Indus Valley Times

ବୌଦ୍ଧ : ବିଦ୍ୟାଳୟ ତୁରନ୍ତ ଖୋଲିବାକୁ ଅଖିଳ ଭାରତୀୟ ଛାତ୍ରସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

 Breaking News

ବୌଦ୍ଧ : ବିଦ୍ୟାଳୟ ତୁରନ୍ତ ଖୋଲିବାକୁ ଅଖିଳ ଭାରତୀୟ ଛାତ୍ରସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

August 17
19:58 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୭/୮ : ଲକଡାଉନ ଆଳରେ ସରକାର ଆଜି ଶିକ୍ଷା ବ୍ୟବସ୍ଥାକୁ ସଂପୁର୍ଣ୍ଣ ବିପର୍ଯ୍ୟସ୍ଥ କରିସାରିଛନ୍ତି । ବିଶେଷ କରି ଗ୍ରାମାଞ୍ଚଳରେ ପରିସ୍ଥିତି ଅଧିକ ସଙ୍ଗିନ ହୋଇପଡିଛି । କେଉଁଠି ମୋବାଇଲ ଟାୱାର ନାହିଁତ ଆଉ କେଉଁଠି ଦୁଇଓଳି ପେଟକୁ ମୁଠାଏ ଅନ୍ନ ଯୋଗାଡ କରିପାରୁନଥିବା ପିତାମାତା ପାଠ ପଢିବା ପାଇଁ ମୋବାଇଲ ଯୋଗାଇବାରେ ସମର୍ଥ ହୋଇପାରୁନାହାନ୍ତି ।
ଦେଶର ଭବିଷ୍ୟତମାନଙ୍କ ଭବିଷ୍ୟତକୁ ଘୋର ଅନ୍ଧାକାର ଭିତରକୁ ଠେଲି ଦେଉଛନ୍ତି ସରକାର । ଏହି ପରିପ୍ରେକ୍ଷିରେ ଭାରତବର୍ଷର ସର୍ବପ୍ରଥମ ଛାତ୍ର ସଂଗଠନ ଅଖିଳ ଭାରତୀୟ ଛାତ୍ରସଂଘ ବଘିଆପଡା ଶାଖା କମିଟି ପକ୍ଷରୁ ସ୍ଥାନୀୟ ମେଣ୍ଢିମାଳ ଛକଠାରୁ ହିରଣ୍ୟ ଦୀପଙ୍କ ନେତୃତ୍ୱରେ ଏକ ବିକ୍ଷୋଭ ଶୋଭାଯାତ୍ରା ବାହାରି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା ।
ତୁରନ୍ତ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଖୋଲିବାକୁ ରାଜସ୍ୱ ନିରୀକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତୀୟ ଛାତ୍ରସଂଘର ପୂର୍ବତନ ନେତା ଅବକାଶ ସାହୁ,ପ୍ରଦୀପ ମହାକୁଡ ପ୍ରମୁଖଙ୍କ ନେତୃତ୍ୱରେ ୫୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।
ବୌଦ୍ଧ: ଅବସରପ୍ରାପ୍ତ ଶିକ୍ଷକ ଗୌରଚନ୍ଦ୍ର ପ୍ରଧାନଙ୍କ ପରଲୋକ

ବୌଦ୍ଧ,୧୭/୮ : ବୌଦ୍ଧ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଛାତ୍ରବତ୍ସଳ ଶିକ୍ଷକ ଗୌରଚନ୍ଦ୍ର ପ୍ରଧାନଙ୍କ ଗତକାଲି ରାତ୍ରିରେ ୮୩ବର୍ଷ ବୟସରେ ପରଲୋକ ହୋଇଯାଇଛି । ସୂଚନା ମୁତାବକ ଦୀର୍ଘ ଦୁଇବର୍ଷ ହେଲା ଅସୁସସ୍ଥା କାରଣରୁ ଶଯ୍ୟାସାୟୀ ଥିବା ସ୍ୱର୍ଗତ ପ୍ରଧାନ ଗତକାଲି ଅଧିକ ଅସୁସ୍ଥ ହୋଇପଡିବାରୁ ୧୦୮ ଆମ୍ବୁଲାନସ ସହାୟତାରେ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା ।
ସେଠାରେ ଗତକାଲି ରାତ୍ରି ପ୍ରାୟ ୯.୩୦ ମିନିଟ ସମୟରେ ତାଙ୍କର ପରଲୋକ ଘଟିଥିଲା । ଆଜି ତାଙ୍କର ମୃତଦେହ ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ନିକଟସ୍ଥ ବାସଭବନରେ ପହଞ୍ଚିବା ପରେ ବହୁ ସଂଖ୍ୟାରେ ଶୁଭେଛୁ,ବନ୍ଧୁ ଓ ପରିବାରବର୍ଗ ଶେଷ ଦର୍ଶନ କରିଥିଲେ । ବୌଦ୍ଧ ଶ୍ମସାନଘାଟଠାରେ ତାଙ୍କର ଶେଷ କୃତ୍ୟ ସଂପର୍ଣ୍ଣ ହୋଇଥିଲା ।

ବୌଦ୍ଧ ପୁଣି ମାତିଲେ ବାଇକ ଲୁଟେରା:ଦିନ ଦ୍ୱିପହରରେ ଖୋର୍ଦ୍ଧାରୋଡ-ବଲାଙ୍ଗିର ନୂତନ ଓସାରିଆ ରେଳପଥ କାର୍ଯ୍ୟାଳୟ ଆଗରୁ ବାଇକ ଚୋରୀ ଅଭିଯୋଗ
ବୌଦ୍ଧ,୧୭/୮- ବୌଦ୍ଧ ସହରରେ ପୁଣି ଥରେ ବାଇକ ଚୋର ସକ୍ରିୟ ହୋଇ ଉଠିଛନ୍ତି । ଆଜି ଦିନ ଦ୍ୱିପହରରେ ବୌଦ୍ଧ ସହରରେ ଥିବା ଭୂ- ଅର୍ଜନ ମହାମଣ୍ଡଳ ଅଧିକାରୀ ଖୋର୍ଦ୍ଧାରୋଡ-ବଲାଙ୍ଗିର ନୂତନ ଓସାରିଆ ରେଳପଥ କାର୍ଯ୍ୟାଳୟ ସମ୍ମୁଖରୁ ଏକ ବାଇକ ଚୋରୀ ହୋଇଥିବା ନେଇ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାଇ, ବୌଦ୍ଧ ଥାନା ଅନ୍ତର୍ଗତ ତେତେଲେଙ୍ଗା ଗ୍ରାମର ପ୍ରଦୀପ ଦେହୁରୀ ଆଜି ଦିନ ପ୍ରାୟ ସାଢେ ଦଶଘଣ୍ଟା
ସମୟରେ ଭୂ- ଅର୍ଜନ ମହାମଣ୍ଡଳ ଅଧିକାରୀ ଖୋର୍ଦ୍ଧାରୋଡ, ବଲାଙ୍ଗିର ନୂତନ ଓସାରିଆ ରେଳପଥ କାର୍ଯ୍ୟାଳୟକୁ କାମରେ ଏକ ବାଇକ( ଓଡି ୩୧ସି ୯୩୫୬)ଯୋଗେ ଆସି କାର୍ଯ୍ୟାଳୟ ସମ୍ମୁଖରେ ବାଇକକୁ ରଖି ଅଫିସକୁ ଯାଇ କାର୍ଯ୍ୟ ସାରି ଆସି ଦେଖନ୍ତି ବାଇକଟି ତାଙ୍କର ନାହିଁ । ବାଇକଟିକୁ କିଏ ଚୋରୀ କରି ନେଇ ଯାଇଛି । ସେ ଏଣେତେଣେ ଖୋଜାଖୋଜି କରିବା ପରେ ବାଇକ ନ ପାଇବାରୁ ବୌଦ୍ଧ ଥାନାରେ ଅଭିଯୋଗ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031