Indus Valley Times

ବୌଦ୍ଧ : ଫ୍ରେଣ୍ଡସିଫ୍ କ୍ଲବର ପ୍ରତିଷ୍ଠା ଦିବସ ପାଳିତ

 Breaking News

ବୌଦ୍ଧ : ଫ୍ରେଣ୍ଡସିଫ୍ କ୍ଲବର ପ୍ରତିଷ୍ଠା ଦିବସ ପାଳିତ

ବୌଦ୍ଧ : ଫ୍ରେଣ୍ଡସିଫ୍ କ୍ଲବର ପ୍ରତିଷ୍ଠା ଦିବସ ପାଳିତ
September 04
20:26 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୪/୯: ଫ୍ରେଣ୍ଡସିଫ କ୍ଲବର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବୌଦ୍ଧର ହୋଟେଲ ପାରିଜାତ ପେଲେସ ସମ୍ମିଳନୀ କକ୍ଷଠାରେ କ୍ଲବର ସଭାପତି ତଥା ଆର୍କିଟେକ ସୁମନ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବରେ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ,ମୁଖ୍ୟବକ୍ତା ଭାବରେ ଅଧ୍ୟାପକ ପ୍ରବୀର କୁମାର ଦାସ ଓ ସମ୍ମାନିତ ଅତିଥି ଭାବରେ ଡା. ପ୍ରିୟବ୍ରତ ବେହେରା ଓ କ୍ଲବର ଉପଦେଷ୍ଟା ଇଂ. ସଂଜୟ କୁମାର ପଣ୍ଡା ଯୋଗଦେଇ ଅନେକ ଉପାଦେୟ ପରାମର୍ଶ ଦେଇଥିଲେ ।
ସମାଜସେବୀର ମୂଳ ଲକ୍ଷ କଣ ସେ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା । ସାର୍ଥକ କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କ୍ଲବର ପ୍ରତିଷ୍ଠାତା ସମ୍ପାଦକ ତୋଫାନ ପରିଡା ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ପ୍ରତିଷ୍ଠା ଦିବସ ଅବସରରେ କ୍ଲବର ବାର୍ଷିକ ବିବରଣୀ ପୁସ୍ତକ ଓ ନୂତନ ପୋଷାକ ଉନ୍ମୋଚିତ କରାଯାଇଥିଲା ।
ଏଥିସହିତ ଜିଲ୍ଲାର ବିଭିନ୍ନ ସମାଜସେବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କ୍ଲବର ଉପସଭାପତି ଇମତିଆଜ ଖାଁ,କୋଷାଧ୍ୟକ୍ଷ ପ୍ରଦ୍ୟୁମ୍ନ ବଡମାଳୀ,ସହସମ୍ପାଦକ ସମ୍ୟକ ନାୟକ,ଅଂଶୁମାନ ହୋତା,ସୁବ୍ରତ କୁମାର ପୁରୋହିତ୍‌,ସାଲେନୀ ଷଡଙ୍ଗୀ,ଜ୍ଞାନ ପ୍ରକାଶ ପାଣିଗ୍ରାହୀ, ଦେବବ୍ରତ ତରିଆ,ଫକୀର ଘଡେଇ, ବଟକୃଷ୍ଣ ଅଗ୍ରୱାଲା, ସିଦ୍ଧାର୍ଥ ଓ ଶିବାନୀ ଷଡଙ୍ଗୀ ସଦସ୍ୟ/ ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାହେର ସହଯୋଗ କରିଥିଲେ ।
ବୌଦ୍ଧ : ସ୍ୱେଛାସେବୀଙ୍କ ସହାୟତାରେ ଅପରିଚିତ ବୃଦ୍ଧଙ୍କ ଶବ ସତ୍କାର
ବୌଦ୍ଧ,୪/୯: ଜଣେ ଅପରିଚିତ ବୃଦ୍ଧଙ୍କ ଶବକୁ ବୌଦ୍ଧ ବୁଟୁପାଲିର ଗଙ୍ଗାଧର ମେହେର ସ୍ୱେଛାସେବୀଙ୍କ ଦ୍ୱାରା ସତ୍କାର କରାଯାଇଛି । ମିଳିଥିବା ସୂଚନା ମୁତାବକ ଅପରିଚିତ ବୃଦ୍ଧ ଜଣକ ଚେତାଶୂନ୍ୟ ହୋଇ ରାସ୍ତାକଡରେ ପଡିଥିବାବେଳେ ଗତ ୨୨ ତାରିଖ ଦିନ ଜଣେ ସହୃଦୟ ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ।
ଚିକିତ୍ସାଧିନ ଅବସ୍ଥାରେ ଗତ ୨ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା । ବୌଦ୍ଧ ଆଦର୍ଶଥାନା ପକ୍ଷରୁ ବୃଦ୍ଧଙ୍କ ପରିଚୟ ତଦନ୍ତ କରାଯିବାପରେ କୌଣସି ସୂଚନା ନମିଳିବାରୁ ଆଜି ଗଙ୍ଗାଧର ସ୍ୱେଛାସେବୀ ସଂଗଠନ ସହିତ ଯୋଗାଯୋଗ କରାଯାଇଥିଲା ।
ସୂଚନା ପାଇବାପରେ ସଂଗଠନର ପ୍ରତିଷ୍ଠାତା ଇନ୍ଦ୍ରମଣି ମେହେର,ସଭାପତି ମିନୁ ପ୍ରସାଦ ମିଶ୍ର,ସଂଯୋଜକ ରାମଚନ୍ଦ୍ର ମେହେର, ବିକାଶ ମେହେର,ରାଜୁ ମେହେର,ରମେଶ ପ୍ରଧାନ,ସନ୍ତୋଷ ମେହେର ପ୍ରମୁଖ ପହଞ୍ଚି ପୋଲିସ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ସହଯୋଗରେ ଏବଂ ଥାନା କର୍ମଚାରୀମାନଙ୍କ ଉପସ୍ଥିତିରେ ବୌଦ୍ଧ ରାଜଘାଟଠାରେ ବୃଦ୍ଧଙ୍କ ଶବକୁ ସତ୍କାର କରିଥିଲେ ।
ବୌଦ୍ଧ : ଓଡ଼ିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ, ୩୬ ୟୁନିଟ ରକ୍ତ ସଂଗ୍ରହ
ବୌଦ୍ଧ,୪/୯: ଓଡ଼ିଶା ମୋ ପରିବାର ପକ୍ଷରୁ ବୌଦ୍ଧ ବ୍ଳକ ଅନ୍ତର୍ଗତ ମୁଣ୍ଡିପଦର ନୋଡାଲ ଉଚ୍ଚ ବିଦ୍ୟାଳୟଠାରେ ଜୀବନ ବିନ୍ଦୁ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧଜିଲ୍ଲା ଭାରତ ସ୍କାଉଟ ଗାଇଡ ଓ ଓଡ଼ିଶା ମୋ ପରିବାରର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ୩୬ ଜଣ ସ୍ୱେଛାକୃତ ରକ୍ତଦାନ କରିଥିଲେ ।
ଶିବିରରେ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ଉଦୟନାଥ ମାଝୀ,ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶିକା ବବିତାରାଣୀ ଦଳବେହେରା ଓ ମୁଣ୍ଡାପଡା ସରପଞ୍ଚ ବିଦ୍ୟାଧର ସ୍ୱାଇଁ ,ମୁଣ୍ଡିପଦର ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁ ଓ ପ୍ରଧାନଶିକ୍ଷୟିତ୍ରୀ ସଚଳା ଗୁରୁ ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।
ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ମୃତ୍ୟୁଂଜୟ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ରକ୍ତଦାନ ଶିବିର ପରିଚାଳନାରେ ଜଲ୍ଲାର ସର୍ବାଧିକ ରକ୍ତଦାତା ସମାଜସେବୀ ଜୟ ନାରାୟଣ ମହାନ୍ତି, ଜେଆରସି ନବ କିଶୋର ଦୀପ,ସ୍କାଉଟ ଶିକ୍ଷକ ସୁଧୀନ କୁମାର ଭୋଇ,ଉଗ୍ରସେନ ବେହେରା,ମନୋଜ ଗାଈଗୌରିଆ,ଜେଆରସି କାଉନସେଲର ଧୀରେନ କୁମାର ପ୍ରଧାନ,ଶିକ୍ଷକ ବରୁଣ ରଣା,ଦୀନବନ୍ଧୁ ପତି,କ୍ରିଡା ଶିକ୍ଷକ ଦଶରଥ ଭୋଇ,ସ୍ୱେଛାସେବୀ ଜଗଦୀଶ ବାରିକ୍‌,ଲିଲୁପାଣି ମହାକୁଡ,ଅଯତ୍ନ ଲୁହା,ବସୁଦେବ ଗହୀର,କୃଷ୍ଣାର୍ଜୁନ ମେହେର,ସୁଦାମ ମେହେର,ଅନିରୁଦ୍ଧ ବେହେରା,ବ୍ଲଡବ୍ୟାଙ୍କ କର୍ମଚାରୀ ଚତୁର୍ଭୁଜ ବାରିକ୍‌,ଦେବଦତ୍ତ କିଷାନ. ବାଦଲ ପ୍ରଧାନ ଓ ମୁଣ୍ଡିପଦର ନୋଡାଲ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031