Indus Valley Times

ମହାଆଡମ୍ବର ଓ ଉଲ୍ଲାସ ମଧ୍ୟରେ ପାଳିତ ହେଲା ପୁଅ ଜୁଉନ୍ତିଆଁ ପର୍ବ

 Breaking News

ମହାଆଡମ୍ବର ଓ ଉଲ୍ଲାସ ମଧ୍ୟରେ ପାଳିତ ହେଲା ପୁଅ ଜୁଉନ୍ତିଆଁ ପର୍ବ

ମହାଆଡମ୍ବର ଓ ଉଲ୍ଲାସ ମଧ୍ୟରେ ପାଳିତ ହେଲା ପୁଅ ଜୁଉନ୍ତିଆଁ ପର୍ବ
September 29
21:28 2021

ବୌଦ୍ଧ,୨୯/୦୯; ବୌଦ୍ଧଜିଲ୍ଲା ପୁରପଲ୍ଲୀରେ ଆଜି ପୁଅ ଜୁଉନ୍ତିଆ ପର୍ବ ମହାଆଡମ୍ବ ଓ ଉଲ୍ଲାସ ମଧ୍ୟରେ ପାଳିତ ହୋଇଛି । ମା ଗ୍ଦମାନେ ପୁଅମାନଙ୍କର ଦୀର୍ଘାୟୁ କାମନା କରିବା ସହିତ ତାଙ୍କର ଶୁଭକାମନା ମନାସି ଏହି ଜୁଉନ୍ତିଆ ପାଳନ କରିଥାନ୍ତି । ମାମାନେ ନିର୍ଜଳା ଉପବାସ ରହି ସନ୍ଧ୍ୟାରେ ଗାଁ ଦାଣ୍ଡ ମଝିରେ ସମସ୍ତେ ଏକତ୍ରିତ ହୋଇ ଜୁଉନ୍ତିଆ କରିଥାନ୍ତି । ପରଦିନ ପାହାନ୍ତିଆରୁ ମା ମାନେ ନଦୀ ଓ ପୋଖରୀକୁ ଯାଇ ସ୍ନାନ ସାରି ଗାଧୁଆ ତୁଠରେ ପୂଜା ଅର୍ଚ୍ଚନା କରିଥାନ୍ତି । ଏବଂ ଘରକୁ ଆସି ପୁଅମାନଙ୍କୁ ୧୦୮ ଦୁବ, ଫୁଲ ଓ ଦୀପ ଲାଗାଇ ବନ୍ଦାଇ ଥାନ୍ତି । ଏହି ଜୁଉନ୍ତିଆ କରିବା ଦ୍ୱାରା ପୁଅମାନଙ୍କ ରିଷ୍ଟ ଖଣ୍ଡନ ହେବା ସହିତ ସେମାନେ ଦୀର୍ଘାୟୁ ହୋଇଥାନ୍ତି ଏବଂ ଶରୀର ସୁସ୍ଥ୍ୟ ରହିଥାଏ ବୋଲି ବିଶ୍ୱାସ ରହିଛି । ଏହି ପୁଅ ଜୁଉନ୍ତିଆରେ ମା ଦୁର୍ଗାଙ୍କ ପୂଜା ଆରଧ୍ୟନା କରାଯାଇଥାଏା ଏବଂ ଆଜି ଠାରୁ ବିଭିନ୍ନ ଦେବୀ ପିଠରେ ଖଣ୍ଡାବସା ପର୍ବ ଆରମ୍ଭ ହୋଇଥାଏ । ଆଜିଠୁ ଠିକ ୧୬ ଦିନ ପରେ ମା ଦୁର୍ଗାଙ୍କ ଦଶହରା ପୂଜା ଅନୁଷ୍ଠିତ ହୋଇଥାଏ । ଏହି ସମୟରେ ବିଭିନ୍ନ ଦେବୀ ମନ୍ଦିର ଗୁଡିକରେ ମା ବିଭିନ୍ନ ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।


ବୌଦ୍ଧ : ଜାତୀୟ ରାଜପଥ ବିଭାଗର ଅବହେଳା, ଡ୍ରେନ ଖୋଳି ଠିକା ସଂସ୍ଥାର ଦେଖାନାହିଁ
ବୌଦ୍ଧ,୨୯/୯: ବର୍ଷତମାମ ଜାତୀୟ ରାଜପଥରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ଲାଗିରହିଛି । ଗୋଟିଏ କାର୍ଯ୍ୟକୁ ବାରମ୍ବାର କରାଯାଉଥିବାବେଳେ ତାହାର ସ୍ଥାୟିତ୍ୱ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଅଛି । ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ପ୍ରଶସ୍ତିକରଣ ନାମରେ ଦୀର୍ଘମାସ ହେବ ଏକ ଠିକା ସଂସ୍ଥା ଦ୍ୱାରା ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାର୍ଯ୍ୟ ସମାପନ ପାଇଁ ବିଭାଗୀୟ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଠିକା ସଂସ୍ଥାର ଏଥିପ୍ରତି ଖାତିର ନଥିବା ଭଳି ମନେ ହେଉଅଛି ।
ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଚାରିଛକଠାରେ ଏହି ଠିକା ସଂସ୍ଥା ପକ୍ଷରୁ ଜାତୀୟ ରାଜପଥ କଡରେ ଡ୍ରେନ ନିର୍ମାଣ ପାଇଁ ଅନେକ ଦିନରୁ ଖୋଳାଯାଇଥିଲେ ମଧ୍ୟ ଅଧପନ୍ତରିଆ ଭାବରେ ଏହି କାର୍ଯ୍ୟ ପକାଇ ରଖାଯାଇଥିବାରୁ ଲୋକମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଅଛି । ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ପର୍ଯ୍ୟଟକମାନଙ୍କ ପାଇଁ ଏଠାରେ ଏକ ପାନ୍ଥିକା ରିସୋର୍ଟ ଖୋଲାଯାଇଥିବାବେଳେ ଡ୍ରେନ କାର୍ଯ୍ୟ ଅଧାରେ ପଡିରହିଥିବା ଯୋଗୁଁ ଚାରିଛକ ଅଞ୍ଚଳର ସମସ୍ତ ଡ୍ରେନପାଣି ଓ ଆବର୍ଜନା ବର୍ତମାନ ଏହି ପ୍ରମୁଖ ଅନୁଷ୍ଠାନ ସମ୍ମୁଖରେ ଜମା ହୋଇରହୁଥିବା ଦେଖାଯାଇଛି ।
ଏ ସଂପର୍କରେ ଅଭିଯୋଗ କଲେ ମଧ୍ୟ ବିଭାଗ ଓ ସଂପୃକ୍ତ ଠିକାସଂସ୍ଥା ନିଦାବିଷ୍ଣୁ ସାଜିଥିବା ଅଭିଯୋଗ ହେଉଅଛି । ନିୟମ ଅନୁଯାୟୀ ବର୍ଷାର ଅନେକ ପୂର୍ବରୁ ସମସ୍ତ ଡ୍ରେନ ନିର୍ମାଣ କାର୍ଯ୍ୟ ସମାପନ କରାଯିବା କଥା । କିନ୍ତୁ ଜାତୀୟ ରାଜପଥ ବିଭାଗ ଓ ଠିକାସଂସ୍ଥା ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକା ଯୋଗୁଁ ଅନେକ ସ୍ଥାନରେ ବର୍ଷା ଦିନରେ ମଧ୍ୟ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏ ସଂପର୍କରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚରାଯିବାରେ ଖୁବ୍‌ଶିଘ୍ର ସଂପୃକ୍ତ ଠିକାସଂସ୍ଥା ଦ୍ୱାରା ଡ୍ରେନ ନିର୍ମାଣ କାର୍ଯ୍ୟ ସମାପ୍ତ କରାଯିବ ବୋଲି ପ୍ରକାଶ କରିଥିଲେ । ଜିଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ନଦେଲେ ଜନଅସନ୍ତୋଷ ଆନ୍ଦୋଳନର ରୂପ ନେବାର ଆଶଙ୍କା ସୃଷ୍ଟି ହୋଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031