Indus Valley Times

ଭାଇଚାରର ପର୍ବ ଇଦ୍ ଉଲ୍ ଫିତର, ମସଜିଦରେ ନମାଜ ପାଠ ସହ ପର୍ବ ପାଳନ

 Breaking News

ଭାଇଚାରର ପର୍ବ ଇଦ୍ ଉଲ୍ ଫିତର, ମସଜିଦରେ ନମାଜ ପାଠ ସହ ପର୍ବ ପାଳନ

ଭାଇଚାରର ପର୍ବ ଇଦ୍ ଉଲ୍ ଫିତର, ମସଜିଦରେ ନମାଜ ପାଠ ସହ ପର୍ବ ପାଳନ
April 11
10:57 2024

ଭୁବନେଶ୍ବର, ୧୧/୪: ଆନନ୍ଦ ଉତ୍ସାହର ସହ ଆଜି ପାଳିତ ହେବ ଇଦ୍-ଉଲ-ଫିତର। କଟକସ୍ଥିତ ଅଞ୍ଜୁମନ ଇସଲାମିୟା ଚାନ୍ଦ କମିଟି ଆଜି ଇଦ୍ ପାଳନ ପାଇଁ ନିଷ୍ପତ୍ତି ନେଇଥିଲା।
ଇଦ୍ ନେଇ ଭାଇଚାରର ସହର କଟକରେ ଇସଲାମ ଧର୍ମାବଲମ୍ବୀଙ୍କ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ବିଭିନ୍ନ ମସଜିଦରେ ସମୂହ ନମାଜ ପାଠ ପଢିବା ପାଇଁ ପ୍ରସ୍ତୁତି କରାଯାଇଛି।
ନିଷ୍ଠାର ସହ ପୂରା ମାସ ପବିତ୍ର ରୋଜା ବା ଉପବାସ ପାଳିଥିଲେ ଇସଲାମ ଧର୍ମାବଲମ୍ବୀ। ଅନ୍ୟପକ୍ଷରେ ଭଦ୍ରକ ସହରରେ ବି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ସୂଚନାଯୋଗ୍ୟ, ମଙ୍ଗଳବାର ଆକାଶରେ ଚାନ୍ଦ(ଚନ୍ଦ୍ର) ଦେଖାନଯିବା କାରଣରୁ ଗୁରୁବାର ଇଦ୍ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଇସଲାମିକ ପରମ୍ପରା ଅନୁସାରେ, ଇଦ୍ ପର୍ବ ପାଳନ ପାଇଁ ଚାନ୍ଦ ଦୃଶ୍ୟମାନ ହେବା ଜରୁରୀ । ଯଦି ପବିତ୍ର ରମଜାନ୍ ମାସର ୨୯ତମ ଦିନରେ ଚାନ୍ଦ ଦୃଶ୍ୟମାନ ନହୁଏ ତା’ହେଲେ ୩୦ତମ ଦିନ ଉପବାସ କରାଯାଏ ଓ ତା’ର ପରଦିନ ଇଦ୍ ଉଲ-ଫିତର ପାଳନ କରାଯାଏ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031