ବୌଦ୍ଧ : ବାଲ୍ୟ ବିବାହକୁ ବନ୍ଦ କଲା ପ୍ରଶାସନ
February 11
22:17
2022
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୧/୨:ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ବଡବନ୍ଧ ଗ୍ରାମରେ ଶୁକ୍ରବାର ହେବାକୁ ଯାଉଥିବା ଏକ ବାଲ୍ୟ ବିବାହକୁ ବନ୍ଦ କଲା ପଶସାସନ । ଖବର ପାଇ ହରଭଙ୍ଗା ବ୍ଲକ ସମ୍ମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରିଣୀ ନିରୂପମା ପାଣି, ପରିଦର୍ଶିକା ପଦ୍ମିନି ବାରିକ, ସଂଯୋଜିକା ଚାଇଲ୍ଡ ଲାଇନ ବବିନା ନାଏକ, ପୁରୁଣାକଟକ ପୁଲିସ ସେଠାରେ ପଂହଚି ନାବାଳିକାର ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ ।
ବାଲ୍ୟ ବିବାହ କରାଗଲେ କେଉଁ ସବୁ ସମସ୍ୟା ଗୁଡିକ ଦେଖାଦେବ ସେ ବିଷୟରେ ବୁଝାଇଥିଲେ । ନାବାଳିକାକୁ ୧୮ ବର୍ଷ ନହେବା ପର୍ଯ୍ୟନ୍ତ ବିବାହ ଦେବେନି ବୋଲି ଏକ ଲିଖିତ ଆକାରରେ ଜଣାଇଥିଲେ । ପରେ ଶିଶୁ ମଙ୍ଗଳ ସମିତିରେ ନାବାଳିକାକୁ ହାଜର କରାଯାଇଥିଲା ।