Indus Valley Times

ଭାରତ ବନ୍ଦକୁ ସମର୍ଥନ କରିବେ ୧୮ ପ୍ରମୁଖ ରାଜନୈତିକ ଦଳ

 Breaking News

ଭାରତ ବନ୍ଦକୁ ସମର୍ଥନ କରିବେ ୧୮ ପ୍ରମୁଖ ରାଜନୈତିକ ଦଳ

December 07
22:04 2020

ଭୁବନେଶ୍ବର,୭/୧୨: ମଙ୍ଗଳବାର ଦିନ ଭାରତ ବନ୍ଦ । କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ମଙ୍ଗଳବାର ଭାରତ ବନ୍ଦର ଆହ୍ୱାନ ଦେଇଛନ୍ତି ଦେଶର ଶତାଧିକ କୃଷକ ସଂଗଠନ । ଆଉ ଏହି ଭାରତ ବନ୍ଦ ପ୍ରତିବାଦକୁ କଂଗ୍ରେସ ସମେତ ୧୮ଟି ପ୍ରମୁଖ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । ଚାଷୀମାନେ ଚକା ଜାମ କରିବା ଚେତାବନୀ ଦେଇଥିବାରୁ ଆସନ୍ତାକାଲି ପରିବହନ ସେବା ସଂପୂର୍ଣ୍ଣ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । ୬ ବବର୍ଷ ଭିତରେ ପ୍ରଥମ ଥର ପାଇଁ ମୋଦୀ ସରକାର ସବୁଠାରୁ ବଡ଼ ଆନ୍ଦୋଳନକୁ ସାମ୍ନା କରିବାର ବାକୁ ଯାଉଥିବା ଚର୍ଚ୍ଚା ହେଉଛି ।
ମଙ୍ଗଳବାର ସକାଳ ୮ଟାରୁ ଅପରାହ୍ନ ୩ଟା ଯାଏଁ ଗାଡ଼ି ଚଳାଚଳ ବନ୍ଦ ରଖିବାକୁ ଚାଷୀ ସଙ୍ଗଠନ ପକ୍ଷରୁ କୁହାଯାଇଛି । ତେବେ ଭାରତ ବନ୍ଦ ଆନ୍ଦୋଳନରୁ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି। ପରବର୍ତ୍ତୀ ସମୟରେ ଦିନ ୧୧ଟାରୁ ଚକାଜାମ୍ କରାଯିବ ବୋଲି କୁହାଯାଇଛି। ମାତ୍ର ଅନ୍ୟ ଦିନ ଭଳି ସକାଳୁ ଚକାବନ୍ଦ ଓ ରାସ୍ତାରୋକ ହେବାର ଆଶଙ୍କାକୁ ଅସ୍ବୀକାର କରି ହେବନାହିଁ।
ଭାରତ ବନ୍ଦ ବେଳେ ଆମ୍ବୁଲାନ୍ସ ଓ ଜରୁରୀକାଳୀନ ସେବାକୁ ବାଦ୍. ଖୋଲା ରହିବ ଔଷଧ ଦୋକାନ, ଖୋଲିବ ହସ୍ପିଟାଲ, ଜାରି ରହିବ ଚିକିତ୍ସା ସେବା, ବିବାହ ଉତ୍ସବ ଉପରେ ରହିବନି କଟକଣା ।
ସେହିଭଳି ବନ୍ଦ ହେବ କ୍ଷୀର, ଫଳ ଓ ପନିପରିବା ପହଂଚିବାରେ ବାଧା ସୃଷ୍ଟି ହେବ । ସକାଳ ୮ରୁ ଅପରାହ୍ନ ୩ଟା ଯାଏଁ ବନ୍ଦ ରହିବ ଗାଡି ଚଳାଚଳ. ବସ, ଟ୍ରେନ ସେବା ଓ ଟ୍ରକରେ ମାଲ ପରିବହନ ହେବ ପ୍ରଭାବିତ । ପଞ୍ଜାବ, ହରିଆଣା ଓ ରାଜସ୍ଥାନରେ ବନ୍ଦ ରହିବ ସମସ୍ତ ମଣ୍ଡି,କ୍ୟାବ ଓ ଟାକ୍ସି ସଂଗଠନର ସମର୍ଥନ ଯୋଗୁଁ ପ୍ରଭାବିତ ହେବ ସେବା । ଚାଷୀ ଆନ୍ଦୋଳନକୁ କେତେକ ବ୍ୟାଙ୍କ ସଂଗଠନର ସମର୍ଥନ
ତେବେ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରିବାକୁ ଅନୁରୋଧ କରିଛନ୍ତି ଚାଷୀ ସଂଗଠନ । ତେଣୁ ଆସନ୍ତାକାଲି ବନ୍ଦବେଳେ ଜରୁରିକାଳୀନ ସେବାକୁ ବାଦ ଦିଆଯାଇଛି ।

-Sambad

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031