Indus Valley Times

ଭିଜିଲାନ୍ସ ଜାଲରେ ଖଡ଼ିଆଳର ଆର୍ ଆଣ୍ଡ ବିର କନିଷ୍ଠ ଯନ୍ତ୍ରୀ, ଏକକାଳୀନ ୮ଟି ସ୍ଥାନରେ ଚଢ଼ଉ

 Breaking News

ଭିଜିଲାନ୍ସ ଜାଲରେ ଖଡ଼ିଆଳର ଆର୍ ଆଣ୍ଡ ବିର କନିଷ୍ଠ ଯନ୍ତ୍ରୀ, ଏକକାଳୀନ ୮ଟି ସ୍ଥାନରେ ଚଢ଼ଉ

ଭିଜିଲାନ୍ସ ଜାଲରେ ଖଡ଼ିଆଳର ଆର୍ ଆଣ୍ଡ ବିର କନିଷ୍ଠ ଯନ୍ତ୍ରୀ, ଏକକାଳୀନ ୮ଟି ସ୍ଥାନରେ ଚଢ଼ଉ
May 23
12:59 2025

ନୂଆପଡା, ୨୩/୫ : ଆକ୍ସନ ମୋଡରେ ଭିଜିଲାନ୍ସ ଟିମ । ଆଜି ସକାଳୁ ସକାଳୁ ପୁଣି ଭିଜିଲାନ୍ସ ଜାଲରେ ପଡିଛନ୍ତି କନିଷ୍ଠ ଯନ୍ତ୍ରୀ । ନୂଆପଡା ଜିଲ୍ଲାର ଜଌଈ ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କ ଘରେ ଆୟ ବହିର୍ଭୃତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ ଜାରି କରାଯାଇଛି ।
ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ ଜାରି କରାଯାଇଛି । ଭୁବନେଶ୍ୱର, ପୁରୀ ଓ ନୂଆପଡାରେ ଚଢ଼ାଉ କରାଯାଉଛି । ଭୁବନେଶ୍ୱରର ପାଞ୍ଚଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ତନାଘନା ଯାଞ୍ଚ କରାଯାଉଛି । ଖବର ଲେଖାହେଲା ବେଳକୁ କେତେ ସମ୍ପତ୍ତି ଜବତ ହୋଇଥିଲା ତାହାର କୌଣସି ସୂଚନା ମିଳିନାହିଁ ।
ଗତ କିଛି ଦିନ ହେବ ଆୟ ବହିର୍ଭୃତ ସମ୍ପତ୍ତି ଠୁଳ ଅଭିଯୋଗରେ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ କରାଯାଉଛି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31