Indus Valley Times

ଭଲ ନ ଲାଗିବାରୁ ରୋଷ ଘର ଚୁଲି ଭାଙ୍ଗିଥିଲେ ଅଭିଯୁକ୍ତ

 Breaking News

ଭଲ ନ ଲାଗିବାରୁ ରୋଷ ଘର ଚୁଲି ଭାଙ୍ଗିଥିଲେ ଅଭିଯୁକ୍ତ

ଭଲ ନ ଲାଗିବାରୁ ରୋଷ ଘର ଚୁଲି ଭାଙ୍ଗିଥିଲେ ଅଭିଯୁକ୍ତ
April 06
15:13 2022

ପୁରୀ, ୬/୪: ଶ୍ରୀମନ୍ଦିର ରୋଷ ଘରେ ପଶି ଚୁଲିଭଙ୍ଗା ଘଟଣାର ପର୍ଦ୍ଦାଫାସ । ପୁରୀ ଏସ୍ପି କନୱର ବିଶାଲ ସିଂ ଏନେଇ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ତାଙ୍କ ନାଁ ଜଗନ ମହାପାତ୍ର । ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଦେଉଳି ଗାଁରେ । ବୁଧବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ।
ଶ୍ରୀମନ୍ଦିରରେ ଏଭଳି କାଣ୍ଡ ଭିଆଇଥିବା ସ୍ୱୀକାର କରିଛି ଅଭିଯୁକ୍ତ । ତେବେ କାହିଁକି ଏଭଳି କଲେ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଯେତିକି ଜଣାପଡିଛି ଅଭିଯୁକ୍ତ କହିଛି ଯେ, ଭଲ ଲାଗିଲାନି ବୋଲି ଚୂଲି ଭାଙ୍ଗିଦେଲି ।
ଆଗକୁ ଅଭିଯୁକ୍ତର ମାନସିକ ସ୍ଥିତି ଯାଞ୍ଚ କରାଯିବ । ଆବଶ୍ୟକ ପଡିଲେ ରିମାଣ୍ଡରେ ଅଣାଯାଇପାରେ । ଏହାସହ ଲାଏ ଡିଟେକ୍ସନ ଟେଷ୍ଟ ମଧ୍ୟ କରାଯାଇପାରେ ବୋଲି ଏସପି କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଧରାପଡ଼ିଥିବା ଅଭିଯୁକ୍ତକୁ ଶନିବାର ରାତିରେ ସିଂହଦ୍ୱାର ଦେଇ ବାହାରକୁ ଛାଡ଼ି ଦିଆଯାଇଥିଲା । ଚୁଲି ଭଙ୍ଗା ଘଟଣା ରବିବାର ବିବାଦୀୟ ମୋଡ଼ ନେବା ପରେ ପ୍ରଶାସନର ଚେତା ପଶିଲା ।
ସିସିଟିଭି କ୍ୟାମେରାରୁ ଚିହ୍ନଟ ଏହି ଲୋକକୁ ଖୋଜା ଚାଲିଥିଲା । ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ଏସ୍ପି କେ ବିଶାଳ ସିଂହ ଶ୍ରୀମନ୍ଦିର ପରିଦର୍ଶନ କରିଥିଲେ ।
ସିସିଟିଭି କ୍ୟାମେରାରେ ଚିହ୍ନଟ ଅଭିଯୁକ୍ତଙ୍କ ସମ୍ପର୍କରେ ଅତିରିକ୍ତ ତଥ୍ୟ ସଂଗ୍ରହ କରିଥିଲେ । ଶନିବାର ଶୋଧବେଳେ ଠାବ ହୋଇଥିବା ଏହି ଲୋକଙ୍କୁ ଶ୍ରୀମନ୍ଦିର ସରସ୍ୱତୀ ମନ୍ଦିର ସାମ୍ନାରୁ ଜେଟିପି ଠାବ କରିଥିଲା ।
ତାକୁ ଧରି ନେଇ ତିନି ଜଣ ଜେଟିପି ବାଇଶି ପାହାଚ ଦେଇ ସିଂହଦ୍ୱାର ପଟେ ଛାଡିଥିଲେ । ଏହି ୩ ଜଣ ଜେଟିପିଙ୍କ ଠାରୁ ଚିହ୍ନଟ ବ୍ୟକ୍ତି କେମିତି ଦେଖାଯାଆନ୍ତି, ସେବକ କି ନୁହେଁ ତାହା ନେଇ ରବିବାର ଦିନ ତଥ୍ୟ ନେଇଥିଲା ତଦନ୍ତକାରୀ ପୁଲିସ ।
ରାତି ୯ଟା ୧୯ ମିନିଟରେ ଚିହ୍ନଟ ଅଭିଯୁକ୍ତକୁ ପୋଲିସ ଧରିଥିବାର ସୂଚନା ଦେଇଛି । ସୋମବାର ସିଂହଦ୍ୱାର ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୁଲି ଭଙ୍ଗା ଘଟଣାର ଏତଲା ହୋଇଥିଲା ।
ପୁ୍ଲିସ ଆଇପିସିର ୪୨୭, ୨୯୫, ୨୯୫(କ), ଶ୍ରୀମନ୍ଦିର ପ୍ରଶାସନ ଆଇନ୍ ସେକ୍ସନ ୩୦(କ) ୪(ବି)ରେ ୨୩/୨୨ ନଂ ମାମଲା ରୁଜୁ କରିଛି ।

Tags
Share

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031