Indus Valley Times

ଭଲ ପାଉଥିଲେ ବୋଲି, ଏକସଙ୍ଗେ ଛାଡ଼ିଦେଲେ ଦୁନିଆ

 Breaking News

ଭଲ ପାଉଥିଲେ ବୋଲି, ଏକସଙ୍ଗେ ଛାଡ଼ିଦେଲେ ଦୁନିଆ

March 24
11:21 2023

ମାଲକାନଗିରି,୨୪/୩: ଶୁକ୍ରବାର ସକାଳେ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ତାମସା ଗାଁ ନିକଟ ଜଙ୍ଗଲରେ। ମୃତକଦ୍ୱୟ ହେଲେ ନବୀନ ମାଡକାମୀ ଓ ନନ୍ଦେ ମାଡକାମୀ। ଉଭୟଙ୍କ ବୟସ ୧୮ ବର୍ଷରୁ ଅଧିକ ବୋଲି ଜଣାଯାଇଛି।
ସୂଚନା ଅନୁଯାୟୀ ଦୀର୍ଘ ଦିନ ହେବ ନବୀନ ଓ ନନ୍ଦେଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା ବେଳେ ଉଭୟଙ୍କ ପରିବାର ଲୋକେ କିନ୍ତୁ ଏଥିରେ ରାଜି ନ ଥିଲେ।
ଏପରିକି ନନ୍ଦେଙ୍କ ପରିବାର ଲୋକେ ଝିଅର ଅନ୍ୟତ୍ର ବାହାଘର ଠିକ୍ କରିଥିଲେ। ଗୁରୁବାର ନନ୍ଦେଙ୍କର ବାହାଘର ହୋଇଥାନ୍ତା। କିନ୍ତୁ ଏହାକୁ ଗ୍ରହଣ କରିପାରିଲେନି ନବୀନ ଓ ନନ୍ଦେ। ଏଣୁ ସେଦୁହେଁ ସାଙ୍ଗହୋଇ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ।
ଉଭୟେ ଦୁଇ ଦିନ ତଳେ ଘରୁ ଚାଲିଯାଇଥିଲେ। ସେଦୁହିଁଙ୍କୁ ଉଭୟ ପରିବାର ଲୋକେ ଖୋଜାଖୋଜି କରି ନିରାଶ ହୋଇଥିଲେ। ହେଲେ ଆଜି ସକାଳେ ପ୍ରେମୀଯୁଗଳଙ୍କ ମୃତଦେହ ଠାବ ହୋଇଥିଲା। ଉଭୟେ ବିଷପିଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ଘଟଣାସ୍ଥଳରେ ମାଲକାନଗିରି ଥାନା ପୁଲିସ ପହଞ୍ଚି ଣବ ଜବତ କରିଛି। ଏଣେ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031