Indus Valley Times

ବୌଦ୍ଧ : ୧୮ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ

 Breaking News

ବୌଦ୍ଧ : ୧୮ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ

ବୌଦ୍ଧ : ୧୮ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ
January 11
20:55 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୧/୧: ବୌଦ୍ଧଜିଲ୍ଲା ପାଲଝରସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ୧୮ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟର ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଅଧ୍ୟକ୍ଷ ଡ. ପ୍ରସନ୍ନଜିତ ମିଶ୍ର ଅଧ୍ୟକ୍ଷତା କରିବା ସହିତ ବିଶ୍ୱବିଦ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକ ଡ. ଅମରେଶ ଖୁଣ୍ଟିଆ ଆଭାସି ମାଧ୍ୟମରେ ବୈଠକକୁ ପରିଚାଳନା କରିଥିଲେ । କୃଷିବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତପନ କୁମାର ଦାସ କେନ୍ଦ୍ର ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଗୁଡିକ ଉପସ୍ଥିତ ସଭ୍ୟମାନଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ ଏବଂ ବିଭିନ୍ନ ସଫଳ ପରୀକ୍ଷଣଗୁଡିକୁ ନିଜ ନିଜ ବିଭାଗ ଜରିଆରେ ପ୍ରଚାର ପ୍ରସାର କରିବାକୁ ପରାମର୍ଶ ଦେଇଥିଲେ ।
ଭାରତ ସରକାରଙ୍କ ପ୍ରମୁଖ ପ୍ରତିଷ୍ଠାନ କେନ୍ଦ୍ରୀୟ ଉଦ୍ୟାନ କୃଷି ଗବେଷଣା କେନ୍ଦ୍ର ଭୁବନେଶ୍ୱରର ବିଭାଗୀୟ ମୁଖ୍ୟ ଡ. ଗୋବିନ୍ଦ ଆଚାର୍ଯ୍ୟ ଆଭାସି ଜରିଆରେ ବୈଠକରେ ଯୋଡିହୋଇ ଉଦ୍ୟାନ କୃଷିର ସଫଳତା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବୈକୁଣ୍ଠ ଚରଣ ସାହୁ ଜିଲ୍ଲା ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ଯୋଗେନ୍ଦ୍ର ନାଥ ମହାପାତ୍ର,ଜିଲ୍ଲା ଜଳଛାୟା ମିଶନ ନିର୍ଦ୍ଦେଶକ ପ୍ରଦୀପ କୁମାର ମହାନ୍ତି,ଜାତୀୟ ଉଦ୍ୟାନ ଗବେଷଣା କେନ୍ଦ୍ରର ଉପନିର୍ଦ୍ଦେଶକ ଡ. ରଜନିଶ ମିଶ୍ର,ଜିଲ୍ଲା କୃଷି ଅଧିକାରୀ ନାରାୟଣ ମହାନନ୍ଦ,ଜିଲା ସହକାରୀ ମତ୍ସ୍ୟ ଅଧିକାରୀ ଲିପସା ପଟ୍ଟନାୟକ,ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରଫୁଲ୍ଲ କୁମାର ନାୟକ,ଜିଲା ପ୍ରକଳ୍ପ ସଂଯୋଜକ ମିଶନ ଶକ୍ତି ଦେବଦତ୍ତ ମିଶ୍ର,ସଂପାଦକ ନିୟନ୍ତ୍ରିତ ବଜାର କମିଟି ସଂଜୟ କୁମାର ପଟ୍ଟନାୟକ,ବରିଷ୍ଠ ବୈଜ୍ଞାନିକ କୃଷି ବିଜ୍ଞାନକେନ୍ଦ୍ର କନ୍ଧମାଳ ଡ. ନାରାୟଣ ବାର ଓ ବରିଷ୍ଠ ବୈଜ୍ଞାନିକ କୃଷିବିଜ୍ଞାନ କେନ୍ଦ୍ର ସୁବର୍ଣ୍ଣପୁର ଡ. ଜୀବନଜିତ ସେନ ପ୍ରମୁଖ ଯୋଗଦେବା ସହିତ ଆଭାସିରେ ରାଜ୍ୟର ସମସ୍ତ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ବୈଜ୍ଞାନିକାମାନେ ଅଂଶଗ୍ରହଣ କରିଥିଲେ ।
ଉକ୍ତ ବୈଠକରେ ଅର୍ଦ୍ଧବାର୍ଷିକ ସମାଚାର ପତ୍ରିକା କୃଷିବାର୍ତ୍ତା, ବୀହନ ବିଶୋଧନ,ଧାନ ଫସଲରେ ଅନାବନା ଘାସ ଓ ଜଳ ପରିଚାଳନା,ଉନ୍ନତ ପ୍ରଣାଳୀରେ ହରଡ ଚାଷ ଓ ଚିନାବାଦାମ ଚାଷ ସମ୍ବନ୍ଧୀୟ ପୁସ୍ତକ ଉପସ୍ଥିତ ସଦସ୍ୟମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକା ସସ୍ମିତା ପ୍ରିୟଦର୍ଶିନୀ,ମୟୁରୀ ସିଂ ସରଦାର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ହରପ୍ରିୟା ସେଠୀ,ବିକ୍ରମ କେଶରୀ ପରମାଣିକ,ସଦାକତ ଅଲ୍ଲୀ,ତ୍ରିନାଥ ସାହୁ ପ୍ରମୁଖ ସହଯୋଗ କରିଥିଲେ ।
ବୌଦ୍ଧଜିଲ୍ଲା ବ୍ରାହ୍ମଣ ସମାଜର ସିଦ୍ଧ ତପୋବନ ଡମ୍ବରୁଗଡ ମଠରେ ବୈଠକ,ମଠର ସୁରକ୍ଷା ଓ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା
ବୌଦ୍ଧ,୧୧/୧:ଗତ ଡିସେମ୍ବର ୨୧ ତାରିଖରେ ସିଦ୍ଧ ତପୋବନ ଡମ୍ବରୁହଡ ମଠର ମହନ୍ତ ଶ୍ରୀ ଶ୍ରୀ ଗିରିବର ଦାସ ମହାରାଜ ତ୍ୟାଗୀଙ୍କ ସ୍ୱର୍ଗବାସ ହୋଇଥିଲା । ତାଙ୍କର ଉତରାଧିକାରୀ ଭାବେ ମହନ୍ତ ସର୍ବେଶ୍ୱର ଦାସଜୀଙ୍କୁ ଦାୟୀତ୍ୱ ହସ୍ତାନ୍ତର କରାଯାଇଛି । ବୌଦ୍ଧଜିଲ୍ଲାରେ ମୂଖ୍ୟ ମଠଭାବେ ପରିଚିତ ହୋଇଥିବାରୁ ଏବଂ ଜିଲ୍ଲାରେ ମଠ ସଂସ୍କୃତିକୁ ବଜାୟ ରଖିଥିବାରୁ ବୌଦ୍ଧଜିଲ୍ଲା ବ୍ରାହ୍ମଣ ସମାଜ, ଶ୍ରୀ ଲକ୍ଷ୍ମୀ ବାସୁଦେବ ବୈଦିକ ପଣ୍ଡିତ ସଙ୍ଗଠନ ଓ ଅନ୍ନପୁର୍ଣ୍ଣା ସୁପକାର ସଂଘର ପ୍ରତିନିଧିମାନେ ମଠକୁ ଯାଇ ନୂତନ ମହନ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ଆଲୋଚନା କରିଥିଲେ ।
ବ୍ରାହ୍ମଣ ସମାଜର ସଂପାଦକ ଦେବାଶିଷ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଥମେ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତି ଗୁରୁପ୍ରସାଦ ଦାଶ, ପଣ୍ଡିତ୍ ବିଭୀଷଣ ଚାନ୍ଦ, ପଣ୍ଡିତ ସଂଗଠନର ସଭାପତି ସଞ୍ଜୀବ କୁମାର ପଣ୍ଡା, ସୁପକାର ସଂଘର ସଂପାଦକ ଆଦିତ୍ୟ ପୁଜାହାରୀ ବାବାଙ୍କର ସ୍ମୃତିଚାରଣ କରିଥିଲେ । ପଣ୍ଡିତ ସଂଘର ସଂପାଦକ ହରିବନ୍ଧୁ ଶତପଥି ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ । ମହନ୍ତ ସର୍ବେଶ୍ୱର ମଠର ବର୍ତମାନର ସ୍ଥିତି ସଂପର୍କରେ ଆଲୋଚନା କରିବା ସହିତ ବ୍ରାହ୍ମଣ ସମାଜର ଆବଶ୍ୟକତା ବିଷୟରେ ମତପ୍ରକାଶ କରିଥିଲେ ।
ମଠର ପରିଚାଳନା କମିଟିର ସଭାପତି ପୟୋଧର ମହାକୁଡ ମଠ ପରିସରରେ ରହିଥିବା ଅତିଥି ଭବନ ଅସଂପୁର୍ଣ୍ଣ ରହିଛି ଏବଂ ମଠକୁ ହଜାର ହଜାର ଭକ୍ତ ଆସୁଥିବାରୁ ଏଠାରେ ଗୋଷ୍ଠୀ ଶୌଚାଳୟର ଜରୁରୀ ରହିଛି ବୋଲି ପ୍ରକାଶ କରିଥିଲେ । ମଠ ପକ୍ଷରୁ ବାବା ପୁରୁଷୋତମ ଦାସ, ରଘୁବୀର ଦାସ, ନରହରି ଦାସ, ପ୍ରଭୁସେବକ ଦାସ, ସୀୟାରାମ ଦାସ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ସିଦ୍ଧେଶ୍ୱର ଯୋଶୀ, ପଣ୍ଡିତ ସୁଶିଲ ପାଣିଗ୍ରାହୀ, ଗୋବର୍ଦ୍ଧନ ଦାଶ, ସରୋଜ ଦାଶ, ରାମଚନ୍ଦ୍ର ହୋତା, ପଦ୍ମଚରଣ ମିଶ୍ର, ରଞ୍ଜୀତ ହୋତା, ମାନସ ମିଶ୍ର, ଶିବପ୍ରସାଦ ପାଣିଗ୍ରାହୀ, ନବୀନ ହୋତା, ବ୍ରହ୍ମାନନ୍ଦ ଶତପଥି, ସଂଜୟ ଶଙ୍କର ପୁରୋହିତ, ସୂର୍ଯ୍ୟେନ୍ଦ୍ର କୁମାର ଶତପଥି ପ୍ରମୁଖ ଯୋଗଦାନ କରିଥିଲେ । ଶେଷରେ ମଠ ତରଫରୁ ବ୍ରାହ୍ମଣ ସମାଜର ସମସ୍ତ ସଦସ୍ୟମାନଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।
ବୌଦ୍ଧଜିଲ୍ଲାରେ ଚାଷୀ ଶୋଷଣର ଶୀକାର ହେଉଅଛି, କିଷାନ ସଂଘ
ବୌଦ୍ଧ,୧୧/୧: ବୌଦ୍ଧଜିଲ୍ଲାର ଚାଷୀମାନେ ଅବହେଳାର ଶୀକାର ହେବା ସହିତ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଜିଲ୍ଲାରେ ମିଲମାଲିକମାନଙ୍କ ମର୍ଜିରେ ଧାନମଣ୍ଡି ଚାଲିଥିବାବେଳେ କଟନୀଛଟନୀ କରାଯାଇ ଚାଷୀଙ୍କୁ ଶୋଷଣ କରାଯାଉଥିବା ନେଇ ଭାରତୀୟ କିଷାନ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଜିଲ୍ଲାରେ ଯୋଗାଣ ବିଭାଗ,ମିଲମାଲିକ ଓ ପେକ୍ସ କର୍ମଚାରୀଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକାରେ ଚାଷୀ ପେଶି ହୋଇଗଲାଣି । ଆପତ୍ତି ଅଭିଯୋଗ କଲେ କେହି ଶୁଣିବାକୁ ନାହିଁ ।
ଏଣୁ ଫସଲର ଲାଭକାରୀ ମୂଲ୍ୟ ଓ ମଣ୍ଡି ସୁବ୍ୟବସ୍ଥା ଦାବିରେ ଭାରତୀୟ କିଷାନ ସଂଘ ବୌଦ୍ଧଜିଲ୍ଲା ଶାଖା ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ତିନୋଟି ବ୍ଲକର ବିଡିଓଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି । କିଷାନ ସଂଘର ଜିଲ୍ଲା ସଭାପତି ସୂର୍ଯ୍ୟ ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଏହି ଦାବିପତ୍ର ପ୍ରଦାନ ସମୟରେ କୋଷାଧ୍ୟକ୍ଷ ଦୁତିବାହନ କମ୍ପ,କାଳିନ୍ଦି କ୍ଷେତୀ,ଭୋଳାଗିରି ସାହୁ,ନବୀନ ପ୍ରଧାନ,ବିଶିକେସନ ପ୍ରଧାନ,ରାମେଶ୍ୱର ବଡଚାଟ,ବିଶିକେସନ କର୍ମୀ,ଶେଷଦେବ ବଗର୍ତ୍ତି ପ୍ରମୁଖ ଚାଷୀନେତା ସାମିଲ ହୋଇ ତିନୋଟି ବ୍ଲକରେ ଦାବିପତ୍ର ପ୍ରଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031