Indus Valley Times

ବୌଦ୍ଧ : ହରଭଙ୍ଗା ବ୍ଲକ୍ ସ୍ତରୀୟ ସଂସାଧନ କର୍ମୀଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଜ୍ଜାପିତ

 Breaking News

ବୌଦ୍ଧ : ହରଭଙ୍ଗା ବ୍ଲକ୍ ସ୍ତରୀୟ ସଂସାଧନ କର୍ମୀଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଜ୍ଜାପିତ

ବୌଦ୍ଧ : ହରଭଙ୍ଗା ବ୍ଲକ୍ ସ୍ତରୀୟ ସଂସାଧନ କର୍ମୀଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଜ୍ଜାପିତ
September 13
20:02 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୩/୯ : ହରଭଙ୍ଗା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଓଡ଼ିଶା ସରକାର ଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆଜି ସନ୍ଧ୍ୟାରେ ଉଦଜ୍ଜାପିତ ହୋଇଯାଇଛି । ସମ୍ମାନିତ ଅତିଥିଭାବେ ହରଭଙ୍ଗା ବ୍ଲକ କୃଷି ଅଧିକାରୀ ସବ୍ୟସାଚୀ ଦାସ କୃଷିଋଣ, ଫସଲ ବୀମା ଆଦି କୃଷି ସମ୍ପର୍କିତ ଯୋଜନା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ସମ୍ମାନିତ ଅତିଥିଭାବେ ସହକାରୀ କୃଷି ଅଧିକାରୀ ପୁରୁଷୋତ୍ତମ ସାହୁ, ଏ.ବି.ଡି.ଓ ସୁବାଷ ଚନ୍ଦ୍ର ଯାନୀ, ବ୍ଲକ ସଂସାଧନ କର୍ମୀ ରଂଜନ କୁମାର ପାତ୍ର ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ କଳାକାର ମାନଙ୍କୁ ଦିଗଦର୍ଶନ କରିବା ସହ ସରକାରଙ୍କ ସଚେତନତାର ବାର୍ତ୍ତା ଏବଂ ଏଥିରେ କଳାକାରଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଥିବା ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥିଭାବେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ହରଭଙ୍ଗା ଅବିନାଶ ପ୍ରଧାନ ମଧୁବାବୁ ପେନସନ ଯୋଜନା, ହରିଶ୍ଚନ୍ଦ୍ର ଯୋଜନାର ସଫଳ ବାର୍ତ୍ତା, ପଞ୍ଚାୟତ ହାଇସ୍କୁଲର ଖେଳ ଶିକ୍ଷକ ପ୍ରଦୀପ୍ତ କୁମାର ସାହୁ ହକି କ୍ରୀଡାର ପ୍ରଚାର ପ୍ରସାର ଦିଗରେ କ୍ରୀଡା ଯୋଜନା, ୫ଞ ମାଧ୍ୟମରେ ବିଦ୍ୟାଳୟର ରୂପନ୍ତିକରଣ ବିଷୟରେ ବାର୍ତ୍ତା ରଖିଥିଲେ ।
ଜିଲ୍ଲା ସଂସାଧନ କର୍ମୀ ତଥା ଅବସର ପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ ସରକାରଙ୍କ ଆଠଗୋଟି ଯୋଜନାର ସମ୍ପର୍କିତ ବାର୍ତ୍ତା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଲୋକଙ୍କ ପାଖରେ ପହଞ୍ଚେଇବାକୁ ଆହ୍ଵାନ କରିଥିଲେ ଏବଂ କଳାକାରଙ୍କୁ ଦେବଦୂତ ବୋଲି କହିଥିଲେ ।
ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୁଶ୍ରୀ ରିତାକାନ୍ତି ବଳିଆର ସିଂହ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇ ପାଲା, ଦାସକାଠିଆ, ଘୋଡାନାଚ, ଫୋକନୃତ୍ୟ ଓ ସଙ୍ଗୀତ, କଳାକାରଙ୍କ ପାରିଶ୍ରମିକ, ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନ ସମ୍ପର୍କରେ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଥିଲେ ।
ରାଜ୍ୟ ସଂସାଧନ କର୍ମୀ ତଥା ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ଦିବ୍ୟ ଶଙ୍କର ରାଉତ ପ୍ରଶିକ୍ଷଣ ଶିବିର ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରି କଳାକାର ମାନଙ୍କୁ ସରକାରଙ୍କ ତରଫରୁ ଦିଆଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବା ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇବା ସହ ସଚେତନତାର ବିଷୟ ବସ୍ତୁ, କ୍ଷେତ୍ର ପ୍ରଦର୍ଶନ, ତଥା କାର୍ଯ୍ୟକ୍ରମର ସ୍କ୍ରିପ୍ଟ ପ୍ରସ୍ତୁତି ସମ୍ପର୍କରେ ଧାରଣା ପ୍ରଦାନ କରିଥିଲେ ।
ରାଜ୍ୟ ସଂସାଧନ କର୍ମୀ ତଥା ବୌଦ୍ଧ ବ୍ଲକ୍ କଳା ସଂସ୍କୃତି ସଂଘର ଉପସଭାପତି ସ୍ଵାଧୀନ ପରିଡ଼ା ସମସ୍ତ କାର୍ଯ୍ୟକ୍ରମରେ ଦୁଇଦିନ ବ୍ୟାପୀ ସହଯୋଗ କରିବା ସହ କଳାକାରଙ୍କ ଉଦ୍ଦେଶ୍ୟରେ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମ କୁ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ହରଭଙ୍ଗା ଅବିନାଶ ପ୍ରଧାନ ଓ କନିଷ୍ଠ ସହାୟକ ସୁନୀଲ କୁମାର ମହାନ୍ତି ସହଯୋଗ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଅତିରାତ୍ର ପ୍ରଧାନ, ଅରୁଣ ମେଣ୍ଡିଲି, ନିର୍ଗୁଣ ମହାକୁଡ, ବାଞ୍ଛାନିଧି ପ୍ରଧାନ, ମନୋରଞ୍ଜନ ସାହୁ, କରୁଣାକର ବଗର୍ତ୍ତୀ, ସୌମିତ୍ରି ମାଟିଆ ଓ ହରଭଙ୍ଗା ବ୍ଲକର ଅନେକ କଳାକାର ଉପସ୍ଥିତ ରହି ସହଯୋଗ କରିଥିଲେ । ପଦ୍ମିନୀ ସାହୁ, ପୁରୁଣାକଟକ କାର୍ଯ୍ୟକ୍ରମ ଆରମ୍ଭରେ ଭଜନ ପରିବେଷଣ କରିଥିଲେ ।
ତପସ୍ଵିନୀ ମେହେର, ମାହେଶ୍ଵରୀ ସଙ୍କୀର୍ତ୍ତନ୍ୟ ମଣ୍ଡଳୀ ବୀରନରସିଂହପୁର ଏବଂ ଅନ୍ୟ କଳାକାର ମାନେ ସରକାରଙ୍କ ବିଭିନ୍ନ ଯୋଜନାର ବାର୍ତ୍ତାକୁ ସଙ୍ଗୀତ ମାଧ୍ୟମରେ ପରିବେଷଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ଵପ୍ନିତା ନାଏକଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ସମ୍ପାଦିତ ହୋଇଥିଲା । ପ୍ରଶିକ୍ଷଣ ଶିବିର, ଆଗକୁ କଳାକାରଙ୍କ କାର୍ଯ୍ୟକ୍ରମ ର ସଫଳତା ପାଇଁ ସୁଶ୍ରୀ ବଳିୟାର ସିଂହ ସମସ୍ତ କଳାକାରଙ୍କ ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031