Indus Valley Times

ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ତାଳଚେରସ୍ଥିତ ଏମସିଏଲ୍ ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲରେ ପରିଣତ ହେଲା

 Breaking News

ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ତାଳଚେରସ୍ଥିତ ଏମସିଏଲ୍ ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲରେ ପରିଣତ ହେଲା

May 01
12:40 2021

ଭୁବନେଶ୍ବର,୧/୫: ଓଡ଼ିଶାରେ ବେକାବୁ ହେଉଛି କରୋନା ସଂକ୍ରମଣ । ଦୈନିକ ହଜାର ହଜାର କରୋନା ସଂକ୍ରମଣ ଚିହ୍ନଟ ହେଉଛନ୍ତି ।
ଏହି କ୍ରମରେ ଅନୁଗୁଳ ଜିଲ୍ଲାରେ ବଢ଼ୁଥିବା କୋଭିଡ୍-୧୯ ମାମଲାକୁ ଦୃଷ୍ଟିରେ ରଖି ତାଳଚେରସ୍ଥିତ ଏମସିଏଲ୍ ହସ୍ପିଟାଲକୁ କୋଭିଡ୍-୧୯ ହସ୍ପିଟାଲରେ ପରିଣତ କରିବା ପାଇଁ ଅନୁମତି ଦେବା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ଏପ୍ରିଲ ୨୪ରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ଆଜି ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ରକ୍ଷା କରି ଏମସିଏଲ୍ ହସ୍ପିଟାଲକୁ କୋଭିଡ୍-୧୯ ହସ୍ପିଟାଲରେ ପରିଣତ କରିବାକୁ ଅନୁମତି ଦେଇଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ କରି ସୂଚନା ଦେବା ସହ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଟୁଇଟରେ ଲେଖାଯାଇଛି ଯେ, ଅନୁଗୁଳ ଜିଲ୍ଲାରେ ବଢ଼ୁଥିବା କୋଭିଡ୍-୧୯ ମାମଲାକୁ ଦୃଷ୍ଟିରେ ରଖି ତାଳଚେର ସ୍ଥିତ ଏମସିଏଲ୍ ହସ୍ପିଟାଲକୁ କୋଭିଡ଼୍ ହସ୍ପିଟାଲରେ କାର‌୍ୟ୍ୟକ୍ଷମ କରିବା ସହ ଆନୁଷଙ୍ଗିକ ବ୍ୟବସ୍ଥା କରିଥିବାରୁ ପ୍ରଧାନମନ୍ତ୍ରୀ ଜୀ ଏବଂ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଜୀଙ୍କୁ ଧନ୍ୟବାଦ। ବର୍ତ୍ତମାନର କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ସରକାର ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ୍ କରିବା ଦିଗରେ ପ୍ରାଥମିକତା ଦେଉଛନ୍ତି । ଏମଏସଏଲର ଏହି ପଦକ୍ଷେପ ଦ୍ୱାରା ଅନୁଗୁଳ ଜିଲ୍ଲା ତଥା ଆଖପାଖ ଅଞ୍ଚଳର କୋଭିଡ୍ ରୋଗୀମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ ।
ଏହା ପୂର୍ବରୁ କରୋନା ବିରୋଧରେ ଏକାଠି ଲଢ଼ିବାକୁ ଆହ୍ୱାନ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ସରକାରୀ ଓ ଘରୋଇ ଇସ୍ପାତ ଶିଳ୍ପର ମୁଖ୍ୟ ଓ ଅଧିକାରୀମାନଙ୍କ ସହ ମହାମାରୀକୁ ଦୃଢ଼ତାର ସହ ଲଢ଼ିବା ଦିଗରେ ଇସ୍ପାତ ଶିଳ୍ପର ଭୂମିକା ଏବଂ ଯୋଗଦାନ ଉପରେ ବିସ୍ତୃତ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ।
ଷ୍ଟିଲ ପ୍ଲାଂଟରୁ ମେଡିକାଲ ଅକ୍ସିଜେନ୍ ଯୋଗାଣକୁ ବଢ଼ାଇବା ସହ ପ୍ଲାଂଟରୁ ହସ୍ପିଟାଲକୁ ସିଧାସଳଖ ଅକ୍ସିଜେନ୍ ଯୋଗାଇ ଦେବାକୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଥିଲେ । ସ୍ୱାସ୍ଥ୍ୟସେବା ଭିତିଭୂମିକୁ ସୁଦୃଢ଼ କରିବା ପାଇଁ ଅକ୍ସିଜେନ୍ ସଂଯୁକ୍ତ ଶଯ୍ୟା ସହ ବୃହତ କୋଭିଡ୍ କେୟାର ସୁବିଧା ନିର୍ମାଣ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ । ସରକାରୀ ଓ ଘରୋଇ ଷ୍ଟିଲ ପ୍ଲାଂଟ ପକ୍ଷରୁ ମୋଟ ୧୦ ହଜାର ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସୁବିଧା ପ୍ରସ୍ତୁତ କରିବାକୁ ଯୋଜନା କରାଯାଇଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031