Indus Valley Times

ବୌଦ୍ଧ : ବାଘଗୁଡା ଛକ ନିକଟରେ ହର ଘର ତିରଙ୍ଗା ହର ଘର ସ୍ୱଚ୍ଛତା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଜିଲ୍ଲାପାଳ

 Breaking News

ବୌଦ୍ଧ : ବାଘଗୁଡା ଛକ ନିକଟରେ ହର ଘର ତିରଙ୍ଗା ହର ଘର ସ୍ୱଚ୍ଛତା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଜିଲ୍ଲାପାଳ

August 11
20:14 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୧/୮ : (ସୋମବାର )ସକାଳ ଘ.୬.୩୦ ମି. ସମୟରେ ବୌଦ୍ଧଗଡ଼ ଏନଏସି ପକ୍ଷରୁ ବାଘଗୁଡ଼ା ଛକ ନିକଟରୁ ହର ଘର ତିରଙ୍ଗା ହର ଘର ସ୍ୱଚ୍ଛତା କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି ।
ଜିଲ୍ଲାପାଳ ବିଭୂତି ଭୁଷଣ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବାଘଗୁଡା ଛକ ନିକଟରୁ ସଚେତନତା ଶୋଭାଯାତ୍ରା ସହ ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇ ମେଡିକାଲ୍ ଛକ ପର୍ଯ୍ୟନ୍ତ ଯାଇଥିଲା ।
ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା,ଉପ ଜ଼ିଲ୍ଲାପାଳ ବିନୟ କୁମାର ଭୋଇ, ଅବକାରୀ ଅଧିକ୍ଷକ ଶାନ୍ତି ମାରାଣ୍ଡି,ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ୍ ଦୁବେ, ଅତିରିକ୍ତ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ,ଆଇ. ପି. ଇ. ଆନନ୍ଦ କୁମାର ବେହେରା,ପୋଲିସ ରିଜର୍ଭ ଇନ୍ସପେକ୍ଟର କୁଳମଣି ଗିରି, ସରଜେଣ୍ଟ ଖଗେଶ୍ୱର ବିଶ୍ୱାଲ ଏବଂ ରିଜର୍ଭ ପୋଲିସ କର୍ମଚାରୀ,ନିର୍ବାହୀ ଅଧିକାରୀ, ବୌଦ୍ଧଗଡ଼ ଏନ.ଏ.ସି. ସତ୍ୟ ନାରାୟଣ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ଜ଼ିଲ୍ଲା ମଙ୍ଗଳ ଅଧିକାରୀ ସୂର୍ଯ୍ୟ ନାରାୟଣ ବେହେରା, ଡି.ପି. ସି. ମିଶନ ଶକ୍ତି ରଶ୍ମି ରଞ୍ଜନ ସେଠୀ, ଡ଼. ବି. କେ ଆର. ସି ଦେଓ ହେମ୍ରମ ଏବଂ ମେଡିକାଲ କର୍ମଚାରୀ,ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ର ଅଧ୍ୟାପକ ଡ଼. ପ୍ରବୀର କୁମାର ଦାଶ ଏବଂ ମହାବିଦ୍ୟାଳୟ ର ଛାତ୍ର ଏବଂ ବୌଦ୍ଧଗଡ଼ ଏନଏ ସି ସହ ଅନ୍ୟାନ୍ୟ କାର୍ଯ୍ୟାଳୟ ର ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
: ଏହି ଅବସରରେ ଜ଼ିଲ୍ଲାପାଳ ସମସ୍ତ ଦୋକାନୀ ଙ୍କୁ ସ୍ୱଛତା ରକ୍ଷା କରିବା ପାଇଁ ଅନୁରୋଧ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031