Legatus

ଭାବବିହ୍ୱଳ ହେଲେ ରାଷ୍ଟ୍ରପତି: କହିଲେ- ଏ ମାଟି ଚାଲିବା ଶିଖାଇଛି, ଦୌଡିବା ଶିଖାଇଛି ଓ ଉଡିବା ଶିଖାଇଛି

 Breaking News

ଭାବବିହ୍ୱଳ ହେଲେ ରାଷ୍ଟ୍ରପତି: କହିଲେ- ଏ ମାଟି ଚାଲିବା ଶିଖାଇଛି, ଦୌଡିବା ଶିଖାଇଛି ଓ ଉଡିବା ଶିଖାଇଛି

ଭାବବିହ୍ୱଳ ହେଲେ ରାଷ୍ଟ୍ରପତି: କହିଲେ- ଏ ମାଟି ଚାଲିବା ଶିଖାଇଛି, ଦୌଡିବା ଶିଖାଇଛି ଓ ଉଡିବା ଶିଖାଇଛି
May 04
21:55 2023

ରାଇରଙ୍ଗପୁର,୪/୫: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଧିଷ୍ଠିତ ହେବା ପରେ ପ୍ରଥମଥର ପାଇଁ ତିନିଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଛନ୍ତି। ଆଜି
ଜନ୍ମମାଟି ରାଇରଙ୍ଗପୁରରେ ପହଞ୍ଚିବା ପରେ ତାଙ୍କୁ ରାଜକୀୟ ସ୍ବାଗତ କରାଯାଇଛି। ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ଦ୍ରୌପଦୀ ଯୋଗ ଦେଇଥିବାବେଳେ ରାଇରଙ୍ଗପୁର ପୌରପାଳିକା ପକ୍ଷରୁ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଭାବବିହ୍ୱଳ ହୋଇପଡିଥିଲେ ରାଷ୍ଟ୍ରପତି ।ଜ୍ଝ
ରାଇରଙ୍ଗପୁରବାସୀଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ ଯେ, ‘ଆଜି ମୁଁ ଯାହା ପାଇଛି, ତାହା ଆପଣମାନଙ୍କ ପାଇଁ ପାଇଛି। ମୋର ଜନ୍ମ ଉପରବେଡ଼ାରେ। ହେଲେ ଦ୍ବିତୀୟ ଜନ୍ମ ହୋଇଥିଲା ରାଇରଙ୍ଗପୁରରେ। ବାପାମାଆଙ୍କ ପ୍ରେରଣା ପାଇ ମୁଁ ପାଠ ପଢ଼ିଥିଲି। ସେମାନେ ପାଠର ମୂଲ୍ୟ ବୁଝିଥିଲେ ବୋଲି ମୋତେ ସେ ସୁାଯୋଗ ଦେଲେ। ଫଳରେ ଚାକିରି କରିବାର ସୁଯୋଗ ମିଳିଲା।
ଚାକିରି ଛାଡ଼ି ସ୍ବେଚ୍ଛାକୃତ ଶିକ୍ଷକତା କଲି। ସମୟ ବହୁତ ବଳବାନ। ବୋଧହୁଏ ସେଇଥି ପାଇଁ ମୁଁ ରାଜନୀତିକୁ ଆସିଲି। ପ୍ରଥମେ ରାଇରଙ୍ଗପୁର ମ୍ୟୁନିସିପାଲିଟିର କାଉନ୍ସିଲର ଏବଂ ପରେ ଉପାଧ୍ୟକ୍ଷ ହେଲି। କାର୍ଯ୍ୟକାଳକୁ ୩ ବର୍ଷ ପୂରି ନଥିଲା ବେଳେ ଆପଣମାନେ ମୋତେ ବିଧାନସଭା ପଠାଇଲେ। ମୁଁ ଯାହା କିଛି ହୋଇଛି ଏ ମାଟି ପାଇଁ ହୋଇଛି।
ଏ ମାଟି ପାଖରେ ସବୁଦିନ ଋଣୀ ହୋଇ ରହିବି। ସେ ଋଣ ଶୁଝିବାକୁ ଚେଷ୍ଟା କରୁଛି। ହେଲେ କେବେ ଶୁଝିପାରିବି ନାହିଁ। ଏ ମାଟିର ନାଁ କେତେ ଉପରକୁ ନେବି, ସେକଥା ମୁଁ ଜାଣିନି। ହେଲେ ମୋ ମାଟିକୁ କେବେ ବଦନାମ କରିବିନି’।
ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନିଜ ଜନ୍ମମାଟିକୁ ଆସୁଥିବା ବେଳେ ବିଭିନ୍ନ ମହଲରେ ଉତ୍ସାହ ଦେଖିବାକୁ ମିଳିଥିଲା। ତାଙ୍କୁ ରାଜକୀୟ ସ୍ବାଗତ କରାଯାଇଥିଲା। ଏକାଧିକ ସ୍ଥାନରେ ଆଦିବାସୀ ମହିଳା ଓ ପୁରୁଷମାନେ ପାରମ୍ପରିକ ପୋଷାକ ପିନ୍ଧି ବାଦ୍ୟର ତାଳେ ତାଳେ ନୃତ୍ୟ କରିଥିଲେ।
ଚାରିଆଡ଼େ ଉତ୍ସବର ମାହୋଲ ଥିବା ବେଳେ ମାଦଳ ଓ ଘଣ୍ଟଘଣ୍ଟିର ଶବ୍ଦରେ ରାଇରଙ୍ଗପୁର ଅଞ୍ଚଳର ଗଗନପବନ ପ୍ରକମ୍ପିତ ହୋଇ ଉଠିଥିଲା। ସୁରକ୍ଷା ଦୃଷ୍ଟିରୁ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ବେଳେ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସେହିପରି ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଓ ଦମକଳ ବାହିନୀ ମୁତୟନ ହୋଇଥିବା ଦେଖିବାକୁ ମିଳିଥିଲା। ଉଲ୍ଲେଖ ଥାଉକି ରାଷ୍ଟ୍ରପତି ଆଜି ରାଇରଙ୍ଗପୁରସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ରାତ୍ରିଯାପନ କରିବେ।
ଆସନ୍ତାକାଲି ସକାଳ ୯ଟା ୧୫ ମିନିଟ୍ରେ ହେଲିକ୍ୟାପ୍ଟରରେ ଯଶିପୁର ଯିବେ। ସେଠାରୁ ସ୍ବତନ୍ତ୍ର ଗାଡ଼ି ଯୋଗେ ଶିମିଳିପାଳ ଅଭୟାରଣ୍ୟ ଭ୍ରମଣରେ ବାହାରିବେ। ଅପରାହ୍ନ ୪ଟା ୪୦ ମିନିଟ୍ରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଯଶିପୁରରୁ ଉଡ଼ାଣ ଭରି ବାରିପଦା ଅଭିମୁଖେ ଯିବେ। ଅତିଥି ଭବନରେ ରାତ୍ରିଯାପନ କରି ଶନିବାର ଦିନ ତପତପୁରସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31