Indus Valley Times

ଭାରତ ଆରକ୍ଷୀ ବାହିନୀ ବୌଦ୍ଧ ଜିଲ୍ଲା ବଲାସିଙ୍ଘା ସ୍ଥିତ “ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ଏକ ‘ ସ୍ୱଚ୍ଛ ଭାରତ ଅଭିଯାନ ‘ କାର୍ଯ୍ୟକ୍ରମର ଶୁଭାରମ୍ଭ

 Breaking News

ଭାରତ ଆରକ୍ଷୀ ବାହିନୀ ବୌଦ୍ଧ ଜିଲ୍ଲା ବଲାସିଙ୍ଘା ସ୍ଥିତ “ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ଏକ ‘ ସ୍ୱଚ୍ଛ ଭାରତ ଅଭିଯାନ ‘ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭାରତ ଆରକ୍ଷୀ ବାହିନୀ ବୌଦ୍ଧ ଜିଲ୍ଲା ବଲାସିଙ୍ଘା ସ୍ଥିତ “ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ଏକ ‘ ସ୍ୱଚ୍ଛ ଭାରତ ଅଭିଯାନ ‘ କାର୍ଯ୍ୟକ୍ରମର ଶୁଭାରମ୍ଭ
October 02
11:15 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨/୧୦: ଭାରତ ଆରକ୍ଷୀ ବାହିନୀ , ବୌଦ୍ଧ ଆନୁକୁଲ୍ୟରେ, ବୌଦ୍ଧ ଜିଲ୍ଲା ବଲାସିଙ୍ଘା ସ୍ଥିତ “ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ଏକ ‘ ସ୍ୱଚ୍ଛ ଭାରତ ଅଭିଯାନ ‘ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଅଛି ।
ଏହି ମହାନ୍ କାର୍ଯ୍ୟରେ, ଦୁର୍ଗ ର ଦୂର୍ଗପତି ଶ୍ରୀ ଦୁର୍ବାସା ନାୟକ ମହୋଦୟ, ଉପ – ଦୁର୍ଗପତି ଶ୍ରୀ ଗୋପବନ୍ଧୁ ତ୍ରିପାଠୀ, ଉପ – ଦୁର୍ଗପତି ଶ୍ରୀ ଶ୍ରଦ୍ଧାକର ଧାରୁଆ, ଉପ- ଦୁର୍ଗପତି ଶ୍ରୀ ବେଲାର ମେହେର , ସହାୟକ ଦୁର୍ଗପତି ଶ୍ରୀ ନଗେଶ ଜେନା, ସହାୟକ ଦୁର୍ଗପତି ଶ୍ରୀ ରଙ୍କନିଧି ଜାନି ଏବଂ ଅନ୍ୟ ଅଫିସର ବୃନ୍ଦ, ହାବିଲଦାର ଓ ଯବାନମାନେ ଯୋଗ ଦେଇଥିଲେ ।
ଏଇ ସ୍ୱଚ୍ଛ ଭାରତ ଅଭିଯାନ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୁର୍ଗ ପରିସରର ଚତୁର୍ଦ୍ଦିଗ ଅଞ୍ଚଳରେ ଏକ ସ୍ୱଚ୍ଛ ପରିବେଶ, ଏକ ସୁସ୍ଥ ବାତବରଣ ଏବଂ ଏକ ସୁନ୍ଦର୍ ପାରିପାର୍ଶ୍ବିକ ଅବସ୍ଥିତି ସୃଷ୍ଟି କରିବା ଏକ ମୂଲ ଲକ୍ଷ୍ୟ ଅଟେ ।
ଏହି ପରିପ୍ରେକ୍ଷୀରେ, ଦୁର୍ଗ ର ଦୁର୍ଗପତି ଶ୍ରୀ ଦୁର୍ବାସା ନାୟକ ମହୋଦୟ ଏକ ବାର୍ତ୍ତା ଦେଇଛନ୍ତି, ” To Live and Let Live” ଅର୍ଥାତ୍ ନିଜେ ସୁସ୍ଥ ତଥା ନିରୋଗୀ ଜୀବନ ଯାପନ କରିବା ସହ ଅନ୍ୟ ମାନଙ୍କୁ ମଧ୍ୟ ନିରୋଗୀ ଜୀବନ ବଞ୍ଚିବାରେ ସହାୟକ ହେବା ।
କେବଳ ମଣିଷ ନୁହେଁ, ପଶୁ ପକ୍ଷୀ କୀଟ ପତଙ୍ଗ ଆଦି ସମସ୍ତଙ୍କର ଏକ ସୁସ୍ଥ ପରିବେଶରେ ବଞ୍ଚିବାର ଅଧିକାର ଅଛି । ଏହା ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କର ଏକ ବଡ଼ ସ୍ବପ୍ନ ଥିଲା, ” ପରିଷ୍କାର, ପରିଚ୍ଛନ୍ନ, ସୁସ୍ଥ ତଥା ଏକ ସ୍ୱଚ୍ଛ ଭାରତବର୍ଷ” । କାରଣ, ସ୍ୱଚ୍ଛ ପରିବେଶ ହିଁ ଏକ ସୁସ୍ଥ ସମାଜର ପରିଚାୟକ । ଆମେ ସମସ୍ତେ ଜାଣିଛେ, ସ୍ବାସ୍ଥ୍ୟ ହିଁ ସମ୍ପଦ ।
ନିଜ ନିଜର ପାରିପାର୍ଶ୍ବିକ ଅବସ୍ଥା ଏବଂ ସ୍ବାସ୍ଥ୍ୟ ରକ୍ଷା ପାଳନ କରିବା ଆମ ସମସ୍ତଙ୍କର ମୂଳମନ୍ତ୍ର ହେବା ଉଚିତ୍ । ଏ ଦିଗରେ, ଜନସଚେତନତା ସୃଷ୍ଟି କରିବା ନିତାନ୍ତ ଆବଶ୍ୟକ ଅଟେ । ତାହେଲେ ଯାଇ, ସର୍ବତ୍ର ଏକ ସ୍ୱଚ୍ଚ ଭାରତ ବର୍ଷ ର ସ୍ବପ୍ନ ପୂର୍ଣ୍ଣାଙ୍ଗ ହୋଇ ପାରିବ ଯାହା କି,ବାପୁଜୀ ଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବା ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031