Indus Valley Times

ବୟସର ଅପରାହ୍ଣରେ ବଡ଼ ନିଷ୍ପତ୍ତି, ଏମ୍ସକୁ ଦାନ କଲେ ନିଜ ଜୀବନଯାକର ସମ୍ପତ୍ତି

 Breaking News

ବୟସର ଅପରାହ୍ଣରେ ବଡ଼ ନିଷ୍ପତ୍ତି, ଏମ୍ସକୁ ଦାନ କଲେ ନିଜ ଜୀବନଯାକର ସମ୍ପତ୍ତି

ବୟସର ଅପରାହ୍ଣରେ ବଡ଼ ନିଷ୍ପତ୍ତି, ଏମ୍ସକୁ ଦାନ କଲେ ନିଜ ଜୀବନଯାକର ସମ୍ପତ୍ତି
December 01
18:30 2025

ଭୁବନେଶ୍ୱର, ୧/୧୨ : ଆସନ୍ତା ଡିସେମ୍ବର ୫ ତାରିଖରେ ଶହେ ବର୍ଷରେ ପଦାର୍ପଣ କରିବେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ପ୍ରଫେସର ଡା. ଲକ୍ଷ୍ମୀବାଇ। ତେବେ ନିଜ ଶହେତମ ଜନ୍ମଦିନକୁ ସ୍ମରଣୀୟ କରିବାକୁ ଜୀବନବ୍ୟାପି ସଞ୍ଚିତ ପୁଞ୍ଜି ଟଙ୍କାକୁ ସ୍ୱାସ୍ଥ୍ୟ ସେବାର ବିକାଶରେ ବିନିଯୋଗ କରିବେ।
ଏଥିପାଇଁ ସେ ନିଜ ଜୀବନବ୍ୟାପୀ ସଞ୍ଚୟରୁ ୩.୪ କୋଟି ଟଙ୍କା ଭୁବନେଶ୍ଵର ଏମ୍ସକୁ ଦାନ କରିବେ ବୋଲି ସୂଚନା ମିଳିଛି। ମହିଳାଙ୍କ କର୍କଟ ରୋଗ ଚିକିତ୍ସା ସେବାକୁ ସୁଦୃଢ଼ କରିବା ପାଇଁ ସେ ଏହି ଅର୍ଥ ଦାନ କରିବେ।
ଏହି ଅନୁଦାନ ଏମ୍ସ ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର ‘ଗାଇନୋକୋଲୋଜିକାଲ୍ ଅଙ୍କୋଲୋଜି ପ୍ରୋଗ୍ରାମ୍’ ସ୍ଥାପନ କରିବାରେ ସାହାଯ୍ୟ କରିବ ବୋଲି ଡାକ୍ତର ଲକ୍ଷ୍ମୀ ଆଶାପ୍ରକାଶ କରିଛନ୍ତି।
ଡିସେମ୍ବର ୫, ୧୯୨୬ରେ ଜନ୍ମଗ୍ରହଣ କରିଥିଲେ କେ. ଲକ୍ଷ୍ମୀବାଇ। ୧୯୪୫ ବ୍ୟାଚ୍‌ରେ କଟକ ଏସ୍‌ସିବି ମେଡିକାଲ କଲେଜର ପ୍ରଥମ ଏମ୍‌ବିବିଏସ୍ ବ୍ୟାଚ୍‌ର ଛାତ୍ରୀ ଥିଲେ। ୧୯୫୦ରେ ଡାକ୍ତରୀ ଡିଗ୍ରୀ ହାସଲ ପରେ ସେ ମାଡ୍ରାସ ମେଡିକାଲ୍ କଲେଜରୁ ପ୍ରସୂତି ଏବଂ ସ୍ତ୍ରୀ ରୋଗରେ ଊଏଙ ଏବଂ ଗଊ ଡିଗ୍ରୀ ହାସଲ କରିଥିଲେ।
ସେ ଆମେରିକାର ଜନ୍ସ ହପକିନ୍ସ ହସ୍ପିଟାଲ୍‌ରୁ ଗଚଐ ଡିଗ୍ରୀ ମଧ୍ୟ ଲାଭ କରିଥିଲେ। ୧୯୫୦ରେ ସୁନ୍ଦରଗଡ଼ ସରକାରୀ ଡାକ୍ତରଖାନାରୁ ତାଙ୍କର ବୃତ୍ତିଗତ ଯାତ୍ରା ଆରମ୍ଭ ହୋଇଥିଲା ଏବଂ ସେ ୧୯୮୬ରେ ଗକଉଏ ମେଡିକାଲ୍ କଲେଜ, ବ୍ରହ୍ମପୁରରୁ ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗର ପ୍ରଫେସର ଭାବରେ ଅବସର ନେଇଥିଲେ।
ତେବେ ସ୍ୱାସ୍ଥ୍ୟସେବାରେ ଉଲ୍ଲେଖନୀୟ କାର‌୍ୟ୍ୟ ପାଇଁ ସେ ଭାରତଜ୍ୟୋତି ଆୱାର୍ଡ, ଇଣ୍ଟରନ୍ୟାସ୍ନାଲ ଫ୍ରେଣ୍ଡସିପ୍ ସୋସାଇଟି ଆୱାର୍ଡ ଏବଂ ବେଷ୍ଟ୍ ସିଟିଜେନ୍ ଅଫ୍ ଇଣ୍ଡିଆ ଆୱାର୍ଡ ପାଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031