Indus Valley Times

ବୌଦ୍ଧ : ସଡକ ସୁରକ୍ଷା ବୈଠକ

 Breaking News

ବୌଦ୍ଧ : ସଡକ ସୁରକ୍ଷା ବୈଠକ

ବୌଦ୍ଧ : ସଡକ ସୁରକ୍ଷା ବୈଠକ
February 28
11:35 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୮/୨ : ବୌଦ୍ଧରେ ମାସିକ ସଡକ ସୁରକ୍ଷା ସମୀକ୍ଷା ବୈଠକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଆଞ୍ଚଳିକ ପରିବହନ ଅଧିକାରୀ ଶିଶିର କୁମାର ସାହୁ ଦୁର୍ଘଟଣା ରୋକିବା ପାଇଁ ନିଜ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।
ବାରମ୍ବାର ସମୀକ୍ଷା ସହିତ ଦୁର୍ଘଟଣା ରୋକିବା ଦିଗରେ ବ୍ୟାପକ ସଚେତନତା ଫଳରେ ଜିଲାରେ ଦୁର୍ଘଟଣା ସଂଖ୍ୟା କମିଥିଲେ ମଧ୍ୟ ଯେପରି ଦୁର୍ଘଟଣା ଶୁନ୍ୟ ଜୀବନ ଯାତ୍ରା ହୋଇପାରିବ ସେଥିପାଇଁ ଗୁରୁତ୍ୱ ଦେବାକୁ ଜିଲାପାଳ ଶ୍ରୀପଣ୍ଡା ପରାମର୍ଶ ଦେଇଥିଲେ ।
ଆଗକୁ ଗ୍ରୀଷ୍ମ ପ୍ରବାହ ଆସୁଥିବାରୁ ଦୁର୍ଘଟଣାଜନିତ ସତର୍କତା ଅବଲମ୍ବନ କରିବା ସହିତ ସ୍ୱାସ୍ଥ୍ୟ ବିଭାଗ ଓ ଏନଏସି ପକ୍ଷରୁ ପ୍ରଚୁର ପରିମାଣରେ ଓଆରଏସ ଓ ଔଷଧ ମହଜୁଦ ରଖିବା ଏବଂ ପାନୀୟଜଳ ବ୍ୟବସ୍ଥାକୁ ସୁ ନିଶ୍ଚିତ କରାଇବାକୁ ବୈଠକରେ ଆଲୋଚନା ହୋଇଥିଲା ।
ପରୀକ୍ଷା ଚାଲିଥିବାରୁ ଜାତୀୟ ରାଜପଥ ଓ ପୁର୍ତ୍ତ ରାସ୍ତା କଡରେ ରହିଥିବା ବିଦ୍ୟାଳୟ ଗୁଡିକ ନିକଟରେ ରମ୍ବଲରସ ନିର୍ମାଣ କରାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା ।
ବୌଦ୍ଧ ସହରର ତିନି ପ୍ରମୁଖ ଶିକ୍ଷାନୁଷ୍ଠାନ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଜାତୀୟ ରାଜପଥ କଡରେ ଥିବା ଆଦର୍ଶ ବିଦ୍ୟାଳୟ ନିକଟରେ ତୁରନ୍ତ ରମ୍ବଲର ନିର୍ମାଣ ପାଇଁ ପୂର୍ତ୍ତ ଓ ଜାତୀୟ ରାଜପଥ ବିଭାଗକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା । ଦୁର୍ଘଟଣାର ଶି କାର ହେଉଥିବା ଆହତ ବ୍ୟକ୍ତିମାନଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇବା ଦିଗରେ ଉଚିତ ପଦକ୍ଷେପ ନେବା ସହିତ ଦୁର୍ଘଟଣା ଗସ୍ତ ଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ଜିଲାପାଳ ଶ୍ରୀପଣ୍ଡା ପରାମର୍ଶ ଦେଇଥିଲେ । ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସାଳୟ ପହଞ୍ଚାଉଥିବା ବ୍ୟକ୍ତିବିଶେଷମାନେ ହଇରାଣ ହେବେନାହିଁ ବରଂ ସରକାର ସେମାନଙ୍କ ପାଇଁ ପୁରସ୍କାର ବ୍ୟବସ୍ଥା କରିଥିବା ନେଇ ସଚେତନତା କରାଯିବା ସହିତ ଡାକ୍ତରମାନେ ଏ ସଂପର୍କରେ ତୁରନ୍ତ ନିର୍ଦ୍ଧାରିତ ଫର୍ମ ପୂରଣ କରି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଅବଗତ କରାଇବାକୁ ଜିଲା ସ୍ୱାସ୍ଥ୍ୟ ବିଭାଗକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା ।
ଦୁର୍ଘଟଣା ପ୍ରବଣ ସ୍ଥାନ ଗୁଡିକୁ ସାଇନବୋର୍ଡ ଦ୍ୱାରା ଚିହ୍ନଟ କରାଯିବା କାର୍ଯ୍ୟ ତୁରନ୍ତ ସମାପନ କରିବା, ବିଭିନ୍ନ ଛକରେ ସିସିଟିଭି ଲଗାଇବା,ରାସ୍ତା ଉପରେ ଜମା ହୋଇ ରହୁଥିବା ଗୃହ ନିର୍ମାଣ ସାମଗ୍ରୀ ହଟାଇବା, ଗାଡି ମୋଟର ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯିବା ସହିତ ନିଶାଗ୍ରସ୍ତ ଗାଡିଚାଳକ,ବିନା ହେଲମେଟ୍ ରେ ଯାତ୍ରା ଓ ଅନ୍ୟାନ୍ୟ ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ଉପରେ ଦୃଢ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା ।
ଏହି ବୈଠକରେ ଜିଲା ଆରକ୍ଷୀ ଅଧିକ୍ଷକ ନାଗରାଜ ଦେୱରକୋଣ୍ଡା,ଅତିରିକ୍ତ ଜିଲାପାଳ ଅନିରୁଦ୍ଧ ପଧାନ, ପୁର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସନ୍ଦିପ କୁମାର ଛୁଆଳସିଂହ, ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବି.କେ.ଆର.ସି. ଦେଓ ହେମ୍ବ୍ରମ,ସହକାରୀ ନିର୍ବାହୀ ଯନ୍ତ୍ରୀ ଖାକେନ ସିଂହ,ଡିଆଇବି ଡିଏସପି ଗୌରାଙ୍ଗ ଚରଣ ସାହୁ,ଜ଼ିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ଜିଲା ଶାରିରୀକ ଶିକ୍ଷା ନିରୀକ୍ଷକ ଆନନ୍ଦ କୁମାର ବେହେର.ଟ୍ରାଫିକ ଇନିସପେକ୍ଟର ଦେବାଶିଷ ନାୟକଙ୍କ ସମେତ ଆଞ୍ଚଳିକ ପରିବହନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031