Indus Valley Times

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

 Breaking News

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

November 13
13:02 2020

କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ

ବୌଦ୍ଧ,୧୨/୧୧: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ୫୭ ନମ୍ବର ଜାତୀୟ ରାଜପଥ ରାଧାନଗର ଛକ ନିକଟରେ ଗୁରୁବାର ଦିନ ଅପରାହ୍ନରେ ଏକ କୁଣ୍ଡା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲଲା ।

ମିଳିଥିବା ସୂଚନା ଅନୁଯାୟୀ,ସମ୍ବଲପୁରରୁ କୁଣ୍ଡା ବୋଝେଇ ହୋଇ ଟ୍ରକ ନମ୍ବର ଓଆର୦୨ଟି୩୭୪୫ ନୟାଗଡ ଜିଲ୍ଲା ମାଛିପଡାକୁ ଯାଉଥିବାବେଳେ ରାଧାନଗର ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଗାଡିରେ ଡ୍ରାଇଭର ଓ ହେଲ୍ପର ସମେତ ୨ ଜଣ ଶ୍ରମିକ ଥିଲେ । ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।

ବୌଦ୍ଧ ସେବା ସମବାୟ ସମିତି ପରିସରରେ ଧାନର ମାନ ପରୀକ୍ଷଣ ତାଲିମ ଶିବିର ଅନୁଷ୍ଠିତ

କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ

ବୌଦ୍ଧ,୧୩/୧୧: ଆସନ୍ତା ଖରିଫ ୨୦୧୯ -୨୦ ଧାନ ସଂଗ୍ରହ ପାଇଁ ଚାଷୀଙ୍କୁ ଧାନର ମାନ ପରୀକ୍ଷଣ ତାଲିମ କାର୍ଯ୍ୟକ୍ରମ ବୌଦ୍ଧ ସେବା ସମବାୟ ସମିତି ପରିସରରେ ଗୁରୁବାରୁ ଦିନ ଅନୁଷ୍ଠିତ ହୋଇଯାଇଛି ।

ନିୟନ୍ତ୍ରିତ ବଜାର କମିଟି ବୌଦ୍ଧ ପକ୍ଷରୁ ଆୟୋଜିତ ଏହି ତାଲିମ କେନ୍ଦ୍ରରେ ବୌଦ୍ଧ ସହରାର ପ୍ରାୟ ୫୦ ଜଣ ଚାଷୀ ଯୋଗ ଦେଇଥିଲେ । ସମିତିର ସମ୍ପାଦକ ସତ୍ୟଜିତ କର ତାଲିମର ଆଭିମୁଖ୍ୟ ଉପରେ ସୂଚନା ଦେଇଥିଲେ ।  ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଆଲୋକ କୁମାର ପ୍ରଧାନ, ଗଣେଶ ବେହେରା ଓ ଉମାକାନ୍ତ ପ୍ରଧାନ ଉପସ୍ଥିତ କୃଷକ ମାନଙ୍କୁ ଏଫ.ଏ. କ୍ୟୁ ମାନର ଧାନ କିଭଳି ନିର୍ଦ୍ଧାରଣ କରାଯାଏ ସେ ସମ୍ପର୍କରେ ତାଲିମ ଦେଇଥିଲେ ।

ମେହେର ସୁପରଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ,ଅନୁଗୁଳକୁ ହରାଇ ସମ୍ବଲପୁର ଚମ୍ପିଆନ

କମ୍ଭୁଧର କ୍ଷେତୀଙ୍କ ରିପୋଟ

ବୈାଦ୍ଧ,୧୨/୧୧: ବୈାଦ୍ଧବ୍ଲକ ବାଉଁଶୁଣୀ ଖେଳପଡିଆ ଠାରେ ଛଅ ଦିନ ଧରିଚାଲିଥିବା ମେହେର ସୁପରଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଗୁରୁବାର ଦିନ ଉଦଯାପିତ ହୋଇଯାଇଛି ।

ଗୁରୁବାରର ଫାଇନାଲ ମ୍ୟାଚରେ ଅନୁଗୁଳ ଓ ସମ୍ବଲପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସମ୍ବଲପୁର ଦଳ ବିଜୟ ହୋଇ ଚଳିତ ବର୍ଷର ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି । ତିନି ଗୋଟି ଫର୍ମାଟରେ ଅନୁଷ୍ଠିତ ହୋଇଥିବା ଫାଇନାଲ ମ୍ୟାଚ ପ୍ରଥମ ଫର୍ମାଟରେ ୧୨ ଓଭର ବିଶିଷ୍ଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଥମେ ଅନୁଗୁଳ ଦଳ ବ୍ୟାଟିଙ୍ଗ କରି ୯୫ ରନ ସଂଗ୍ରହ କରିଥିଲେ । ଜବାବରେ ସମ୍ବଲପୁର ଦଳ ୯୬ ରନ ସଂଗ୍ରହ କରି ବିଜୟ ଲାଭ କରିଥିଲେ । ଦ୍ୱିତୀୟ ଫର୍ମାଟ ମ୍ୟାଚ ଛଅ ଓଭର ବିଶିଷ୍ଟ ହୋଇଥିଲା । ଏଥିରେ ସମ୍ବଲପୁର ଦଳ ପ୍ରଥମେ ବ୍ୟାଟିଙ୍ଗ କରି ୬୬ ରନ ସଂଗ୍ରହ କରିଥିବା ବେଳେ ଜବାବରେ ଅନୁଗୁଳ ଦଳ ୩୯ ରନ ସଂଗ୍ରହ କରିଥିଲା । ଫଳରେ ସମ୍ବଲପୁର ଦଳକୁ ବିଜୟି ଘୋଷିତ କରାଯାଇଥିôଲା । ମ୍ୟାଚକୁ ଜିତେନ୍ଦ୍ର ତ୍ରିପାଠି, ଖାନାପୁରୀ ମେହେର ପରିଚାଳନା କରିଥିବା ବେଳେ ଖଗେଶ୍ୱର ମେହେର ସ୍କୋର ଦାୟିତ୍ୱ ତୁଲାଇଥିଲେ ।  ଉଦଯାପନି ଉତ୍ସବରେ ଚମ୍ପିଆନ ସମ୍ବଲପୁର ଦଳକୁ ଟ୍ରଫି ସହିତ ୧୫ ହଜାର ଟଙ୍କା ଓ ଉପବିଜୟତା ଦଳକୁ ଟ୍ରଫି ସହିତ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031