Indus Valley Times

ବୌଦ୍ଧ : ପାରିବାରିକ ଗଣ୍ଡଗୋଳକୁ ନେଇ ସ୍ୱାମୀ ସ୍ତ୍ରୀ କୁ ଭୁଜାଲିରେ ଆକ୍ରମଣ ମାମଲା, ବାପ ପୁଅକୁ ଏକ ବର୍ଷ କାରାଦଣ୍ଡାଦେଶ

 Breaking News

ବୌଦ୍ଧ : ପାରିବାରିକ ଗଣ୍ଡଗୋଳକୁ ନେଇ ସ୍ୱାମୀ ସ୍ତ୍ରୀ କୁ ଭୁଜାଲିରେ ଆକ୍ରମଣ ମାମଲା, ବାପ ପୁଅକୁ ଏକ ବର୍ଷ କାରାଦଣ୍ଡାଦେଶ

ବୌଦ୍ଧ : ପାରିବାରିକ ଗଣ୍ଡଗୋଳକୁ ନେଇ ସ୍ୱାମୀ ସ୍ତ୍ରୀ କୁ ଭୁଜାଲିରେ ଆକ୍ରମଣ ମାମଲା, ବାପ ପୁଅକୁ ଏକ ବର୍ଷ କାରାଦଣ୍ଡାଦେଶ
May 12
20:01 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୨/୫: ବୌଦ୍ଧ ଜିଲ୍ଲା ସିଜେଏମ ( ମୁଖ୍ୟ ଦଣ୍ଡାଧିଶ) ବିଶେଶ୍ୱର ବିଶ୍ୱପ୍ରକାଶ ରାୟ ଗୁରୁବାର ଦିନ ଏକ ମାମଲାର ବିଚାର କରି ତାଙ୍କ ରାୟରେ ଅଭିଯୁକ୍ତ ବାପ ପୁୃଅକୁ ଏକ ବର୍ଷ କାରାଦଣ୍ଡାଦେଶ ଦେବା ସହ ୫ ହଜାର ଟଙ୍କା ଜୋରିମୋନା ଆଦେଶ ପ୍ରଦାନ କରିଥିବା ଜଣାପଡିଛି ।
ମାମଲରୁ ପ୍ରକାଶ ଗତ ୨୬.୫.୨୨ରେ ତାରିଖରେ ମନମୁଣ୍ଡା ଧିବରସାହିର ଡମ୍ବରୁ ସେଠୀ ଘରେ ଅପରାହ୍ନ ସମୟରେ ଖାଉଥିବା ସମୟରେ ତାଙ୍କ ସାନ ଭାଇ ସୁରୁବାବୁ ସେଠୀ ( (୪୫) ମଦ୍ୟପାନ କରି ଅସଭ୍ୟ ଭାଷାରେ ଗାଲିଗୁଲଜ କରିବା ସହିତ ଆଜି ଘରେ ରକ୍ତ ନଦୀ ବୁହାଇବା ବୋଲି କହୁଥିଲା । ଏନେଇ ଡମ୍ବରୁ କହିଲା ତୋର ସାନପୁଅ ମାଧବ ସେଠୀ ( ୨୨) ପୁର୍ବରୁ ମୋର ସ୍ତ୍ରୀକୁ ଆକ୍ରମଣ କରିଥିଲା । ସେ ମରୁ ମରୁ ବଞ୍ôଚ ଯାଇଥିଲା । ଏହା କହିବା ପରେ ଏହି ସମୟରେ ମାଧବ ଏକ ନଳା ଦ୍ୱାରା ଡମ୍ବରୁର ସ୍ତ୍ରୀ ସରୋଜିନି ସେଠୀର ମୁଣ୍ଡକୁ ବାଡାଇଥିଲା ।
ମାଡ ଖାଇବା ପରେ ସ୍ୱାମୀ ସ୍ତ୍ରୀ ଥାନାକୁ ଯାଉଥିବା ବେଳେ ବାପ ପୁଅ ମିଶି ଗାଁ ଦାଣ୍ଡରେ ଡମ୍ବରୁ ଓ ତାର ସ୍ତ୍ରୀ ସରୋଜିନିକୁ ଗୋଡାଇ ଗୋଡାଇ ଭୁଜାଲି ଦ୍ୱାରା ହାଣି ଥିଲେ । ଆକ୍ରମଣ ଦ୍ୱାରା ଉଭୟେ ସ୍ୱାମୀ ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ ଓ ସେମାନଙ୍କୁ ସୋନପୁର ମେଡିକାଲକୁ ଚିକିତ୍ସା ପାଇ ନେଇଥିଲେ ।
ଏନେଇ ସରୋଜିନି ଉକ୍ତ ଦିନ ମନମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଥାନା ପକ୍ଷରୁ ଥାନା କେସ ନଂ ୯୪/୨୨ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପରେ ଉକ୍ତ ମାମଲାଟି ବୌଦ୍ଧ ସିଜେଏମଙ୍କ ଅଦାଲତରେ ଏସଟି କେସନଂ ୫୯/୨୨ ହୋଇ ବିଚାର ହୋଇଥିଲା ।
ସରକାରଙ୍କ ପକ୍ଷରୁ ୧୦ ଜଣ ସାକ୍ଷୀଙ୍କ ବୟାନକୁ ଭିତି କରି ଅଦାଲତ ଗୁରୁବାର ଦିନ ଅଭିଯୁକ୍ତ ବାପ ପୁଅକୁ ଏକ ବର୍ଷ କାରାଦଣ୍ଡାଦେଶ ଆଦେଶ ଦେବା ସହ ୫ ହଜାର ଟଙ୍କା ଜୋରିମୋନା ଆଦେଶ ପ୍ରଦାନ କରିଛନ୍ତି । ମାମଲାକୁ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ଦେବରଂଜନ ବିଶି ପରିଚାଳନା କରୁଥିଲେ ।
ପୁଣି ଜଣେ ଶିକ୍ଷୟିତ୍ରୀଙ୍କ ପ୍ରମାଣପତ୍ର ଜାଲ
ବୌଦ୍ଧ; ୧୨/୫: ବୌଦ୍ଧଜିଲ୍ଲାରେ ପୁଣି ଜଣେ ଶିକ୍ଷୟିତ୍ରୀଙ୍କ ପ୍ରମାଣପତ୍ର ଜାଲଥିବା ଜଣାଯାଇଛି । ଏନେଇ ବିଭାଗ ପକ୍ଷରୁ ତାଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଥିବା ଜଣାପଡିଛି । କିଛିଦିନ ପୂର୍ବରୁ ଜିଲ୍ଲାର ୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିକ୍ଷାଗତ ପ୍ରମାଣ ପତ୍ର ଜାଲ ଥିବାନେଇ ଜଣାପଡିବାପରେ ସେମାନଙ୍କ ନାମରେ ବୌଦ୍ଧଥାନାରେ ଏତେଲା ଦିଆଯାଇଥିଲା ।
ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଘନଶ୍ୟାମ ମେହେରଙ୍କ ନିକଟରୁ ମିଳିଥିବା ସୂଚନା ମୁତାବକ ବୌଦ୍ଧ ବ୍ଲକ ପିଙ୍ଗଲାବେଡା ବିଦ୍ୟାଳୟର ଶିକ୍ଷୟିତ୍ରୀ ମିନତୀ ମିଶ୍ରଙ୍କ ଓଟିଇଟି ପ୍ରମାଣପତ୍ର ଜାଲ ଥିବା ଜଣାପଡିବା ପରେ ତାଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି ।
ଉତ୍ତର ମିଳିବା ପରେ ନିୟମ ଅନୁଯାୟୀ ସଂପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମେହେର ପ୍ରକାଶ କରିଛନ୍ତି । ଏବେ ମଧ୍ୟ ବହୁ ସଂଖ୍ୟାରେ ଶିକ୍ଷକ ଶକ୍ଷୟିତ୍ରୀ ଜାଲ ଶିକ୍ଷାଗତ ପ୍ରମାଣ ପତ୍ର ଦେଇ ଚାକିରୀ କରୁଥିବା ଆଲୋଚନା ହେଉଅଛି । ପୂର୍ବରୁ ଶିକ୍ଷା ବିଭାଗ ପକ୍ଷରୁ ପର୍ଯ୍ୟାୟକ୍ରମେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରମାଣପତ୍ର ଯାଞ୍ଚ ସରିଥିଲେ ମଧ୍ୟ କିଭଳି ଭାବରେ ଜାଲ ପ୍ରମାଣପତ୍ର ବଳରେ ଚାକିରୀ ଦିଆଯାଇଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଗ୍ରାହକ ସେବା କେନ୍ଦ୍ର ଉପରେ ପ୍ରଶାସନ ପକ୍ଷରୁ ଚଢାଉ
ବୌଦ୍ଧ; ୧୨/୫: ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିବହନ କାର୍ଯ୍ୟାଳୟ ଠାରେ ଥିବା ଏକ ଗ୍ରାହକ ସେବା କେନ୍ଦ୍ର ଉପରେ ବୁଧବାର ଦିନ ଚଢାଉ କରି ଦୁଇ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି । ମିଳିଥିବା ସୁଚନା ମୁତାବକ ପରିବହନ କାର୍ଯ୍ୟାଳୟ ନିଟକରେ ଏକ ଗ୍ରାହକ ସେବା କେନ୍ଦ୍ର ଖୋଲା ଯାଇ ଲୋକଙ୍କ ସୁବିଧା ପାଇ ଅନଲାଇନ ମାଧ୍ୟମରେ ଡ୍ରାଭିଙ୍ଗ ଲାଇସେନସ ସମେତ ବିଭିନ୍ନ ପ୍ରକାର କାଗଜ ପତ୍ର ପ୍ରସ୍ତୁତ କରାଯାଇଥାଏ ।
କିନ୍ତୁ ଉକ୍ତ ଗ୍ରାହକ ସେବା କେନ୍ଦ୍ର ଠାରେ ବେଆଇନ ଭାବେ କାର୍ଯ୍ୟ କରୁଥିବା ନେଇ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ଚଢାଉରେ ଖୋଦ ଉପଜିଲ୍ଲାପାଳ ରବିନ୍ଦ୍ରନାଥ କହଁର, ଏସଡିପିଓ ଆନନ୍ଦ ବର୍ନ୍ଧନ ଗୁରୁ ଓ ବୌଦ୍ଧ ଥାନା ଅଧିକାରୀ ମାଧବାନନ୍ଦ ନାଏକ ଚଢାଉ କରିଥିଲେ । ଏହି ଗ୍ରାହକ ସେବା କେନ୍ଦ୍ରରେ ଥିବା ତପନ ମଣ୍ଡଳ ଓ ସମ୍ବିତ ପଣ୍ଡାଙ୍କୁ ଅଟକ ରଖିଥିବା ଜଣାପଡିଛି । ପ୍ରକାଶ ଥାଊକି ଅଟକ ଦୁଇ ଜଣ ତପନ ମଣ୍ଡଳ ଓ ସମ୍ବିତ ପଣ୍ଡା ପୁର୍ବରୁ ବୌଦ୍ଧ ଆଞ୍ଚିକ ପରିବହଦ କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଥିଲେ ।
ଗତ କିଛି ଦିନ ହେବ କାର୍ଯ୍ୟ ଛାଡିକା ପରେ ଏକ ଗ୍ରାହକ ସେବ କେନ୍ଦ୍ର କରି ଲୋକଙ୍କୁ ସୁବିଧା ଦେଇ ଆସୁଥିଲେ । କିନ୍ତୁ ପ୍ରଶାସନ ତାଙ୍କର ଗ୍ରାହକ ସେବା କେନ୍ଦ୍ର ଫେକ ଅଭିଯୋଗରେ ଚଢାଉ କରି ଗ୍ରାହକ ସେବା କେନ୍ଦ୍ରକୁ ସିଲ କରିବା ସହ ତପନ ଓ ସମ୍ବିତକୁ ଅଟକ ରଖିଛି । ଏନେଇ ବୌଦ୍ଧ ଥାନା ଅଧିକାରୀ ମାଧବାନନ୍ଦ ନାଏକଙ୍କୁ ପଚାରିବାରୁ ତଦନ୍ତ ଚାଲିଛି ତଦନ୍ତ ପରେ ଜଣାପଡିବ ବୋଲି ପ୍ରକାଶ କରିଛନ୍ତି ।
ମହିଳା ଗୃପ ଠକେଇର ଶିକାର ଥାନାରେ ମାମଲା
ବୌଦ୍ଧ; ୧୨/୫: ବୌଦ୍ଧଜିଲ୍ଲାର ବିଭିନ୍ନ ଗ୍ରାମରେ ମହିଳା ଗୃପ ଗୁଡିକ ଠକାମିର ଶଓକାର ହୋଥିବା ନେଇ ବୌଦ୍ଧ ଥାନାରେ ଅଭିଯୋଗ ହୋଇଛି । ସୂଚନା ମତେ, ସହରର ବ୍ରିଜ ଛକ ଠାରେ ସ୍ୱସ୍ତିକ ଗ୍ରାମୀଣ ଉଦ୍ୟୋଗ ନାମ ଏକ ସଂସ୍ଥା ଖୋଲିଅଛି ।
ଉକ୍ତ ସଂସ୍ଥା ଜିଲ୍ଲାର ବିଭିନ୍ନ ଗ୍ରାମର ମହିଳାମାନଙ୍କୁ ସ୍ୱବାଲମ୍ବୀ କରିବା ପାଇଁ ଖଲିଦନା ମେସିନ,ହଳଦୀ ଗୁଣ୍ଡ, ଧୂପକାଠି ତାଲିମ ଓ ଆବଶ୍ୟକ କଂଚା ମାଲ ଯୋଗାଇ ଦେବା ପାଇଁ ଓ ପାରିଶ୍ରମିକ ଦେବା ସହ ମହିଳାଙ୍କ ଠାରୁ ନିର୍ମିତ ଜିନିଷ ବିକ୍ରି କରାଇ ଦେବାକୁକହି ପ୍ରତିଗୃପ ପିଛା ଦେଢ ଲକ୍ଷରୁ ଅଢେ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରାୟ ୧ କୋଟି ୪୦ ଲକ୍ଷ ଟଙ୍କା ନେଇ ଥିବା ଅଭିଯୋଗ କରିଛନ୍ତି ।
ଏହା ସହ ପ୍ରତ୍ୟକ ଗୃପକୁ ମାସିକ ଋଣ କିସ୍ତି ପରିଶୋଧ ସକାଶେ ୧୬ ହଜାରରୁ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ଦେବାକୁ ପ୍ରତିଶୃତି କରିଥିଲେ । ଏନେଇ ଉକ୍ତ ସ୍ୱସ୍ତିକ ଗ୍ରାମୀଣ ଉଦ୍ୟୋଗ ସଂସ୍ଥା ମହିଳା ଗୃପ ସହ ଚୁକ୍ତିନାମା କରିବା ସହ କିଛି ଗୃପକୁ ମେସିନ ଯୋଗାଇ ଦେଇଥିଲେ । ଆଜକୁ ଦୁଇମାସ ହେବ ଉକ୍ତ ସଂସ୍ଥା ଉକ୍ତ ସ୍ଥାନରେ ନ ଥିବା ବେଳେ ଫେରାର ହୋଇଥିବା ଜଣାପଡିଛି । ଏନେଇ ମହିଳାମାନେ ନ୍ୟାୟ ପାଇଁ ବୌଦ୍ଧ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ବୌଦ୍ଧ ଥାନା ପକ୍ଷରୁ ଥାନା କେଶ ନଂ ୨୦୦/୨୩ରେ ଏକ ମାମଲା ରୁଜୁ କରିତଦନ୍ତ କରୁଥିବା ଜଣାପଡିଛି ।
କୋଇଲା ଚୋରା ଚାଲାଣ ବେଳେ ଗାଡି ସହ ୨ ଗିରଫ
ବୌଦ୍ଧ; ୧୨/୫: ବୌଦ୍ଧ ଥାନା ପକ୍ଷରୁ ବୌଦ୍ଧ ସହରର ବିଜ୍ର ଛକ ଠାରେ ଗାଡି ମଟର ଯାଂଚ କରୁଥିବା ବେଳେ ଏକ ଚୋରା ଚାଲାଣ ହେଉଥିବା କୋଇଲା ଗାଡିକୁ ପୁଲିସ ଜବତ କରିଥିବ ଜଣାପଡିଛି । ସୂଚନା ମୁତାବକ, ପୁଲିସ ପକ୍ଷରୁ ଗାଡି ମଟର ଯାଂଚ ଚାଲିଥିବା ସମୟରେ ଏକ ମହିନ୍ଦ୍ରା ପିକପରେ (ଓଡି ୦୨ବିଏମ ୩୬୩୭)ରେ କୋଇଲା ବୋଝେଇ ହୋଇଥିବା ଦେଖି ସନ୍ଦେହରେ ଗାଡିର ଯାଂଚ କରିଥିଲେ । ଗାଡିଟି ରେଢାଖୋଲ ଅଂଚଳରୁ ନୟାଗଡ ଅଂଚଳକୁ ଯାଉଥିବା ଜଣାପଡିଥିଲା ।
ଗାଡିରେ ଦୁଇ ଟନ କୋଇଲା ଥିବା ବେଳେ କୋଇଲା ଚୋରା ଚାଲାଣ ହେଉଥିବା ଅଭିଯୋଗରେ ଗାଡିକୁ ଜବତ କରିବା ସହ ଗାଡିରେ ଥିବା ନୟାଗଡ ଜିଲ୍ଲା ଦୁରୁଦୁରା ଗ୍ରାମର ସତ୍ୟବାଦୀ ନାୟକ(୫୨) ଓ ରାଉତରାୟପୁର ଗ୍ରାମର ବୀର ବେହେରା(୩୦)ଙ୍କୁ ଗିରଫ କରାଯାଇଛି ।
ଚୋରୀ ଅଭିଯୋଗରେ ଅଭିଯୁକ୍ତକୁ ୩ ବର୍ଷ କାରାଦଣ୍ଡା ଦେଶ
ବୌଦ୍ଧ; ୧୨/୫: ବୌଦ୍ଧ ଉପଖଣ୍ଡିୟ ବିଚାର ବିଭାଗୀୟ ଦଣ୍ଡାଧୀଶ ସୁଶ୍ରୀ ସଂଗୀତା ଦାଶ ଆଜି ଏକ ଚୋରୀ ମାମଲାର ବିଚାର କରି ଅଭିଯୁକ୍ତକୁ ୩ ବର୍ଷ କାରାଦଣ୍ଡାଦେଷ ପ୍ରଦାନ କରିଛନ୍ତି । ମାମଲାରୁ ପ୍ରକାଶ ଯେ, ବୌଦ୍ଧ ସହରର ହୋଟେଲ ଦେବାଶିଷ ନିକଟ ଶ୍ରୀନଗର ଠାରେ ରହୁଥିବା ମଧୁସ୍ମିତା ଦେହୁରୀଙ୍କ ଘରୁ ଗତ ୨୫.୭.୨୦୨୨ ତାରିଖରେ ଭୋର ସମୟରେ ଏକ ଅଜଣା ବ୍ୟକ୍ତି ଘରେ ପଶି ଶୋଇଥିବା ଘରୁ ଏକ ମୋବାଇଲ ଫୋନ ଓ ପିନ୍ଧିଥିବା ସୁନାଚେନକୁ ଟାଣିନେଇଥିଲା ।
ସଂଗସଂଗେ ତାକୁ ଧରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଚୋରଟି ପଳାଇଯାଇଥିଲା । ଏନେଇ ମଧୁସ୍ମିତା ବୌଦ୍ଧ ଥାନାରେ ଅଭିଯୋଗ କରିଥିଲେ । ବୌଦ୍ଧ ପୁଲିସ ଥାନା କେଶ ନଂ ୨୦୦/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।
ଏହି ଚୋରୀ ମାମଲାରେ ପୁଲିସ ଅଭିଯୁକ୍ତ ବୌଦ୍ଧ ସହର ବାବୁସାହିର ଟୁନୁ ସିଂ(୨୨)କୁ ଗିରଫ କରିକୋର୍ଟ ଚାଲାଣ କରିଥିଲା । ପରବର୍ତ୍ତି ସମୟରେ ମମଲାଟି ବୌଦ୍ଧ ଉପଖଣ୍ଡିୟ ବିଚାର ବିଭାଗୀୟ ଦଣ୍ଡାଧୀଶଙ୍କ ଅଦାଲତରେ ସିଟି ନଂ ୨୪୦/୨୨ରେ ବିଚାର ହୋଇଥିଲା । ମାମଲାରେ ସରକାରଙ୍କ ପକ୍ଷରୁ ପାଂଚ ଜଣସାକ୍ଷୀଙ୍କ ବୟାନକୁ ଭିତିକରି ଅଦାଲତ ପ୍ରମାଣ ଥିବା ନେଇ ଅଭିଯୁକ୍ତକୁ ତିନି ବର୍ଷ କାରାଦଣ୍ଡାଦେଷ ଦେବା ସହ ଦୁଇ ହଜାର ଟଙ୍କା ଜରିମାନା ଆଦେଶ ପ୍ରଦାନ କରିଛନ୍ତି । ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସରକାରୀ ଓକିଲ ସୁଚରିତା ମଲ୍ଲିକ ପରିଚାଳନା କରୁଥିଲେ ।
ପସ୍କୋ ମାମଲାରେ ସମସ୍ତ ପିଡିତାଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ
ବୌଦ୍ଧ; ୧୨/୫: ପସ୍କୋ ମାମଲାରେ ସମସ୍ତ ପିଡିତାଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବାକୁ ଏକ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ୨୦୨୨ ରେ ଜିଲ୍ଲାର ବିଭିନ୍ନ ଥାନାରେ ୪୦ ଗୋଟି ପସ୍କୋ ମାମଲା ପଂଜିକୃତ ହୋଇଥିବାବେଳେ ମାତ୍ର ୧୬ ଗୋଟି ମାମଲା ଶିଶୁ ମଙ୍ଗଳ ସମିତିରେ ହାଜିର କରାଯାଇ କ୍ଷତିପୂରଣ ପାଇଁ ଆବେଦନ କରାଯାଇଛି ।
ବାକିଥିôବା ମାମଲାରେ ପିଡିତାମାନେ କିପରି କ୍ଷତିପୂରଣ ପାଇଁ ଆବେଦନ କରିବେ ସେଥିପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ବାଲ୍ୟ ବିବାହ ନିରୋଧ ପରାମର୍ଶଦାତ୍ରୀ ଏବଂ ୱାନଷ୍ଟପ ସେଣ୍ଟର ର ଲିଗାଲ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଏହାବ୍ୟତୀତ ପସ୍କୋ ଆଇନକୁ କଡାକଡି ଭାବରେ ପାଳନ କରାଯିବା ଓ ଗ୍ରାମସ୍ତରରୁ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ପଦକ୍ଷେପ ନେବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ବୈଠକରେ ଜିଲ୍ଲାପାଳ ସତ୍ୟରଂଜନ ସାହୁ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ,ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁରଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

ବୌଦ୍ଧ ରେ ଜ଼ିଲ୍ଲାସ୍ତରୀୟ ଡାହାଣୀ ନିର୍ଯାତନାଅଧିନିୟମ କର୍ମଶାଳା
ବୌଦ୍ଧ,୧୨/୫: ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହ ରେ ଜ଼ିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଙ୍କ ଅଧ୍ୟକ୍ଷତା ରେ ଜ଼ିଲ୍ଲା ସ୍ତରୀୟ ଡାହାଣୀ ନିର୍ଯାତନା ଅଧିନିୟମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କର୍ମଶାଳାରେ ପ୍ରଶିକ୍ଷକ ଭାବେ ଆସୋସିଏଟ ନିର୍ଦେଶକ ଭାବେ ଦେବବ୍ରତ ପାତ୍ର ଏବଂ ପ୍ରୋଗ୍ରାମ ମ୍ୟାନେଜର ବି. ଏନ. ଦୁର୍ଗା ଉପସ୍ଥିତ ରହି ଡାହାଣୀ ନିର୍ଯାତନା ଅଧିନିୟମ ର ସମସ୍ତ ଵିଧି ଓ ବ୍ୟବସ୍ଥା ଉପରେ ବିସ୍ତୃତ ଭାବେ ପାୱାର ପଏଣ୍ଟ ମାଧ୍ୟମ ରେ ଉପସ୍ଥାପନ କରିଥିଲେ ।
ଅତିରିକ୍ତ ଜ଼ିଲ୍ଲାପାଳ ଦାରିଦ୍ର‌୍ୟ ଭଂଜନ ମଦନ ମୋହନ ପାତ୍ର ସମାଜ ରେ ପ୍ରଚଳିତ ଅନ୍ଧ ବିଶ୍ୱାସ କୁ ପରିହାର କରିବା ସହିତ ନିଜ କୁ ଏବଂ ନିଜ ଚାରିପଟେ ଥିବା ସମସ୍ତଙ୍କୁ ସଶକ୍ତ କରିବା, ଅନ୍ଧ ବିଶ୍ୱାସ କୁପରିଣତି ରୁ ନିଜକୁ ରକ୍ଷା କରିବା ସଂଗେ ସଂଗେ ସମସ୍ତଙ୍କୁ ଏହି ଅନ୍ଧ ବିଶ୍ୱାସ ର ସାମ୍ନା କରିବାକୁ ମତ ବ୍ୟକ୍ତ କରିଥିଲେ ।
ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର କୁମାର ରାଉତ ନିଜର ଅନୁଭୂତି କୁ ସେୟାର କରିବା ସହ ଗୁଣି ଗାରେଡି ଉପରେ ବିଶ୍ୱାସ ନରଖି ନିଜ ଉପରେ ଆସ୍ଥା ରଖିବା ଉଚିତ ଏବଂ ନିଜ ମନରୁ ଡର, ଭୟ କୁ ଛାଡି ଅନ୍ୟ ମାନଙ୍କୁ ଏହାର ସାମ୍ନା କରିବା ପାଇଁ ମତ ଦେଇଥିଲେ । ଆକସନଏଡ଼ ଆସୋସିଏଟ ଡାଇରେକ୍ଟର ଦେବବ୍ରତ ପାତ୍ର ହୁଡ଼ିଂ, ୱାଲ ପେଣ୍ଟିଙ୍ଗ, ପୋଷ୍ଟର, ଲିଫଲେଟ ବଣ୍ଟନ, ବହୁଳ ପ୍ରଚାର, ପ୍ରସାର ପାଇଁ ବିଭିନ୍ନ ସଂଗଠନ ର ସଦସ୍ୟ ମାନେ ଜନ ସଚେତନତା ସୃଷ୍ଟି କରିବା ସହ ଦୁର୍ବଳ ମାନସିକତା ନ ରଖିବା ପାଇଁ ମତ ଦେଇଥିଲେ ।
ଜ଼ିଲ୍ଲାପାଳ ଶ୍ରୀ ସାହୁ ଏହି ଆଲୋଚନା ଚକ୍ରକୁ କର୍ମଶାଳାରେ ସୀମିତ ନରଖି ଉପସ୍ଥିତ ଅଧିକାରୀ, କର୍ମଚାରୀ, ଆଶା, ଅଙ୍ଗନୱାଡି କର୍ମୀ, ଛାତ୍ର, ଛାତ୍ରୀ, ସ୍ବେଛାସେବୀ ମାନଙ୍କ ମଧ୍ୟ ରେ ବିଭିନ୍ନ ଗ୍ରୁପ କରି ଡାହାଣି ନିର୍ଯାତନା ଅଧିନିୟମ ର ବିଭିନ୍ନ ଵିଧି, ବ୍ୟବସ୍ଥା, ସଚେତନତା, ଲିଗାଲ ପ୍ରୋଭିଜନ, ତଥ୍ୟ ଏବଂ ପୋଲିସ କୁ ଜଣାଇବା, ଥଇଥାନ ଏବଂ ସ୍ୱାସ୍ଥ୍ୟ ସଚେତନତା, ସ୍ପେସିଆଲ ପରାମର୍ଶ କିଛି ଦେବା ପାଇଁ ସମସ୍ତ ଙ୍କୁ ଆହ୍ୱାନ କରିଥିଲେ ।
ଏଥିପାଇଁ ଉପସ୍ଥିତ ସମସ୍ତଙ୍କୁ ଜ଼ିଲ୍ଲାପାଳ କର୍ମଶାଳା ରେ ନିଜ ନିଜ ଅଭିଜ୍ଞତା ଓ ନିଜର କାର୍ଯ୍ୟଶୈଳୀ ରେ କିପରି ଏହି ସମସ୍ୟା ବିଷୟରେ ଲୋକଙ୍କ ମଧ୍ୟରେ ଜାଗ୍ରତ ସୃଷ୍ଟି କରି ହେବ ସେ ବିଷୟରେ ନିଜ ନିଜ ମତାମତ ଉପସ୍ଥାପନା କରିବାକୁ ମତ ଦେଇଥିଲେ । ପ୍ରୋଗ୍ରାମ ମ୍ୟାନେଜର ବି. ଏନ. ଦୁର୍ଗା ସମସ୍ତ ଯୁବ ବର୍ଗ କୁ ଏହି ସଚେତନତା ରେ ସାମିଲ କରିବା ପାଇଁ ଆହ୍ୱାନ କରିଥିଲେ ।
ଏହି କାର୍ଯ୍ୟକ୍ରମ କୁ ବାଲ୍ୟ ବିବାହ ନିଷେଧ ପରାମର୍ଶଦାତ୍ରୀ ପ୍ରବୀଜ୍ଞା ଦାଶ ସଂଯୋଜନା କରିବସହ କର୍ମଶାଳା କୁ ପରିଚାଳନା କରିଥିଲେ । ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ସମସ୍ତ ଙ୍କୁ ସ୍ୱାଗତ କରିବା ସହ ଡାହାଣୀ ନିର୍ଯାତନା କୁ ବନ୍ଦ କରିବା ପାଇଁ ନିଜ ମତ ରଖିବା ସହ କର୍ମଶାଳା ଶେଷରେ ସମସ୍ତକୁ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031