Indus Valley Times

ଭାଇରାଲ୍ ହେଲା ଶ୍ରୀମନ୍ଦିର ଗର୍ଭଗୃହ ଫଟୋ, ସଂପୃକ୍ତ ଯୁବକଙ୍କ ନାମରେ ସିଂହଦ୍ୱାର ଥାନାରେ ଏତଲା

 Breaking News

ଭାଇରାଲ୍ ହେଲା ଶ୍ରୀମନ୍ଦିର ଗର୍ଭଗୃହ ଫଟୋ, ସଂପୃକ୍ତ ଯୁବକଙ୍କ ନାମରେ ସିଂହଦ୍ୱାର ଥାନାରେ ଏତଲା

ଭାଇରାଲ୍ ହେଲା ଶ୍ରୀମନ୍ଦିର ଗର୍ଭଗୃହ ଫଟୋ, ସଂପୃକ୍ତ ଯୁବକଙ୍କ ନାମରେ ସିଂହଦ୍ୱାର ଥାନାରେ ଏତଲା
November 20
16:16 2022

ପୁରୀ, ୨୦/୧୧: ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦାୟର କରାଯାଇଥିବାର ଖବର ମିଳିଛି। ଏଣେ ଗତକାଲି ଏକାଦଶୀ ମହାସଂଘ ପକ୍ଷରୁ ୟୁଟ୍ୟୁବର ଯୁବକଙ୍କ ବିରୋଧରେ ଏତଲା ଦିଆଯାଇଥିଲା। ଏହାକୁ ନେଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିରର ସବୁଠୁ ସମ୍ବେଦନଶୀଳ ଅଞ୍ଚଳ କୁହାଯାଉଥିବା ଗର୍ଭଗୃହର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଏହାକୁ ଆକାଶ ଚୌଧୁରୀ ନାମକ ଜଣେ ବ୍ୟକ୍ତି ଫେସବୁକ୍ ପେଜରେ ଭାଇରାଲ କରିଛନ୍ତି। ସେ ଗର୍ଭଗୃହର ଫଟୋ ସହିତ ଦର୍ଶନ ପାଇଁ ଯାଉଥିବା ବେଳର ଭିଡିଓ ନିଜ ଫେସବୁକ୍ ପେଜ୍ରେ ଅପଲୋଡ କରିଛନ୍ତି।
ଗୁପ୍ତ କ୍ୟାମେରା କିମ୍ବା ମୋବାଇଲରେ ଭିଡିଓ ସୁଟିଂ କରାଯାଇଥିବା ଅନୁମାନ କରାଯାଉଛି। ତେବେ ଆକାଶ ଚୌଧୁରୀଙ୍କ ଫେସବୁକ୍ ପେଜ୍ ବଙ୍ଗଳା ଭାଷାରେ ଲେଖାଯାଇଛି। ତେଣୁ ସେ ପଶ୍ଚିମବଙ୍ଗ ନିବାସୀ ବୋଲି ଅନୁମାନ କରାଯାଉଛି। ଆକାଶ ଜଣେ ୟୁ-ଟ୍ୟୁବର ବୋଲି ଅନୁମାନ କରାଯାଉଛି।
ସୂଚନାଯୋଗ୍ୟ, ଅତୀତରେ ମଧ୍ୟ ଶ୍ରୀମନ୍ଦିର ଭିତରର ଅନେକ ଫଟୋ ଓ ଭିଡିଓ ଭାଇରାଲ ହୋଇଥିଲା। ପୂର୍ବରୁ ୨୦୧୭ ମସିହାରେ ପ୍ରଥମ ଥର ଗର୍ଭଗୃହ ଫଟୋ ଭାଇରାଲ୍ ହୋଇଥିଲା। ଏହା ଗର୍ଭଗୃହର ଦ୍ବିତୀୟ ଭାଇରାଲ୍ ଘଟଣା ବୋଲି ସେବାୟତମାନେ ମତ ଦେଇଛନ୍ତି। ଏହାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ର୍ରିୟା ପ୍ରକାଶ ପାଇଛି।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031