Indus Valley Times

ବୌଦ୍ଧ : ୧୪ତମ ଜାତୀୟ ମତଦାତା ଦିବସ ପାଳନ

 Breaking News

ବୌଦ୍ଧ : ୧୪ତମ ଜାତୀୟ ମତଦାତା ଦିବସ ପାଳନ

January 25
19:32 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୫/୧: ବୌଦ୍ଧ ଜିଲ୍ଲାରେ ୧୪ତମ ଜାତୀୟ ମତଦାତା ଦିବସ ୨୦୨୪ ପାଳିତ ହେଇଅଛି । ଏହି ଉପଲକ୍ଷେ ସକାଳ ୮.୦୦ ଘଟିକା ସମୟରେ ବୌଦ୍ଧ ସହରର ମ୍ୟୁଜିୟମ ଛକ ନିକଟରୁ ଏକ ସଚେତନ ଶୋଭାଯାତ୍ରା ଆରମ୍ଭ ହୋଇ ଟାଉନ୍ ହଲ ବୌଦ୍ଧ ଠାରେ ପହଂଚି ଥିଲା । ଏଥିରେ ସ୍କୁଲ, କଲେଜର ଛାତ୍ରଛାତ୍ରୀ, ଶିକ୍ଷକ, ଜନସାଧାରଣ ତଥା ସରାକରୀ କର୍ମଚାରୀ ବୃନ୍ଦ ଯୋଗଦାନ କରିଥିଲେ । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ନୃସିଂହ ଚରଣ ସ୍ୱାଇଁ ପତାକା ଦେଖାଇ ଏହି ରାଲିକୁ ଶୁଭାରମ୍ଭ କରିଥିଲେ ।
ଶୋଭାଯାତ୍ରା ଟାଉନ ହଲ୍ ଠାରେ ପହଂଚିବା ପରେ ମତଦାତା ଦିବସ ପାଳିତ ହୋଇଥିଲା । ଭାରତ ନିର୍ବାଚନ ଆୟୋଗ ଦ୍ୱାରା ପ୍ରଦତ ମତଦାତାଙ୍କ ସଂକଳ୍ପ ପାଠ କରାଯାଇଥିଲା । ଏହି ଅବସରରେ ନୂତନ ଯୁବ ଭୋଟର ମାନଙ୍କୁ ଭୋଟର କାର୍ଡ଼ ପ୍ରଦାନ କରାଯାଇଥିଲା ।
ବିଭିନ୍ନ ପ୍ରତିଯୋଗିତାରେ କୃତି ବିବେଚିତ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ନିର୍ବାଚନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶ୍ରେଷ୍ଠ ବୁଥ ସ୍ତରୀୟ ଅଧିକାରୀ, ସୁପରଭାଇଜର ଏବଂ ଶ୍ରେଷ୍ଠ ସହାୟକ ଭୋଟର ପଞ୍ଜିକରଣ ଅଧିକାରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ନୃସିଂହ ଚରଣ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଦରିଦ୍ର ଭଞ୍ଜନ ମଦନ ମୋହନ ପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଶ୍ରୀଯୁକ୍ତ ମିଞ୍ଜ, ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରବିନ୍ଦ୍ର ନାଥ କଅଁର ପ୍ରମୁଖ ଉପସ୍ଥିତ ରହି ଏହି ଦିବସର ମହତ୍ୱ ସଂମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଡ଼େପୁଟି କଲେକ୍ଟର ନିର୍ବାଚନ, ଶ୍ରୀ ଶାଶ୍ୱତ ପ୍ରଧାନ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031