Indus Valley Times

ବୌଦ୍ଧ : ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା

 Breaking News

ବୌଦ୍ଧ : ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା

December 18
08:51 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୮/୧୨ : ବୌଦ୍ଧ ସଦର ଟୁଟୁସିଙ୍ଗା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ରାଷ୍ଟୀୟ ଆବିଷ୍କାର ଅଭିଯାନ ଅଧିନସ୍ଥ ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରବୀନ୍ଦ୍ରନାଥ ଗୁରୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସହଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବି ଆର ସି ସି କମଳକାନ୍ତ ଦଳବେହେରା, ସହଗୋଷ୍ଠୀ ଶିକ୍ଷଧିକାରୀ ପ୍ରବୀର କୁମାର ରଥ, କାଦମ୍ବିନୀ ବିଶ୍ୱାଳ, ସ୍ଥାନୀୟ ବିଦ୍ୟାଳୟ ଆଲୁମିନି ସଭାପତି ମିଲନ କୁମାର ବାରିକ ଓ ପ୍ରଧାନ ଶିକ୍ଷକ ରାଧାମୋହନ ମହାଣା ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ମଞ୍ଚାସୀନ ଥିଲେ ।
ସହଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବି ଆର ସି ସି ଶ୍ରୀ ଦଳବେହେରା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।
ତୃତୀୟ ରୁ ପଞ୍ଚମ ଶ୍ରେଣୀ ଉପ କନିଷ୍ଠ, ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ କନିଷ୍ଠ ଏବଂ ନବମ ଓ ଦଶମ ଶ୍ରେଣୀ ବରିଷ୍ଠ ଦଳକୁ ନେଇ କୁଇଜ ପ୍ରତିଯୋଗିତା କରାଯାଇଥିଲା ।
ବ୍ଲକର ୨୧ଟି କ୍ଲଷ୍ଟର ରୁ ୨୫୦ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ଉଦଯାପନୀ ସଭାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପ୍ରଧାନ, ମୁଣ୍ଡିପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ସାହୁ, ଜିଲ୍ଲା ଶିକ୍ଷା ସଂଯୋଜକ ଶିବଶଙ୍କର ଶତପଥି, ଜିଲ୍ଲା ଯୋଜନା ସଂଯୋଜକ ଦେବାଶିଷ ଦ୍ଵାରୀ ସହଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଦଳବେହେରା, ଶ୍ରୀ ରଥ,ଶ୍ରୀମତୀ ବିଶ୍ୱାଳ ଓ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ମାହାଣା ପ୍ରମୁଖ ଅତିଥି ଭାବରେ ମଞ୍ଚାସୀନ ହୋଇ ଉପ କନିଷ୍ଠ ବିଭାଗରେ ବଢିଗାଁ ବିଦ୍ୟାଳୟର ଲୋପାମୁଦ୍ରା ସାହୁ, ରିସିବନ୍ଧ ବିଦ୍ୟାଳୟ ସତୀଶ କୁମାର ମହାକୁଳ ଓ ମୁଣ୍ଡପଡା ବିଦ୍ୟାଳୟ ଆୟୁଷ ମହାକୁଳ, କନିଷ୍ଠ ବିଭାଗରେ ବସ୍ତମପୁର ବିଦ୍ୟାଳୟ ସାଇଶଙ୍କର ବେହେରା, ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟର ରାମସା ଓ ଆୟୁଷ ପ୍ରଧାନ ଏବଂ ବରିଷ୍ଠ ବିଭାଗରେ ମୁଣ୍ଡିପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶ୍ରୀକାନ୍ତ ଚାଉଳିଆ, ପୁରସ୍ତମ ମେଣ୍ଡିଲି ଓ ଅମୃତ ଦୀପ ପ୍ରମୁଖ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ସହିତ ସମ୍ମାନିତ କରିଥିଲେ ।
ସି ଆର ସି ସୌମିତ୍ରୀ କର୍ଣ୍ଣ, ଗଙ୍ଗାଧର ସାହୁ ଓ ଶିକ୍ଷକ ସନ୍ତୋଷ କୁମାର କର୍ଣ୍ଣ କୁଇଜ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ ।
ଶିକ୍ଷକ ଶ୍ରୀ କର୍ଣ୍ଣ ଅତିଥି ପରିଚୟ ସହିତ ମଞ୍ଚ ପରିଚାଳନା କରିଥିବାବେଳେ ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଦଳବେହେରା ଧନ୍ୟବାଦ ଦେଇଥିଲେ । ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ଵାପିନା ମହାରଣା, ଅରୁଣ କୁମାର ମେହେର,ପଦ୍ମଲୋଚନ କର୍ଣ୍ଣ, ଭାଗ୍ୟବତୀ ସାହୁ, ସୁଧୀର ନାୟକ,ଶୁଭେନ୍ଦୁ ବାରିକ ସି ଆର ସି ସି ବିଜୟ କୁମାର ଭୋଇ, ନିରଞ୍ଜନ ମେହେର, ରବୀନ୍ଦ୍ର କୁମାର ମେହେର,ଦିବ୍ୟଲୋଚନ ବାରିକ, ସତ୍ୟନାରାୟଣ ସାହୁ ମୋହନଭବସାଗରଙ୍କ ସହିତ ସମସ୍ତ ସି ଆର ସି ସି ଏବଂ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31