Indus Valley Times

ବୌଦ୍ଧ : ସରକାରୀ ନିଯୁକ୍ତିର ଆବେଦନ ବୟସସୀମା ୪୨ବର୍ଷକୁ ବୃଦ୍ଧିପାଇଁ ଜିଲ୍ଲା ଯୁବ କଂଗ୍ରେସର ଦାବି

 Breaking News

ବୌଦ୍ଧ : ସରକାରୀ ନିଯୁକ୍ତିର ଆବେଦନ ବୟସସୀମା ୪୨ବର୍ଷକୁ ବୃଦ୍ଧିପାଇଁ ଜିଲ୍ଲା ଯୁବ କଂଗ୍ରେସର ଦାବି

August 03
08:55 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩/୮: ସୋମବାର ଜିଲ୍ଲା ଯୁବ କଂଗ୍ରେସ କମିଟି ସଭାପତି ମହେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ବେକାର ଯୁବକମାନେ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବାସହିତ ବିଭିନ୍ନ ନାରାବାଜି କରିଥିଲେ । ସେମାନଙ୍କ ଦାବି ଅନୁଯାୟୀ ରାଜ୍ୟରେ ନବୀନ ସରକାର ୨୧ବର୍ଷର ଶାସନପରେ ମଧ୍ୟ ଯୁବପିଢୀ ନିଯୁକ୍ତି ନପାଇ ଦିଗହରା ହେବାସହ ଉତ୍କଟ ବେକାରୀ ସମସ୍ୟା ଦେଖାଦେଇଛି ।
ସରକାର ଯୁବପିଢୀଙ୍କୁ ଅଧିକ ପ୍ରୋତ୍ସାହନ ଦେବାକଥା କିନ୍ତୁ ତାହା ନକରିବା ଦ୍ୱାରା ଯୁବପିଢୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଉଛି ବୋଲି ଅଭିଯୋଗ କରିଛନ୍ତି ଏହି ଯୁବଗୋଷ୍ଠୀ । ଓଡିଶା ଷ୍ଟାଫ ସିଲେକସନ କମିଶନ, ଷ୍ଟେଟ ସିଲେକସନ ବୋର୍ଡ ଦ୍ୱାରା ପରିଚାଳିତ ବିଭିନ୍ନ ଚାକିରୀରେ ଖାଲିଥିବା ପଦବୀ ଗୁଡିକ ନିୟମାନୁସାରେ ପ୍ରତ୍ୟେକ ବର୍ଷ ପୂରଣ ହେବାକଥା କିନ୍ତୁ ତାହା ଠିକ୍ ସମୟରେ ପୂରଣ ନହେବା କାରଣରୁ ବହୁ ଆଶାୟୀ ମେଧାବୀ ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯାଇଛି ।
ଓଡିଶା ସରକାର ୩୨ ବର୍ଷରେ ସରକାରୀ ଚାକିରୀ ପାଇବା ପାଇଁ ସୀମିତ ରଖୁଥିବାରୁ ବହୁ ଛାତ୍ରଛାତ୍ରୀ ସରକାରୀ ଚାକିରୀ ପାଇବାରୁ ବଞ୍ଚିତ ହେଉଛନ୍ତି । ବର୍ତ୍ତମାନ ବିଭିନ୍ନ ସାମାଜିକ, ଅର୍ଥନୈତିକ, ଅବସାଦ କାରଣରୁ ଅଧିକାଂଶ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଠ୍ୟକ୍ରମ ସାରିବାବେଳକୁ ବୟସ ଅତିକ୍ରାନ୍ତ ହୋଇଯାଉଛି ।
ଅନ୍ୟପଟେ ସରକାରୀ ନିଯୁକ୍ତି ବିଜ୍ଞାପନ ଅବଧି ମଧ୍ୟ ୫ ବର୍ଷରୁ ଅଧିକ ରହୁଥିବାରୁ ବହୁ ମେଧାବୀ ଛାତ୍ରଛାତ୍ରୀ ସୁଯୋଗ ପାଇପାରୁନାହାନ୍ତି । ବର୍ତ୍ତମାନ ଅନ୍ୟାନ୍ୟ ରାଜ୍ୟରେ ଏହି ବୟସ ସୀମାରେ କୋହଳ କରାଯାଇଥିବାବେଳେ ଓଡିଶାରେ ତାରତମ୍ୟ ରହୁଥିବାରୁ ବହୁ ମେଧାବୀ ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ଲାଭକରି ମଧ୍ୟ ଚାକିରୀ ଆବେଦନରୁ ବଞ୍ଚିତ ରହୁଛନ୍ତି ।
ତେଣୁ ଏସବୁକୁ ଦୃଷ୍ଟିରେ ରଖି ଚାକିରୀ ବୟସସୀମା ବୃଦ୍ଧି କରାଗଲେ ବହୁ ଛାତ୍ରଛାତ୍ରୀ ନିଯୁକ୍ତି ପାଇପାରିବେ ବୋଲି ଜିଲ୍ଲା ଯୁବ କଂଗ୍ରେସ କମିଟି ପ୍ରସ୍ତାବ ରଖିଛି । ଏନେଇ ଏକ ଦାବିପତ୍ର ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଜରିଆରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରାଯାଇଛି ।
ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ଯୁବ କଂଗ୍ରେସ କମିଟି ସଭାପତିଙ୍କ ସମେତ ଜିଲ୍ଲା କିଷାନ କଂଗ୍ରେସ ସଭାପତି ରଘୁନାଥ ପଲିଆ, ଏୱାଇସି ସଭାପତି ଅବଦୁଲ କଲିମ ଖାନ, ପୂର୍ବତନ ଜୋନାଲ ସଭାପତି ସଞ୍ଜିବ କୁମାର ନାୟକ, ଜିଲ୍ଲା ଛାତ୍ରକଂଗ୍ରେସ ସଭାପତି ବିକ୍ରମ ପ୍ରଧାନ, ଜିଲ୍ଲା ଯୁବ କଂଗ୍ରେସ ସଂପାଦକ ମହେନ୍ଦ୍ର ମହାକୁଳ, ଜିଲ୍ଲା ଯୁବ କଂଗ୍ରେସ ଉପ-ସଭାପତି ସୁଶୀଳ କୁମାର ହୋତା, ସତ୍ୟନାରାୟଣ ପୃଷ୍ଟି, ପିସିସି ସଭ୍ୟ ରାୟ ସଞ୍ଜିବ କୁମାର ଦେଓ, ଶ୍ରବଣ କୁମାର ଭୁକ୍ତା, କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ସଭାପତି କଳାକାର ଦଳବେହେରା, ଯୁବକର୍ମୀ ନିୟାଜ ହୁସେନଙ୍କ ସମେତ ବହୁ ଯୁବକର୍ମୀ ଉପସ୍ଥିତ ଥିଲେ ।
ବୌଦ୍ଧ: କଣ୍ଟାମାଳ ବ୍ଲକ କଂଗ୍ରେସ କମିଟିର ନୂତନ କର୍ମକର୍ତ୍ତା
ବୌଦ୍ଧ,୩/୮: କଣ୍ଟାମାଳ ବ୍ଲକ କଂଗ୍ରେସ କମିଟିର ନୂତନ କର୍ମକର୍ତ୍ତା ମନୋନୟନ କରାଯାଇଥିବା ନେଇ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ସମରେଶ ମିଶ୍ର ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି । ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ସୁପାରିଶ କ୍ରମେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ନୂତନ କର୍ମକର୍ତ୍ତା ମନୋନୟନ ଅନୁମୋଦନ ଲାଭ କରିଛି । କଣ୍ଟାମାଳ ବ୍ଲକ କଂଗ୍ରେସ କମିଟିର ସଭାପତି ଭାବେ ପୂର୍ବତନ ବରଗୋଚ୍ଛା ସରପଞ୍ଚ ଧ୍ରୁବଚରଣ ପ୍ରଧାନ, ଉପସଭାପତି ଭାବେ ଅନନ୍ତ କର୍ଣ୍ଣ, ଠିବୁରୁ ନାଏକ, ଫକୀର ମଲ୍ଲିକ, କୋଷାଧ୍ୟକ୍ଷ ଭାବେ ଗୁପ୍ତେଶ୍ୱର ଭଇନା ମନୋନୀତ ହୋଇଛନ୍ତି ।
ସାଧାରଣ ସଂପାଦକ ଭାବେ ରାଧାରମଣ ପାଣିଗ୍ରାହୀ, ସସ୍ମିତା ହରିପାଲ, ଗରିବ ପ୍ରଧାନ, ଅଭିମନ୍ୟୁ ଭୋଇ, ସୁରେନ୍ଦ୍ର ନାଏକ ମନୋନୀତ ହୋଇଛନ୍ତି । ସେହିପରି ଭୁଜ ଚାଉଳିଆ, ତ୍ରିଲୋଚନ ରାଉତ, ହୃଦାନନ୍ଦ ରଣା, ସୁଶାନ୍ତ ସିଂ, ପ୍ରବୀଣ ଚାନ୍ଦ, ସୌରଭ ରଞ୍ଜନ ମହାକୁଡ, ସଂପାଦକ ଭାବେ ମନୋନୀତ ହୋଇଛନ୍ତି ।
କାର୍ଯ୍ୟକାରୀ କମିଟିରେ ସୁରଥ ମେଣ୍ଡଲି, ଦିବାକର କର୍ଣ୍ଣ, ପ୍ରତାପ ପୃଷ୍ଟି, ନିବାସ ମହାକୁଡ, ଶୁକଦେବ ମଙ୍ଗରାଜ, ଗୋବର୍ଦ୍ଧନ ପ୍ରଧାନ, ସନ୍ତୋଷ ମିଶ୍ର, ବିକ୍ରମ ରାଜହଂସ, ସନ୍ତୋଷ ମଲ୍ଲିକ, ଭୀମସେନ ମଲ୍ଲିକ, ଘନଶ୍ୟାମ ସେନାପତି, ଲକ୍ଷ୍ମୀକାନ୍ତ ମେହେର, ଚୈତନ୍ୟ ସାହୁ, ରଙ୍କନିଧି ଖମାରୀ ରହିଛନ୍ତି ।
ବୌଦ୍ଧ :ଶ୍ରମିକମାନଙ୍କ ସମସ୍ୟା ନେଇ ଏଆଇଟିୟୁସି ପକ୍ଷରୁ ଗଣଧାରଣା
ବୌଦ୍ଧ,୩/୮- ବୌଦ୍ଧଜିଲ୍ଲାର ନିର୍ମାଣ ଶ୍ରମିକଙ୍କ ବହୁବିଧ ସମସ୍ୟା ଯଥା ଝିଅ ବିବାହ ସହାୟତା, ଶିକ୍ଷା ସହାୟତା, ମୃତ୍ୟୁକାଳୀନ ସହାୟତା ଆଦିି ପ୍ରଦାନ କ୍ଷେତ୍ରରେ ଜିଲ୍ଲାଶ୍ରମଧିକାରୀଙ୍କ ଟାଳଟୁଳ ନୀତି ପ୍ରତିବାଦରେ ସୋମବାର ଏଆଇଟିୟୁସି ସହବନ୍ଧିତ ଓଡିଶା ଫରେଷ୍ଟ ଉଡ ଏଗ୍ରିକଲଚର ଓ ବିଲଡିଂ କନଷ୍ଟ୍ରକ୍ସନ ୟୁନିଅନ ପକ୍ଷରୁ ଏଆଇଟିୟୁସି ଜିଲ୍ଲା ସଭାପତି ତଥା ୯ ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁଙ୍କ ସଭାପତିତ୍ୱରେ ଜିଲ୍ଲା ଶ୍ରମଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଥିଲା ।
ଏହିଧାରଣାରେ ଏଆଇଟିୟୁସିର ରାଜ୍ୟ ଉପସାଧାରଣ ସମ୍ପାଦକ ତଥା ନିର୍ମାଣ ଶ୍ରମିକ ୟୁନିଅନ ସମନ୍ୱୟ ସମିତିର ରାଜ୍ୟ ଆବାହକ ସାଥି. ବିଜୟ ଜେନା, କନ୍ଧମାଳ ଜିଲ୍ଲା ନେତା ଶିଶିର ମଲ୍ଲିକ, ସିପିଆଇ ଜିଲ୍ଲା ସମ୍ପାଦକ ପ୍ରଦୀପ ମହାକୁଡ, ସହସମ୍ପାଦକ ଜୟନ୍ତ ଦେହୁରୀ, ନେତ୍ରାନନ୍ଦ କଁହର ଏଆଇୱାଇଏଫ ଜିଲ୍ଲାସଭାପତି ସୁଧାଂଶୁ ପ୍ରଧାନ ପ୍ରମୁଖ ଯୋଗଦେଇ ଡିଏଲଓ ଅଫିସ ସଂପ୍ରତିି ବିଜେଡି କାର୍ଯ୍ୟାଳୟରେ ପରିଣତ ହୋଇଥିବାରୁ ଶ୍ରମିକମାନେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ।
ଏଣୁ ତୁରନ୍ତ ଆଇନ ଅନୁଯାୟୀ ଜିଲ୍ଲାର ଶ୍ରମିକ ମାନଙ୍କୁ ନ୍ୟାୟ ପ୍ରଦାନ ନକଲେ ଜିଲ୍ଲାବ୍ୟାପି ଆନ୍ଦୋଳନକୁ ବ୍ୟାପକ କରିବାପାଇଁ ଚେତାବନୀ ଦେଇଥିଲେ । ପରିଶେଷରେ ଅଗଷ୍ଟ ମାସ ଶେଷ ସୁଦ୍ଧା ସମସ୍ତ ବକେୟା କାର୍ଯ୍ୟ ଶେଷ କରିବାର ପ୍ରତିଶ୍ରୁତି ଦେଲା ପରେ ଆନ୍ଦୋଳନରୁ ଓହରିଥିଲେ ।
ଏହି ଗଣଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ଭୀମସେନ ଘିବେଲା, ପ୍ରଦୀପ କୁମାର ସାହୁ, ଭାଗିରଥି ଦାସ, ହାଡିବନ୍ଧୁ ବେହେରା, ଗୋପବନ୍ଧୁ ବେହେରା ପ୍ରମୁଖଙ୍କ ନେତୃତ୍ୱରେ ଶହେରୁ ଉର୍ଦ୍ଧ୍ୱ ଆନ୍ଦୋଳନକାରୀ ଯୋଗ ଦେଇଥିଲେ ।
ବୌଦ୍ଧ : ଧର୍ମ ପରାୟଣ ମହିଳାଙ୍କ ପରଲୋକ
ବୌଦ୍ଧ, ୩/୮: ବୌଦ୍ଧ ସହରର ନୂଆସାହିରେ ବସବାସ କରୁଥିବା ଧର୍ମ ପରାୟଣ ମହିଳା ତଥା ସାମ୍ବାଦିକ ପ୍ରମୋଦ କୁମାର ବାଘଙ୍କ ମାତା ଶକୁନ୍ତଳା ଦେବୀଙ୍କ ୭୫ବର୍ଷ ବୟଷରେ ସୋମବାର ଅପରାହ୍ନରେ ସମ୍ବଲପୁର ଏକ ଘରୋଇ ମେଡିକାଲରେ ପରଲୋକ ଘଟିଛି । ସେ ଦୀର୍ଘଦିନ ଧରି ଶ୍ୱାସ ଜନିତ ରୋଗରେ ପିଡିତ ଥିଲେ ।
ରବିବାର ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ବୌଦ୍ଧ ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା ଓ ଡାକ୍ତର ତାଙ୍କୁ ଚିକିତ୍ସାକରି ଘରକୁ ଫେରାଇ ଦେଇଥିଲେ । ପରେ ପ୍ରାତଃ ସମୟରେ ସେ ପୁଣି ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପୁଣି ବୌଦ୍ଧ ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସମ୍ବଲପୁର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା ।
ସେଠାରେ ଚିକିସିôତ ଅବସ୍ଥାରେ ଆଜି ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କରି ବିୟୋଗରେ ସମଗ୍ର ଅଂଚଳ ଶୋକର ଛାୟା ଖେଳିଯାଇଥିଲା । ମୃତ୍ୟୁ ସମୟରେ ତାଙ୍କର ପାଞ୍ଚପୁତ୍ର ଉପସ୍ଥିତ ଥିଲେ । ସ୍ଥାନିୟ ରାମଜାଙ୍ଗି ଠାରେ ତାଙ୍କର ବଡପୁତ୍ର ପ୍ରଦିପ ଦ୍ୱାରା ସଂସ୍କାର କାର୍ଯ୍ୟ ସଂପାଦନ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930