Indus Valley Times

ଭିଜିଲାନ୍ସ ଜାଲରେ ଉଲୁଣ୍ଡା ମୃତ୍ତିକା ସଂରକ୍ଷଣ ଓଭର୍ସିଅର, ୧୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

 Breaking News

ଭିଜିଲାନ୍ସ ଜାଲରେ ଉଲୁଣ୍ଡା ମୃତ୍ତିକା ସଂରକ୍ଷଣ ଓଭର୍ସିଅର, ୧୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

August 03
19:21 2024

ସୁବର୍ଣ୍ଣପୁର, ୩/୮: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ମୃତ୍ତିକା ସଂରକ୍ଷଣ ପରିଦର୍ଶକ ସୁଧାଂଶୁ ଶେଖର ରଣା ଆଜି ୧୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ଏକ କାମର ବିଲ୍ କରି ଦେବା ପାଇଁ ରାମଚନ୍ଦ୍ର ମହାକୁଡ଼ ନାମକ ଜଣେ ବ୍ୟକ୍ତିଙ୍କୁ ସେ ୧୧ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ରାମଚନ୍ଦ୍ର ସୋନପୁର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ।
ଯୋଜନା ମୁତାବକ ଆଜି ରାମଚନ୍ଦ୍ରଙ୍କଠାରୁ ମୃତ୍ତିକା ସଂରକ୍ଷଣ ପରିଦର୍ଶକ ସୁଧାଂଶୁ ଶେଖର ରଣା ସୋନପୁର ସହରର ପଟାଭାଡ଼ିଠାରେ ଲାଞ୍ଚ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କୁ ସୋନପୁର ଭିଜିଲାନ୍ସ ବିଭାଗ କାର‌୍ୟ୍ୟାଳୟକୁ ନେଇ ପଚରାଉଚରା କରାଯାଉଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930