୍ପରେ ସର୍ବାଧିକ ରେଳପଥ ବୌଦ୍ଧଜିଲ୍ଲାରେ ଯାଉଥିବା ବେଳେ ରେଳବିଭାଗ ପକ୍ଷରୁ ଆଜିପର୍ଯ୍ୟନ୍ତ କାର୍ଯ୍ୟାଳୟ ଖୋଲାଯାଇ ନ ଥିବାରୁ କାର୍ଯ୍ୟର ଅଗ୍ରଗତି ହୋଇପାରୁନାହିଁ ବୋଲି ସଂପୃକ୍ତ ଅଧିକାରୀମାନେ ପ୍ରକାଶ କରିଛନ୍ତି । ରେଳପଥ ବିହୀନ ବୌଦ୍ଧଜିଲ୍ଲାରେ ଖୋର୍ଦ୍ଧା-ବୌଦ୍ଧ-ବଲାଙ୍ଗୀର ରେଳପଥ ସଂପୁର୍ଣ୍ଣ କରାଯାଇ ଆସନ୍ତା ୨୦୨୩ ମସିହାରେ ରେଳ ଚଳାଚଳ ଶୁଭାରମ୍ଭ ହେଲେ ପଶ୍ଚିମ ଓଡିଶା ସହିତ ପୁର୍ବ ଓଡିଶାର ଗମନାଗମନ କ୍ଷେତ୍ରରେ ଏକ ମାଇଲ ଖୁଂଟ ସ୍ଥାପନ ହୋଇପାରିବ । ସମ୍ବଲପୁର ବ୍ରହ୍ମପୁର ରେଳପଥ ସର୍ଭେକାର୍ଯ୍ୟ ଚାଲୁ ରହିଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରି ତୁରନ୍ତ ସଂପୁର୍ଣ୍ଣ କରାଗଲେ ବୌଦ୍ଧଜିଲ୍ଲା ପୁର୍ବ ଓଡିଶା, ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶା ମଧ୍ୟରେ ଗମନାଗମନ କ୍ଷେତ୍ରରେ କେନ୍ଦ୍ରବିନ୍ଦୁ ହେବବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଅଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031