Indus Valley Times

ବୌଦ୍ଧ ବନଖଣ୍ଡ ଓ ଜିଲ୍ଲା ପରିବେଶ ସମିତି ଆନୁକୂଲ୍ୟରେ ପାଳିତ ହେଲା ୭୧ ତମ ବନ ମହୋତ୍ସବ

 Breaking News

ବୌଦ୍ଧ ବନଖଣ୍ଡ ଓ ଜିଲ୍ଲା ପରିବେଶ ସମିତି ଆନୁକୂଲ୍ୟରେ ପାଳିତ ହେଲା ୭୧ ତମ ବନ ମହୋତ୍ସବ

ବୌଦ୍ଧ ବନଖଣ୍ଡ ଓ ଜିଲ୍ଲା ପରିବେଶ ସମିତି ଆନୁକୂଲ୍ୟରେ ପାଳିତ ହେଲା ୭୧ ତମ ବନ ମହୋତ୍ସବ
July 07
21:08 2020

କମ୍ଭୁ ଧର ଖେତୀ ଙ୍କ ରିପୋର୍ଟ

ବୌଦ୍ଧ,୭/୭ : ବୌଦ୍ଧ ବନଖଣ୍ଡ ଓ ଜିଲ୍ଲା ପରିବେଶ ସମିତି ଆନୁକୂଲ୍ୟରେ ବୌଦ୍ଧସହର ଏନଏସି ଛକ ଠାରେ ମଙ୍ଗଳବାର ଦିନ ୭୧ ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଛି ।
ଅନୁଷ୍ଠିତ ଏହି କାର‌୍ୟ୍ୟକ୍ରମରେ ମାଗଣାରେ ଚାରାବଣ୍ଟନ କରାଯିବାସହ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ମୁଖ୍ୟ ଅତିଥି ତଥା ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଓ ସମ୍ମାନୀତ ଅତିଥି ତଥା ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଆରକ୍ଷୀ ଅଧୀକ୍ଷକ ଭି. ରଘୁନାଥ ରାଓ ଯୋଗଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଅବକାରୀ ଅଧୀକ୍ଷକ ଶାନ୍ତନୁ ଦାସ, ଅତିରିକ୍ତ ଜିଲ୍ଲାପାଳ ଏନ.ସି ଜ୍ୟୋତିରଞ୍ଜନ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।
ଏନଏସି ଛକଠାରେ କରାଯାଇଥିବା ଅସ୍ଥାୟୀ ଚାରାବଣ୍ଟନ କେନ୍ଦ୍ରକୁ ମଧ୍ୟ ବୌଦ୍ଧ ବିଧାୟକ ଶ୍ରୀ ଅମାତ ଉଦଘାଟନ କରିଥିଲେ । ଏହି ଅବସରରେ ଅତିଥିମାନେ ଭ୍ରାମ୍ୟମାଣ ଚାରାବିତରଣ ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳକୁ ଯାଇ ଚାରାବଣ୍ଟନ କରିବ ।
ବିଗତ ବର୍ଷ ମାନଙ୍କରେ ବୌଦ୍ଧ ବନଖଣ୍ଡରେ ଜଙ୍ଗଲର ରକ୍ଷଣାବେକ୍ଷଣ ଓ ବନୀକରଣ ଯୋଗୁଁ ଜଙ୍ଗଲର ଅଭିବୃଦ୍ଧି ଘଟିଥିବା ଡିଏଫଓ ଶ୍ରୀ ସେଠୀ ସୂଚନା ଦେଇଥିଲେ ।
ଆଜିର କାର‌୍ୟ୍ୟକ୍ରମକୁ ସହକାରୀ ବନସଂରକ୍ଷକ ରାଜେନ୍ଦ୍ର ଗୋଚ୍ଛାୟତ ଓ ଜିତେନ୍ଦ୍ର ବେହେରା ପରିଚାଳନା କରିଥିବାବେଳେ ଡେପୁଟି କଲେକ୍ଟର ଅବିନାଶ ପାଣ୍ଡିଆ, ଜିଲ୍ଲା ଇକୋ କ୍ଲବର ସଂଯୋଜକ ସ୍ୱରାଜ କୁମାର କହଁର, ବନରକ୍ଷୀ ରବିନ୍ଦ୍ର ବାରିକ ଉପସ୍ଥିତ ଥିଲେ ।
ଏହି ଅବସରରେ ସୁନାଝରୀ ବନ ସଂରକ୍ଷଣ ସମିତିକୁ ରାଜ୍ୟସ୍ତରୀୟ ଶ୍ରେଷ୍ଠ ବନ ସଂରକ୍ଷଣ ସମିତି ଭାବେ ୨ଲକ୍ଷ ଟଙ୍କା ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । କାର‌୍ୟ୍ୟକ୍ରମକୁ ପରିଚାଳନାରେ ବନବିଭାଗର ଅଧିକାରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031