Indus Valley Times

ବୌଦ୍ଧ ବ୍ଲକର ଲୋକକଳା ଗ୍ରାମରେ ଜାତୀୟ ହସ୍ତତନ୍ତ ଦିବସ ପାଳିତ

 Breaking News

ବୌଦ୍ଧ ବ୍ଲକର ଲୋକକଳା ଗ୍ରାମରେ ଜାତୀୟ ହସ୍ତତନ୍ତ ଦିବସ ପାଳିତ

ବୌଦ୍ଧ ବ୍ଲକର ଲୋକକଳା ଗ୍ରାମରେ ଜାତୀୟ ହସ୍ତତନ୍ତ ଦିବସ ପାଳିତ
August 09
09:17 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୯/୮: ବୌଦ୍ଧବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଲୋକକଳା ଗ୍ରାମ ନାରାୟଣ ନଗରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି ।
ଏହି ଅବସରରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ବୁଣାକାର ମାନଙ୍କ ଦ୍ୱାରା ଉତ୍ପାଦିତ ସମ୍ବଲପୁରୀ ବସ୍ତ୍ର ପାଇଁ ଆଜି ବୌଦ୍ଧର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଛି ବୋଲି କହିଥିଲେ ।
ଏଥିପାଇଁ ସବୁ ଶ୍ରେୟ ବୁଣାକାର ମାନଙ୍କର । ସମ୍ବଲପୁରୀ ବସ୍ତ୍ର ଦେଶ ତଥା ବିଦେଶରେ ସ୍ୱତନ୍ତ୍ର ପରିଚୟ ଦେଇଛି । ଯଦି ବୁଣାକାରମାନେ ତାଙ୍କର ବୁଦ୍ଧିର ନିପୁଣତା ଦେଖାଇବେ ତେବେ ଦିନେ ଆମେ ବିଦେଶରେ ଓଡିଶା ଗୌରବମୟ ହେବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।
ଏଥିପାଇଁ ଜିଲ୍ଲା ପ୍ରଶାସନର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଶ୍ରୀ ମିଶ୍ର ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବବିତାରାଣୀ ଦଳବେହେରା, ଉପ ଜିଲ୍ଲାପାଳ ଅଶ୍ୱିନୀ ମେହେର, ଡ଼େପୁଟି କଲେକ୍ଟର ଅବିନାଶ ପାଣ୍ଡିଆ, ବିଡ଼ିଓ ଦେବୀ ପ୍ରସାଦ ଦାସ, ଆର୍କିଟେକ ସୁମନ ଷଡ଼ଙ୍ଗୀ,ସରପଞ୍ଚ ରାଜେନ୍ଦ୍ର ମେହେର ଓ ବୌଦ୍ଧ ବ୍ଲକ ଉପାଧ୍ୟକ୍ଷ ମନରଞ୍ଜନ ପୁରୋହିତ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ବୈଠକରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତିି ବଳିଆରସିଂ ଅତିଥି ପରିଚୟ ଓ ଧନ୍ୟବାଦ ଦେଇଥିଲେ ।
ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ଉପଲକ୍ଷେ ନାରାୟଣ ନଗରରେ ବୟୋଜ୍ୟେଷ୍ଠ ବୁଣାକାର ନାରାୟଣ ମେହେର (୮୦)ବର୍ଷ ଏବଂ କନିଷ୍ଠ ବୁଣାକାର ଭାବରେ ଧରଣୀଧର ମେହେର ଏବଂ ବାଉଁଶୁଣୀ ଠାରେ ବୟୋଜ୍ୟେଷ୍ଠ ବୁଣାକାର ଭାବେ ଡମ୍ବରୁ ମେହେର,ଏବଂ କନିଷ୍ଠ ବୁଣାକାର ଭାବେ ସଂଯୁକ୍ତା ମେହେରଙ୍କୁ ଜ଼ିଲ୍ଲାପାଳ ସମର୍ଦ୍ଧିତ କରିଥିଲେ । ସଭାରେ ୫୦ରୁ ଉର୍ଦ୍ଧ୍ୱ ବୁଣାକାର ଯୋଗଦେଇଥିଲେ । ପରେ ଜିଲ୍ଲାପାଳ ଶ୍ରୀ ମିଶ୍ର ଓ ଅତିଥିମାନେ କିଛି ବୁଣାକାରଙ୍କ ତନ୍ତ ବୁଲି ଦେଖିଥିଲେ ।
ବୌଦ୍ଧ : ସପ୍ତାହରେ ଦୁଇଦିନ ସମ୍ବଲପୁରୀ ପୋଷାକ ପରିଧାନ ପାଇଁ ଜିଲ୍ଲାପାଳଙ୍କ ଅନୁରୋଧ
ବୌଦ୍ଧ,୯/୮: ଗତକାଲି ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଜିଲ୍ଲାର ବୁଣାକାରଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ବୌଦ୍ଧଜିଲ୍ଲାର ବୁଣାକାରମାନଙ୍କ ଦକ୍ଷତା ଓ ପ୍ରତିଭା ଯୋଗୁଁ ଆମେ ଆଜି ଗର୍ବିତ ବୋଲି ଜିଲ୍ଲାପାଳ କହିଥିଲେ ।
ହସ୍ତତନ୍ତକୁ ପ୍ରୋତ୍ସାହନ ଦେବାପାଇଁ ଜିଲ୍ଲାପାଳ ପୂର୍ବରୁ ସରକାରୀ ନିର୍ଦ୍ଦେଶନାମା ଜାରି କରିଥିବା ପ୍ରତ୍ୟେକ ଗୁରୁବାର ସମ୍ବଲପୁରୀ ପୋଷାକ ପିନ୍ଧୁଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ କର୍ମଚାରୀଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଦେଇଥିଲେ । ଚଳିତବର୍ଷ ଏହି ଦିବସକୁ ସଫଳ କରିବା ପାଇଁ ବୌଦ୍ଧବାସୀ ଅଗଷ୍ଟ ୭ ରୁ ୧୫ ତାରିଖ ଯାଏଁ ସମସ୍ତେ ହସ୍ତତନ୍ତ ପିନ୍ଧିବାକୁ ଜିଲ୍ଲାପାଳ ଅନୁରୋଧ କରିବା ସହିତ ସପ୍ତାହର ପ୍ରତି ଗୁରୁବାର ଓ ଶୁକ୍ରବାର ସମ୍ବଲପୁରୀ ବସ୍ତ୍ର ପରିଧାନ କରିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ଅନୁରୋଧ କରିଛନ୍ତି ।
ବୌଦ୍ଧ : ମନମୁଣ୍ଡା ପୋଲିସ ଦ୍ୱାରା ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ
ବୌଦ୍ଧ,୯/୮: ବୌଦ୍ଧଜିଲ୍ଲା ମନମୁଣ୍ଡା ପୋଲିସ କୌଣସି ସୂତ୍ରରୁ ଖବରପାଇ ଗତକାଲି ଶଗଡା ଫାଣ୍ଡି ଅନ୍ତର୍ଗତ ମାଳତୀ ଗୋଚ୍ଛାପଡା ଗ୍ରାମ ସଂଲଗ୍ନ କେରାଣ୍ଡି ନାଳ ନିକଟରୁ ଚାଲାଣ ହେବାକୁ ଥିବା ୬ କୁଇଣ୍ଟାଲ ୯୦କେଜି ଗଞ୍ଜେଇ ଜବତ କରିଛି । ଏହି ଗଞ୍ଜେଇ କାରବାରରେ ସଂପୃକ୍ତ ରେଣୁ କହଁର ନାମକ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କୁ ମଧ୍ୟ ଗିରଫ କରିଛି ।
ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୮ଲକ୍ଷ ହେବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି । ମନମୁଣ୍ଡା ଥାନାରେ ଏ ସଂକ୍ରାନ୍ତରେ ଏକ ମାମଲା ରୁୁଜୁ କରାଯାଇ ଅଧିକ ତଦନ୍ତ ଚାଲୁ ରହିଛି
ବୌଦ୍ଧ ଜିଲ୍ଲା ଜଙ୍ଗଲ ମଂଚ ପକ୍ଷରୁ କରୋନା ସଚେତନତା ଶିବିର ଅନୁଷ୍ଠିତ
ବୌଦ୍ଧ,୯/୮: ବୌଦ୍ଧ ଜିଲ୍ଲା ଜଙ୍ଗଲ ମଂଞ୍ଚ ଓ ଏଫଇଏସ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ହରଭଙ୍ଗା ବ୍ଲକ ବିରନରସିଂହପୁର ବନ ବିହାର ଠାରେ ବ୍ଲକର ଆଶା କର୍ମି, ଅଙ୍ଗନୱାଡି କର୍ମି, ସ୍ୱାସ୍ଥ୍ୟ କର୍ମି, ଓ ସରପଞ୍ଚ ମାନଙ୍କୁ କରୋନା ସଚେତନତା ସୃଷ୍ଟି କରି ଲୋକଙ୍କୁ ଅଧିକରୁ ଅଧିକ ସଚେତନତା କରିବା ନିମନ୍ତେ ଏହି ଶିବିରରେ ପ୍ରଶିକ୍ଷଣ ଦିଆଯାଇଥିଲା । ସ୍ଥାନିୟ ସରପଞ୍ଚ ସୁବର୍ଣ୍ଣ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ।
ଏହି ଶିବିରରେ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ କରୋନାର ଆଗାମୀ ଲହର ପାଇଁ ଲୋକଙ୍କୁ ସଚେତନ କରାଇବାସହ ଠିକଣା ସମୟରେ ଟିକାନେବା ଓ ସଂକ୍ରମିତଙ୍କୁ ଚିକିତ୍ସା କରାଇ ଜୀବନ ରକ୍ଷା କରିବା ସବୁବେଳେ ମାସ୍କ ଓ ସାନିଟାଇଜର ବ୍ୟବହାର ଉପରେ ଗୁରୁତ୍ୱ ଦେଇଥିଲେ ।
ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ଜଙ୍ଗଲ ମଂଚ ସଂଯୋଜକ ଲିଙ୍ଗରାଜ ମହାକୁଡ, ପୁରୁଣା କଟକ ଚିକିତ୍ସାଧିକାରୀ, ସରପଞ୍ଚ, ସାମ୍ବାଦିକ ନରେନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଏହି କ୍ଷେତ୍ର କର୍ମଚାରୀଙ୍କୁ ଆଗାମୀ ଲଢେଇ ପାଇଁ ପ୍ରସ୍ତୁତ କରାଇଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଅକ୍ସିମିଟର, ଥର୍ମମିଟର, ସାନିଟାଇଜର ଓ ମାସ୍କ ବଣ୍ଟନ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031