Indus Valley Times

ବୌଦ୍ଧ : ବାଇକ ଦୁର୍ଘଟଣାରେ ଶିକ୍ଷକ ମୃତ

 Breaking News

ବୌଦ୍ଧ : ବାଇକ ଦୁର୍ଘଟଣାରେ ଶିକ୍ଷକ ମୃତ

ବୌଦ୍ଧ : ବାଇକ ଦୁର୍ଘଟଣାରେ ଶିକ୍ଷକ ମୃତ
December 07
19:33 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ

ବୌଦ୍ଧ , ୭/୧୨ : ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ତେଲିବନ୍ଧପନ୍ଥା ଇ ନିକଟରେ ରବିବାର ୩ ଟା ସମୟରେ ବହିରା ହାଇସ୍କୁଲର ଶିକ୍ଷକ ତାଙ୍କ ନିଜ ବାଇକରେ ଦୁର୍ଘଟଣାରେ ଶିକାର ହୋଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି ।
ଖବରରୁ ପ୍ରକାଶ, ବୌଦ୍ଧ ଥାନା ବହିରା ହାଇସ୍କୁଲର ଶିକ୍ଷକ ଦେଶବନ୍ଧୁ ମହାକୁଡ଼ (୪୮) ବହିରାରୁ କୌଣସି କାମରେ ଜହ୍ନାପଙ୍କ ପଟୁକୁ ତାଙ୍କ ହୋଣ୍ଡା ବାଇକ(ଓଡି ୨୭ ଏଫ ୨୪୫୧) ରେ ଯାଉଥିବା ସମୟରେ ଭାରସାମ୍ୟ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ । ଏଥିରେ ତାଙ୍କ ମୁଣ୍ଡରେ ବହୁତ ରସ୍ତସ୍ରାବ ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ବୌଦ୍ଧ ଡାକ୍ତର ଖାନା ନିଆଯାଇଥିଲା ।
ବାଇକ ଗଛରେ ପିଟିବାରୁ କିଛି ଦୂରରେ ବାଇକ ପଡ଼ିଥିବା ବେଳେ ସେ ଛିଟିକି ପଡି ଯାଇଥିଲେ । ଡାକ୍ତରଖାନରେ ଚିକିତ୍ସା ଚାଲିଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।
ଖବରପାଇ ଜହ୍ନାପଙ୍କ ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଂଚି ବାଇକ ଜବଦ କରିବା ସହ ତଦନ୍ତ କରୁଥିବା ଜଣାପଡିଛି । ଶବ ବେବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣା ପଡିଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031