Indus Valley Times

ବୌଦ୍ଧ: ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି

 Breaking News

ବୌଦ୍ଧ: ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି

ବୌଦ୍ଧ: ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି
July 13
10:36 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୩/୭ : ବାହୁଡା ଯାତ୍ରା ପରେ ଏକାଦଶୀ ତିଥିରେ ରଥଖଳାଠାରେ ଚତୁର୍ଦ୍ଧା ମୂର୍ତ୍ତି ମନଲୋଭା ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ସକାଳୁ ପୂଜକମାନଙ୍କ ଦ୍ୱାରା ରଥ ଉପରେ ଠାକୁରମାନଙ୍କ ନିତିକାନ୍ତି ସମାପନ ହୋଇଥିଲା ।
ବେଶଲାଗି ପରେ ସାଧାରଣଲୋକଙ୍କୁ ଦିନ ତାମାମ ରଥ ଉପରେ ଦର୍ଶନ ପାଇଁ ଛଡାଯାଇଥିଲା । ମଧ୍ୟାହ୍ନରେ ବେଶକାରୀଙ୍କ ଦ୍ୱାରା ଠାକୁରମାନଙ୍କ ସୁନାବେଶ ସହିତ ମନଲୋଭା ଫୁଲବେଶରେ ସଜ୍ଜିତ କରାଯାଇଥିଲା । ଅପରାହ୍ନରେ ରଥ ଉପରେ ସାଧାରଣ ଦର୍ଶନ ପାଇଁ ଭକ୍ତମାନଙ୍କୁ ରଥ ଉପରକୁ ଛଡାଯାଇଥିଲା । ପୋଲିସ ପକ୍ଷରୁ ରଥ ଉପରେ କଡା ସୁରକ୍ଷା ମଧ୍ୟରେ ଲମ୍ବା ଧାଡିରେ ଭକ୍ତମାନେ ଠାକୁରଙ୍କ ମନଲୋଭା ବେଶ ଦର୍ଶନ କରିଥିଲେ ।
ରାତ୍ରି ୯ ଘଣ୍ଟା ପର୍ଯ୍ୟନ୍ତ ରଥ ଉପରେ ଠାକୁରମାନେ ସୁନା ବେଶରେ ଦର୍ଶନ ଦେବାପରେ ଅଧରପଣାନୀତି ଅନୁଷ୍ଠିତ ହୋଇଥିଲା ପରେ ଗୋଟି ପହଣ୍ଡିରେ ସ୍ୱମନ୍ଦିରକୁ ଫେରିଥିଲେ ମନ୍ଦିରରେ ପହଞ୍ôଚବାପରେ ମାତା ଲକ୍ଷ୍ମୀ ଓ ଶ୍ରୀଜଗନ୍ନାଥଙ୍କ କଳି ହୋଇଥିଲା । ମାତା ଲକ୍ଷ୍ମୀଙ୍କ ମାନଭଞ୍ଜନ ପରେ ତିନି ଠାକୁର ରତ୍ନ ସିଂହାସନକୁ ବିଜେ କରିଥିଲେ ।
ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ପ୍ରତ୍ୟକ୍ଷ ତତ୍ୱାବଧାନରେ ମନ୍ଦିର ପରିଚାଳନା କମିଟି ଓ ବ୍ରାହ୍ମଣ ସେବକମାନେ ଠାକୁରମାନଙ୍କ ନିତିକାନ୍ତି ଶୃଙ୍ଖଳାର ସହିତ ପାଳନ କରିଥିଲେ । ସଂଧ୍ୟାରେ ରଥଖଳାରେ ବୌଦ୍ଧର ସାଂସ୍କୃତିକ ଅନୁଷ୍ଠାନ ସଙ୍ଗିତାୟନ ପକ୍ଷରୁ ରଥ ସମ୍ମୁଖରେ ଭଜନ ସନ୍ଧ୍ୟା ଆୟୋଜନ କରାଯାଇଥିଲା । ସେହିପରି ଗୋ ସୂରକ୍ଷା ସମିତି ପକ୍ଷରୁ ପବିତ୍ର ଗୋବର ଦୀପରେ ଠାକୁରମାନଙ୍କୁ ଦୀପଦାନ କରାଯାଇଥିଲା ।

ବୌଦ୍ଧ: ଜାତୀୟ ମତ୍ସ୍ୟଚାଷ ଦିବସ ପାଳନ, ବୌଦ୍ଧରେ ମାଛଚାଷ ପାଇଁ ରହିଛି ସମ୍ଭାବନା
ବୌଦ୍ଧ,୧୩/୭: କୃଷିଭିତ୍ତିକ ବୌଦ୍ଧଜିଲ୍ଲାରେ ମାଛଚାଷ ପାଇଁ ବିରାଟ ସମ୍ଭାବନା ରହିଛି । ଜିଲ୍ଲାର ତିନୋଟି ବ୍ଲକରେ ବିଭିନ୍ନ ନଦୀ ନାଳ ପ୍ରବାହିତ ହେଉଥିବାବେଳେ ଅସମତଳ ଭୂମିରେ ମାଛଚାଷ ପାଇଁ ଉପଯୁକ୍ତ ଉର୍ବରତା ଓ ଜଳବାୟୁ ସଂପୁର୍ଣ୍ଣ ଉପଯୋଗୀ ଅଟେ ।
ଜିଲ୍ଲା ମତ୍ସ୍ୟ ବିଭାଗର ଯାଆଁଳା ଉତ୍ପାଦନ ସାରା ରାଜ୍ୟରେ ଏକ ପ୍ରମୁଖ ସ୍ଥାନ ଅôଦକାର କରିପାରିଛି । ଏଠାକାର ଭାକୁର,ଇଲିସି,କାରପିସ,ଜଗଲ ଖିଆ ଭଳି ଅକେ ପ୍ରଜାତିର ଯାଆଁଳା ବୌଦ୍ଧ ସମେତ ପ୍ରାୟ ୧୦ ଗୋଟି ଜିଲ୍ଲାର ଚାଷୀମାନଙ୍କୁ ସୂଲଭ ମୂଲ୍ୟରେ ଯୋଗାଇଦିଆଯାଇଥାଏ ।
ଜାତୀୟ ମତ୍ସ୍ୟଚାଷ ଦିିବସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ସରକାରଙ୍କ ବିଭିନ୍ନ ଯୋଜନା କିଭଳି ମାଛଚାଷୀମାନେ ପାଇପାରିବେ ସେନେଇ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା । ଗତ କିଛିବର୍ଷ ହେଲା ସ୍ୱୟଂସହାୟକ ଗୋଷ୍ଠୀ ମାଛଚାଷ ପାଇଁ ବିଶେଷ ଆଗ୍ରହ ପ୍ରକାଶ କରୁଛନ୍ତି । କେବଳ ଚଳିତ ଆର୍ଥିକବର୍ଷରେ ଏହିଭଳି ମହିଳା ସ୍ୱୟଂସହାୟକ ଗୋଷ୍ଠୀ ୪୫ ହେକ୍ଟର ପୋଖରୀରେ ମାଛଚାଷ କରି ଉପକୃତ ହୋଇଛନ୍ତି ।
ସେହିପରି ବ୍ୟକ୍ତିଗତ ଭାବେ ଚାଷୀମାନେ ୨୨ ହେକ୍ଟର ପୋଖରୀରେ ସରକାରୀ ଯୋଜନାରେ ମାଛଚାଷ କରିଛନ୍ତି । ଏହାବ୍ୟତୀତ ୫୦ ଟି ବାୟୋଫ୍ଲେକ୍ସ ଟାଙ୍କିରେ ହିତାଧିକାରୀମାନେ ମାଛଚାଷ କରି ଊାଭ ପାଇ ପାରିଥିବା ନେଇ ଜିଲ୍ଲା ମତ୍ସ୍ୟ ଅଧିକାରୀ ଲିପସା ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି ।
ବୌଦ୍ଧରେ ନିଦ୍ରାକରଣ ଔଷଧ ଓ ମାନସିକ ପଦାର୍ଥ ଗୋଦାମ ଉଦଘାଟିତ
ବୌଦ୍ଧ,୧୩/୭: ବୌଦ୍ଧରେ ବ୍ୟାପକ ଭାବରେ ନିଶା କାରବାର ବୃଦ୍ଧି ପାଉଥିବାବେଳେ ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି । ତେବେ ଜବତ ହୋଉଥିବା ନିଶା ପଦାର୍ଥ ରଖିବାକୁ ମାଲଖାନାର ଅଭାବ ରହିଥିଲା ।
ତେଣୁ ଜିଲ୍ଲାରେ ଅବକାରୀ ବିଭାଗ ପକ୍ଷରୁ ୮୦ ଲକ୍ଷ ଟଙ୍କା ବ୍ୟୟରେ ଏକ ନିଦ୍ରାକରଣ ଓøଷଧ ଓ ମାନସିକ ପଦାର୍ଥ ଗୋଦାମ ଗୃହ ନିର୍ମାଣ କରାଯାଇ ସୋମବାର ଆନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଯାଇଛି ।
ରାଜ୍ୟ ପଞ୍ଚାୟତିରାଜ,ଜଙ୍ଗଲ ଓ ପରିବେଶ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି ଗୋଦାମ ଘରକୁ ଉଦଘାଟନ କରିଥିଲେ । ଏହି ଅବସରରେ ଅନ୍ୟତମ ଅତିଥି ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନରଂଜନ ମହାନ୍ତି,ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାଏକ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ ।
ବୌଦ୍ଧ: ଲାଣ୍ଡିବନ୍ଧ ସ୍ଥିତ ଆରସେଟି ଠାରେ ଡ୍ରାଇଭିଂ ତାଲିମ ଉଦ୍ଘାତ
ବୌଦ୍ଧ,୧୩/୭ : ବୌଦ୍ଧ ଜିଲ୍ଲା ଲାଣ୍ଡିବନ୍ଧ ସ୍ଥିତ ଏସ ବି ଆଏ ଆରସେଟି ଠାରେ, ଗ୍ରାମାଞ୍ଚଳ ର ୩୫ ଜଣ ଯୁବକ ମାନଙ୍କୁ ନେଇ ଏକ ଡ୍ରାଇଭିଂ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।
ଉକ୍ତ କାର୍ଯ୍ୟକ୍ରମ କୁ ଷ୍ଟେଟ ବ୍ୟାଙ୍କ ଦ୍ୱାରା ପରିଚାଳିତ ସମନ୍ୱିତ ଡ୍ରାଇଭିଂ ଟ୍ରେନିଂ କେନ୍ଦ୍ରରୁ ସମସ୍ତ ପ୍ରଶିକ୍ଷାର୍ଥୀ ମାନଙ୍କୁ ତାଲିମ ଦିଆଯାଇଥିଲା । ପ୍ରଶିକ୍ଷାର୍ଥୀ ମାନଙ୍କର ଉଭୟ ମାନସିକ ଏବଂ ବୌଦ୍ଧିକ ବିକାଶ ପାଇଁ ଅରସେଟି ତରଫରୁ ଯୋଗ,ଶ୍ରମଦାନ ତଥା ବ୍ୟବହାରିକ ପରିବର୍ତ୍ତନ ପାଇଁ ମାଇକ୍ରୋ ଲ୍ୟାବ ଆଇସ ବ୍ରେକିଂ, ଅଟ୍ଟାଳିକା ନିର୍ମାଣ, ରିଙ୍ଗ ଟସସ ଖେଳ ଆଦି ଅଭ୍ୟାସ କରାଯାଇଥିଲା ।
ଅନୁଷ୍ଠାନର ନିର୍ଦ୍ଧେଶକ ଶ୍ରୀ ବିଚିତ୍ର ମହାପାତ୍ର ଙ୍କ ତତ୍ୱାବଧାନ ରେ ତାଲିମ କାର୍ଯ୍ୟକ୍ରମ ଟିକୁ ସଂଯୋଜକ କାନନ ଖମାରୀ ସଫଳ ପରିଚାଳନା କରିଥିଲେ ଏବଂ ଅନୁଷ୍ଠାନର ସମସ୍ତ କର୍ମଚାରୀ ଏହି କାର୍ଯ୍ୟରେ ସହଯୋଗ କରିଥିଲେ ।
ପରିଶେଷରେ ଉତୀର୍ଣ୍ଣ ହୋଇଥିବା ପ୍ରଶିକ୍ଷାର୍ଥୀ ମାନଙ୍କୁ ଡେପୁଟୀ ସି ଇ ଓ ଓରମାସ ଶ୍ରୀ ଶିବାଶିଷ ଦାସ ଏବଂ ଜିଲ୍ଲା ସଂଯୋଜକ ଡ଼ିଡ଼ି ୟୁ ଜିକେ ୱାଇ ଶ୍ରୀ ଅଜୟ କୁମାର ମେହେର ମାନପତ୍ର ପ୍ରଦାନ କରିଥିଲେ ।
ବୌଦ୍ଧ: ରମ୍ଭିକଟା ଗ୍ରାମର ଜଣେ ଯୁବକଙ୍କ ପୋଖରୀରେ ବୁଡି ମୃତ୍ୟୁ
ବୌଦ୍ଧ,୧୩/୭ : ବୌଦ୍ଧ ଥାନା ଅନ୍ତର୍ଗତ ହରଭଙ୍ଗା ବ୍ଲକର ରମ୍ଭିକଟା ଗ୍ରାମ ପୋଖରୀରେ ଗାଧେଇ ବାକୁ ଯାଇଥିବା ଜଣେ ଯୁବକ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।ମୃତ ଯୁବକଙ୍କ ନାଁ ବସନ୍ତ ପ୍ରଧାନ (୩୬)ବୋଲି ଜଣାପଡିଛି।
ପ୍ରାପ୍ତ ସୂଚନା ମତେ ଦିନ ମଜୁରିଆ ଭାବେ କାମ କରୁଥିବା ବସନ୍ତ ଆଜି ମଧ୍ୟାନ୍ନରେ ଗାଁ ପୋଖରୀ କୁ ଗାଧୋଇବା ପାଇଁ ଯାଇ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ତାଙ୍କୁ ଖୋଜିବାକୁ ଯାଇ ପୋଖରୀ ନିକଟରେ ତାଙ୍କର ଚପଲ ଥିବା ଦେଖିବାକୁ ପାଇବା ପରେ କାଳେ ପାଣି ଭିତରେ ବୁଡି ଯାଇଥିବା ସନ୍ଦେହ କରି ପାଣି ଭିତରେ ଖୋଜାଖୋଜି କରିବା ବେଳେ ପାଣି ଭିତରୁ ତାଙ୍କୁ ଉଦ୍ଧାର କରିଥିଲେ।ପରେ ତାଙ୍କୁ ଚିକିତ୍ସା ପାଇଁ ପରିବାର ଲୋକେ ନିକଟସ୍ଥ ପୁରୁଣାକଟକ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ।ତେବେ ତାଙ୍କୁ
ମା ଭୈରବୀ ମହୋତ୍ସବ ନେଇ ପ୍ରସ୍ତୁତି ବୈଠକ :ଆସନ୍ତା ନଭେମ୍ବର ୨୬ରୁ ୩୦ ପର୍ଯ୍ୟନ୍ତ ହେବ ମହୋତ୍ସବ
ବୌଦ୍ଧ,୧୩/୭: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ପୁରୂୁଣାକଟକ ଠାରେ ଗୋଟିଏ ବର୍ଷ ମାଭୈରବୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଥିବା ବେଳେ କରୋନା ମହାମାରୀ ଯୋଗୁଁ ଏହା ଦୀର୍ଘ ଦୁଇ ବର୍ଷ ଧରି ବନ୍ଦ ହୋଇଯାଇଥିଲା ।
କରୋନା କଟକଣା ହଟିବା ପରେ ପୁଣି ପୁଣି ଦୁଇ ବର୍ଷ ପରେ ମା ଭୈରବୀ ମହୋତ୍ସବ କମିଟି ପକ୍ଷରୁ ଦ୍ୱିତୀୟ ମା ଭୈରବୀ ମହୋତ୍ସବ କରିବା ପାଇଁ ସ୍ଥାନୀୟ ଲକ୍ଷ୍ମୀନାରାୟଣ ମନ୍ଦିର ପ୍ରାଙ୍ଗରେ କମିଟିର ସଭାପତି ଅଶୋକ କୁମାର ଅଗ୍ରୱାଲାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ମହୋତ୍ସବକୁ ସଫଳ କରିବାକୁ ବୈଠକରେ ଆଲୋଚନା ହୋଇଥିଲା ।ଯେପରି ମହୋତ୍ସବ ସରସ ସୁନ୍ଦର ହୋଇପାରିବ ସେ ନେଇ ବୈଠକରେ ମତ ପ୍ରକାଶ ପାଇଥିଲା । ମହୋସବ ଆସନ୍ତା ନଭେମ୍ବର ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ଧରି ହେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।
ବୈଠକରେ ହରଭଙ୍ଗା ବ୍ଳକ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ଭୈରବୀ ମନ୍ଦିର ପରିଚାଳନା କମିଟି ସଭାପତି ସୁରେନ ପ୍ରଧାନ, ପୁରୁଣାକଟକ ସରପଞ୍ଚ ଅଶୋକ କୁମାର ସେଠୀ, କରଂଜକଟା ସରପଞ୍ଚ ନିହାର ଘୋଷ, କମିଟିର ସହ ସଂପାଦକ ବିଜୟ କୁମାର କହଁର, ଉପସଭାପତି ଅକ୍ରୁର ସେଠୀ, କୋଷାଧ୍ୟକ୍ଷ ବାଳକୃଷ୍ଣ ନାୟକ, ସୁକାନ୍ତ କୁମାର ପଟ୍ଟନାୟକ, ମନୋଜ କୁମାର ପାଢୀଙ୍କ ସମେତ ବହୁ ସଦସ୍ୟ ଯୋଗ ଦେଇଥିଲେ ।
ବୌଦ୍ଧରେ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ
ବୌଦ୍ଧ,୧୩/୭: ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ତାଲିମ କେନ୍ଦ୍ରଠାରେ ବିଶ୍ୱ ଜନସଂଖ୍ୟା ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ପାଳିତ ହୋଇଯାଇଛି । ସଭା ପୂର୍ବରୁ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମଦନ ମୋହନ ପ୍ରଧାନ ଜନସଂଖ୍ୟା ଦିବସ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ପରିଚାଳକ ଗିରିଜା ପ୍ରସାଦ ମିଶ୍ର ଦୃଶ୍ୟଶ୍ରାବ୍ୟ ଚିତ୍ର ସହାୟତାରେ ପରିବାର କଲ୍ୟାଣର ବିଭିନ୍ନ ଯୋଜନା ଓ ଏସବୁର ଉପକାରୀତା ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।
ଜିଲ୍ଲାରେ ପରିବାର ନିୟୋଜନ ସେବା ପ୍ରଦାନ କରିବା ନିମନ୍ତେ ଦୁଇଟି ପକ୍ଷ ଭାବରେ ଏହାକୁ ପାଳନ କରାଯାଉଅଛି । ପ୍ରଥମ ପର୍ଯ୍ୟାୟରେ ସଚେତନତା ପକ୍ଷ ଜୁନ୍ ୨୭ ତାରିଖଠାରୁ ପାଳନ ହୋଇ ଆସୁଥିବା ବେଳେ ଜୁଲାଇ ୧୧ତାରିଖରୁ ଜୁଲାଇ ୨୪ ତାରିଖ ପର୍ଯ୍ୟନ୍ତ ଜନସଂଖ୍ୟା ସ୍ଥିରତା ପକ୍ଷ ପାଳନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ପକ୍ଷରେ ପରିବାର ନିୟୋଜନର ବିଭିନ୍ନ ପଦ୍ଧତି ଗୁଡିକ ଯଥା; ପୁରୁଷ ଓ ମହିଳା ମାନଙ୍କ ସ୍ଥାୟୀ ବନ୍ଧ୍ୟାକରଣ ଓ ଅସ୍ଥାୟୀ ଗର୍ଭ ନିରୋଧକ ପଦ୍ଧତି ଅନ୍ତର୍ଗତ ମିଳୁଥିବା ସେବାଗୁଡିକୁ ମାଗଣରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉପଲବ୍ଧ କରାଯାଇଅଛି ।
ନୂତନ ଅସ୍ଥାୟୀ ଗର୍ଭନିରୋଧକ ରୂପେ ଗର୍ଭନିରୋଧକ ଇଂଜେକ୍ସନ୍ ଅନ୍ତରା ଓ ସାପ୍ତାହିକ ଗର୍ଭନିରୋଧକ ବଟିକା ଛାୟା ମଧ୍ୟ ଜିଲ୍ଲାର ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ଉପଲବ୍ଧ କରାଯାଇଛି ।
ଗତ ବର୍ଷ ମାନଙ୍କରେ ବୌଦ୍ଧ ଜିଲ୍ଲାରେ ପୁରୁଷ ବନ୍ଧ୍ୟାକରଣର ସଂଖ୍ୟା ଅତି ନଗନ୍ୟ ଥିବା ହେତୁ ଏ ନିମନ୍ତେ ଅଧିକରୁ ଅଧିକ ଜନ ସଚେତନତା ଓ ପ୍ରୋତ୍ସାହନ କରିବାକୁ ମତ ପ୍ରକାଶ ପାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଜନସଂଖ୍ୟା ସ୍ଥିରତା ପକ୍ଷରେ ପଂଜିକୃତ ଦମ୍ପତିମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟିକରିବା ନିମନ୍ତେ ସୂଚନା, ଶିକ୍ଷା, ଯୋଗାଯୋଗ ପ୍ରକ୍ରିୟାରେ ଆନୁସଂଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କହିଥିଲେ ।
ଅନ୍ୟମାନଂକ ମଧ୍ୟରେ ଜିଲା କାର୍ଯ୍ୟକ୍ରମ ପରିଚାଳକ ରୂପକ କୁମାର ମହାପାତ୍ର, ଜିଲ୍ଲାସ୍ତରୀୟ ବିଭିନ୍ନ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ତଥା ଏଏନ୍‌ଏମ୍‌ଟିସିର ଛାତ୍ରୀମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମଟିକୁ ଜିଲ୍ଲା ଜନସ୍ୱାସ୍ଥ୍ୟ ସୂଚନା ଓ ଯୋଗାଯୋଗ ଅଧିକାରୀ ସୁନୀଲ୍ କୁମାର ନାୟକ ପରିଚାଳନା କରିଥିଲେ ।
ହରଭଙ୍ଗା ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ
ହରଭଙ୍ଗା,୧୩/୭: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକରେ ଠାରେ ସୋମବାର ଦିନ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାନ୍ତିଙ୍କ ଉପସ୍ଥିତିରେ ଯୁଗ୍ମ ଅଭିଯୋଗ ଶୁଣାଣୀ ହୋଇଥିଲା ।
ଏହି ଶିବିରରେ ସମୁଦାୟ ୫୪ ଗୋଟି ଆପତ୍ତି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ ୫୧ ଗୋଟି ବ୍ୟକ୍ତିଗତ ମାମଲା ହୋଇଥିବାବେଳେ ୩ ଗୋଟି ବିଭିନ୍ନ ଗ୍ରାମର ସାମୁହିକ ମାମଲା ରହିଥିଲା । ଅଭିଯୋଗ ଗୁଡିକ ମଧ୍ୟରୁ ୨୧ ଗୋଟି ଅଭିଯୋଗକୁ ତୁରନ୍ତ ଫଇସଲା କରାଯାଇଥିବା ବେଳେ ୧୫ ଗୋଟି ଅଭିଯୋଗ ସଂପର୍କରେ ଅନୁଧ୍ୟାନ କରାଯାଇ ତୁରନ୍ତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା ।
ଏହି ଶିବିରରେ ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୂମାର ମେହେର,ଉପଜିଲ୍ଲାପାଳ ସନତ କୁମାର ନାଏକ, ବିଡିଓ ସ୍ମିତା ରଥ , ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ଶିବିରକୁ ଜିଲ୍ଲା ଜରୂରିକାଳୀନ ଅଧିକାରୀ ଅବନୀକାନ୍ତ ସାହୁ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆରସିଂ ପରିଚାଳନା କରିଥିଲେ ।
ବୌଦ୍ଧ: ହାତୀ ମୃତ୍ୟୁ ଘଟଣାରେ ଆଉ ତିନି ଜଣକୁ ଗିରଫ କଲା ବନ ବିଭାଗ
ବୌଦ୍ଧ, ୧୩/୭ : ବୌଦ୍ଧ ବନଖଣ୍ଡର ବୌଦ୍ଧ ରେଂଜର ବଘିଆପଡା ସେକସନରେ ଭୁର୍କପଡା ଓ ବାଙ୍କମୁଣ୍ଡି ସଂରକ୍ଷିତ ଜଙ୍ଗଲରେ ଗତ ମେ ମାସରେ ଦୁଇଟି ହାତୀଙ୍କ ମୃତ୍ୟୁ ଶୀକାରୀଙ୍କ ଦ୍ୱାରା କରାଯାଇଥିବା ବେଳେ ଏହି ଘଟଣାରେ ବନ ବିଭଗ ପୂର୍ବରୁ ୪ ଜଣକୁ ଗିରଫ କରିଥିବା ବେଳେ ଗତକାଲି ଆଉ ତିନିଜଣକୁ ଗିରଫ କରିଛି । ଏହି ହାତୀ ମୃତ୍ୟୁ ଘଟଣାରେ ଜଣେ ରେଂଜର, ଜଣେ ଫରେଷ୍ଟର ଓ ଦୁଇଜଣ ଫରେଷ୍ଟଗାର୍ଡକୁ ବନ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଥିଲା ।
ବୌଦ୍ଧ ବନବିଭାଗ ରବିବାର ଦିନ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଏହି ଘଟଣାରେ ଗଣମାଧ୍ୟମକୁ ଦୂରେଇ ରଖାଯାଇଛି । ଦୁଇଜଣ ଅଭିଯୁକ୍ତ ସୁନ୍ଦରଗଡ ଜିଲ୍ଲା ବଣେଇ ଅଂଚଳର ହୋଇଥିବା ବେଳେ ଆଉ ଜଣେ ସମ୍ବଲପୁର ଜିଲ୍ଲାର ବୋଲି ଜଣାପଡିଛି । ଯେଉଁ ତିନି ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ସେମାନେ ସମ୍ବଲପୁର ଠାରେ କିଛି ଦିନ ତଳେ ଏକ ଲଜରେ ହାତୀ ଦାନ୍ତ ଡିଲ କରୁଥିବା ବେଳେ ସମ୍ବଲପୁର ଓ ବୌଦ୍ଧ ବନ ବିଭାଗ ପକ୍ଷରୁ ଚଢାଉ କରି ସେମାନଙ୍କୁ ଦ୍ୱାରା ଧରିଥିଲେ ।
କିନ୍ତୁ ବୌଦ୍ଧ ବନବିଭାଗ ଏହା ବୌଦ୍ଧ ଜିଲ୍ଲାର ହାତୀ ଶୀକାର ହୋଇଥିବା ଦାନ୍ତ ବୋଲି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିବା ଅନୁମାନ କରାଯାଉଛି । ଏନେଇ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପଙ୍କୁ ପଚାରିବାରୁ ଯେହେତୁ ଘଟଣାର ତଦନ୍ତ ଜାରି ରହିଛି ତେଣୁ ତଦନ୍ତରେ ବ୍ୟାଘାତ ହେବା ସମ୍ଭାବନା ଥିବାରୁ ଅଭିଯୁକ୍ତଙ୍କ ନାମ ଗୋପନ ରଖାଯାଇଛି ବୋଲି ପ୍ରକାଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031