Indus Valley Times

ବୌଦ୍ଧ: ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ବିରୋଧ କରି ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ କୋଶଲ ସମନ୍ୱୟ ସମିତି

 Breaking News

ବୌଦ୍ଧ: ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ବିରୋଧ କରି ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ କୋଶଲ ସମନ୍ୱୟ ସମିତି

December 04
22:05 2020

କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ
ବୌଦ୍ଧ,୪/୧୨: ବୌଦ୍ଧଜିଲ୍ଲା କୋଶଲ ସମନ୍ୱୟ ସମିତି ତରଫରୁ ଶୁକ୍ରବାର ଦିନ ଓଡିଶା ସରକାରର ପ୍ରାଦେଶିକ ସଙ୍ଗୀତ ଭାବେ ‘ବନ୍ଦେ ଉତ୍କଳ ଜନନୀ’କୁ ପାଠ୍ୟକ୍ରମରେ ସାମିଲ ଓ ସମୂହ ଗାନ କରିବାକୁ ବାଧ୍ୟତାମୂଳକ କରିଥିବା ହେତୁ ଏହାକୁ କୋଶଳାଞ୍ଚଳରେ ବିରୋଧକରି ଆଜି ଦାବି ଦିବସ ରୁପେ ପାଳନ କରାଯାଇଛି । ଏହିକ୍ରମରେ ବୌଦ୍ଧ କେ.ଏସ.ସି.ସି ତରଫରୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ର ପ୍ରଦାନବେଳେ କୋଶଲ ରାଜ୍ୟ ସମନ୍ୱୟ ସମିତି ଓ କୋଶଲ ଯୁବ ସମନ୍ୱୟ ସମିତିର ସଂଗ୍ରାମୀ ଡୋଳାମଣି ପ୍ରଧାନ, ସୁବେଦାର ଲଳିତ କୁମାର ସାହୁ, ପ୍ରମୋଦ ମେହେର, ଆଇନଜୀବୀ ଆଶୁତୋଷ ଦାସ, ସନ୍ତୋଷ ସାହୁ, ପରଦେଶୀ ବେହେରା, ମନ କର୍ଣ୍ଣ, ସନ୍ତୋଷ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।
ବୌଦ୍ଧ: ୧ଲକ୍ଷ ୫୬ହଜାର ଗଞ୍ଜେଇ ଗଛ ନଷ୍ଟ


ବୌଦ୍ଧ,୪/୧୨- ବୌଦ୍ଧଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ଅବକାରୀ ନିରୀକ୍ଷକ ବିଜୟ କୁମାର ଧରୁଆଙ୍କ ନେତୃତ୍ୱରେ ଗୋଚ୍ଛାପଡା ପଂଚାୟତର ଦୁମଦୁମା ଗ୍ରାମ ଆଭ୍ୟନ୍ତରୀଣ ଜଙ୍ଗଲ ମଧ୍ୟରେ ଚଢଉ କରାଯାଇଥିଲା । ଏହି ଚଢଉରେ ୧ଲକ୍ଷ ୫୬ହଜାର ଗଞ୍ଜେଇଗଛ କାଟି ପୋଡିଦିଆଯାଇଥିଲା ଯାହାର ଆନୁମାନିକ ମୂଲ୍ୟ ୧୫କୋଟି ୬୦ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଚଢାଉରେ ମାଜିଷ୍ଟ୍ରେଟ ଭାବରେ ସତ୍ୟଜିତ ମହାପାତ୍ର, ଇନିସପେକ୍ଟର ବିଜୟ ଧରୁଆ, ଅବକାରୀ ବିଭାଗ ଓଆଇସି ରମେଶ ଚନ୍ଦ୍ର ମହାନ୍ତି, ଏଏସଆଇ ରୂପେଶ ମୁଖୀ, କନଷ୍ଟେବଳ ପ୍ରିୟରଞ୍ଜନ କହଁର, ଅଞ୍ଜଳି ଅମାତ, ଜୟନ୍ତ କୁମାର ପ୍ରଧାନ ପ୍ରମୁଖ ସାମିଲ ଥିଲେ ।
ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ର ପୁରସ୍କାର ବିତରଣ
ବୌଦ୍ଧ,୪/୧୨-ବୌଦ୍ଧଜିଲ୍ଲା ପରିବେଶ ସମିତି ଆନୁକୁଲ୍ୟରେ ୨୦୧୯-୨୦ ବର୍ଷ ପାଇଁ ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ପ୍ରକୃତି ବନ୍ଧୁ ପୁରସ୍କାର ସହିତ ନଗଦ ଦଶ ହଜାର ଟଙ୍କା ଓ ପ୍ରକୃତି ମିତ୍ର ପୁରସ୍କାର ସହିତ ନଗଦ କୋଡିଏ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଏହି ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ପୁରସ୍କାର ଓ ଅର୍ଥ ରାଶି ପ୍ରଦାନ କରିଥିଲେ । ବୌଦ୍ଧବ୍ଲକର ଇଂ ସଂଜୟ ପଣ୍ଡା ଓ କଣ୍ଟାମାଳ ବ୍ଲକର ଦିବ୍ୟଶଙ୍କର ରାଉତଙ୍କୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ କଣଣ୍ଟାମାଳ ବ୍ଲକର ପଲସାଗୋରା ଏମଜିପି ଉଚ୍ଚ ବିଦ୍ୟାଳୟ ଓ ହରଭଙ୍ଗା ବ୍ଲକର ଝାଡରାଜିଙ୍ଗ ଆଶ୍ରମ ବିଦ୍ୟାଳୟ ଚାରିଛକକୁ ପ୍ରକୃତିମିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଯୋଶବନ୍ତ ସେଠୀ ଓ ଉପ ଜିଲ୍ଲାପାଳ ଅଶ୍ୱିନୀ ମେହେର ଉପସ୍ଥିତଥିଲେ ।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031