Indus Valley Times

ବୌଦ୍ଧ ମଡେଲ ଡିଗ୍ରୀ କଲେଜରେ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ

 Breaking News

ବୌଦ୍ଧ ମଡେଲ ଡିଗ୍ରୀ କଲେଜରେ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ

ବୌଦ୍ଧ ମଡେଲ ଡିଗ୍ରୀ କଲେଜରେ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ
April 12
10:08 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୨/୪: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଆୟୋଜିତ ହେବାକୁ ଥିବା ଜି -୨୦ ଶିକ୍ଷା କାର୍ଯ୍ୟଗୋଷ୍ଠି ବୈଠକ ପୁର୍ବରୁ ରାଜ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ଜନଭାଗିଦାରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଏନେଇ ସୋମବାର ଦିନ ବୌଦ୍ଧ ମଡେଲ ଡିଗ୍ରୀ କଲେଜର ଏକ ଜାତୀୟ ସେମିନାର ଅନୁଷ୍ଠିତ ହୋଇଛି । ଡିଗ୍ରୀ ମଡେଲ କଲେଜର ଅଧ୍ୟକ୍ଷ ରବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଉନ୍ନତ ସମାଜ ଗଠନରେ ଶିକ୍ଷାର ଆବଶ୍ୟକତା ଶିର୍ଷକ ଉପରେ ଏହି ସେମିନାର ଆୟୋଜିତ ହୋଇଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ଯୋଗଦେଇ ଶିକ୍ଷା ହିଁ ଉନ୍ନତ ସମାଜ ଗଠନର ମୁଳଦୁଆ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳ ବେହେରା, ପ୍ରଫେସର ଜୟନ୍ତ କୁମାର ପରିଡା,ସେମିନାରେ ମୁଖ୍ୟ ବକ୍ତାଭାବରେ ଅବସରପ୍ରାପ୍ତ ପ୍ରଫେସର ପ୍ରଦିପ୍ତ କେଶରୀ ପ୍ରଧାନ ଯୋଗ ଦେଇ ଶିକ୍ଷା ଉପରେ ଆଲୋକାପାତ କରିଥିଲେ । ଅତିଥିମାନେ ବର୍ତ୍ତମାନ ସମାଜରେ ଶିକ୍ଷାର ମୂଲ୍ୟବୋଧ ଓ ଚରିତ୍ର, କ୍ୟାରିଅର ଉପରେ ଆଲୋକପାତ କରିଥିଲେ ।
ଥିରେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, କେବି ହିଷ୍ଟ କଲେଜ, ମା ମାହେଶ୍ୱରୀ ମହାବିଦ୍ୟାଳ ବାଉଁଶୁଣୀ, ଭୈରବୀ ମହାବିଦ୍ୟାଳୟ ପୁରୁଣାକଟକର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।
ବୌଦ୍ଧଜିଲ୍ଲାରେ ନିଶାମୁକ୍ତ ଭାରତ ଅଭିଯାନ କାର‌୍ୟ୍ୟକ୍ରମକୁ ସଫଳ କରାଯିବ
ବୌଦ୍ଧ,୧୨/୪: ସମଗ୍ର ଦେଶରେ ଦିନକୁ ଦିନ ନଶା କାରବାର ବୃଦ୍ଧି ପାଉଥିବା ଦେଖାଦେଇଛି କ୍ଷ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ସଚେତନତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି କ୍ଷ ଗ୍ରାମକୁ ଗ୍ରାମ ଯାଇ ନିଶା ଖାଉଥିବା ବ୍ୟକ୍ତିଙ୍କ ସହିତ ସମ୍ପର୍କ ରଖି ତାକୁ ବୁଝାସୁଝା କରି ନିଶାରୁ ଦୂରେଇବା ପାଇଁ ଯତ୍ନବାନ ହେବେ ।
ବୌଦ୍ଧ : କିସାନ ସଂଘର ବୈଠକ
ବୌଦ୍ଧ,୧୨/୪: ବୌଦ୍ଧ ଜିଲ୍ଲା ଭାରତୀୟ କିସାନ ସଂଘର ଏକ ବୈଠକ ସୋମବାର ଦିନ ଜିଲ୍ଲା ସଭାପତି ସୁର୍ଯ୍ୟନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗାୟତ୍ରୀ ମନ୍ଦିର ଠାରେ ଅନୁଷ୍ଠିତ ହୋଇଛି । ସଂଘ ପକ୍ଷରୁ ଅତୀତରେ ଏକ ଦାବୀ ପତ୍ର କେନ୍ଦ୍ର ଜଳ ସଂସାଦନ ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ଦିଆଯିବା ପରେ ଏକ ପ୍ରତିନିଧି ମଣ୍ଡଳି କିଛି ମାସ ତଳେ ବୌଦ୍ଧ ଜିଲ୍ଲାକୁ ଆସି ସାଲୁଙ୍କୀ ନଦୀର ଗମ୍ଭିରାଦର, ଖଡଙ୍ଗ ନଦୀର ସାଡାଙ୍ଗ, ଧଳପୁର , ରାମଗଡ, ବହିରା, ଚନ୍ଦ୍ରପୁର, କିଟାଙ୍ଗପଡା ଆଦିବୁଲି କ୍ଷେତ୍ର ପରିଦର୍ଶନ କରିଯାଇଥିଲେ ।
ବିଶେଷତଃ ଗମ୍ଭିରାଦର ଜଳ ଭଣ୍ଡାର ପାଇ ଏକ ପ୍ରକୃତ ସ୍ଥାନ ହୋଇଥିବା ବେଳେ ଜଳସେଚନ ସଙ୍ଗେ ସଙ୍ଗେ ବିଦ୍ୟୁତ ଶକ୍ତି ଉତ୍ପାଦନ ହୋଇପାରିବ ବୋଲି ମତ ଦେଇଥିବା ନେଇ ସଂଘ ପକ୍ଷରୁ କୁହାଯାଇଛି । ଏସୁବ ସୁବିଧା ଥିବା ସ୍ୱତ୍ତେ ରାଜ୍ୟ ସରକାର କି ସ୍ଥାନୀୟ ଜନ ପ୍ରତିନିଧି କୌଣସି ପଦକ୍ଷେପ ନନେବା ନେଇ ବୈଠକରେ ଆଲୋଚନା ହୋଇଥିଲା ଏଣୁ ସଂଘ ପକ୍ଷରୁ ଚାଷୀଙ୍କ ହିତ ଦୃଷ୍ଟିରୁ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବ ସହ ଆସନ୍ତା ଜୁନ ୨୩ରେ ଚାଷୀ ମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକରେ ଚାଷି ନେତା ଦୁତିବାହାନ କମ୍ପ, ବିଶିକେସନ ପ୍ରଧାନ, ନବୀନ ପ୍ରଧାନ, ବୈକୁଣ୍ଠ ପ୍ରଧାନ,ଆରତ ଧଳ, ବିପିନ ବିହାରୀ ପ୍ରଧାନ, କାଶୀନାଥ ପ୍ରଧାନ, ନରହରି ପ୍ରଧାନ, ଆସାଢୁ ବାରିକ, ଦାଶରଥି ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।
ବୌଦ୍ଧ :ମ୍ୟାଟ୍ରିକ ସାର୍ଟିଫିକେଟ ଜାଲିଆତି ମାମଲା, ଅଭିଯୁକ୍ତକୁ ତିନି ବର୍ଷ କାରାଦଣ୍ଡାଦେଶ
ବୌଦ୍ଧ,୧୨/୪ : ବୌଦ୍ଧ ଜିଲ୍ଲା ହରଭଙ୍ଗା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିଶ ଶୁଭଙ୍କର ମହାନ୍ତି ସୋମବାର ଦିନ ଏକ ମାମଲାର ବିଚାର କରି ଅଭିଯୁକ୍ତକୁ ୩ ବର୍ଷ କାରାଦଣ୍ଡାଦେଶ ଦେବା ସହ ୫୦୦୦ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ମାମଲାରୁ ପ୍ରକାଶ ଗତ ୨୦୧୩ ମସିହାରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ସମ୍ବନିତ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ଜବଲପୁର ମିନି ଅଙ୍ଗନୱାଡି କେନ୍ଦ୍ର ପାଇଁ ଅଙ୍ଗନୱାଡି କର୍ମୀ ପଦବୀ ପାଇ ନିୟୁକ୍ତି ଆବେଦନ କରାଯାଇଥିଲା ।
ଏହି ପଦବୀ ପାଇ ଜବଲପୁର ଗ୍ରାମର ପୁଷ୍ପାଂଜଳି ଜଗଦଲା, ଓ କନକ ମଂଜରୀ ପଲିଆ ଓ ଅନ୍ୟମାନେ ଆବଦେନ କରିଥିଲୋ । କିନ୍ତୁ ଆବଦେନ ସମୟରେ ପୁଷ୍ପାଂଜଳି ଜଗଦଲା ଦେଇଥିବା ମ୍ୟାଟ୍ରିକ ସାଟିଫିକେଟ ଜାଲିଆତି ହୋଇଥିବା ନେଇ କନକ ମଂଜରୀ ପଲିଆ ଅଭିଯୋଗ କରିବା ସହ ପୁଷ୍ପାଂଜଳି ଓ ତାଙ୍କ ସ୍ୱାମୀ ସରୋଜ ଦୀପ ଗାଳି ମନ୍ଦ କରିଥିବା ନେଇ ବୌଦ୍ଧ ଏସଡିଜେମଙ୍କ ଅଦାଲାତରେ ଏକ କପ୍ଳେନ କେଶ ଗତ ୧୮.୧୨.୧୩ରେ ରଜୁ କରିଥିଲେ । ପରିବର୍ତ୍ତି ସମୟରେ କୋର୍ଟଙ୍କ ଆଦେଶରେ ଉକ୍ତ ମାମଲାକୁ ହରଭଙ୍ଗା ପୁଲିସକୁ ତଦନ୍ତ କରିବା ସହ ଥାନା କେସନଂ ୬/୧୪ ରେ ୧୯.୨.୧୪ରେ ଏକ ମାମଲାରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।
ପୁଲିସ ତଦନ୍ତ ସମୟର ଅଭିଯୁକ୍ତ ପୁଷ୍ପାଂଜଳି ଦେଇଥିବା ମ୍ୟାଟ୍ରିକ ସାର୍ଟିଫିକେଟ ହରଭଙ୍ଗା ବ୍ଳକ ସମ୍ବନିତ ଶିଶୁ ବିକାଶ କାର୍ଯ୍ୟାଳୟରୁ ଜବତ କରିବା ସହ ବୋର୍ଡ କତ୍ତୃପକ୍ଷଙ୍କୁ ମଧ୍ୟ ତଦନ୍ତ କରି ପୁଷ୍ପାଂଜଳି ଓ ସରୋଜ ଦୀପଙ୍କ ନାମରେ ମାମଲା କରି ବିଚାର ପାଇ କୋର୍ଟକୁ ପଠାଇଥିଲା । ପରିବର୍ତ୍ତର ସମୟରେ ମାମଲାଟି ଅଦାଲତରେ ସିଟି କେସ ୬୮/୧୪ ହୋଇ ବିଚାର ହୋଇଥିଲା । ଏହି ମାମଲାରେ ସରକାରଙ୍କ ପକ୍ଷରୁ ୧୦ ଜଣ ସାକ୍ଷୀଙ୍କ ବୟାନକୁ ଭିତି କରି ପ୍ରମାଣ ଥିବା ନେଇ ଅଦାଲତ ଅଭିଯୁକ୍ତ ପୁଷ୍ପାଂଜଳି ଦଗଦଲାକୁ ୩ ବର୍ଷ କାରାଦଣ୍ଡାଦେଶ ସହ ୫୦୦୦ ଟଙ୍କା ଜରିମୋନା ଆଦେଶ ଦେବା ସହ ଅଭିଯୁକ୍ତ ସରୋଜ ଦୀପଙ୍କୁ ନିର୍ଦ୍ଦୋଷର ଖଲାସ କରିଛନ୍ତି । ସରକାରଙ୍କ ପକ୍ଷରୁ ମାମଲାକୁ ସରକାରୀ ଓକିଲ ଅଜିତ ପରିଡା ପରିଚାଳନା କରୁଥିଲେ
ବୌଦ୍ଧ : ଦୁଃଖୀଙ୍କ ଦୁଃଖ ବୁଝିଲେ ଜିଲ୍ଲାପାଳ
ବୌଦ୍ଧ,୧୨/୪ : ଜିଲାପାଳ ଭାବରେ ସତ୍ୟରଂଜନ ସାହୁ ବୌଦ୍ଧରେ ଯୋଗଦେବାପରେ ଅଭିଯୋଗ ଶୁଣାଣି ଓ ଲୋକଙ୍କ ସମସ୍ୟା ସମାଧାନକୁ ଅଧିକ ଗୁରୁତ୍ୱପ୍ରଦାନ କରିଆସୁଛନ୍ତି । ଜିଲାପାଳଙ୍କ ଉପରେ ଆସ୍ଥା ପ୍ରକଟ କରି ପ୍ରତିଦିନ ଦୂର ଦୂରାନ୍ତରୁ ବହୁ ସଂଖ୍ୟାରେ ଗରିବ ଓ ଅସହାୟ ଲୋକମାନେ ଜିଲାପାଳଙ୍କ କାର‌୍ୟ୍ୟାଳୟରେ ପହଞ୍ଚି ନିଜର ସମସ୍ୟା ଜଣାଉଛନ୍ତି । ଜିଲାପାଳ ମଧ୍ୟ ଲୋକଙ୍କ ସମସ୍ୟାଗୁଡିକର ତୁରନ୍ତ ସମାଧାନ କରିବା ସହିତ ବି

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031