Indus Valley Times

ଭିଜିଲାନ୍ସ ଜାଲରେ ଆଇଟିଡିଏଅଧିକାରୀ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ

 Breaking News

ଭିଜିଲାନ୍ସ ଜାଲରେ ଆଇଟିଡିଏଅଧିକାରୀ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ

ଭିଜିଲାନ୍ସ ଜାଲରେ ଆଇଟିଡିଏଅଧିକାରୀ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
January 30
11:30 2025

ଭୁବନେଶ୍ୱର, ୩୦/୧: କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ ଆକ୍ସନ୍ସ ମୁଡକୁ ଆସିଛି । ପୁଣି ଜଣେ ବଡ଼ ସରକାରୀ ମାଛ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ।
ଆଇଟିଡିଏର ପ୍ରକଳ୍ପ ଅଧିକାରୀ ବିଶ୍ୱଦର୍ଶୀ ସାହୁଙ୍କ ଘରେ ପଶିଛି ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଉଥିବା ଜଣାପଡ଼ିଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଗୁରୁବାର ସକାଳୁ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ବିଶ୍ୱଦର୍ଶୀ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଆରମ୍ଭ କରିଛି ।
ଆୟ ବର୍ହିଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଉଥିବା ଜଣାପଡ଼ିଛି । ତାଙ୍କର ୭ଟି ଠିକଣାରେ ଯାଞ୍ଚ କରାଯାଉଛି । ଭୁବନେଶ୍ୱର, ଯାଜପୁର, ବାଲେଶ୍ୱର ଏବଂ ସୁନ୍ଦରଗଡ଼ ବଣାଇରେ ଥିବା ଆଇଟିଡିଏ କାର୍ଯ୍ୟାଳୟରେ ଚଢ଼ାଉ ଚାଲିଛି ।
ଏହି ଚଢ଼ଉରେ ଜଣେ ସହକାରୀ ଏସପି, ୩ ଜଣ ଡିଏସପି, ୧୦ ଇନସ୍ପେକ୍ଟର ଏବଂ ଅନ୍ୟ ସହକାରୀ କର୍ମଚାରୀମାନେ ସାମିଲ ରହିଛି । ସୁନ୍ଦରଗଡ଼ ଜିଲ୍ଲା ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ନିର୍ଦ୍ଦେଶରେ ଏହି ଯାଞ୍ଚ କରାଯାଉଛି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930