Indus Valley Times

ନବରଙ୍ଗପୁର ମହିଳାଙ୍କୁ କେବେ ମିଳିବ ଆବାସ ଗୃହ

 Breaking News

ନବରଙ୍ଗପୁର ମହିଳାଙ୍କୁ କେବେ ମିଳିବ ଆବାସ ଗୃହ

August 27
11:45 2021

ସୁଶାନ୍ତ କୁମାର ବେହେରାଙ୍କ ରିପୋର୍ଟ

ନବରଙ୍ଗପୁର,୨୭/୮: ବୟସର ଅପରାହ୍ନରେ ବର୍ଦ୍ଧିତ ଭତ୍ତା ଏବଂ ରହିବା ପାଇଁ ଆବାସ ଯୋଜନାରେ ଗୋଟିଏ ଘର ମିଳିବ ବୋଲି ଆଶା ଆଉ ଅପେକ୍ଷାରେ ବୟସ୍କା ମହିଳା ।
ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଅଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ସାଦରମାହକୁମା ପଂଚାୟତର ଖଣ୍ଡିଆ ଗୁଡା ଗ୍ରାମରେ, ଏହି ଗ୍ରାମରେ ବସବାସ କରୁଥିବା ୮୫ବର୍ଷ ବୟସ ର ବୃଦ୍ଧ ମହିଳା ଆଶାଏ ଜାନୀଙ୍କ ଦୁଃଖ କହିଲେ ନସରେ, ବୃଦ୍ଧ ବିଧବା ମହିଳା ଏକୁଟିଆ ଭଙ୍ଗା ଦଦରା ଘରେ ରହି ନିଜ ଜୀବନ କାଟୁଥିବା ବେଳେ ଆଜିପର‌୍ୟ୍ୟନ୍ତ ଘରଟିଏ ପାଇଁ କହି କହି ବୟସ ଆସି ଅପରାହ୍ନ ରେ ପହଂଚି ସାରିଲାଣି ଆବାସ ଯୋଜନା ରେ ଘରଟିଏ ମିଳିଲାନି, ବର୍ଦ୍ଧିତ ଭତ୍ତା ମଧ୍ୟ ହେଲାନାହିଁ, ସରକାରଙ୍କ ତରଫରୁ ଅନ୍ନପୂର୍ଣ୍ଣା ଯୋଜନା ରେ ଚାଉଳ ମିଳୁଥିଲା ତାହା ବି ଗତ ଡିସେମ୍ବର ମାସଠୁ ବନ୍ଦ କରିଦେଲେ କହିବା ପାଇଁ ଏହି ପରିଣତ ବୟସରେ କାହା ପାଖକୁ ଯିବି ବୋଲି ଲୁହାଭରା କଣ୍ଠରେ କହିଛନ୍ତି ଅସକ୍ଷଏ ଜାନି । ରାତି ହେଲେ ଘର ଭିତରୁ ଜହ୍ନ ଦେଖାଦେଉଛି ବର୍ଷା ହେଲେ ଘର ଭିତରେ ପାଣି ଗଳୁଛି ବିପଦ ପୂର୍ଣ୍ଣ ଅବସ୍ଥାରେ ବିତୁଛି ଜୀବନ । ତତ୍କାଳୀନ ବିଡ଼ିଓ ଙ୍କ ଦୃଷ୍ଟି ରେ ପଡ଼ିଥବା ପରେ ସେ ଅନ୍ନପୂର୍ଣ୍ଣା ଯୋଜନା ରେ ୧୦କିଲୋ ଚାଉଳ ଯୋଗାଇ ଦେଉଥିଲେ, ବିଡ଼ିଓ ଙ୍କ ବଦଳି ପରେ ଡ଼ିସେମ୍ବର ମାସ ପରେ ଆଉ ଚାଉଳ ଦେବା ବନ୍ଦ କରିଦେଲେ । ଘରପାଇଁ ପଞ୍ଚାୟତ ରେ ୨୦ ବର୍ଷ ହେଲା ଗୁହାରି କରୁଛନ୍ତି କିଏ ଶୁଣୁ ନାହାନ୍ତି। ଏ ନେଇ ତେନ୍ତୁଳିଖୁଣ୍ଟି ଭାରପ୍ରାପ୍ତ ବ୍ଲକ ଯୋଗାଣ ଅଧିକାରୀ ରାଜେଶ ଶବର ଙ୍କୁ ଯୋଗାଯୋଗ କରିବାରୁ ପୁନର୍ବାର ଅନ୍ନପୂର୍ଣ୍ଣା ଯୋଜନା ରେ ୧୦ କିଲୋ ଚାଉଳ ମାଗଣା ରେ ଯୋଗାଇ ଦେବାକୁ ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି ଜ୍ଝ ବର୍ଦ୍ଧିତ ଭତ୍ତା ଏବଂ ଆବାସ ଯୋଜନାରେ ଘର କେବେ ମିଳିବ ଦେଖିବାକୁ ବାକି ରହିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031