Indus Valley Times

ବୌଦ୍ଧ : ସ୍ଥାନୀୟ ପ୍ରଜାପିତା ବ୍ରହ୍ମାକୁମାରୀ କେନ୍ଦ୍ର ଠାରେ ବିଶ୍ଵଭାତୃତ୍ୱ ଓ଼ ସୁରକ୍ଷା ର ପର୍ବ ରାକ୍ଷୀ ବିଷୟ ନେଇ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ବୌଦ୍ଧ : ସ୍ଥାନୀୟ ପ୍ରଜାପିତା ବ୍ରହ୍ମାକୁମାରୀ କେନ୍ଦ୍ର ଠାରେ ବିଶ୍ଵଭାତୃତ୍ୱ ଓ଼ ସୁରକ୍ଷା ର ପର୍ବ ରାକ୍ଷୀ ବିଷୟ ନେଇ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ

August 20
22:27 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୦/୮: ସ୍ଥାନୀୟ ପ୍ରଜାପିତା ବ୍ରହ୍ମାକୁମାରୀ କେନ୍ଦ୍ର ଠାରେ ବିଶ୍ଵଭାତୃତ୍ୱ ଓ଼ ସୁରକ୍ଷା ର ପର୍ବ ରାକ୍ଷୀ ବିଷୟ ନେଇ ଏକ ଆଧ୍ୟାତ୍ମିକ କାଯ୍ୟକ୍ରମ ହୋଇଥିଲା ।
ଉକ୍ତ କାଯ୍ୟକ୍ରମ ରେ ମାନ୍ୟବର ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ମୁଖ୍ୟ ଅତିଥି ଓ଼ ଡ. ପ୍ରବୀର କୁମାର ଦାଶ ସମ୍ମାନୀୟ ଅତିଥି ରୂପେ ଯୋଗଦାନ ଦେଇଥିଲେ ।
କେନ୍ଦ୍ର ସଂଚାଳିକା ବ୍ରହ୍ମାକୁମାରୀ ଗୌରୀ ଭଉଣୀ କାଯ୍ୟକ୍ରମ ର ବିଷୟ ଉପରେ ଆଲୋକପାତ କରି କହିଲେ ବିଶ୍ୱ ଏକ ପରିବାର, ପ୍ରଭୁପିତା ଙ୍କ ଆମେ ସବୁ ସନ୍ତାନ, ଆତ୍ମିକ ରୂପରେ ସମସ୍ତେ ପରସ୍ପର ଭାଇ ଭାଇ ଅଟୁ ଓ଼ ଆମ ସମସ୍ତଙ୍କ ପ୍ରକୃତ ସୁରକ୍ଷା ଦାତା ଏକ ପରମେଶ୍ୱର ଅଟନ୍ତି ।
ବର୍ତ୍ତମାନ ସମୟରେ ଆମେ ବିଭିନ୍ନ ବନ୍ଧନ ଯଥା – ନିଜ ଦେହିକ ବନ୍ଧନ,ପଞ୍ଚ ବିକାର, ବ୍ୟସନ, କର୍ମ, ଲୌକିକ ସମ୍ବନ୍ଧ, ବସ୍ତୁ,ବୈଭବ ଇତ୍ୟାଦି ର ସୁକ୍ଷ୍ମ ଆକର୍ଷଣୀୟ ରେ ବାନ୍ଧି ହୋଇ ମାନସିକ ଓ଼ ଶାରୀରିକ ଯନ୍ତ୍ରଣା ରେ ଛଟପଟ ହେଉଛୁ ।ଏଥିରୁ ମୁକ୍ତ ହେବା ପାଇଁ ପରମପିତା ପରମାତ୍ମା ଏହି ବିଦ୍ୟାଳୟ ରେ ଆତ୍ମଜ୍ଞାନ ଓ଼ ରାଜଯୋଗ ବିଦ୍ୟା ପ୍ରଦାନ କରୁଛନ୍ତି । ବର୍ତମାନ ସୃଷ୍ଟି ର ସଙ୍ଗମ ମୁହୂର୍ତ, ଏ ସମୟରେ ଆମକୁ ନିଜର ଆତ୍ମିକ ପିତାଙ୍କ ସହିତ ମନ ଓ଼ ବୁଦ୍ଧି ରୂପକ ଡୋରିରେ ବାନ୍ଧି ହୋଇପାରିଲେ, ତାଙ୍କ ର ଆଶିଷ କୃପା ବଳରେ ବିକଳ୍ପ ଓ଼ ବିକର୍ମ ସବୁ ଦଗ୍ଧ ହୋଇଯିବ, ଆମେ ସବୁ ଜ୍ଞାନ ସମ୍ପନ ହେଇ ଦିବ୍ୟ ଆତ୍ମା ହୋଇଯିବା ଏବଂ ପକୃତ ଆନନ୍ଦ ସୁଖ ଶାନ୍ତି ର ଜୀବନ ପ୍ରାପ୍ତ କରିପାରିବା ।
ଏହା ହିଁ ପକୃତ ରକ୍ଷା ବନ୍ଧନ ର ଆଧ୍ୟାତ୍ମିକ ରହସ୍ୟ ବୋଲି ବର୍ଣନା କରିଥିଲେ । ବ୍ରହ୍ମାକୁମାରୀ ସ୍ମିତା ଭଉଣୀ ଆତ୍ମ ଅନୁଭୂତି କରି କିପରି ଆମ ର ପରମପିତା ଠାରୁ ଜ୍ଞାନ ଓ଼ ଶକ୍ତି ପ୍ରାପ୍ତ କରି ପକ୍ଷରିବା,ତାହା ବିଦ୍ୟାଲୟର ଶିକ୍ଷା ରୁ ପ୍ରାପ୍ତ ହେଉଛି ବୋଲି ବର୍ଣନା କରିଥିଲେ ।
ବର୍ତମାନ ଯେଉଁ ସମୟରେ ଆମେ ଅତିବାହିତ କରୁଛୁ କୌଣସି ଭାଇ,ନା ଭଉଣୀ କାହାକୁ ସୁରକ୍ଷା ଦେଇ ପାରିବେ, ପକୃତରେ ଏକ ପରମପିତା ହିଁ ଆମ ସମସ୍ତ ଙ୍କ ସୁ ରକ୍ଷକ ଅଟନ୍ତି ।
ଭ୍ରାତା ଜିଲ୍ଲାପାଳ ନିଜ ଭାଷଣ ରେ କହିଲେ ଭଉଣୀ ଟିଏ ଯଦି ଭାଇ କୁ ରାକ୍ଷୀ ବାନ୍ଧୁଛି ସେ ସମୟରେ ପରସ୍ପର ମଧ୍ୟରେ କେତେ ଆନନ୍ଦ, ସ୍ନେହ ପ୍ରେମ ଅନୁଭୂତି ହେଉଛି ।
ରକ୍ଷା ବନ୍ଧନ କେବଳ ବ୍ୟକ୍ତି ମଧ୍ୟରେ ସୀମିତ ନ ରଖି ଆମେ ବୃକ୍ଷ ଲତା, ଗୋ ମାତା ଙ୍କ ଉପକାର ଦେଖି ତାଙ୍କୁ ମଧ୍ୟ ରାକ୍ଷୀ ବାନ୍ଧିବା ଆମ ଭାରତୀୟ ପରମ୍ପରା ରେ ଚାଲି ଆସିଛି ।
ଆମେ ଯଦି ପ୍ରକୃତି ର ସୁରକ୍ଷ୍କ୍ଷ କରିବା, ତା ହେଲେ ପକୃତି ମାତା ଆମ ଜୀବନ କୁ ସୁ ରକ୍ଷକ୍ଷ ଦେବ କ୍ଷ ଆଜି ଦିବସରେ ନିଜ ସହିତ ଅନ୍ୟ ର ସୁରକ୍ଷା ପ୍ରତି ବ୍ରତୀ ହେବା ର ଦୃଢ଼ ସଂକଳ୍ପ ନେବା ।
ପକୃତି ପ୍ରେମୀ ଭ୍ରାତା ପ୍ରବୀର କୁମାର ଦାସ ଅଧ୍ୟାପକ, ନିଜ ଭାଷଣ ରେ ବର୍ଣନା କରି କହିଲେ ରକ୍ଷା ବନ୍ଧନ ପର୍ବ ଆମ ଭାରତ ର ପୌରାଣିକ, ଐତିହାସିକ ଓ଼ ସାମାଜିକ ପରମ୍ପରା ରେ ବହୁତ ବର୍ଣନା ଅଛି, କିନ୍ତୁ ପର୍ବ କୁ କେବଳ ଭାଇ ଓ଼ ଭଉଣୀ ମଧ୍ୟରେ ସୁନ୍ଦର ଡୋରି ଟିଏ ବାନ୍ଧି ମୁଖ ମିଠା କରିବା ମଧ୍ୟରେ ସୀମିତ ରଖିଲେ ହେବନାହିଁ, ପର୍ବ ର ମାହାତ୍ମ୍ୟ କୁ ବୁଝି ନିଜ ଜୀବନରେ ପରିବର୍ତନ ଆଣିବାକୁ ପଡିବ କ୍ଷ ପକୃତି ଓ଼ ବୃକ୍ଷ ଲତା ଆମର ପକୃତରେ ମିତ୍ର ଅଟନ୍ତି, ତାଙ୍କ ବିନା ଆମ ଜୀବନ ଅସମ୍ଭବ ଅଟେ,ତେଣୁ ବର୍ତ୍ତମାନ ସମୟର ଏକ ମୁଖ୍ୟ ଡାକରା – -ଝିଅ ପାଇଁ ଗଛ ଟିଏ ଲଗଇବା ଓ଼ ତାହାର ପୁରା ଯତ୍ନ ନେବା ଓ଼ ସୁରକ୍ଷା କରିବା, ଏହା ହିଁ ପକୃତି ପ୍ରତି ରକ୍ଷାବନ୍ଧନ ।
ବ୍ରହ୍ମକ୍ଷକୁମାର ସରୋଜ ଭାଇ ସଭା ପରି ଚାଳନା କରିଥିଲେ । ମା ଗେଲ୍ହା ଶ୍ରୀକଳା ନିକେତନ ର ଗୁରୁଶ୍ରୀ ଗୋପାଳ ବେହେରା ଙ୍କ ନୃତ୍ୟ ଦଳ ସ୍ୱାଗତ ଓ଼ ରାକ୍ଷୀ ନୃତ୍ୟ ପରିବେଷଣ କରି ସଭା କାଯ୍ୟରେ ସମସ୍ତ ଙ୍କ ମନ ମୁଗ୍ଧ କରିଥିଲେ ।
କାଯ୍ୟକ୍ରମ ରେ ବୌଦ ସହର ର ଅନେକ ବୁଦ୍ଧିଜିବି, ମାନ୍ୟଗଣ୍ୟ ଭାଇ ଓ଼ ଭଉଣୀ ଯୋଗଦାନ ଦେଇ ସଭାକାଯ୍ୟକୁ ଗୌରବ ମଣ୍ଡିତ କରିଥିଲେ ।
ଶେଷରେ ଗୌରୀ ଭଉଣୀ ଓ଼ ସ୍ମିତା ଭଉଣୀ ମାନ୍ୟବର ଅତିଥି ମାନଂକୁ ଈଶ୍ବରୀୟ ଉପହାର ଦେଇ, ତାଙ୍କ ସହିତ ସଭାରେ ଉପସ୍ଥିତ ସମସ୍ତ ଭାଇ ଓ଼ ଭଉଣୀ ମାନଙ୍କ ହାତରେ ରାକ୍ଷୀ ବାନ୍ଧି ମୁଖ ମିଠା କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30