Indus Valley Times

ବୌଦ୍ଧ: ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଶିକ୍ଷଣ ସାମଗ୍ରୀ ବିତରଣ ଶିବିର ଉଦଯାପିତ

 Breaking News

ବୌଦ୍ଧ: ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଶିକ୍ଷଣ ସାମଗ୍ରୀ ବିତରଣ ଶିବିର ଉଦଯାପିତ

December 21
21:29 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୧/୧୨: ମଙ୍ଗଳବାର ସ୍ଥାନିୟ ସମଗ୍ର ଶିକ୍ଷା କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନରତ ୩୦ ଜଣ ମାନସିକ ନ୍ୟୁନତା ଛାତ୍ରଛାତ୍ରୀଙ୍କୁ ୩୦ଟି ଶିକ୍ଷଣ ସାମଗ୍ରୀ କିଟ୍ ପ୍ରଦାନ କରିଥିôଲେ । ଉକ୍ତ ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ଉଦୟନାଥ ମାଝୀ ଅଧ୍ୟକ୍ଷତା କରିଥିବା ବେଳେ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ବହୁବିଧ ଭିନ୍ନକ୍ଷମ ପୁନର୍ବାସ ଥଇଥାନ କେନ୍ଦ୍ର, ସିକନ୍ଦରାବାଦରୁ ଗଜେନ୍ଦ୍ର କୁମାର ସାହୁ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସମଗ୍ର ଶିକ୍ଷା, ବୌଦ୍ଧର ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ହରି ଶଙ୍କର ଦଣ୍ଡସେନା ପରିଚାଳନା କରିଥିବା ବେଳେ ଜିଲ୍ଲାର ସମସ୍ତ ବିଆର୍‌ପି ଓ ଆଇଭି ସହାୟତା ପ୍ରଦାନ କରିଥିଲେ ।
ବୌଦ୍ଧଜିଲ୍ଲା ଯୁବ ସମାବେଶ, ନେହେରୁ ଯୁବ ପକ୍ଷରୁ କଳା ଓ ସଂସ୍କୃତି କାର୍ଯ୍ୟକ୍ରମ
ବୌଦ୍ଧ,୨୧/୧୨:ବୌଦ୍ଧ ଟାଉନହଲ ଠାରେ ଭାରତ ସରକାରଙ୍କ ଯୁବ ଓ କ୍ରୀଡା ବିଭାଗ ନେହେରୁ ଯୁବ କେନ୍ଦ୍ର ତରଫରୁ କଳା ଓ ସଂସ୍କତିର ବିକାଶ ପାଇଁ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମକୁ ନେହେରୁ ଯୁବକେନ୍ଦ୍ରର ଡି.ଜି. ନୋମିନି ଦେବାଶିଷ ପୁରୋହିତ ଉଦ୍‌ଘାଟନ କରିଥିଲେ । ଏଥିରେ ଜିଲ୍ଲା ଅଧିକାରୀ ନବନୀତ କୁମାର ଓ ଅନୁରାଗ ମିଶ୍ର ଯୋଗଦାନ କରି କଳା ଓ ସଂସ୍କୃତି ବିକାଶ ଦିଗରେ ନେହେରୁ ଯୁବକେନ୍ଦ୍ରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା କରିଥିଲେ ।
ଅତିଥିମାନଙ୍କ ପରିଚୟ ସ୍ୱେଚ୍ଛାସେବୀ ସୁପ୍ରିୟା ଦେହୁରୀ ପ୍ରଦାନ କରିଥିବା ବେଳେ ଉତମ ମହାକୁଡ କାର୍ଯ୍ୟକ୍ରମ ସଂପକରେ ପ୍ରକାଶ କରିଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନରୁ କଳାକାରମାନେ ଆସି ନିଜର କଳା ପ୍ରଦର୍ଶନ କରିଥିଲେ । ଏଥିରେ ଶବର ନୃତ୍ୟ, ସମ୍ବଲପୁରୀ, ପତରସଉରା, ପାଲା ପ୍ରଭୃତି ପ୍ରଦର୍ଶନ କରିଥିଲେ । ଅପରାହ୍ନରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥିଭାବେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂ କଳାକାରମାନଙ୍କ ଉତ୍ସାହୀତ କରିଥିଲେ ।
ଡି.ଜି. ନୋମିନୀ ଦେବାଶିଷ ପୁରୋହିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ବିରଂଚି ଧରୁଆ, ଜିଲ୍ଲା କ୍ରୀଡା ଅଧିକାରୀ ପବିତ୍ର କୁମାର ରାଉତ , ପଂଚାୟତ ଅଧିକାରୀ ପୁରନ୍ଦର ଠେଲା ଓ ଯୁବ ଅଧିକାରୀ ନବନୀତ କୁମାର ଯୋଗଦେଇ କଳାକାରମାନଙ୍କୁ ନିଜ ନିଜ କଳାକୁ ବଂଚାଇବା ସହିତ ଏହାର ଉତରାଧିକାରୀ ସୃଷ୍ଟି କରିବା ପାଇଁ ମତ ପ୍ରକାଶ ଦେଇଥିଲେ । ସ୍ୱେଚ୍ଛାସେବୀ ସୁଧୀର ଦୀପ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ । ଏହି କାର୍ଯ୍ୟକ୍ରମକୁ ନେହେରୁ ଯୁବକେନ୍ଦ୍ରର ସ୍ୱେଚ୍ଛାସେବୀମାନେ ପରିଚାଳନା କରିଥିଲେ ।
ଧର୍ମପରାୟଣା ମହିଳା ଅମ୍ବିକା ସେଠୀଙ୍କ ପରଲୋକ
ବୌଦ୍ଧ,୨୧/୧୨: ବୌଦ୍ଧ ସହରସ୍ଥିତ ବ୍ରାହ୍ମଣସାହିର ଧର୍ମପରାୟଣା ମହିଳା ଅମ୍ବିକା ସେଠୀଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ସେ କିଛି ଦିନ ଧରି ଅସୁସ୍ଥ ଥିଲେ ।
ତାଙ୍କର ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳି ଯାଇଥିଲା । ସେ ଜଣେ ମେଳାପି , ମିଷ୍ଠାଭାଷି, ପରୋପକାରୀ, ଧର୍ମପରାୟଣା ମହିଳା ଥିଲେ । ମୃତ୍ୟୁ ସମୟରେ ତାଙ୍କର ପାଂଚ ପୁଅ, ବୋହୂ, ନାତି, ନାତୁଣୀ ଉପସ୍ଥିତଥିଲେ । ସେ ବୌଦ୍ଧ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ପ୍ରଥମ ମାଟ୍ରିକ ବ୍ୟାଚ ଥିଲେ । ସ୍ଥାନିୟ ରାଜଘାଟ ଠାରେ ତାଙ୍କରେ ଅନ୍ତେଷ୍ଟିକ୍ରିୟା ସମାପନ କରାଯାଇଥିଲା । ପୁଅ ମାନସ ସେଠୀ ମୁଖାଗ୍ନି ଦେଇଥିଲେ ।
ବୌଦ୍ଧ: ବଲାସିଙ୍ଗା କସ୍ତୁରବା ଗାନ୍ଧୀ ବାଳିକା ଛାତ୍ରୀନିବାସର ସମ୍ପ୍ରସାରଣ ଗୃହର ଭୂମି ପୂଜନୋତ୍ସବ
ବୌଦ୍ଧ,୨୧/୧୨ : ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ କରକମଳରେ ବୌଦ୍ଧ ବ୍ଲକ୍‌ର ବଲାସିଙ୍ଗାସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ଛାତ୍ରୀନିବାସର ସମ୍ପସାରଣ ଗୃହ ନିମନ୍ତେ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ଉଦୟନାଥ ମାଝୀ, ବରିଷ୍ଠ ବୈଷୟିକ ପରାମର୍ଶଦାତା ସଙ୍ଗୀତା ସାହୁ ଓ ବୈଷୟିକ ପରାମର୍ଶଦାତା ଇଂ. ପରେଶ କୁମାର ବେହେରା ଓ ଚିତରଞ୍ଜନ ସାସମଲ୍ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ବୌଦ୍ଧ: ସ୍ୱୟଂ ସହାୟକ ଗୋଷ୍ଠୀର ନେତ୍ରୀମାନଙ୍କ ତାଲିମ ଶିବିର
ବୌଦ୍ଧ,୨୧/୧୨: ସ୍ୱୟଂ ସହାୟକ ଗୋଷ୍ଠୀର ନେତ୍ରୀମାନଙ୍କ ପାଇଁ ବିଭିନ୍ନ ସରକାରୀ ବିଭାଗର ଯୋଜନା ଗୁଡିକ ଉପରେ ତାଲିମ ଶିବିର ଆୟୋଜିତ ହୋଇଯାଇଛି । ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷଠାରେ ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ତାଲିମ ଶିବିରରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ତିନୋଟି ବ୍ଲକର ମୋଟ ୯ ଜଣ ମହାସଂଘର ସଦସ୍ୟାଙ୍କୁ ତାଲିମ ପ୍ରଦାନ କରାଯାଇଥିଲା ।
ଏହି ଶିବିରରେ ଜିଲ୍ଲାର କୃଷି ବିଭାଗ,ମତ୍ସ୍ୟ ବିଭାଗ,ପ୍ରାଣୀ ଚିକିତ୍ସା ବିଭାଗ,ଉଦ୍ୟାନ ବିଭାଗ,ଜଙ୍ଗଲ ଓ ପରିବେଶ ବିଭା.ପଞ୍ଚାୟତିରାଜ ବିଭାଗର ଅଧିକାରୀମାନେ ଯୋଗଦେଇ ବିଭିନ୍ନ ବିଭାଗରେ କାର୍ଯ୍ୟକାରୀ ଯୋଜନା ଗୁଡିକ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହାପରେ ଏହି ମହାସଂଘର ସଦସ୍ୟାମାନେ ବ୍ଲକସ୍ତରରେ ପଞ୍ଚାୟତସ୍ତରୀୟ ମହାସଂଘ ସଦସ୍ୟାମାନଙ୍କୁ ଏହି ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିବେ ଓ ପରେ ଗ୍ରାମୀଣସ୍ତରରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯିବ ।
ଜିଲ୍ଲାସ୍ତରୀୟ ଏହି ତାଲିମ ଶିବିର ଡିପିସି ମିଶନ ଶକ୍ତି ଦେବଦତ୍ତ ମିଶ୍ର,ଡିପିଏମ ଓଡ଼ିଶା ଜିବିକା ମିଶନ ଫ୍ର୍ରାନସିସ ବାର୍ଲାଙ୍କ ଦ୍ୱାରା ଆୟୋଜିତ ହୋଇଥିଲା । ଏହି ତାଲିମ ଶିବିରରେ ବ୍ଲକସ୍ତରୀୟ କର୍ମକର୍ତ୍ତା ଏବଂ ହରଭଙ୍ଗା ଓ ବୌଦ୍ଧର ସିଡିପିଓ ଉପସ୍ଥିତ ଥିଲେ ।
ବୌଦ୍ଧ: ଉତ୍ତମ ଶାସନ ସପ୍ତାହ ପାଳନ
ବୌଦ୍ଧ,୨୧/୧୨-ଉତ୍ତମ ଶାସନ ସପ୍ତାହ ପାଳନ ଉପଲକ୍ଷେ ଗାଁ ଅଭିମୁଖେ ପ୍ରଶାସନ, ଗ୍ରାମବାସୀଙ୍କୁ ଆଉ ପ୍ରଶାସନ ପାଖରେ ପହଂଚି ବାକୁ ପଡ଼ିବନି ପ୍ରଶାସନ ଏବେ ଗ୍ରାମବାସୀଙ୍କ ପାଖରେ ପହଂଚିବ । ସୁଶାସନ ସପ୍ତାହ ଡିସେମ୍ବର ୨୦ ତାରିଖ ଠାରୁ ୨୫ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ ,ଏହି ଉପଲକ୍ଷେ ସପ୍ତାହ ର ଦ୍ଵିତୀୟ ଦିନରେ ମଙ୍ଗଳବାର ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ତିନି ଘଣ୍ଟା ମଧ୍ୟରେ ହିତାଧିକାରୀଙ୍କୁ ବିଧବା ଭତ୍ତା ଟିକରପଡା ଗ୍ରାମ ଫଚାୟତର ଚାରିଆପାଲିର ନିର କଅଁର,ବିକଳାଙ୍ଗ ଭତ୍ତା ରେ ରିତୁଲ ମଲ୍ଲିକ ଏବଂ ଶ୍ରଦ୍ଧାଞ୍ଜଳି ମଲ୍ଲିକ ଙ୍କୁ ଉପ -ଜ଼ିଲ୍ଲାପାଳ ସନତ କୁମାର ନାଏକ ଏବଂ ଏ. ପି. ଡି. ଆର. ଏଚ. ସନ୍ଧ୍ୟାରାଣୀ ମହାପାତ୍ର ଙ୍କ ଉପସ୍ଥିତି ରେ ବଣ୍ଟନ କରାଯାଇଥିଲା ।
ଏହି ପରିପ୍ରେକ୍ଷୀରେ ୨୨ ତାରିଖ ରେ ପ୍ରଶାସନ ତରଫରୁ ସଂଗ୍ରାମପୁର ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କୁ ବିବିଧ ପ୍ରମାଣ ପତ୍ର ବଣ୍ଟନ ଏବଂ ଶଗଡ଼। ଠାରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ, ଏବଂ ୨୩ ତାରିଖରେ ବ୍ରାହ୍ମଣୀପାଲ୍ଲୀ ଉଚ୍ଚ ବିଦ୍ୟାଳୟ ଠାରେ ବିବିଧ ପ୍ରମାଣ ପତ୍ର ବଣ୍ଟନ ଏବଂ କୁଥୁଲିମୁଣ୍ଡ। ଠାରେ ଜଙ୍ଗଲ ଜମିପଟା ବଣ୍ଟନ କରାଯିବ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031