Indus Valley Times

ଭିଜିଲାନ୍ସର ବଡ଼ ଆକ୍ସନ: ୩୦୦ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ପିଇଓ ଗିରଫ

 Breaking News

ଭିଜିଲାନ୍ସର ବଡ଼ ଆକ୍ସନ: ୩୦୦ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ପିଇଓ ଗିରଫ

ଭିଜିଲାନ୍ସର ବଡ଼ ଆକ୍ସନ: ୩୦୦ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ପିଇଓ ଗିରଫ
September 23
20:02 2026

ବରଗଡ଼,୨୩/୯ : ବରଗଡ଼ ଜିଲା କଟାବାହାଲ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କୁ ଗିରିଫ କରିଛି ଭିଜିଲାନ୍ ଟିମ୍ ।
ତାଙ୍କ ଜଣାଶୁଣା ଆୟର ଉତ୍ସ ତୁଳନାରେ ଭିଜିଲାନ୍ସ ୩୦୦ ପ୍ରତିଶତ ଅଧିକ ଆୟବହିର୍ଭୂତ ସମ୍ପତ୍ତି ଠାବ କରିଛି । ଏହାପରେ ବୁଧବାର କୁବେର ପିଇଓଙ୍କୁ ଗିରଫ କରାଯାଇଛି ।
ଗିରଫ ପରେ ତାଙ୍କୁ ବରଗଡ଼ ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ବିଚାରପତିଙ୍କ ପାଖରେ ହାଜର କରାଯାଇଥିଲା। ଏହାପରେ ପିଇଓ ବେହେରାଙ୍କୁ ସ୍ଥାନୀୟ ଜିଲା କାରାଗାରକୁ ପଠାଇ ଦିଆଯାଇଛି ।
ପିଇଓ ବେହେରାଙ୍କ ସ୍ତ୍ରୀଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଥିବା ଭିଜିଲାନ୍ସ ସୂଚନା ଦେଇଛି। ଏ ନେଇ ସମ୍ବଲପୁର ଭିଜିଲାନ୍ସ ଏକ ମାମଲା (ନଂ-୧୭/୨୬) ରୁଜୁ କରିଛି ।
ସୂଚନା ଅନୁଯାୟୀ, ପିଇଓଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା।
ଏହାପରେ ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ବିଚାରପତିଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ମଙ୍ଗଳବାର ଭିଜିଲାନ୍ସ ପିଇଓ ବେହେରାଙ୍କ କାର୍ଯ୍ୟାଳୟ, ପୈତୃକ ଘର, ବାସଭବନ, ମାର୍କେଟ କମ୍ପ୍ଲେକ୍ସ, ଗୋଦାମ ଗୃହ ଆଦି ସ୍ଥାନରେ ଏକକାଳୀନ ଅତର୍କିତ ଚଢ଼ାଉ କରିଥିଲା ।
ତନାଘନା ପରେ ପ୍ରାୟ ୧୪ହଜାର ୫୦୦ ବର୍ଗଫୁଟ୍‌ର ୨ଟି ବହୁତଳୀୟ କୋଠା, ୧ଟି ମାର୍କେଟ୍ କମ୍ପ୍ଲେକ୍ସ, ୧ଟି ଗୋଦାମ, ୩୫ଟି ପ୍ଲଟ୍, ନଗଦ ୩ଲକ୍ଷ ୫ହଜାର ଟଙ୍କା, ୧ଟି ଟ୍ରାକ୍ଟର, ୧ଟି ବୋଲେରୋ, ୩୫ଟି ମୂଲ୍ୟବାନ ପ୍ଲଟ୍, ୪ଟି ଦୁଇଚକିଆ ଯାନ, ୩ଲକ୍ଷ ୭୦ ହଜାର ଟଙ୍କା ମୂଲ୍ୟର ସୁନା ଅଳଙ୍କାର, ଘରୋଇ ସାମଗ୍ରୀ ଆଦି ଠାବ ହୋଇଥିଲା ।
ପିଇଓ ବେହେରା ସମସ୍ତ ସମ୍ପତ୍ତିର ସନ୍ତୋଷଜନକ ହିସାବ ଦେଇପାରି ନଥିଲେ । ଏହାପରେ ଭିଜିଲାନ୍ସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031