Indus Valley Times

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ ଓ ଜିଆର୍ଏସ୍, ବିଲ୍ ପାସ୍ ପାଇଁ ନେଉଥିଲେ ୧୦ ହଜାର ଟଙ୍କା

 Breaking News

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ ଓ ଜିଆର୍ଏସ୍, ବିଲ୍ ପାସ୍ ପାଇଁ ନେଉଥିଲେ ୧୦ ହଜାର ଟଙ୍କା

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ ଓ ଜିଆର୍ଏସ୍, ବିଲ୍ ପାସ୍ ପାଇଁ ନେଉଥିଲେ ୧୦ ହଜାର ଟଙ୍କା
May 09
17:24 2023

ପୁରୁଷୋତ୍ତମପୁର,୯/୫: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜୁନିୟର ଇଞ୍ଜିନିୟର (କନିଷ୍ଠ ଯନ୍ତ୍ରୀ) ଓ ଗ୍ରାମ୍ୟ ରୋଜଗାର ସେବକ (ଜିଆରଏସ୍)। ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ଜଗଦୀଶ କୁମାର ସାହୁ ଓ ଜଗନ୍ନାଥପୁର ଜିଆରଏସ୍ ନାରାୟଣ ସ୍ବାଇଁ ଜଣେ ଅଭିଯୋଗକାରୀଙ୍କ ଠାରୁ ଆଜି ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ସୂଚନା ଅନୁସାରେ ମନେରଗା ଅଧୀନରେ ହୋଇଥିବା ଏକ କାର୍ଯ୍ୟର ବିଲ୍ କରିବା ପାଇଁ ଉଭୟ କନିଷ୍ଠ ଯନ୍ତ୍ରୀ ଜଗଦୀଶ କୁମାର ସାହୁ ଓ ଜଗନ୍ନାଥପୁର ଜିଆରଏସ୍ ନାରାୟଣ ସ୍ବାଇଁ ଅଭିଯୋଗକାରୀଙ୍କୁ ୧୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଅଭିଯୋଗକାରୀ ଏବାଦରେ ଭିଜିଲାନ୍ସ ବିଭାଗକୁ ଅବଗତ କରିଥିଲେ।
ଯୋଜନା ଅନୁସାରେ ଆଜି ଅଭିଯୋଗକାରୀଙ୍କ ଠାରୁ କନିଷ୍ଠ ଯନ୍ତ୍ରୀ ଶ୍ରୀ ସାହୁ ବ୍ଲକ ପରିସରରେ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଅତର୍କିତ ଭାବେ ଚଢ଼ଉ କରିଥିଲେ। ବିଭାଗୀୟ କର୍ମଚାରୀମାନେ ଶ୍ରୀ ସାହୁଙ୍କ ଠାରୁ ରଂଗବୋଳା ଟଙ୍କା ଜବତ କରିଥିଲେ। ଏହି ଘଟଣା ପରେ ବ୍ରହ୍ମପୁର ଭିଜିଲାନ୍ସ ଶାଖା ଏକ ମାମଲା ରୁଜୁ କରିବା ସହ ଶ୍ରୀ ସାହୁଙ୍କ ୩ଟି ଠିକଣାରେ ତଦନ୍ତ କରୁଛି। ତେବେ ଭିଜିଲାନ୍ସ ବିଭାଗ ଘଟଣାର ଅଧିକ ତଦନ୍ତ କରୁଛି। ଅଧିକ ରିପୋର୍ଟକୁ ଅପେକ୍ଷା କରାଯାଇଛି।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930