Indus Valley Times

ବ୍ଲାକ୍ ସିରେ ଧ୍ୱଂସ ହୋଇଗଲା ଋଷର ଯୁଦ୍ଧ ଜାହାଜ

 Breaking News

ବ୍ଲାକ୍ ସିରେ ଧ୍ୱଂସ ହୋଇଗଲା ଋଷର ଯୁଦ୍ଧ ଜାହାଜ

ବ୍ଲାକ୍ ସିରେ ଧ୍ୱଂସ ହୋଇଗଲା ଋଷର ଯୁଦ୍ଧ ଜାହାଜ
April 14
13:31 2022

ନୂଆଦିଲ୍ଲୀ,୧୪/୪: ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ଋଷକୁ ଏକ ବଡ ଝଟକା ଲାଗିଛି । ବ୍ଲାକ ସି ବା କୃଷ୍ଣ ସାଗରରେ ଋଷର ଏକ ମିସାଇଲ କ୍ରୁଜର ଧ୍ୱଂସ ହୋଇଯାଇଛି । ତେବେ ଆଉ ଏକ ମିସାଇଲ କ୍ରୁଜର ମୋସ୍କଭାକୁ ଋଷ ସୈନ୍ୟ ସୁରକ୍ଷିତ ବାହାର କରିଦେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ ବିସ୍ଫୋରଣରେ କ୍ରୁଜରର ବ୍ୟାପକ କ୍ଷତି ହୋଇଥିବା ମସ୍କୋ ପକ୍ଷରୁ କୁହାଯାଇଛି ।
ମସ୍କୋର କହିବାନୁସାରେ, ଯୁଦ୍ଧପୋତରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ପ୍ରଥମେ ଏଥିରେ ନିଆଁ ଲାଗିଯାଇଥିଲା । ତେବେ କେଉଁ କାରଣରୁ ନିଆଁ ଲାଗିଥିଲା ତାହା ଜଣାପଡି ନାହିଁ । ଏହି ମିସାଇଲ କ୍ରୁଜର ୧୯୭୯ରେ ସେନାରେ ସାମିଲ ହୋଇଥିା । ଏଥିରେ ୧୬ ଆଣ୍ଟି ସିପ୍ ମିସାଇଲ ଓ ଅନେକ ଡିଫେନ୍ସ ସିଷ୍ଟମ ରହିଥିଲା ।
ଅନ୍ୟପଟେ, ୟୁକ୍ରେନ ଅଧିକାରୀ ବୁଧବାର ଦାବି କରିଛନ୍ତି ଯେ, ସେମାନଙ୍କ ଆଣ୍ଟି ସିପ୍ ମିସାଇଲ ମୋସ୍କଭାରେ ମାଡ ହୋଇଥିଲା । ଓଡେଶାରୁ ଏହ ଆକ୍ରମଣ କରାଯାଇଥିଲା । ଓଡେଶା ପ୍ରଶାସନ ପକ୍ଷରୁ ମଝ୍ୟ ଏନେଇ ସୂଚନା ଦିଆଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031