Indus Valley Times

ବୌଦ୍ଧ : ହଜି ଯାଉଛି ପ୍ରାଚୀନ ବାଦ୍ୟ ଧୂନକେଲୀର ଧୂନଟା

 Breaking News

ବୌଦ୍ଧ : ହଜି ଯାଉଛି ପ୍ରାଚୀନ ବାଦ୍ୟ ଧୂନକେଲୀର ଧୂନଟା

ବୌଦ୍ଧ : ହଜି ଯାଉଛି ପ୍ରାଚୀନ ବାଦ୍ୟ ଧୂନକେଲୀର ଧୂନଟା
October 11
10:15 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୧/୧୦: ପ୍ରାଚୀନ କାଳରୁ ପ୍ରଚଳିତ ହୋଇଆସୁଥିବା ଲୋକଗୀତ, ଲୋକବାଦ୍ୟ ଗୁଡିକ ଧିରେଧିରେ ନିଜର ସ୍ୱତନ୍ତ୍ରତା ଓ ମୌଳିକତା ହରାଇବାରେ ଲାଗିଛି । ସେଗୁଡିକ ଏବେ ପ୍ରାୟ ଲୁପ୍ତ ଅବସ୍ଥାକୁ ଆସିଗଲାଣି । ସେହି ଲୁପ୍ତପ୍ରାୟ ଅବସ୍ଥାରେ ପହଂଚି ସାରିଥିବା ଏକ ଲୋକବାଦ୍ୟ ହେଉଛି ଧୂନକେଲୀ । ପ୍ରାଚୀନ କାଳରେ ଏହା ବିଭିନ୍ନ ରାଜ୍ୟରେ ପ୍ରସାର ଲାଭ କରିଥିଲା । ବିଭିନ୍ନ ରାଜ୍ୟରେ ଏହାର ଭିନ୍ନ ଭିନ୍ନ ନାମ କରଣ ମଧ୍ୟ କରାଯାଇଥିଲା । ବୌଦ୍ଧ ଅଂଚଳରେ ଏହାକୁ ଧୂନକେଲୀ ବାଦ୍ୟ ରୂପେ ଏହା ପରିଚିତ ଲାଭ କରିଥିଲା ।
ଏହି ବାଦ୍ୟକୁ କେତେକ ନିଦ୍ଦିଷ୍ଟ ପର୍ବପର୍ବାଣୀରେ ବାଦନ କରାଯାଉଥିଲା । ସେହିପରି ଛତିଶଗଡ ରାଜ୍ୟର ବସ୍ତିର ଅଂଚଳରେ ଏହାକୁ ଧୂନକୁଳ କୁହାଯାଉଥିବା ବେଳେ ପଶ୍ଚିମ ଓଡିଶାରେ ଧୂନକେଲ୍ ଦକ୍ଷିଣ ଓଡିଶାରେ ଢଣ କୋଇଲା ଓ ଉତ୍ତର ଉଡିଶାରେ ଏହାକୁ ଢେଣୁ କୁହାଯାଉଥିବା ଜଣାପଡିଛି । ପୂର୍ବ ଓଡିଶାରେ ଏହି ବାଦ୍ୟକୁ ମଙ୍ଗଳା ଠାକୁରାଣୀ, ରାଇଲ ଓଷା ଆଦି ପୂଜା ସମୟରେ ବାଦନ କରାଯାଇଥାଏ ।
ପଶ୍ଚିମ ଓଡିଶାରେ କୈଳାଶୀ, ବଡଓଷା , ଦଶହରା ସମୟରେ ବଜାଯାଇଥାଏ । ବିଶେଷ ଭାବରେ ଏହକୁ ଆବାହନୀ ବାଦ୍ୟ ଭାବରେ ବଜାଯାଇଥାଏ । ଏହି ଲୋକବାଦ୍ୟ ଧନୁ ଓ କୁଲା ଶଦ୍ଦର ମିଶ୍ରଣରେ ଧୂନକେଲୀ ନାମରେ ନାମିତ ହୋଇଛି ବୋଲି ଅନେକ ମତ ଦିଅନ୍ତି ।ଧୂନକେଲୀର ଅର୍ଥ ହେଲା ଧୂନ ର ଅର୍ଥ ଧ୍ୱନୀ ବା ସ୍ୱର ଝଙ୍କାର ଓ କେଲୀର ଅର୍ଥ ଆମୋଦ ବିହାର କରିବା ।
ବୌଦ୍ଧ ଅଂଚଳର ପାରମ୍ପାରିକ ଆନନ୍ଦ ଓ ଲୋକ ଚେତନାର ଏହି ବାଦ୍ୟ ଯନ୍ତ୍ର ହେଉଛି ସଂସ୍କୃତି ସଂପର୍ଣ୍ଣ । ଏହି ଲୋକବାଦ୍ୟରେ ସମ୍ମିଶ୍ରିତ ହେଉଥିବା ଅଂଶ ଗୁଡିକ ହେଲା ମଧ୍ୟମ ଆକାରର ମାଟିହାଣ୍ଡି, ବାଉଁଶ ତିଆରି କୁଲା, ବାଉଁଶର ଏକ ବଡ ଧନୁ ଏବଂ ପ୍ରାୟ ଏକ ଫୁଟରୁ ଉର୍ଦ୍ଧ୍ୱ ଲମ୍ବର ବିଷିଷ୍ଟ ଦଣ୍ଡ । ଏହି ଦଣ୍ଡର ଉଭୟ ପାଶ୍ୱର୍ରେ ବନ୍ଧା ହୋଇଥାଏ ପେନ୍ଥାଏ ଲେଖାଁଏ ଘୁଙ୍ଗୁରୁ ।
ଏହି ବାଦ୍ୟଯନ୍ତ୍ରର ପ୍ରତ୍ୟକ ସାରଂଜାମ ଅଲଗା ହୋଇରହିଥାଏ । ଯନ୍ତ୍ର ବାଦନ ପୂର୍ବରୁ ସମସ୍ତ ସାରଞ୍ଜାମ ଗୁଡିକୁ ଏକତ୍ରିତ କରାଯାଇ ବାଦନ କରାଯାଏ । ପ୍ରଥମେ ଏକ ପାଲରେ ତିଆରି ଗୋଲାକାର ଅହିରାଉପରେ ମାଟି ହାଣ୍ଡିକୁ ଉପର ମୁହାଁ କରି ବାଦକ ଆଡକୁ ସମାନ୍ୟ ଢଳେଇ ରଖାଯ।।ଏ । ତାଉପରେ ବାଉଁଶରେ ତିଆରି କୁଲାକୁ ତଳମୁହାଁ କରି ବାଦକ ଆଡକୁ ସାମାନ୍ୟ ଢଳେଇ ରଖାଯାଏ ।
ହାଣ୍ଡି ଭିତରେ ଏକ କଂସା ଗିନାରେ ମୁଠାଏ ଅରୁଆ ଚାଉଳ ରଖାଯାଇଥାଏ । କୁଲା ଉପରେ ବାଉଁଶ ଧନୁର ଗୋଟିଏ ପଟରେ ସାମାନ୍ୟ ଚାପଦେଇ ଅପର ପଟିକୁ ତଳେ ପାଦରେ ଚାପି ରଖାଯାଇଥାଏ । ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ବିଷୟ ହେଲା ଧନୁର ଗୁଣ ବାଉଁଶର କୁଲା ଉପରେ ଅଳ୍ପ ସ୍ୱର୍ଶ କରିବା ଜରୁରୀ ।
ତାପରେ ଧୂନକେଲିଆ ଏକ କାଠ ପିଢା କିମ୍ବା ସ୍ଥଳ ବିଶେଷରେ କୌଣସି ଉଚ୍ଚସ୍ଥାନରେ ବସି ଧନୁ ଉପରେ ଚାପ ପ୍ରୟୋଗ କରିଥାଏ । ଡାହାଣ ହାତରେ ଏକ ଫୁଟ ଲମ୍ବାର ଦଣ୍ଡ ଓ ବାମ ହାତରେ ଧନୁର ଗୁଣକୁ ଧରିଥାଏ ।
ପୂର୍ବରୁ କୁଲା ଉପରେ ଥିବା ବାଉଁଶ ଧନୁର ଉପର ଅଂଶର ଅଗ୍ରଭାଗ ଅର୍ଦ୍ଧାଧିକ ଅଂଶ ଦନ୍ତୁରିତ କରାଯାଇଥାଏ । ଧୂନକେଲୀଆ ବା ବାଦକ ଧନୁର ସେହି ଅଂଶ ଦଣ୍ଡଦ୍ୱାରା ବାରମ୍ବାର ଘର୍ଷଣ କରୁଥିବା ବେଳେ ବାମ ହାତରେ ଧରିଥିବା ଧନୁର ଗୁଣକୁ ତାଳ ଅନୁସାରେ ଟାଣୁଥାଏ କିମ୍ବା ଛାଡିଦେଉଥାଏ ।
ଧୂନକେଲୀଆ ଏଭଳି ବାରମ୍ବାର କରିଚାଲିବା ଦ୍ୱାରା ଏଥିରୁ ଏକ ସ୍ୱତନ୍ତ୍ର ଧରଣର ନାଦ ସ୍‌ୃଷ୍ଟି ହୋଇଥାଏ ଯାହାକି ଅତ୍ୟନ୍ତ ଗଭୀର ଚିତାକର୍ଷକ ଓ ଶ୍ରୃୁତିମଧୁର ହୋଇଥାଏ । ଏହାର ପ୍ରସାର ପାଇଁ ଲୋକକଳା ବିକାଶ ପରିଷଦର ପ୍ରତିଷ୍ଠାତା ସ୍ୱର୍ଗତ ମଙ୍ଗଳ ଚରଣ ସାହୁ ଉଦ୍ୟମ ଜାରିରଖିଥିଲେ । ସେ ଜିଲ୍ଲାରେ ୨୦୧୦ ମସିହାରେ ଏକ ଜାତୀୟ ସେମିନାର କରି ଜିଲ୍ଲା ଓ ରାଜ୍ୟ ବାହାରର ଗବେଷକଙ୍କୁ ଆଣି ଏହା ଉପରେ ଅଧିକ ଗବେଷଣା ଆରମ୍ଭ କରିଥିଲେ ।
ଏକଦା ସାରା ଭାରତରେ ପ୍ରସିଦ୍ଧି ଲାଭ କରିଥିବା ଏହି ଲୋକ ବାଦ୍ୟର ଧିରେଧିରେ ଲୁପ୍ତ ହେବାକୁ ବସିଲାଣି ।ଏହି ଲୋକବାଦ୍ୟ ବୌଦ୍ଧଜିଲ୍ଲାର ଗିରାସିଙ୍ଗା, ଖଲିଅବଗିଚା, ବାଲିପଟା, ସରସରା, ସିଦ୍ଧପୁର,ପଲସାଗୋରା,କଣ୍ଟାମାଳ, ଖମାରୀପଡା, ମୁଣ୍ଡିପଦର, ବଲାକିରା, ତାଳସରଡା, ଗୁନ୍ଦୁଳିଆ ଆଦି ଅଂଚଳରେ ଏହି ଲୋକବାଦ୍ୟ ପ୍ରଚଳିତ ହେଉଥିବା ଜଣାପଡିଛି ।
ମନ୍ତ୍ରୀ ପ୍ରଦିପ ଅମାତଙ୍କ ଦ୍ୱାରା କମ୍ୟୁନିଟି ସେଣ୍ଟର ଶିଳାନ୍ୟାସ
ବୌଦ୍ଧ,୧୧/୧୦: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ରାଧାନଗର ପଂଚାୟତର ପିପଲକଟା ଗ୍ରାମରେ ଆଜି ଏକ କମ୍ୟୁନିଟି ସେଣ୍ଟର ଶିଳନ୍ୟାସ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଜଙ୍ଗଲ ଓ ପରିବେଶ, ପଂଚାୟତରାଜ, ପାନୀୟଜଳ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେଇ ୮ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ଏହି କମ୍ୟୁନିଟିସେଣ୍ଟରର ଶିଳାନ୍ୟାସ କରିଥିଲେ । ଏହି ଅବସରରେ କାର୍ତ୍ତିକ ଦେହୁରୀ, ପୂର୍ବତନ ଏନଏସି ଉପାଧ୍ୟକ୍ଷ ବସନ୍ତ କୁମାର ସ୍ୱାଇଁ,ହରିଶ ମିଶ୍ର, ୱାର୍ଡମେମ୍ବର ନନ୍ଦିରାଜ ଜଗଦଲା ପ୍ରମୁଖ ଉପସ୍ଥିତ ଥିଲେ ।
ବଡବାଗବର ଓ ବିରନରସିଂହପୁର ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
ବୌଦ୍ଧ,୧୧/୧୦: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ରାଧାନଗର ପଂଚାୟତର ବଡବାଗବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବିରନରସିଂହପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ବଡବାଗବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉଦଘାଟନୀ ଉତ୍ସବରେ ଡିଆଇଇଟି ପ୍ରଶିକ୍ଷକ ଡକ୍ଟର ଅଭିମନ୍ୟ ସେଠୀ ଯୋଗଦେଇ ଉଦଘାଟନ କରିଥିଲେ ।
ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ୭ନମ୍ବର ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର,ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସତ୍ୟନାରାୟଣ ମିଶ୍ର,ସିଆସିସି ପ୍ରଶାନ୍ତ ସାହୁ,ଶିକ୍ଷକ ଅଗସ୍ତି ଦେହୁରୀ ଉପସ୍ଥିତଥିଲେ ।
ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ବିରନରସିଂହପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ସୁରଭି ଓ ମିଲେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନି ୟ ସରପଂଚ ଚନ୍ଦନା ବେହେରା, ଅବସରପ୍ରାପ୍ତ ଶିକ୍ଷକ ବସନ୍ତ ସାହୁ, ପ୍ରଧାନ ଶିକ୍ଷକ ରମଶ ନାୟକ, ସିଆରସିସି ଅର୍ଜ୍ଜୁନ କଅଁର ଉପସ୍ଥିତଥିଲେ । ସପ୍ତଶ୍ୱର ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
ଜିଲ୍ଲା ସ୍ତରୀୟ ମିଲେଟ୍ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା ଅନୁଷ୍ଠିତ
ବୌଦ୍ଧ,୧୧/୧୦ : ଓଡ଼ିଶା ମିଲେଟ ମିଶନ ଆନୁକୂଲ୍ୟରେ ଆନ୍ତର୍ଜାତିକ ମିଲେଟ ବର୍ଷ ୨୦୨୩ ଅବସରରେ ଆଜି ବୌଦ୍ଧ ଜିଲ୍ଲାର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ମିଲେଟ୍ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।
ଏଥିରେ ତିନୋଟି ବ୍ଲକରୁ ଚୟନ ହେଇଥିବା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଭାଗ ନେଇଥିଲେ। କାଯ୍ୟକ୍ରମରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଜିଲ୍ଲା କୃଷୀ ଅଧିକାରୀ ବସନ୍ତ କୁମାର ପାଣିଗ୍ରାହୀ, ସହକାରୀ କୃଷୀ ଅଧିକାରୀ, କମଳାକାନ୍ତ କଟାରି, ମିଶନ ଶକ୍ତି ଜିଲ୍ଲା ସଂଯୋଜକ , ରଶ୍ମିରଞ୍ଜନ ସେଠୀ, ସହକାରୀ କଲେକ୍ଟର ଚନ୍ଦ୍ରକାନ୍ତ ବେହେରା, ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଯୋଗେନ୍ଦ୍ରନଥ ମହାପାତ୍ର ଉପସ୍ଥିତି ଥିଲେ ଏବଂ ଓଡ଼ିଶା ମିଲେଟ ମିଶନର ଜିଲ୍ଲା ସଂଯୋଜକ ଜିତେନ୍ଦ୍ର କାର୍ଜୀ ଓ ଆକାଉଟେଣ୍ଟ ବନବିହାରୀ ଠାକୁର, ସମସ୍ତେ ମିଲେଟ ପ୍ରସ୍ତୁତି ଖାଦ୍ୟ ଖାଇ ନିରୀଖୀଥିଲେ ଓ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହିତ ତାଙ୍କର ଉନ୍ନତି କାମନା କରିଥିଲେ।
ମୁଖ୍ୟ ଜିଲ୍ଲା କୃଷୀ ଅଧିକାରୀ, ସହକାରୀ କୃଷୀ ଅଧିକାରୀ ଓ ମିଶନ ଶକ୍ତି ଜିଲ୍ଲା ସଂଯୋଜକ, ସହକାରୀ କଲେକ୍ଟର, ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ସମସ୍ତ ପ୍ରତିଯୋଗୀମାନଙ୍କର ଖାଦ୍ୟ ପ୍ରସ୍ତୁତିର ସ୍ଵାଦ ଚାଖି ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଭାବରେ ପ୍ରତିଯୋଗୀଙ୍କୁ ଚୟନ କରିବା ସହିତ ତାଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ ଅତିଥିମାନଙ୍କଦ୍ୱାରା ପ୍ରଦାନ କରାଯାଇଥିଲା। ଏହି କାର‌୍ୟ୍ୟକ୍ରମରେ ଓଡ଼ିଶା ମିଲେଟ୍ ମିଶନର ତିନୋଟି ବ୍ଲକର ବ୍ଲକ୍ ସଂଯୋଜକ ସୀତାକାନ୍ତ ସାହୁ, ସୁମନ କୁମାର ପରିଡ଼ା , ଗୌରୀ ଶଙ୍କର ଥାଟି, ଏବଂ ସହକାରୀ ବ୍ଲକ ସଂଯୋଜକ ସୁଧୀର ରଞ୍ଜନ ନାୟକ, ଆକାଉଣ୍ଟାଣ୍ଟ ପ୍ରତାପ ମେହେର ଓ ସି.ଆର୍. ପି. ବୁଦ୍ଧଦେବ ପ୍ରଧାନ ଓ ଦୁଷ୍ମନ୍ତ ଅମାତ ପ୍ରମୁଖ ଉପସ୍ଥିତ ଥିଲେ କ୍ଷ

ବୌଦ୍ଧ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ମହକ ଉଦଯାପିତ
ବୌଦ୍ଧ,୧୧/୧୦: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହପୁର ଠାରେ ଥିବା ଶିଶୁଯତ୍ନ ଅନୁଷ୍ଠାନ ରାମକୃଷୃ ବାଳାଶ୍ରମ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ମହକ ଓ ଉତ୍ସାହ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ହୋଇଅଛି ।
ଉଦଯାପନି ସଭାରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ, ମୁଖ୍ୟ ଅତିଥୀ ଭାବରେ ଯୋଗଦେଇ ଶିଶୁ ମାନଙ୍କ ପାଇଁ ସରକାର ସବୁବେଳେ ତପ୍ତର ଓ ସେମାନଙ୍କ ସୁରକ୍ଷାକୁ ସବୁବେଳେ ଗୁରୁତ୍ୱ ଦେଉଛନ୍ତି ବୋଲି କହିଥିଲେ, ସରକାର ଏହିପରି କାଯ୍ୟକ୍ରମ ମାଧ୍ୟମରେ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ ମାନଙ୍କର ଲୁକାୟୀତ ପ୍ରତିଭାର ପରିପ୍ରକାଶ, ବିକାଶ ତଥା ଚିହ୍ନଟିକରଣ କରି ଜିଲ୍ଲା, ରାଜ୍ୟ ତଥା ଯାତୀୟ ସ୍ତରରେ ସମ୍ମାନୀତ କରିବାପାଇଁ ସୁଯୋଗ ସୃଷ୍ଠି କରିଛନ୍ତି ଏବଂ ସେମାନଙ୍କର ଅଂଶଗ୍ରହଣ କରିବାର ଅଧିକାର କୁ ସୁନିଶ୍ଚିତ କରିଛନ୍ତି ।
ସମ୍ମାନୀତ ଅତିଥି ଭାବରେ ଆରକ୍ଷୀ ଅଧିକ୍ଷକ ରାଜ ପ୍ରଶାଦ ଯୋଗଦେଇ ଶିଶୁ ମାନଙ୍କ ପ୍ରତିଭା କୁ ପ୍ରଶଂଶା କରିବା ସହ କୌଣସି ଅସୁବିଧା ହେଲେ ପୁଲିସ ତଥା ଜିଲ୍ଲା ପ୍ରଶାସନର ସହାୟତା ନେବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ସେକ୍ରେଟାରୀ ରାମକୃଷ୍ଣ ବାଳାଶ୍ରମ ନବୀନ ଚନ୍ଦ୍ର ବଘାର, ତାଙ୍କର ମତବ୍ୟକ୍ତ କରିଥିଲେ । ଶିଶୁ ପ୍ରତିନିଧି କୁମାରୀ ସ୍ୱାଗତିକା ପ୍ରଧାନ ଯୋଗଦେଇ ଦୁଇଦିନ ଧରି ହୋଇଥିବା ବିଭିନ୍ନ କାର‌୍ୟ୍ୟକ୍ରମ ବିଷୟରେ ଅବଗତ କରାଇଥିଲେ । କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାର ମାନପତ୍ର ଓ ଟ୍ରଫି ଦେଇ ସମ୍ମାନୀତ କରାଯାଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଳ ପ୍ରଧାନ ଏହି କାର‌୍ୟ୍ୟକ୍ରମକୁ ସଂଯୋଜନା କରିବା ସହ ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଉଦ୍ଘାଟନି ଉତ୍ସବରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ଧକ୍ଷ ଦାମୋଦର ସାହୁ ମୁଖ୍ୟ ଅତିଥୀ ଭାବରେ ଯୋଗଦେଇ କାର‌୍ୟ୍ୟକ୍ରମ କୁ ଉଦଘାଟନ କରିଥିଲେ । ଶିଶୁ ମାନଙ୍କ ମଧ୍ୟରେ ସଂଗୀତ, ନୃତ୍ୟ, ବକୃତା, ଡ୍ରଇଂ ଓ ଅନ୍ୟାନ୍ୟ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଦୁଇ ଗୋଟି ଶିଶୁଯତ୍ନ ଅନୁଷ୍ଠାନର ପ୍ରତ୍ୟେକ ବିଭାଗରେ କନିଷ୍ଠ ଓ ବରିଷ୍ଠ ବିଭାଗରେ ଏହି ପ୍ରତିଯୋଗିତାରେ ମୋଟରେ ୮୦ ଶିଶୁ ଅଂଶ ଗ୍ରହଣ କରିଥିଲେ । ପ୍ରତ୍ୟେକ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୨୮ ଜଣ ପ୍ରତିଯୋଗି ଆସନ୍ତା ମାସରେ କଳିଙ୍ଗ ଷ୍ଠାଡିୟମ, ଭୁବନେଶ୍ୱର ଠାରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଶଂଗ୍ରହଣ କରିବେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ସୁରକ୍ଷା ଅଧିକାରୀ ରାଜେନ୍ଦ୍ର ମଲ୍ଲିକ ଧନ୍ୟବାଦ ଦେଇଥିବା ବେଳେ ୟୁନିଟ୍ ର ବସନ୍ତ ଦିଶିରି, ସହଦେବ ନାୟକ, ଚିତ୍ରସେନ୍ ସାହୁ ଏବଂ ଶିଶୁ ଯତ୍ନ ଅନୁଷ୍ଠାନର ସମସ୍ତ କାର‌୍ୟ୍ୟକର୍ତା ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031