Indus Valley Times

ବୌଦ୍ଧ: ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

 Breaking News

ବୌଦ୍ଧ: ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

January 18
22:09 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୮/୧:ବୌଦ୍ଧ ରକ୍ତଭଣ୍ଡାର ଠାରେ ଆଜି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରରେ ତୀରନ୍ଦାଜ ପ୍ରଶିକ୍ଷକ କୃଷ୍ଣଚନ୍ଦ୍ର ସେଠୀ, ଆଇଆରବି କର୍ମଚାରୀ ଗୌରାଙ୍ଗ ଚନ୍ଦ୍ର ପାଣ୍ଡେ, ସମ୍ବିତ ପଟ୍ଟନାୟକ,ଚୈତନ୍ୟ ଥାଟ୍ଟି, ସତ୍ୟଜିତ ମହାପାତ୍ର ପ୍ରମୁଖ ରକ୍ତଦାନ କରିଥିଲେ । ଏଥିରେ ଡାକ୍ତରଖାନା କର୍ମଚାରୀ ଚତ୍ରୃଭୂଜ ବାରିକ, ଋତୁମ୍ବରା ସାହୁ ପ୍ରମୁଖ ସହଯୋଗ କରିଥିଲେ ।
ନାମାଙ୍କନ ପତ୍ର ଦାଖଲର ଦ୍ୱିତୀୟ ଦିନ ୧୧୪ ଜଣ ପ୍ରାର୍ଥୀ କଲେ ନାମାଙ୍କନ
ବୌଦ୍ଧ,୧୮/୧:ବୌଦ୍ଧଜିଲ୍ଲାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ନେଇ ଗ୍ରାମାଚଂଳରୁ ସହର ପର୍ଯ୍ୟନ୍ତ ରାଜନିତି ସରଗମ ହୋଇଉଠି ଥିବା ବେଳେ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିବାର ଦ୍ୱିତୀୟ ଦିନ ହୋଇଛି । ଦ୍ୱିତୀୟ ଦିନରେ ଜିଲ୍ଲା ପରିଷଦ ପଦବି ପାଇଁ ଜଣେ ହେଲେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିବା ବେଳେ ସରପଂଚ,ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପଦବି ପାଇଁ ୧୧୪ ଜଣ ପ୍ରାର୍ଥୀନାମାଙ୍କନ ଦାଖଲ କରିଛନ୍ତି । ସେଥିମଧ୍ୟରୁ ସରପଂଚ ପଦବି ପାଇଁ ୧୦ , ସମିତି ସଭ୍ୟ ପଦବି ପାଇଁ ୭ ୱାର୍ଡ ମେମ୍ବର ପଦବି ପାଇଁ ୯୭ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସରପଂଚ ପଦବି ପାଇଁ ହରଭଙ୍ଗା ବ୍ଲକରୁ ୫ ଜଣ, ବୌଦ୍ଧ ବ୍ଲକରୁ ୨ ଜଣ ଓ କଣ୍ଟାମାଳ ବ୍ଲକରୁ ୩ ଜଣ ପ୍ରାର୍ଥି ନାମାଙ୍କନ ପତ୍ରଦାଖଲ କରିଛନ୍ତି । ସେହିପରି ସମିତି ସଭ୍ୟ ପାଇଁ ହରଭଙ୍ଗା ବ୍ଲକରୁ ୪ ଜଣ ଓ ବୌଦ୍ଧବ୍ଲକରୁ ୩ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୱାର୍ଡ ମେମ୍ବର ପଦବି ପାଇଁ ହରଭଙ୍ଗା ବ୍ଲକରୁ ୩୦ ଜଣ, ବୌଦ୍ଧ ବ୍ଲକରୁ ୩୪ ଜଣ ଓ କଣ୍ଟାମାଳ ବ୍ଲକରୁ ୩୩ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ଜିଲ୍ଲା ପଂଚାୟତ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି ।
ବୌଦ୍ଧଜିଲ୍ଲା ଘରୋଇ ବିଦ୍ୟାଳୟ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ(ଫଟୋ)
ବୌଦ୍ଧ,୧୮/୧: ଉତ୍ତମ ମାନର ଶିକ୍ଷା ବ୍ୟବସ୍ଥାର ଏକମାତ୍ର ମାନଦଣ୍ଡ ଘରୋଇ ବିଦ୍ୟାଳୟ ହୋଇଥିବା ବେଳେ ବିଦ୍ୟାଳୟ ଗୁଡିକର ସହାୟତା ପାଇଁ ସରକାରୀ ସହାୟତା ପ୍ରଦାନ ଦାବିରେ ଆଜି ବୌଦ୍ଧଜିଲ୍ଲା ଘରୋଇ ବିଦ୍ୟାଳୟ ସଂଘ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ଜରିଆରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । କରୋନା ପ୍ରଭାବରେ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଦୀର୍ଘ ୨୧ ମାସ ହେବ ଦୟନୀୟ ଅବସ୍ଥାରେ ଅଛି । ନିୟମିତ ଅନଲାଇନ ପାଠପଢା ହେବା ସତ୍ୱେ ବିଦ୍ୟାଲୟର ଅଭିଭାବକମାନେ ବିଦ୍ୟାଳୟ ଦେୟ ଠିକ ଭାବରେ ପୈଠ କରୁ ନାହାନ୍ତି । ବିନା ସରକାରୀ ସାହାର୍ଯ୍ୟରେ ଚାଲୁଥିବା ପ୍ରାୟ ସମସ୍ତ ଘରୋଇ ବିଦ୍ୟାଳୟ ଘରଭଡା, ବିଦ୍ୟୁତ ଦେୟ, ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦରମା ନିୟମିତ ଭାବରେ ଦେବା ପାଇଁ ଅସମର୍ଥ ହେଲେଣି ।
ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସ୍ୱତନ୍ତ୍ର ଆର୍ଥୀକ ସହାୟତା ପ୍ରଦାନ କରାଯାଉ, ସରକାରୀ ନିୟମ ଅନୁଯାଇ, କେବଳ ଡ୍ରପ ଆଉଟ ପିଲାମାନେ ସରକାରୀ ବିଦ୍ୟାଳୟରେ ବିନା ଟିସିରେ , ବୟସ ପ୍ରମାଣପତ୍ର ଦେଖାଇ ନାମ ଲେଖାଇ ପାରିବେ । ମାତ୍ର ୨ ବର୍ଷ ମଧ୍ୟରେ ପ୍ରାୟ ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ବିନା ଟିସିରେ ସରକାରୀ ବିଦ୍ୟାଳୟରେ ନାମ ଲେଖାଉଛନ୍ତି । ସ୍ଥିତି ନ ସୁଧାରିବା ପର୍ଯ୍ୟନ୍ତ ସିଓଆର, ଏନଓସି ସମୟ ସୀମାକୁ ଆସନ୍ତା ୫ ବର୍ଷ ପାଇଁ ବଢାଇ ଦିଆଯାଉ । ଆରଟିଇ ଅନ୍ତର୍ଗତ ଅନ୍ତର୍ଗତ ୨୫ ପ୍ରତିଶତ ମାଗଣା ଶିକ୍ଷା ଅଧିକାଂଶ ବିଦ୍ୟାଳୟରେ ଦିଆଯାଉଥିଲେ ମଧ୍ୟ ହାତଗଣତି ୨,୩ଟି ଜିଲ୍ଲା ଶିକ୍ଷାଧିକ।।ରୀ ମାନଙ୍କ ତତ୍ପରତା ପାଇଁ ଏହା ଭରଣ ହେଉଛି ବୋଲି ଦାବି କରିଛନ୍ତି ।
ସାପ୍ତାହିକ ହାଟରୁ ବାଇକ ଚୋରୀ ଅଭିଯୋଗ
ବୌଦ୍ଧ,୧୮/୧: ବୌଦ୍ଧଥାନା ହରଭଙ୍ଗା ବ୍ଲକ ରାଧାନଗର ଗ୍ରାମରେ ମଙ୍ଗଳବାର ବସୁଥିବା ସାପ୍ତାହିକ ହାଟରୁ ଏକ ବାଇକ ଗୋରୀ ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାଇ, ଆଜି ଅପରାହ୍ନରେ ଲାଣ୍ଡିବନ୍ଧ ଗ୍ରାମର କୃପାସିନ୍ଧୁ ବଘାର ତାଙ୍କର (ଓଡି ୨୭. ୫୮୬୬) ଏଚଏଫ ହୋଣ୍ଡା ଡିଲକ୍ସ ବାଇକ ଧରି ପ୍ରାୟ ଅପରାହ୍ନ ୫ଟା ସମୟରେ ରାଧାନଗର ସାପ୍ତାହିକ ଘାଟକୁ ବଜାର କରିବା ପାଇଁ ଯାଇଥିଲେ । ବଜାର ସାରି ଫେରି ଦେଖନ୍ତି ବାଇକଟି ସେଠାରେ ନାହିଁ । ବହୁ ଖୋଜାଖୋଜି କରିବା ପରେ ମଧ୍ୟ ବାଇକ ନମିଳିନଥିଲା ।
ବୌଦ୍ଧରେ ତିନିଲକ୍ଷ ଛୁଇଁଲା କୋଭିଡ୍ ପ୍ରଥମଡୋଜ୍ ଟିକା

ବୌଦ୍ଧ:୧୮/୧:କୋଭିଡ୍ ଟିକାକରଣରେ ବୌଦ୍ଧଜିଲ୍ଲାର ୧୮ରୁ ଉର୍ଦ୍ଧ ବୟସ ବର୍ଗର ପ୍ରଥମ ଡୋଜ୍ ଅଙ୍କ ଆଜି ତିନିଲକ୍ଷ ଛୁଇଁଛି। ଗତବର୍ଷ ଜାନୁଆରୀ ୧୬ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଜାତୀୟ କୋଭିଡ୍ ଟିକାକରଣ କାର‌୍ୟ୍ୟକ୍ରମରେ ବୌଦ୍ଧଜିଲ୍ଲା ନିମନ୍ତେ ୧୮ରୁ ଉର୍ଦ୍ଧ ଟିକାକରଣ ପାଇଁ ୩୨୮୮୧୦ ଲକ୍ଷ୍ୟ ଧାର‌୍ୟ୍ୟ କରାଯାଇଥିଲା।
ଆଜି ସୁଦ୍ଧା ସମଗ୍ର ଜିଲ୍ଲାର ୩୦୦୦୨୦ ଜଣକୁ ପ୍ରଥମ ଡୋଜ୍ କୋଭିସିଲ୍ଡ୍ ଟିକା ଦିଆ ସରିଛି ଯାହା ମୂଳ ଲକ୍ଷ୍ୟର ୯୧.୨ ପ୍ରତିଶତ ଅଟେ। ଜିଲ୍ଲାରେ ୬୦ ବର୍ଷରୁ ଉର୍ଦ୍ଧ ବର୍ଗରେ ୯୨.୨, ୪୫ ବର୍ଷରୁ ଉର୍ଦ୍ଧ ବର୍ଗରେ ୯୦.୩ ଓ ୧୮ ବର୍ଷରୁ ଉର୍ଦ୍ଧ ବର୍ଗରେ ୮୮ ପ୍ରତିଶତ ବ୍ୟକ୍ତି କୋଭିସିଲ୍ଡ ଟିକାର ପ୍ରଥମ ମାତ୍ରା ନେଇ ସାରିଛନ୍ତି। ସମୁଦାୟ ୭୫.୭ ପ୍ରତିଶତ ବ୍ୟକ୍ତି ଦ୍ବିତୀୟ ମାତ୍ରା କୋଭିସିଲ୍ଡ ଟିକା ନେଇ ସାରିଛନ୍ତି। ସେହିଭଳି ଚଳିତ ଜାନୁଆରୀ ୩ ତାରିଖରୁ ଏ ପର‌୍ୟ୍ୟନ୍ତ ଜିଲ୍ଲାରେ ୪୬.୮ ପ୍ରତିଶତ ୧୫ ରୁ ୧୮ ବର୍ଷ ବୟସ୍କ କିଶୋରଙ୍କୁ କୋଭାକ୍ସିନ୍ ଟିକା ପ୍ରଦାନ କରାଯାଇଛି।
କୋଭିଡ୍ ଦ୍ବିତୀୟମାତ୍ରା ଟିକାର ନଅ ମାସ ପୂର୍ଣ୍ଣ ହୋଇସାରିଥିବା ସମସ୍ତ ସ୍ବାସ୍ଥ୍ୟକର୍ମୀ, ସମ୍ମୁଖ କୋଭିଡ୍ ଯୋଦ୍ଧା ତଥା ୬୦ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଚଳିତ ଜାନୁଆରୀ ୧୦ ତାରିଖ ଠାରୁ କୋଭିଡ୍ ପ୍ରିକସନ୍ ଡୋଜ୍ ଟିକା ଦିଆ ଯାଉଛି। ଜିଲ୍ଲାର ୨୪ଟି ସ୍ଥାୟୀ କୋଭିଡ୍ ଟିକାକରଣ କେନ୍ଦ୍ର ସମେତ ଗ୍ରାମାଂଚଳରେ ସ୍ବାସ୍ଥ୍ୟକର୍ମୀଙ୍କ ଜରିଆରେ ଘରକୁ ଘର ବୁଲି ଟିକା ନ ନେଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି କୋଭିଡ୍ ଟିକା ପ୍ରଦାନ କରାଯାଉଛି।
ଟିକାକରଣକୁ ଆହୁରି ବ୍ୟାପକ ଓ ସଂପୂର୍ଣ୍ଣ କରିବା ପାଇଁ ଓ୍ବାସିଡିଏ ତଥା ପ୍ଲାନ୍ ଇଣ୍ଡିଆ ଭଳି ସ୍ବେଚ୍ଛାସେବୀ ସଂସ୍ଥା ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଚଳିତ ଜାନୁଆରୀ ଶେଷସୁଦ୍ଧା ଜିଲ୍ଲାର ବାକିଥିବା ସମସ୍ତ ହିତାଧିକାରୀଙ୍କୁ କୋଭିଡ୍ ଟିକା ଦେଇ ପ୍ରଥମ ଡୋଜ୍ ଟିକାକୁ ଶତପ୍ରତିଶତରେ ପହଂଚେଇବାକୁ ଲକ୍ଷ୍ୟଧାର‌୍ୟ୍ୟ କରାଯାଇଛି ବୋଲି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031