Indus Valley Times

ବୌଦ୍ଧ : ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ

 Breaking News

ବୌଦ୍ଧ : ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ

ବୌଦ୍ଧ : ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ
October 12
10:13 2023

କମ୍ଭୁଧର ଖେତିଙ୍କ ରିପୋର୍ଟ
ବୌଦ୍ଧ ,୧୨/୧୦ : ମହିଳା ସଶକ୍ତିକରଣ ସାଙ୍ଗକୁ ଗମନାଗମନ ସୁବିଧା ପାଇଁ ଆଜି ରାଜ୍ୟ ସ୍ତରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
ଜିଲ୍ଲାପାଳ ଶ୍ରୀଯୁକ୍ତ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳଙ୍କ ଭିଡିଓ କନଫେରେନ୍ସ କକ୍ଷଠାରେ ରାଜ୍ୟ ସ୍ତରୀୟ ଉଦଘାଟନୀ ସମାରୋହରେ ଆଭାସି ମାଧ୍ୟମରେ ସମସ୍ତ ଅତିଥି ସାମିଲ ହୋଇଥିଲେ।
ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ ଯେ,ଗତି ହିଁ ଶକ୍ତି। ଗତି ହିଁ ସଶକ୍ତିକରଣ। ଆମର ସ୍କୁଟର ଯୋଜନା ମା’ମାନଙ୍କ ଯାତାୟତକୁ ସୁବିଧା କରିବ।
ବୃତ୍ତିଗତ କ୍ଷେତ୍ରରେ ମଧ୍ୟ ନୂଆ ସୁଯୋଗ ଆଣିବ। ୭୦ ଲକ୍ଷ ମା’ମାନଙ୍କ ନିଜର ଅନୁଷ୍ଠାନ ମିଶନ ଶକ୍ତି ଆହୁରି ମଜୁବୁତ ହେବ। ମା’ମାନଙ୍କ ଗତିଶୀଳତା ଓଡିଶାର ପ୍ରଗତିକୁ ନୂଆ ବେଗ ଦେବ।
ମିଶନ ଶକ୍ତି ମା’ମାନଙ୍କୁ ସରକାରୀ କାମ ଦେବାରେ ଦେଶରେ ଓଡିଶା ଏକମାତ୍ର ରାଜ୍ୟ। ମାନ୍ୟବର ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ମା’ମାନେ ହିଁ ଆଣିଛନ୍ତି ଓଡିଶା ପାଇଁ ନୂଆ ଗତି, ଶକ୍ତି ଓ ପ୍ରଗତି।
ସେହିପରି ମିଶନ ଶକ୍ତି ସ୍କୁଟର ଯୋଜନା କିଭଳି ଭାବେ ବୌଦ୍ଧ ଜିଲ୍ଲାରେ ସଫଳ ହେବ ସେଥିନିମନ୍ତେ ଆଲୋଚନା ହୋଇଥିଲା. ବୌଦ୍ଧ ଜିଲ୍ଲାର ଆଜି ଜିଲ୍ଲ ୧୧୨ ଜଣଙ୍କୁ ଅତିଥି ମାନଙ୍କ ଦ୍ଵାରା ସ୍କୁଟର ପ୍ରଦାନ କରାଯାଇଛି।
ଏହା ଦ୍ବାରା ସମସ୍ତ ସୟଂ ସହାୟକ ଗୋଷ୍ଠୀର ସଦସ୍ୟ ( ଏମବିକେ, ସିଆରପି, ବ୍ୟାଙ୍କ୍ ମିତ୍ର, କୃଷି ମିତ୍ର ଓ ପ୍ରାଣୀ ମିତ୍ର)ଏବଂ ଇସି ସଦସ୍ୟାମାନେ ଗାଁ ଗାଁ ବୁଲି ଉତ୍ତମ ସେବା ଯୋଗାଇ ପାରିବେ ।
ଏଥିପାଇଁ ଓଡ଼ିଶା ସରକାର ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ ବ୍ୟାଙ୍କ ଋଣ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି।
ଏହାକୁ ୪ ବର୍ଷ ମଧ୍ୟରେ ଅର୍ଥାତ ୪୮ଟି କିସ୍ତିରେ ଋଣ ପରିଶୋଧ କରିବେ।
ଆଜିର ଏହି କାର୍ଯ୍ୟକ୍ରମକୁ ମିଶନ ଶକ୍ତି ଡିପିସି , ଶ୍ରୀ ରଶ୍ମି ରଞ୍ଜନ ସେଠୀ ପରିଚାଳନା କରିଥିଲେ.

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031