Indus Valley Times

ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା,୨୦୨୪ ଉପଲକ୍ଷେ ଜ଼ିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ

 Breaking News

ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା,୨୦୨୪ ଉପଲକ୍ଷେ ଜ଼ିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ

December 07
07:56 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୭/୧୨:DIPRO Rita Baliyar Singh: ଅଦ୍ୟ ତା.୬.୧୨.୨୦୨୩ ରିଖ ଅପରାହ୍ନ ୪ ଘଟିକା ସମୟରେ ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା,୨୦୨୪ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ନୃସିଂହ ଚରଣ ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଜ଼ିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି ।
ଜାନୁୟାରୀ ୨ ତାରିଖ ରୁ ଜାନୁୟାରୀ ୬ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ କଚେରୀ ପଡିଆ ଠାରେ ବୌଦ୍ଧ ମହୋତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ବିଶେଷ କରି ପଲ୍ଲିଶ୍ରୀ ମେଳା, ବୟନିକା ମେଗା ସୋ କୁ ଆକର୍ଷଣୀୟ କରିବା ପାଇଁ ଜ଼ିଲ୍ଲାପାଳ ଶ୍ରୀ ସ୍ୱାଇଁ ସମସ୍ତଙ୍କ ସୁଚିନ୍ତିତ ମତାମତ ଏବଂ ସହଯୋଗ କାମନା କରିଥିଲେ ।
୬/୧୨, ୨୦:୧୫ଧ DIPRO Rita Baliyar Singh: ଓରମାସ ଏବଂ ସ୍ୱୟଂ ସହାୟକ ଗୋଷ୍ଟୀ ର ୯୦ ଟି ଷ୍ଟଲ, ଖାଦ୍ୟ ଷ୍ଟଲ – ୨୦, ସମସ୍ତ ବିଭାଗୀୟ ଷ୍ଟଲ- ୪୦, ସମସ୍ତ ପ୍ରକାର ସେବା ଷ୍ଟଲ- ୫ ଏବଂ ଅନ୍ୟାନ୍ୟ ୫ ଏହିପରି ସର୍ବମୋଟ ୧୬୦ ଟି ଷ୍ଟଲ ଖୋଲାଯିବ କ୍ଷ
ଥ୦୬/୧୨, ୨୦:୨୯ DIPRO Rita Baliyar Singh: ମହୋତ୍ସବ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା, ସାନିଟେସନ, ସଫେଇ, ପାର୍କିଂ, ସ୍ୱଚ୍ଛ ପାନୀୟ ଜଳ ବ୍ୟବସ୍ଥା, ପଡିଆ ରେ ପାଣି ସିଞ୍ଚନ, ସ୍ୱୟଂ ସହାୟକ ଗୋଷ୍ଟୀ ଙ୍କ ରହଣି ସୁବିଧା, ତିନି ଫ୍ରେଜ ବିଶିଷ୍ଟ ଇଲେକ୍ଟ୍ରିଫିକେସନ, ଅଗ୍ନିଶମ ଗାଡି ସହ ଷ୍ଟାଫ ପ୍ରସ୍ତୁତ ରହିବା, ଆମ୍ବୁଲାନ୍ସ, ଫାଷ୍ଟଏଡ଼, ଡାକ୍ତର ପ୍ରସ୍ତୁତ ରହିବା, ପ୍ରାଇଭେଟ ସିକୁରିଟି, ସିସିଟିଭି, ରେଜିଷ୍ଟ୍ରେସନ, ଷ୍ଟଲ ଯୋଗାଣ, ମୋବାଇଲ ଏଟିଏମ, ଗଣମାଧ୍ୟମ ଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ମିଡ଼ିଆ କଭରେଜ, ନିମନ୍ତ୍ରଣ ପତ୍ର ପ୍ରସ୍ତୁତି ଏବଂ ବଣ୍ଟନ, ସାଂସ୍କୃତିକ କାର୍ଯ୍ୟକ୍ରମ, ଲାଇଫ ଷ୍ଟ୍ରିମିଙ୍ଗ, ଅସ୍ଥକ୍ଷ ୟୀ ପରିସ୍ରାଗାର ପାନୀୟ ଜଳ ବ୍ୟବସ୍ଥା, ମିଶନ ଶକ୍ତି, ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ଡକାଯିବା ବ୍ୟବସ୍ଥା, ପଡିଆ କୁ ସମତୁଲ ଏବଂ ଗ୍ରୀନ କାରପେଟ ବ୍ୟବସ୍ଥା ଇତ୍ୟାଦିବିଷୟରେ ଆଲୋଚନା କରାଯାଇ ବୌଦ୍ଧ ମହୋତ୍ସବ କୁ ସରସ, ସୁନ୍ଦର କରିବା ପାଇଁ ଜ଼ିଲ୍ଲାପାଳ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ ।
୦୬/୧୨, ୨୦:୪୪ DIPRO Rita Baliyar Singh: ଏଥି ସହିତ ସ୍ୱାସ୍ଥ୍ୟକର ପରିବେଶ ପ୍ରତି ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ । ବିଭିନ୍ନ ସମୟରେ ଆଲୋଚନା ଚକ୍ର, ପଡିଆ ରେ ବୈଦୁତିକରଣ ବ୍ୟବସ୍ଥା, ସମସ୍ତ ସ୍ଥାନ ରେ ଅଗ୍ନି ନିର୍ବାପନ ବ୍ୟବସ୍ଥା, ପଡିଆ ସାରା ଗ୍ରୀନ କାର୍ପେଟ ବ୍ୟବସ୍ଥା, ବୟସ୍କ ଙ୍କ ପାଇଁ ହୁଇଲ ଚେୟାର ବ୍ୟବସ୍ଥା ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା ।
ଏହି ବୈଠକ ରେ ମୁଖ୍ୟ ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ରବି ନାରାୟଣ ତ୍ରିପାଠୀ ବୈଠକ ରେ ସମସ୍ତ ଙ୍କୁ ସ୍ୱାଗତ କରିଥିବା ବେଳେ ଡେପୁଟି ମୁଖ୍ୟ ନିର୍ବାହୀ ଅଧିକାରୀ, ଓରମାସ ଶିବାଶିଷ ଦାଶ ସଭା ପରିଚାଳନା କରିବା ସହ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକ ରେ ଗତ ବର୍ଷ ର ଭିଡିଓ ପ୍ରଦର୍ଶିତ ହୋଇ, ଏ ବର୍ଷ ମହୋତ୍ସବ କୁ କିପରି ଆକର୍ଷଣୀୟ କରାଯାଇପାରିବ, ସେ ସମ୍ପର୍କିତ ବୈଠକ ରେ ଆଲୋଚନା କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30